ସବୁଜ ଅର୍ଥନୀତିର ପଥପ୍ରଦର୍ଶକ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ
ପ୍ରଖ୍ୟାତ ଭାରତୀୟ ପରିବେଶ ଅର୍ଥଶାସ୍ତ୍ରୀ ତଥା ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ର ଗୁଡ୍‌ଓ୍ବିଲ ଆମ୍ବାସାଡର ପବନ ସୁଖଦେବ ୨୦୨୦ର ଟାଇଲର୍‌ ପୁରସ୍କାର ପାଇବାକୁ ଯୋଗ୍ୟ ହୋଇପାରିଛନ୍ତି। ଗ୍ରୀନ୍‌ ଇକୋନୋମୀ ବା ସବୁଜ ଅର୍ଥନୀତି କ୍ଷେତ୍ରରେ ଅଭୂତପୂର୍ବ ଯୋଗଦାନ ପାଇଁ ସେ ଏହି ପୁରସ୍କାର ବିଜେତା ହୋଇଛନ୍ତି। ୫୯ ବର୍ଷୀୟ ସୁଖଦେବଙ୍କ ସହ ଷ୍ଟାନଫୋର୍ଡ ୟୁନିଭର୍ସିଟିର ଜୀବ ବିଜ୍ଞାନୀ ପ୍ରଫେସର ଗ୍ରେସନ ସି. ଡେଲି ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତିି। ସୁଖଦେବଙ୍କ ସହ ଡେଲି ମେ’ ୧ରେ ନ୍ୟୁୟର୍କରେ ଆୟୋଜିତ ଏକ ସମାରୋହରେ ଏହି ପୁରସ୍କାର ଗ୍ରହଣ କରିବେ। ଏହି ପୁରସ୍କାର ବାବଦରେ ଦୁଇଜଣଙ୍କୁ ସ୍ବର୍ଣ୍ଣ ପଦକ ଓ ଦୁଇଲକ୍ଷ ଡଲାର ମଧ୍ୟ ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ ଯେ,ପରିବେଶ ସୁରକ୍ଷା ଦିଗରେ ଅମୂଲ୍ୟ ଯୋଗଦାନ ସକାଶେ ୧୯୭୩ରେ ଜନ୍‌ ଆଣ୍ଡ୍‌ ଏଲିସ ଟାଇଲରଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ପୁରସ୍କାର ୟୁନିଭର୍ସିଟି ଅଫ୍‌ ସଦର୍ନ କାଲିଫର୍ଣ୍ଣିଆ ପକ୍ଷରୁ ଦିଆଯାଇଆସୁଅଛି।
ପବନ ସୁଖଦେବ ୨୦୦୮ରେ ‘ପରିବେଶ ଓ ଜୈବବିବିଧତାର ଅର୍ଥନୀତି’( ଦି ଇକୋନୋମିକ୍ସ ଅଫ୍‌ ଏନ୍‌ଭାଇରନ୍‌ମେଣ୍ଟ ଆଣ୍ଡ୍‌ ବାୟୋଡାଇଭର୍ସିଟି ,ଟିଇଇବି) ରିପୋର୍ଟ ପ୍ରକାଶ କରିଥିଲେ। ଟିଇଇବି ଜୈବବିଧତା ଧ୍ୱଂସ ହେବା ଦ୍ୱାରା ବିଶ୍ୱ ଅର୍ଥବ୍ୟବସ୍ଥାରେ ହେଉଥିବା କ୍ଷତି ଉପରେ ଦୃଷ୍ଟି ଆକର୍ଷଣ କରିଥିଲା। ସବୁଜ ଅର୍ଥନୀତି ସମ୍ପଦ, ନିଯୁକ୍ତି ଓ ଦାରିଦ୍ର୍ୟ ହ୍ରାସ କରିବାରେ ସହାୟକ ବୋଲି ଦର୍ଶାଇଛନ୍ତି ସୁଖଦେବ। ସବୁଜ ଅର୍ଥନୀତି କ୍ଷେତ୍ରରେ ସରକାର ଓ କର୍ପୋରେଶନଗୁଡିକୁ ଲଗାତର ସହଯୋଗ କରିଆସୁଥିବା ସୁଖଦେବଙ୍କୁ ୨୦୧୨ରେ ୟୁଏନ୍‌ଇପି ଦ୍ୱାରା ଏହାର ଗୁଡଓ୍ବିଲ ଆମ୍ବାସାଡର ଭାବେ ନିଯୁକ୍ତି ଦିଆଯାଇଥିଲା। ଏହା ପୂର୍ବରୁ ୨୦୧୦ରେ ତାଙ୍କୁ ଏନଭାଇରନ୍‌ମେଣ୍ଟ ଫାଇନାନ୍ସ ଦ୍ୱାରା ବର୍ଷର ଶ୍ରେଷ୍ଠ ବ୍ୟକ୍ତିତ୍ୱ ଭାବେ ଚୟନ କରାଯାଇଥିଲା। ୨୦୧୧ରେ ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇକୋଲୋଜି ଆଣ୍ଡ୍‌ ଏନଭାଇରନ୍‌ମେଣ୍ଟ (ଆଇଇଏମ୍‌)ଦ୍ୱାରା ପୁରସ୍କୃତ କରାଯାଇଥିଲା। ୨୦୧୧ରୁ ୨୦୧୪ ଯାଏ ୟେଲ୍‌ ବିଶ୍ୱବିଦ୍ୟାଳୟର ଭିଜିଟିଂ ଫେଲୋ ଥିଲେ।
ନବେ ଦଶକର ମଧ୍ୟଭାଗରେ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ମୁଦ୍ରା, ସୁଧହାର, ବଜାର କ୍ଷେତ୍ରରେ ଉନ୍ନତି ଆଣିବାରେ ସେ ଅନବରତ ପ୍ରୟାସ କରିଥିଲେ। ଅର୍ଥନୀତିରେ ଦେଶର ବିକାଶ ଲାଗି ସେ ଭାରତୀୟ ରିଜର୍ଭ ବ୍ୟାଙ୍କର ବହୁ କିମିଟିର ସଦସ୍ୟ ରହିଆସିଛନ୍ତିି। ସେ ୧୯୯୪ରେ ଡ୍ୟୁଶ ବ୍ୟାଙ୍କରେ ପ୍ରଥମେ ଭାରତରେ ତା’ର ଗ୍ଲୋବାଲ ମାର୍କେଟ ଡିଭିଜନରେ ଯୋଗଦେବା ପରେ ଭାରତରେ ଫିକ୍ସଡ ଇନ୍‌କମ ବିଜନେସ ଆରମ୍ଭ କରିଥିଲେ। ଏହି ବ୍ୟାଙ୍କରେ ୧୪ ବର୍ଷ କାର୍ଯ୍ୟକରିବା ପରେ ୟୁଏନ୍‌ଇପିର ସବୁଜ ଅର୍ଥବ୍ୟବସ୍ଥା ତଥା ଟିଇଇବି ପ୍ରୋଜେକ୍ଟ ଉପରେ ଅନୁଧ୍ୟାନ କରିବା ଆରମ୍ଭ କରିଥିଲେ। ସେ ଡାଭୋସ ସମ୍ମିଳନୀରେ ନିଜର ବକ୍ତବ୍ୟ ମଧ୍ୟ ପ୍ରଦାନ କରିଛନ୍ତି। ସବୁଜ ଅର୍ଥବ୍ୟବସ୍ଥା ପାଇଁ ସହଯୋଗ ବୃଦ୍ଧିକରିବା ଲକ୍ଷ୍ୟରେ ସେ ରିଓ ସମ୍ମିଳନୀରେ ୨୦୧୨ରେ ଆରମ୍ଭ କରିଥିଲେ ‘କର୍ପୋରେଶନ ୨୦୨୦’ ଅଭିଯାନ। ସେ ୨୦୧୭ରୁ ଓ୍ବାଲର୍‌ଡ ଓ୍ବାଇଡ୍‌ ଫଣ୍ଡ୍‌ ଫର ନେଚର୍‌ର ଅଧ୍ୟକ୍ଷ ରହିଛନ୍ତି। ଏହି ପଦରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ୨୦୨୧ରେ ଶେଷ ହେବ।
ପବନ ଲେଖାଲେଖିରେ ରୁଚି ରଖନ୍ତି। ୨୦୧୨ରେ ‘କର୍ପୋରେଶନ ୨୦୨୦’ ଉପରେ ଦୁଇଟି ପୁସ୍ତକ ତାଙ୍କ ଲେଖକୀୟ ପରିଚୟ ପ୍ରଦାନ କରେ। ଏହାବ୍ୟତୀତ ସେ ପରିବେଶ, ଜୈବବିବିଧତା, ସବୁଜ ଅର୍ଥନୀତି ଆଦି କ୍ଷେତ୍ରରେ ସୁଧାର ଆଣିବା ଲାଗି ଅନେକ ବହି ମଧ୍ୟ ଲେଖିତ୍ଛନ୍ତି। ୨୦୦୦ରୁ ସେ କ୍ରମାଗତ ଭାବେ ଖବରକାଗଜ ଓ ପତ୍ରିକା ପାଇଁ ଲେଖିତ୍ଆସୁଛନ୍ତି। ତାଙ୍କ ଦ୍ୱାରା ପ୍ରକାଶିତ ‘ଗ୍ରୀନ ଜିଡିପି’ ଭାରତରେ ବେଶ୍‌ ଆଦୃତ।
୩୦ ମାର୍ଚ୍ଚ ୧୯୬୦ ରେ ଦିଲ୍ଲୀରେ ପବନଙ୍କ ଜନ୍ମ । ତାଙ୍କ ପିଲାବେଳ ଦିଲ୍ଲୀରେ କଟିଛି। ସେ ଦିଲ୍ଲୀରେ ବି ପଢିଛନ୍ତି। ପରେ ଜେନେଭାର କଲେଜ ଡୁ ଲେମ୍ୟାନ ଓ ଇଂଲଣ୍ଡର ଡୋଭର କଲେଜରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି। ୧୯୮୧ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ସେ ଜଣେ ଗବେଷକ ହେବା ବଦଳରେ ବ୍ୟାଙ୍କର ଭାବେ କ୍ୟାରିୟର ଆରମ୍ଭ କରିବାକୁ ସ୍ଥିର କରିଥିଲେ। ତାଙ୍କ ବାପା ଜଣେ ଆଇପିଏସ୍‌ ଅଫିସର ଥିଲେ। ‘ଭଲ କାମରୁ ସୁନାମ ମିଳେ’ ବୋଲି ସେ ସବୁବେଳେ କହୁଥିଲେ। ବାପାଙ୍କ ଏହି ଚିନ୍ତାଧାରାରେ ସେ ଚାଲିଛନ୍ତି ଓ ଆଜି ଟାଇଲର୍‌ ପୁରସ୍କାର ପାଇବା ଲାଗି ଯୋଗ୍ୟ ହୋଇପାରିଛନ୍ତି ବୋଲିି କୁହନ୍ତି ପବନ। ‘କଠିନ ପରିଶ୍ରମ କରି ପଢ଼ ଓ ଭଲ କର’ ମା’ଙ୍କ ଏହି କଥା ତାଙ୍କୁ ଅନେକ ବାଟ ନେଇଆସିଛି । ପିଲାବେଳେ ପରିବାର ସହ ପ୍ରତି ଖରାଦିନେ ସେ ଶିମ୍‌ଲା, ମସୌରୀ ଓ ନୈନିତାଲକୁ ବୁଲିଯାଉଥିଲେ। ଏହା ତାଙ୍କୁ ପରିବେଶ ପ୍ରେମୀ କରାଇବାରେ ବହୁ ସାହାଯ୍ୟ କରିଛି। ୧୯୮୬ରେ ସେ ବିନତିଙ୍କୁ ବିବାହ କରିଥିଲେ। ସ୍ତ୍ରୀଙ୍କ ସହ ବହୁସମୟରେ କାଜିରଙ୍ଗା ବୁଲିବାକୁ ଯାଇଥାଆନ୍ତି। ତେବେ ଫାଇନାନ୍ସିଆଲ ମାର୍କେଟ ଭିତରେ ରହି ପରିବେଶ କଥା ବି ଚିନ୍ତା କରିପାରିନଥିଲେ। କିନ୍ତୁ ତାଙ୍କ ବଡ ଝିଅ ମହିମା ପୁଣି ପରିବେଶ ଆଡକୁ ଫେରିବାକୁ ବାଧ୍ୟ କରିଥିଲା। ପରିବେଶର ପ୍ରଭାବ ଥରେ ଜୀବନକୁ ଛୁଇଁଲେ ତାହା ପୂରା ଜୀବନକୁ ବଦଳାଇଦିଏ , ଯାହା ତାଙ୍କ କ୍ଷେତ୍ରରେ ଘଟିଛି ବୋଲି କୁହନ୍ତି ପବନ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri