ସବୁ ଭିକାରିଙ୍କ ପାଖରେ ରହିଛି ଏହି ଅଭିନେତାଙ୍କ ପର୍ସନାଲ ଫୋନ୍‌ ନମ୍ବର

ମୁମ୍ବାଇ: ମାୟାଗନରୀ କହିଲେ ବୁଝାଏ ବଲିଉଡ୍‌ କଳାକାରଙ୍କ ନଗରୀ। ଆଉ ଏହା ହେଉଛି ମୁମ୍ବାଇରେ। ଏଠାରେ ଥିବା ସବୁ ସେଲିବ୍ରିଟି କୋଟିପତି। ଏଠି ଗରିବ ବୋଲି କେହି ନାହିଁ କହିଲେ ଚଳେ। ହେଲେ ଏଠି ଏମିତି ଜଣେ ସେଲିବ୍ରିଟି ରହୁଛନ୍ତି ଯାହାଙ୍କର ପର୍ସନାଲ ଫୋନ ନମ୍ବର ତାଙ୍କ ଅଞ୍ଚଳର ସମସ୍ତ ଭିକାରିଙ୍କ ପାଖରେ ରହିଛି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ୮୦ ଦଶକର ସେହି ‘ହିରୋ’ର ନାୟକ ଜ୍ୟାକି ଶ୍ରର୍ଫ ଏମିତି ଜଣେ ଅଭିନେତା ଯାହାଙ୍କ ପର୍ସନାଲ ନମ୍ବର ତାଙ୍କ ଘର ପାଖର ସମସ୍ତଙ୍କ ଭିକାରିଙ୍କ ପାଖରେ ରହିଛି ବୋଲି କୁହାଯାଏ। ୮୦ ଦଶକ ପୂର୍ବରୁ ଜ୍ୟାକି ମୁମ୍ବାଇରେ ଥିବା ସମୟରେ ଏକ ଚାଳ ଘରେ ରହୁଥିଲେ। ଗରିବ ପରିବାରରେ ଜନ୍ମ ନେଇଥିବା ଜ୍ୟାକି କେବେ ଭାବି ନ ଥିଲେ ତାଙ୍କର ପରିସ୍ଥିତିରେ ଏଭଳି ପରିବର୍ତ୍ତନ ଆସିବ ବୋଲି। ହେଲେ ବଲିଉଡ୍‌ରେ ଅଭିନୟ ପରେ ବଦଳି ଯାଇଥିଲା ତାଙ୍କର ଆର୍ଥିକ ପରିସ୍ଥିତି। ପ୍ରଥମେ ଅର୍ଥାଭାବରୁ ଅଧାରୁ ପାଠ ଛାଡିଥିବା ଜ୍ୟାକି ଆରମ୍ଭରେ ଶେଫ ଓ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ କାମ ମଧ୍ୟ କରିଛନ୍ତି। ହେଲେ ଯୋଗ୍ୟତା ନ ଥିବାରୁ ସେ ଆଉ ଉପରକୁ ଉଠି ପାରି ନ ଥିଲେ। ଦିନେ ବଲିଉଡ୍‌ ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ଅଫର୍‌ ପାଇ ସେ ବଲିଉଡ୍‌ରେ ପାଦ ରଖିଥିଲେ। ଆଉ ଏକାଥରେ ହୋଇଥିଲେ ସୁପର ହିଟ୍‌। ‘ହିରୋ’ ଫିଲ୍ମ ତାଙ୍କୁ ଆଣି ଦେଇଥିଲା ଅନେକ ସଫଳତା। ଏହାପରେ ବଳଦି ଯାଇଥିଲା ଜ୍ୟାକିଙ୍କ ଭାଗ୍ୟ। ହେଲେ ସେ ଯେ ଏକ ଗରିବ ପରିବାରରୁ ଆସିଛନ୍ତି ଏକଥାକୁ ସେ ପାସୋରି ଦେଇ ନ ଥିଲେ। ସେଇଥିପାଇଁ ତ ଆଜି ମୁମ୍ବାଇର ନାନାବତି ହସ୍ପିଟାଲରେ ରୋଗୀମାନଙ୍କୁ ସାହାଯ୍ୟ କରିବାକୁ ତାଙ୍କର ଏକ ଆକାଉଣ୍ଟ ରହିଛି। ଏଥିରେ ପାଖାପାଖି ୧୦୦ ଗରିବ ପରିବାର ଉପକୃତ ହୁଅନ୍ତି ବୋଲି କୁହାଯାଏ। କେବଳ ସେତିକି ନୁହେଁ ଜ୍ୟାକି ପିଲାବେଳେ ଯେଉଁ ବାଲକେଶ୍ୱର ଅଞ୍ଚଳରେ ରହୁଥିଲେ ସେଠାରୁ ପାଲି ହିଲ୍ସ ପର୍ଯ୍ୟନ୍ତ ଯେତେ ଭିକାରି ଓ ପିଲାମାନେ ରହିଛନ୍ତି ସମସ୍ତଙ୍କ ପାଖରେ ଜ୍ୟାକିଙ୍କ ପର୍ସନାଲ ନମ୍ବର ରହିଛି। ଯେତେବେଳେ ଏମାନେ କୌଣସି ଅସୁବିଧାରେ ପଡନ୍ତି ଓ ଜ୍ୟାକିଙ୍କୁ ଫୋନ୍‌ କରନ୍ତି ତୁରନ୍ତ ଜ୍ୟାକି ଓରଫ ଜଗୁ ଦାଦା ହାଜର ହୋଇଯାଆନ୍ତି। କେବେ କେବେ ମନ ହେଲେ ଜ୍ୟାକି ତାଙ୍କର ସେପି ହୁରୁଣା ଚାଳ ଘରକୁ ଏବେବି ଯାଆନ୍ତି ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

ରାଜରାସ୍ତାରେ କଂଗ୍ରେସ-ଭାଜପାକର୍ମୀଙ୍କ ମଧ୍ୟରେ ସଂଘର୍ଷ; ମୁଣ୍ଡ ଫାଟିଲା, ଗାଡ଼ିର କାଚ…

ପାଟନା,୨୨।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ଧାରଣାରେ ବସିଥିଲେ । ଏହାପରେ ବୁଧବାର ଭାଜପା ପକ୍ଷରୁ ପାଟନାରେ ଏକ ପ୍ରତିବାଦ ଶୋଭାଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri