ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ସମୀକ୍ଷା: ଜିଲାକୁ ଶିକ୍ଷାରେ ଅଗ୍ରଣୀ କରିବାକୁ ଆହ୍ବାନ

ଢେଙ୍କାନାଳ ଅଫିସ, ୩୧।୭-ଢେଙ୍କାନାଳ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ସୋମବାର ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରି ଜିଲାକୁ ଶିକ୍ଷାରେ ଅଗ୍ରଣୀ କରିବାକୁ ଆହ୍ବାନ ଦେଇଥିଲେ।
ସମସ୍ତ ସ୍କୁଲର ଶିକ୍ଷା ବ୍ୟବସ୍ଥା, ଭିତ୍ତିଭୂମି ଏବଂ ଆବଶ୍ୟକ ଆନୁଷଙ୍ଗିକ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଜିଲା ପ୍ରଶାସନର ହସ୍ତଗତ ହୋଇଛି। ଉକ୍ତ ନିର୍ଦ୍ଦେଶନାମାକୁ ଠିକ୍‌ଭାବେ ଅନୁପାଳନ କରିବାକୁ ସମସ୍ତ ବ୍ଲକର ବିଡିଓ, ସରପଞ୍ଚମାନଙ୍କୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ସାଥ୍‌-ଇ କର୍ମକର୍ତ୍ତା, ବିଇଓଙ୍କୁ ନେଇ ଅନ୍‌ଲାଇନ ମାଧ୍ୟମରେ ସ୍କୁଲଗୁଡ଼ିକର ମନିଟରିଂ କରାଯାଉଛି। ଏହି କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବାକୁ ଆଲୋଚନା କରାଯାଇଥିଲା। ଏଥିସହ ସ୍କୁଲରେ ଆୟୋଜିତ ପରୀକ୍ଷାର ମାନବୃଦ୍ଧି, ପୋଷାକ ବିତରଣରେ ସ୍ବଚ୍ଛତା, ସ୍କୁଲ ମିଶ୍ରଣ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି।
ଜିଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡ଼ା ସମଗ୍ର ଶିକ୍ଷା ଯୋଜନା ଆନୁକୂଲ୍ୟରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇଥିଲେ। ପ୍ରତି ମାସରେ ଶିକ୍ଷାର ମାନବୃଦ୍ଧି ପାଇଁ ସମୀକ୍ଷା ବୈଠକ ଆୟୋଜିତ ହେଉଛି। ଏଥିରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ଆବଶ୍ୟକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଡିଇଓ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକର ବିଇଓଙ୍କ ସମେତ ସମଗ୍ର ଶିକ୍ଷା ଅଭିଯାନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁର ସହରକୁ ବିପର୍ଯ୍ୟସ୍ତ ରାସ୍ତା

ଯାଜପୁର ଅଫିସ,୨୯।୧୦:ଯେଉଁ ଅଞ୍ଚଳର ଗମନାଗମନ ଯେତେ ସୁରକ୍ଷିତ ଓ ସୁଦୃଢ ସେହି ଅଞ୍ଚଳ ସେତେ ଉନ୍ନତ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଦୁର୍ବଳ ନେତୃତ୍ୱ...

ଅବହେଳା ପାଇଁ ଗୋଷ୍ଠୀ ସଂକ୍ରମଣ ସ୍ଥିତି

ଭୁବନେଶ୍ୱର, ୪ା୭(ବ୍ୟୁରୋ): କରୋନା ମୁକାବିଲା ପାଇଁ ସବୁଠାରୁ ଅଧିକ କଟକଣା ଓ ନିର୍ଦ୍ଦେଶନାମା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଜାରି କରୁଛି। ହେଲେ ତାହା ଠିକ୍‌...

ସୋଲାର ହିଟରକୁ ମିଳିବ ମାନ୍ୟତା

ଢେଙ୍କାନାଳ ଅଫିସ୍‌,୧୪।୨: ସୌରଶକ୍ତିରେ କାର୍ଯ୍ୟକ୍ଷମ ହେବ ହିଟର। ପାରମ୍ପରିକ ବୈଦ୍ୟୁତିକ ହିଟର ଭଳି ଏହାକୁ ମଧ୍ୟ ଦୈନନ୍ଦିନ ରୋଷେଇ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ହେଲେ ଏଥିଲାଗି...

ବିଏଡ୍‌-ଏମ୍‌ଏଡ୍‌ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ତେଜିଲା

ବାଲେଶ୍ୱର ଅଫିସ, ୩।୧୧-ବିଏଡ୍‌ ଓ ଏମ୍‌ଏଡ୍‌ ପାସ୍‌ କରିଥିବା ପ୍ରାର୍ଥୀଙ୍କୁ ମହାବିଦ୍ୟାଳୟରେ ନିଯୁକ୍ତି ଦେବା ପାଇଁ ସରକାର ନିୟମ କରି ହାଇସ୍କୁଲରେ ଶିକ୍ଷକତା କରିବା ଉପରେ...

ବିଦ୍ୟୁତ୍‌ ସଂସ୍ପର୍ଶରେ ମୃତ୍ୟୁ ଘଟଣା : ସାଉଥ୍‌କୋ ଅଫିସ ଆଗରେ ଧାରଣା ଦେଲା ଭାଜପା

ବ୍ରହ୍ମପୁର ଅଫିସ,୧୩ା୨-ଦକ୍ଷିଣାଞ୍ଚଳ ବିଦ୍ୟୁତ୍‌ ପରିବଣ୍ଟନ ସଂସ୍ଥା ସାଉଥ୍‌-କୋର ବ୍ରହ୍ମପୁରସ୍ଥ କର୍ପୋରେଟ ଅଫିସ ଆଗରେ ବୁଧବାର ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ...

ଦିନକରେ ୧.୯୧ ଲକ୍ଷ ଜରିମାନା

ବ୍ରହ୍ମପୁର ଅଫିସ,୨୩।୫: ସଡ଼କ ସୁରକ୍ଷା ନିୟମ କଡାକଡି କରିବା ପାଇଁ କେନ୍ଦ୍ର ସରକାର ମୋଟରଯାନ ଆଇନରେ ସଂଶୋଧନ ଆଣିଥିଲେ। ବିଶେଷକରି ହେଲ୍‌ମେଟ ଓ ନିଶାସକ୍ତ ଚାଳକ...

ୟେସ୍‌ ବ୍ୟାଙ୍କରୁ ଫେରି ଆସିବ ମହାପ୍ରଭୁଙ୍କ ଜମା ଟଙ୍କା

ପୁରୀ ଅଫିସ,୧୮।୩: ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ନେଇ ଗତ କିଛିଦିନ ଧରି ଯେଉଁ ବାଦବିବାଦ ଲାଗିରହିଛି, ସେଥିରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ଗୁରୁବାର...

ସ୍ମାର୍ଟ ସିଟିରେ ଡିଜିଟାଲ କିଓସ୍କ: ଗୋଟିଏ ସ୍ଥାନରେ ଏକାଧିକ ନାଗରିକ ସେବା

ଭୁବନେଶ୍ୱର, ୫ା୧୨ (ବ୍ୟୁରୋ): ରାଜଧାନୀରେ ନାଗରିକଙ୍କୁ ଗୋଟିଏ ସ୍ଥାନରେ ସମସ୍ତ ସେବା ଯୋଗାଇ ଦେବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ) ପକ୍ଷରୁ ସହରର ୭୫ଟି...

Advertisement
Archives

Model This Week