ସମକାଳୀନ କାହାଣୀ ଉପରେ: ଓଡ଼ିଶୀ ଏକ ଭଲ ଚିନ୍ତାଧାରା

ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଜଗତରେ ଜଣେ ପରିଚିତ ଚେହେରା ମଧୁଲିତା ମହାପାତ୍ର। ଜଣେ ପ୍ରତିଭାବାନ୍‌ ଯୁବ ନୃତ୍ୟଶିଳ୍ପୀ ଭାବେ ଦେଶ ଓ ଦେଶ ବାହାରେ ଓଡ଼ିଶୀ ନୃତ୍ୟକୁ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ମଧୁଲିତା। ଓଡ଼ିଶୀ ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିବା ଏହି ଶିଳ୍ପୀ ନିକଟରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ସମ୍ମାନଜନକ ଉସ୍ତାଦ୍‌ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର ହାସଲ କରି ଓଡ଼ିଶାକୁ ଜାତୀୟସ୍ତରରେ ଗୌରବାନ୍ବିତ କରିଛନ୍ତି। ନୃତ୍ୟ ପ୍ରତି ଥିବା ତାଙ୍କର ଦୁର୍ବଳତା ଆଜି ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ। ଦକ୍ଷିଣ ଭାରତରେ ଓଡ଼ିଶୀର ପ୍ରସାର କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଦୂରଦର୍ଶନ ଏବଂ ଆଇସିସିଆର୍‌ର ଜଣେ ଶ୍ରେଷ୍ଠ କଳାକାରଭାବେ ଖ୍ୟାତି ଅର୍ଜନ କରିଛନ୍ତି। କଳାହାଣ୍ଡି ଜିଲାରେ ଜନ୍ମଗ୍ରହଣ କରିଥିବା ମଧୁଲିତା ଓଡ଼ିଶୀକୁ ପରବର୍ତ୍ତୀ ପିଢି ନିକଟରେ ପହଞ୍ଚାଇବାର ଉଦ୍ୟମ ଜାରିରଖିଛନ୍ତି।

ଉସ୍ତାଦ୍‌ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର ପାଇବେ ବୋଲି କେବେ ଭାବିଥିଲେ?
ସେଭଳି କିଛି ଆଶା ମୋର ନଥିଲା। ପୁରସ୍କାରକୁ ଆଶା ରଖି କେବେ କାମ କରିନି। ଗୁରୁ ପୂର୍ଣ୍ଣିମା ଦିନ ଘୋଷଣା ହୋଇଥିବାରୁ ମୋତେ ଲାଗିଲା ମୋ ଗୁରୁ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦରୁ ଏହା ସମ୍ଭବ ହେଲା।
ଏଥିପାଇଁ କାହାକୁ ଶ୍ରେୟ ଦେବେ?
ନିଶ୍ଚିତଭାବେ ମୋ ଗୁରୁଙ୍କୁ ଦେବି। ମୋ ଗୁରୁ ଅରୁଣା ମହାନ୍ତି ଏବଂ ଯେଉଁ ଗୁରୁମାନେ ମୋତେ ପିଲାବେଳୁ ନାଚ ଶିଖାଇଛନ୍ତି ସେମାନଙ୍କୁ ସବୁ ଶ୍ରେୟ ଦେଉଛି। ସମସ୍ତେ ଯେଉଁମାନେ ମୋତେ ଭଲପାଆନ୍ତି ଓ ଆଗକୁ ବଢ଼ିବାକୁ ପ୍ରେରଣା ଦିଅନ୍ତି ସେ ସମସ୍ତଙ୍କୁ ଦେବି।
ଦକ୍ଷିଣ ଭାରତରେ ଓଡ଼ିଶୀର ପ୍ରସାର କରିବା ପାଇଁ କ’ଣ କରିଛନ୍ତି?
୧୦ବର୍ଷ ତଳେ ଯେବେ ବାଙ୍ଗାଲୋର ଆସିଥିଲି । ଏଠାରେ ଓଡ଼ିଶୀର ଭିତ୍ତିଭୂମି ସେତେଟା ଭଲ ନଥିଲା। ଯେହେତୁ ଦକ୍ଷିଣ ଭାରତ, ସେଥିଲାଗି ଲୋକେ ଭାରତନାଟ୍ୟମ୍‌ ଶିଖିବାକୁ ପ୍ରାଥମିକତା ଦେଉଥିଲେ। ହେଲେ ଏବେ ଟ୍ରେଣ୍ଡ୍‌ ବଦଳିଛି। ଓଡ଼ିଶୀ ଶିଖିବାକୁ ପିଲା ନୃତ୍ୟାନୁଷ୍ଠାନ ଖୋଜୁଛନ୍ତି। ଏଠାକାର ସରକାରୀ ସ୍କୁଲରେ ବି ଓଡ଼ିଶୀ ଶିଖାଯାଉଛି। ନୃତ୍ୟାନ୍ତର ଡ୍ୟାନ୍ସ ସ୍କୁଲ୍‌ ପ୍ରତିଷ୍ଠା କରି ମୁଁ ଓଡ଼ିଶୀ ଶିଖାଉଛି। ମାତ୍ର ୨ଜଣ ପିଲାରୁ ଆରମ୍ଭ ହୋଇଥିବା ଏହି ସ୍କୁଲ୍‌ରେ ଏବେ ୩୦୦ ପିଲା ଅଛନ୍ତି। ଅଧିକାଂଶ ଅଣଓଡ଼ିଆ ବିଶେଷକରି କର୍ନାଟକ, ତାମିଲନାଡ଼ୁ ଓ କେରଳର ଅଧିକାଂଶ ପିଲା ଓଡ଼ିଶୀ ପ୍ରତି ଆଗ୍ରହ ଦେଖାଉଛନ୍ତି।
ଅନ୍ୟ ଶାସ୍ତ୍ରୀୟ ନୃତ୍ୟ ସହ ତାଳଦେଇ ଓଡ଼ିଶୀ ଆଗକୁ ବଢୁଛି କି ? ନା ଆହୁରି ଆଗକୁ ନେବାର ଆବଶ୍ୟକତା ରହିଛି?
ଓଡ଼ିଶୀ ଏବେ ବହୁତ ଆଗରେ ରହିଛି। ବାଙ୍ଗାଲୋରର ଉଦାହରଣ ନେଲେ ଆମେ ଜାଣିପାରିବା ଓଡ଼ିଶୀ କେତେ ଆଗକୁ ଯାଇଛି। ଆମେରିକା, ଇଂଲଣ୍ଡ, ମାଲେସିଆ, ସିଙ୍ଗାପୁର, ବାହାରିନ୍‌ ଭଳି ଦେଶରେ ଓଡ଼ିଶୀର ବହୁଳ ଲୋକପ୍ରିୟତା ରହିଛି। ଓଡ଼ିଶୀ ବିଷୟରେ ସେଠାରେ ସମସ୍ତେ ଜାଣିଛନ୍ତି। ତେବେ ନୃତ୍ୟଶିଳ୍ପୀଭାବେ ଏହା ଆମର କର୍ତ୍ତବ୍ୟ ଯେ ଆମେ ଓଡ଼ିଶୀକୁ କିଭଳି ଆହୁରି ଆଗକୁ ନେବାର ଉଦ୍ୟମ କରିବା।
ଫ୍ୟୁଜନ୍‌ ଟ୍ରେଣ୍ଡ୍‌ ଓଡ଼ିଶୀର ମୌଳିକତାକୁ ପ୍ରଭାବିତ କରୁଛି କି?
୍ଟ ମୁଁ ଶୁଦ୍ଧନୃତ୍ୟରେ ବିଶ୍ୱାସ ରଖେ। ଓଡ଼ିଶୀର ଶୁଦ୍ଧତା ଓ ମୌଳିକତା ହିଁ ଏହାର ପରିଚୟ। ନିଶ୍ଚିତଭାବେ ମୁଁ ନୂଆ ନୂଆ ଥିମ୍‌ରେ ଏକ୍ସପେରିମେଣ୍ଟ କରେ। ହେଲେ ମୌଳିକତାକୁ ଅକ୍ଷୁଣ୍ଣ ରଖିବା ସବୁବେଳେ ମୋର ପ୍ରାଥମିକତା। ମିର୍ଜା ଓ ସାହିବାଙ୍କ ପ୍ରେମକାହାଣୀ ଉପରେ ମୁଁ ଏକ ଡ୍ୟାନ୍ସ ଡ୍ରାମା କରିବାକୁ ଯାଉଛି। ଏହା ଏକ ଏକ୍ସପେରିମେଣ୍ଟ, ହେଲେ ଏଥିରେ ମୁଁ ଶୁଦ୍ଧ ଓଡ଼ିଶୀ ନୃତ୍ୟଶୈଳୀର ପ୍ରୟୋଗ କରିଛି। ମୋଟାମୋଟିଭାବେ କହିବାକୁ ଗଲେ, ଆଗରୁ ପୌରାଣିକ କାହାଣୀ ଉପରେ ଓଡ଼ିଶୀ ହେଉଥିଲା, ଏବେ ସମକାଳୀନ କାହାଣୀ ଉପରେ ହେଉଛି। ନୃତ୍ୟଶୈଳୀ ସମାନ ରହୁଛି, କେବଳ ଥିମ୍‌ ଭିନ୍ନ ରହୁଛି। ଓଡ଼ିଶୀ କେବେ ବଦଳିନି କି ବଦଳିବନି।
ଯୁବପିଢିଙ୍କୁ ଓଡ଼ିଶୀ ପ୍ରତି ଆକୃଷ୍ଟ କରିବାକୁ କ’ଣ ଆବଶ୍ୟକ?
ବର୍ତ୍ତମାନର ଯୁବପିଢିଙ୍କ ନିକଟରେ ଓଡ଼ିଶୀ ଏବଂ ଏହାର ଆର୍ଟଫର୍ମକୁ ପହଞ୍ଚାଇବାକୁ ହେଲେ ଆମକୁ ନୂଆ ନୂଆ ଥିମ୍‌ରେ ଏକ୍ସପେରିମେଣ୍ଟ କରିବାକୁ ପଡ଼ିବ। ଆପ୍ରୋଚ ବଦଳାଇବାକୁ ପଡ଼ିବ। ସେମାନେ ଯେମିତି ଏହି କଳାକୁ ବୁଝିବେ, ଦେଖିବେ ଓ ଭଲପାଇବେ ତାହାକୁ ଦୃଷ୍ଟିରେ ରଖି ନୂଆ ନୂଆ ଥିମ୍‌ କରିବାକୁ ପଡ଼ିବ।
ଡ୍ୟାନ୍ସ କରିବାକୁ ହେଲେ ଫିଟ୍‌ ରହିବା ନିହାତି ଜରୁରୀ। ଫିଟ୍‌ ରହିବାକୁ ଆପଣ କ’ଣ କରନ୍ତି?
ଆଲବର୍ଟ ଆଇନଷ୍ଟାଇନ୍‌ କହିଯାଇଛନ୍ତି ଯେ ‘ଡ୍ୟାନ୍ସର୍ସ ଆର୍‌ ଦି ଆଥ୍‌ଲେଟ୍‌ସ ଅଫ୍‌ ଗଡ୍‌’। ମୁଁ ଭାବେ ଡ୍ୟାନ୍ସର ହେବାକୁ ହେଲେ ପ୍ରଥମେ ସ୍ବାସ୍ଥ୍ୟର ଯତ୍ନ ନେବା ଉଚିତ୍‌। ଫିଟ୍‌ ରହିବା ବି ଜରୁରୀ। ସ୍ବାସ୍ଥ୍ୟକର ଖାଦ୍ୟ ନିହାତି ଆବଶ୍ୟକ। ଯୋଗ ଓ ଏକ୍ସରସାଇଜ୍‌ କରିବା ଦରକାର। ଡ୍ୟାନ୍ସ କରିବା ପୂର୍ବରୁ ଓ୍ବାର୍ମଅପ୍‌ ଏକ୍ସରସାଇଜ୍‌ ଓ ଡ୍ୟାନ୍ସ କରିସାରିବା ପରେ କୁଲ୍‌ଡାଉନ୍‌ ଏକ୍ସରସାଇଜ୍‌ କରିବା ଦରକାର।
ଆଗକୁ କ’ଣ କରିବାର ଯୋଜନା ଅଛି?
ଓଡ଼ିଶୀରେ ନୂଆ ନୂଆ କାମ କରିବାକୁ ଚାହୁଁଛି। ଓଡ଼ିଶୀ ବ୍ୟାକରଣ ଓ ଓଡ଼ିଶୀ ନୃତ୍ୟଶୈଳୀ ଉପରେ ଗବେଷଣା କରିବି। କଳାହାଣ୍ଡିର ଲୋକକଳାକୁ ଓଡ଼ିଶୀ ସହ ବ୍ଲେଣ୍ଡ୍‌ କରି ଏକ୍ସପେରିମେଣ୍ଟ କରିବି। ହେଲେ ଏହାର ମୌଳିକତାକୁ କିଭଳି ଅକ୍ଷୁଣ୍ଣ ରଖିବି ତାହା ମୋର ସବୁବେଳେ ପ୍ରାଥମିକତା ହୋଇ ରହିବ।
ଯୁବ ନୃତ୍ୟଶିଳ୍ପୀମାନଙ୍କୁ କ’ଣ କହିବେ?
ନୃତ୍ୟ ଏକ ସାଧନା। ଏହା ସାରା ଜୀବନ ପାଇଁ ଆମ ସହ ରୁହେ। ଏହାର କୌଣସି ଶର୍ଟକଟ୍‌ ନଥାଏ। ନୃତ୍ୟକୁ ଯଦି ଭଲପାଅ ତା’ହେଲେ ସାଧନା କର, କଠିନ ପରିଶ୍ରମ କର। ଗୁରୁଙ୍କ ଆଶୀର୍ବାଦ ନେଇ ନିଜ ପ୍ୟାଶନକୁ ଅନୁସରଣ କର।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri