Posted inଫୁରସତ

ସବୁଜ ଡ୍ରେସ୍‌ ପିନ୍ଧିଥିଲେ ବୋଲି…

ବେଳେବେଳେ ଏମିତି ଘଟଣା ଘଟେ ଯାହା ଆମ କଳ୍ପନାର ପରିସରକୁ ମଧ୍ୟ ଛୁଇଁ ନ ଥାଏ। ସେମିତି ଗୋଟିଏ ଘଟଣା ଘଟିଛି ସାରା ଲ୍ୟୁକ୍‌ ନାମ୍ନୀ ଜନୈକା ତରୁଣୀଙ୍କ କ୍ଷେତ୍ରରେ। ଟେକ୍ସାସର ଏହି ତରୁଣୀ ଗାଲଭେନ୍‌ଷ୍ଟନ ଠାରେ ଥିବା ଏକ ଓ୍ବାଲମାର୍ଟ ମଲ୍‌କୁ ଯାଇଥିଲେ। ଉଦ୍ଦେଶ୍ୟ ଥିଲା ଲାରିନ୍‌ଜାଇଟିସ୍‌ ମେଡିକେଶନ୍‌ ଆଣିବା। ସାରା ତ ସେ କାମ ସାରିଲେ। ଫେରିବା ବେଳକୁ ତାଙ୍କର ନଜର ପଡ଼ିଲା ମଲ୍‌ ମଧ୍ୟରେ ଥିବା ଗାର୍ଡେନ୍‌ ସେଣ୍ଟର ଉପରେ। ଗାର୍ଡେନ୍‌ରେ ନାନା କିସମର ସବୁଜିମା ପରିପୂର୍ଣ୍ଣ ଗଛବୃଚ୍ଛ ରହିଥିଲା। ସାରାଙ୍କୁ ତାହା ଆକର୍ଷିତ କଲା। ଆଉ ସେ ଗାର୍ଡେନ ସେଣ୍ଟର ଭିତରେ ପଶି ତାହାକୁ ଉପଭୋଗ କରିବାକୁ ଲାଗିଲେ। ତେବେ ଏହା ଭିତରେ ଯେ, ଏକ ଘଟଣା ଘଟିସାରିଥିଲା ତାହା ତାଙ୍କୁ ଜଣା ନ ଥିଲା। ଅର୍ଥାତ୍‌ ସେ ଆସିବାକୁ ବାହାରିବା ବେଳକୁ ଜାଣିଲେ ଯେ, ସେଣ୍ଟରଟି ବନ୍ଦ ହୋଇସାରିଛି। ଆଉ ସେ ତାହା ଭିତରେ ବନ୍ଦୀ ହୋଇସାରିଛନ୍ତି। ଏହା ଜାଣି ତାଙ୍କର ବୁଦ୍ଧିବୃତ୍ତି ହଜିଗଲା। ତାଙ୍କର ଲାରିନ୍‌ଜାଇଟିସ୍‌ ସମସ୍ୟା ଥିବାରୁ ବଡ଼ପାଟିରେ ଡାକି ପାରୁ ନ ଥିଲେ। କବାଟ ବାଡ଼ଉଥିଲେ ବି କେହି ଶୁଣୁ ନ ଥିଲେ। ଶେଷକୁ ସେ ନିକଟସ୍ଥ ପୋଲିସ୍‌ ଷ୍ଟେଶନ୍‌କୁ ଫୋନ୍‌କଲେ। ପୋଲିସ୍‌ ଆସିବା ପରେ ଯାଇ ରୁଦ୍ଧ ଗାର୍ଡେନ୍‌ ସେଣ୍ଟରରୁ ମୁକ୍ତି ପାଇଲେ ସେ। ଜଣାଗଲା ଯେ, ସେଣ୍ଟର ବନ୍ଦ କରିବା ପୂର୍ବରୁ ଚେକ୍‌ କରାଯାଇଥିଲେ ମଧ୍ୟ ସାରା ଏକ ଡିପ୍‌ ଗ୍ରୀନ୍‌ ଡ୍ରେସ୍‌ ପିନ୍ଧିଥିବାରୁ ତାହା କେହି ଜାଣି ପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ଦେଖିଲେ ଲାଗୁଛି ଡର

କାନପୁର: ଏବେ କରୋନା ଭାଇରସ୍‌ ପାଇଁ ସବୁଆଡେ ଭୟର ବାତାବରଣ। ପାଖ ପଡ଼ିଶା ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବମାନଙ୍କୁ ବି ଲୋକେ ଘରେ ପୁରାଇବାକୁ ରାଜି...

ଗୋଟିଏ ଗୋଡ଼ରେ ୩,୮୦୦ କିଲୋମିଟର ଚଳାଇଲେ ସାଇକେଲ

ଦୁର୍ଘଟଣାରେ ହରାଇଥିଲେ ଗୋଡ ହେଲେ ବର୍ତ୍ତମାନ ପାରା ସାଇକ୍ଲିଂରେ ରେକର୍ଡ ସୃଷ୍ଟି କରିଛନ୍ତି ଜଣେ ଯୁବତୀ । ସେ ହେଲେ ମଧ୍ୟପ୍ରଦେଶର ରାଜଗଡ ଜିଲାର ବିୟୋରା...

ମହାକାଶ ନୁହେଁ ସମୁଦ୍ରରୁ ଆସୁଛନ୍ତି ଏଲିଅନ୍‌: ଆଇସିଇଆର୍‌…

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୬: ଏଲିଅନ୍‌ ନେଇ ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ଅଲିଅନ୍‌ମାନେ ୟୁଏଫ୍‌ଓ ଦ୍ୱାରା ଲଗାତାର ପୃଥିବୀକୁ ଆସୁଥିବା ନେଇ କେତେକ ଖବର ପ୍ରକାଶ ହେଉଥିବା ବେଳେ...

କୁନି କୁକୁରର ବଡ଼ କମାଲ

କୋଞ୍ଜୋ ଏକ କୁନି କୁକୁର। କଳାରଙ୍ଗର ଏଇ କୁକୁରଟି ଅଧା ପାପିଲନ୍‌, ଚାରିଭାଗରୁ ଏକ ଭାଗ ଜ୍ୟାକ୍‌ ରଶେଲ୍‌ ଟେରିଏର୍‌ ଏବଂ ଅନ୍ୟ ଚାରିଭାଗରୁ ଏକ...

ପର୍ଯ୍ୟଟନସ୍ଥଳୀ: ଦକ୍ଷିଣ ଭାରତର ଚେରାପୁଞ୍ଜି

କର୍ନାଟକର ସିମୋଗା ଜିଲାରେ ଥିବା ଅଗୁମ୍ବେ ନିଜର ପ୍ରାକୃତିକ ପରିବେଶ, ସବୁଜ ବନାନୀ, ତଥା ଝରଣା ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ତା’ଛଡ଼ା ଅଧିକ...

ପୃଥିବୀ ପୃଷ୍ଠର କିଛି ଅଦ୍ଭୁତ ଫୁଲ, ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟ

ଫୁଲ ବିଷୟରେ ଯଦି ଆଲୋଚନା କରାଯାଏ, ତେବେ ଏକ ସୁନ୍ଦର ପ୍ରତିଛବି ମନରେ ଉଙ୍କି ମାରିଥାଏ। ହେଲେ ଦୁନିଆରେ ଏପରି କିଛି ଫୁଲ ଅଛି, ଯାହା...

୧୦୫ କିମି ସାଇକେଲ ଚଲାଇ ପୁଅକୁ ପରୀକ୍ଷା କେନ୍ଦ୍ର ନେଇଥିବା ପିତାଙ୍କ ପାଇଁ ଦେବଦୂତ ସାଜିଲେ ଆନନ୍ଦ ମହିନ୍ଦ୍ରା

ଭୋପାଳ,୨୩।୮: ମଧ୍ୟପ୍ରଦେଶ ଧାର ଜିଲାରେ ଜଣେ ପିତା ପୁଅ ପରୀକ୍ଷା ଦେବା ପାଇଁ ଦୀର୍ଘ ୧୦୫ କିଲୋମିଟର ସାଇକେଲ ଚଲାଇବା ଘଟଣା ନିକଟରେ ସୋସିଆଲ ମିଡିଆରେ...

ସିଂହ ସହ କରୁଥିଲେ ଭିଡିଓ, ପାଇଲେ ପାନେ

କୁହାଯାଏ, ଦୂରରୁ ବି ସିଂହ ଭୟଙ୍କର। ସେଥିପାଇଁ ଏମାନଙ୍କୁ ପଞ୍ଜୁରି ଭିତରେ ରଖାଯାଏ। ଏବେ ଆଫ୍ରିକୀୟ ପ୍ରାଣୀ ଉଦ୍ୟାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

Advertisement
Archives

Model This Week