ସମନ୍ବୟ ଅଭାବ:ମଣ୍ଡିରେ ପଡ଼ିଛି ଧାନ, ଆସୁନାହାନ୍ତି ମିଲର

ବାଲିକୁଦା,୨୨ା୧(ସ୍ବ.ପ୍ର.):ଇ-ଟୋକୋନ ମାଧ୍ୟମରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହିକ୍ରମରେ ବାଲିକୁଦାର ସମସ୍ତ ସମବାୟ ସମିତିରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ମାତ୍ର ଧାନ ସଂଗ୍ରହରେ ୩ଟି ସଂସ୍ଥାର ଦାୟିତ୍ୱ ଥିବାବେଳେ ମୁଖ୍ୟତ ଯୋଗାଣ ବିଭାଗ ଓ ମିଲରଙ୍କ ଗୁରୁଦାୟିତ୍ୱ ରହିଛି। କାରଣ ମଣ୍ଡିରୁ ମିଲରମାନେ ସମବାୟ ସମିତି ମାଧ୍ୟମରେ ଧାନ ସଂଗ୍ରହ କରୁଛନ୍ତି। ଯୋଗାଣ ବିଭାଗ ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କାଯାଉଛି। କିନ୍ତୁ ଚଳିତ ବର୍ଷ ମିଲର ଓ ଯୋଗାଣ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଦେଖିବାକୁ ମିଳିଛି। ଯାହାର ଉଦାହରଣ ହେଉଛି, ବାଲିକୁଦା ସମୁଦ୍ର ଉପକୂଳ ଅନନ୍ତପୁର ସେବା ସମବାୟ ସମିତି ମଣ୍ଡିରେ। ଏହି ମଣ୍ଡିରୁ ସମ୍ବଲପୁର ହନୁମାନଜୀଉ ରାଇସ ମିଲ ଧାନସଂଗ୍ରହ ପାଇଁ ଯୋଗାଣ ବିଭାଗର ଅନୁମତି ପାଇଛି। ଗତ ୧୭ ତାରିଖରେ ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ ଇଟୋକନ ମାଧ୍ୟମରେ ଅନୁମତି ଦିଆଯାଇଛି। ମାତ୍ର ଏନେଇ ମିଲରଙ୍କ ସାଙ୍ଗରେ ଯୋଗାଣ ବିଭାଗ କୌଣସି ଆଲୋଚନା କରି ନ ଥିବା ଜଣାପଡିଛି। କାରଣ ଏହି ସମିତିର ଯେଉଁ ଚାଷୀ ଟୋକନ ପାଇଥିଲେ ସେମାନେ ୨୦ତାରିଖରୁ ମଣ୍ଡିରେ ଧାନ ଆଣି ରଖିଛନ୍ତି। ମାତ୍ର ଦୁଇ ଦିନ ହେବ ମିଲରଙ୍କ ଦେଖାନାହିଁ। ୧୭ ତାରିଖରେ ଯୋଗାଣ ବିଭାଗ ପକ୍ଷରୁ ଯେଉଁ ଟୋକନ କରାଯାଇଥିଲା ସେହି ଚାଷୀଙ୍କ ଧାନ ଏବେ ମଣ୍ଡିରେ ପଡି ରହିଛି। ଶୀତ କାକରରେ ଚାଷୀ ଏବେ ମଣ୍ଡି ଆଗରେ ବସି ରହିଛନ୍ତି। ଏପଟେ ଯୋଗାଣ ବିଭାଗ ପୁଣି ୨୨ ତାରିଖରେ ଧାନ ଦେବାକୁ ଆଉ ୨୫ ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରିଛି। ତୁରନ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ମଣ୍ଡିରୁ ଧାନ ଉଠାଇବା ପାଇଁ ବ୍ୟବସ୍ଥା କରାଇବାକୁ ଚାଷୀ ଦାବି କରିଛନ୍ତି। ନଚେତ ଚାଷୀ ଅନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏସମ୍ପର୍କରେ ସମ୍ପୃକ୍ତ ମିଲରଙ୍କ ସହିତ ଯୋଗଯୋଗ କରିବାରୁ ଆମକୁ ୭ରୁ୮ଟି ମଣ୍ଡିରୁ ଧାନ ସଂଗ୍ରହ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିଛି। ତେଣୁ ଧାନ ଉଠାଇବା ପାଇଁ ଗାଡିର ଅଭାବ ରହୁଛି। ସେଥିପାଇଁ ଆମେ ଧାନ ଉଠାଇ ପାରିନାହୁଁ। ତଥାପି ବୁଧବାର ୨ଟି ଗାଡିରେ କିଛି ଧାନ ନେବା ପାଇଁ ଚେଷ୍ଟା କରୁଛୁ ବୋଲି କହିଥିଲେ। ଏସମ୍ପର୍କରେ ବାଲିକୁଦା ଯୋଗାଣ ବିଭାଗ ଅଧିକାରୀ ବିଜୟ ସିଂ ପଚାରିବାରୁ ମିଲର ଯଦି ବୁଧବାର ଧାନ ନ ଉଠାନ୍ତି ତେବେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri