ସବୁଜ ଅର୍ଥନୀତିର ପଥପ୍ରଦର୍ଶକ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ
ପ୍ରଖ୍ୟାତ ଭାରତୀୟ ପରିବେଶ ଅର୍ଥଶାସ୍ତ୍ରୀ ତଥା ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ର ଗୁଡ୍‌ଓ୍ବିଲ ଆମ୍ବାସାଡର ପବନ ସୁଖଦେବ ୨୦୨୦ର ଟାଇଲର୍‌ ପୁରସ୍କାର ପାଇବାକୁ ଯୋଗ୍ୟ ହୋଇପାରିଛନ୍ତି। ଗ୍ରୀନ୍‌ ଇକୋନୋମୀ ବା ସବୁଜ ଅର୍ଥନୀତି କ୍ଷେତ୍ରରେ ଅଭୂତପୂର୍ବ ଯୋଗଦାନ ପାଇଁ ସେ ଏହି ପୁରସ୍କାର ବିଜେତା ହୋଇଛନ୍ତି। ୫୯ ବର୍ଷୀୟ ସୁଖଦେବଙ୍କ ସହ ଷ୍ଟାନଫୋର୍ଡ ୟୁନିଭର୍ସିଟିର ଜୀବ ବିଜ୍ଞାନୀ ପ୍ରଫେସର ଗ୍ରେସନ ସି. ଡେଲି ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତିି। ସୁଖଦେବଙ୍କ ସହ ଡେଲି ମେ’ ୧ରେ ନ୍ୟୁୟର୍କରେ ଆୟୋଜିତ ଏକ ସମାରୋହରେ ଏହି ପୁରସ୍କାର ଗ୍ରହଣ କରିବେ। ଏହି ପୁରସ୍କାର ବାବଦରେ ଦୁଇଜଣଙ୍କୁ ସ୍ବର୍ଣ୍ଣ ପଦକ ଓ ଦୁଇଲକ୍ଷ ଡଲାର ମଧ୍ୟ ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ ଯେ,ପରିବେଶ ସୁରକ୍ଷା ଦିଗରେ ଅମୂଲ୍ୟ ଯୋଗଦାନ ସକାଶେ ୧୯୭୩ରେ ଜନ୍‌ ଆଣ୍ଡ୍‌ ଏଲିସ ଟାଇଲରଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ପୁରସ୍କାର ୟୁନିଭର୍ସିଟି ଅଫ୍‌ ସଦର୍ନ କାଲିଫର୍ଣ୍ଣିଆ ପକ୍ଷରୁ ଦିଆଯାଇଆସୁଅଛି।
ପବନ ସୁଖଦେବ ୨୦୦୮ରେ ‘ପରିବେଶ ଓ ଜୈବବିବିଧତାର ଅର୍ଥନୀତି’( ଦି ଇକୋନୋମିକ୍ସ ଅଫ୍‌ ଏନ୍‌ଭାଇରନ୍‌ମେଣ୍ଟ ଆଣ୍ଡ୍‌ ବାୟୋଡାଇଭର୍ସିଟି ,ଟିଇଇବି) ରିପୋର୍ଟ ପ୍ରକାଶ କରିଥିଲେ। ଟିଇଇବି ଜୈବବିଧତା ଧ୍ୱଂସ ହେବା ଦ୍ୱାରା ବିଶ୍ୱ ଅର୍ଥବ୍ୟବସ୍ଥାରେ ହେଉଥିବା କ୍ଷତି ଉପରେ ଦୃଷ୍ଟି ଆକର୍ଷଣ କରିଥିଲା। ସବୁଜ ଅର୍ଥନୀତି ସମ୍ପଦ, ନିଯୁକ୍ତି ଓ ଦାରିଦ୍ର୍ୟ ହ୍ରାସ କରିବାରେ ସହାୟକ ବୋଲି ଦର୍ଶାଇଛନ୍ତି ସୁଖଦେବ। ସବୁଜ ଅର୍ଥନୀତି କ୍ଷେତ୍ରରେ ସରକାର ଓ କର୍ପୋରେଶନଗୁଡିକୁ ଲଗାତର ସହଯୋଗ କରିଆସୁଥିବା ସୁଖଦେବଙ୍କୁ ୨୦୧୨ରେ ୟୁଏନ୍‌ଇପି ଦ୍ୱାରା ଏହାର ଗୁଡଓ୍ବିଲ ଆମ୍ବାସାଡର ଭାବେ ନିଯୁକ୍ତି ଦିଆଯାଇଥିଲା। ଏହା ପୂର୍ବରୁ ୨୦୧୦ରେ ତାଙ୍କୁ ଏନଭାଇରନ୍‌ମେଣ୍ଟ ଫାଇନାନ୍ସ ଦ୍ୱାରା ବର୍ଷର ଶ୍ରେଷ୍ଠ ବ୍ୟକ୍ତିତ୍ୱ ଭାବେ ଚୟନ କରାଯାଇଥିଲା। ୨୦୧୧ରେ ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇକୋଲୋଜି ଆଣ୍ଡ୍‌ ଏନଭାଇରନ୍‌ମେଣ୍ଟ (ଆଇଇଏମ୍‌)ଦ୍ୱାରା ପୁରସ୍କୃତ କରାଯାଇଥିଲା। ୨୦୧୧ରୁ ୨୦୧୪ ଯାଏ ୟେଲ୍‌ ବିଶ୍ୱବିଦ୍ୟାଳୟର ଭିଜିଟିଂ ଫେଲୋ ଥିଲେ।
ନବେ ଦଶକର ମଧ୍ୟଭାଗରେ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ମୁଦ୍ରା, ସୁଧହାର, ବଜାର କ୍ଷେତ୍ରରେ ଉନ୍ନତି ଆଣିବାରେ ସେ ଅନବରତ ପ୍ରୟାସ କରିଥିଲେ। ଅର୍ଥନୀତିରେ ଦେଶର ବିକାଶ ଲାଗି ସେ ଭାରତୀୟ ରିଜର୍ଭ ବ୍ୟାଙ୍କର ବହୁ କିମିଟିର ସଦସ୍ୟ ରହିଆସିଛନ୍ତିି। ସେ ୧୯୯୪ରେ ଡ୍ୟୁଶ ବ୍ୟାଙ୍କରେ ପ୍ରଥମେ ଭାରତରେ ତା’ର ଗ୍ଲୋବାଲ ମାର୍କେଟ ଡିଭିଜନରେ ଯୋଗଦେବା ପରେ ଭାରତରେ ଫିକ୍ସଡ ଇନ୍‌କମ ବିଜନେସ ଆରମ୍ଭ କରିଥିଲେ। ଏହି ବ୍ୟାଙ୍କରେ ୧୪ ବର୍ଷ କାର୍ଯ୍ୟକରିବା ପରେ ୟୁଏନ୍‌ଇପିର ସବୁଜ ଅର୍ଥବ୍ୟବସ୍ଥା ତଥା ଟିଇଇବି ପ୍ରୋଜେକ୍ଟ ଉପରେ ଅନୁଧ୍ୟାନ କରିବା ଆରମ୍ଭ କରିଥିଲେ। ସେ ଡାଭୋସ ସମ୍ମିଳନୀରେ ନିଜର ବକ୍ତବ୍ୟ ମଧ୍ୟ ପ୍ରଦାନ କରିଛନ୍ତି। ସବୁଜ ଅର୍ଥବ୍ୟବସ୍ଥା ପାଇଁ ସହଯୋଗ ବୃଦ୍ଧିକରିବା ଲକ୍ଷ୍ୟରେ ସେ ରିଓ ସମ୍ମିଳନୀରେ ୨୦୧୨ରେ ଆରମ୍ଭ କରିଥିଲେ ‘କର୍ପୋରେଶନ ୨୦୨୦’ ଅଭିଯାନ। ସେ ୨୦୧୭ରୁ ଓ୍ବାଲର୍‌ଡ ଓ୍ବାଇଡ୍‌ ଫଣ୍ଡ୍‌ ଫର ନେଚର୍‌ର ଅଧ୍ୟକ୍ଷ ରହିଛନ୍ତି। ଏହି ପଦରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ୨୦୨୧ରେ ଶେଷ ହେବ।
ପବନ ଲେଖାଲେଖିରେ ରୁଚି ରଖନ୍ତି। ୨୦୧୨ରେ ‘କର୍ପୋରେଶନ ୨୦୨୦’ ଉପରେ ଦୁଇଟି ପୁସ୍ତକ ତାଙ୍କ ଲେଖକୀୟ ପରିଚୟ ପ୍ରଦାନ କରେ। ଏହାବ୍ୟତୀତ ସେ ପରିବେଶ, ଜୈବବିବିଧତା, ସବୁଜ ଅର୍ଥନୀତି ଆଦି କ୍ଷେତ୍ରରେ ସୁଧାର ଆଣିବା ଲାଗି ଅନେକ ବହି ମଧ୍ୟ ଲେଖିତ୍ଛନ୍ତି। ୨୦୦୦ରୁ ସେ କ୍ରମାଗତ ଭାବେ ଖବରକାଗଜ ଓ ପତ୍ରିକା ପାଇଁ ଲେଖିତ୍ଆସୁଛନ୍ତି। ତାଙ୍କ ଦ୍ୱାରା ପ୍ରକାଶିତ ‘ଗ୍ରୀନ ଜିଡିପି’ ଭାରତରେ ବେଶ୍‌ ଆଦୃତ।
୩୦ ମାର୍ଚ୍ଚ ୧୯୬୦ ରେ ଦିଲ୍ଲୀରେ ପବନଙ୍କ ଜନ୍ମ । ତାଙ୍କ ପିଲାବେଳ ଦିଲ୍ଲୀରେ କଟିଛି। ସେ ଦିଲ୍ଲୀରେ ବି ପଢିଛନ୍ତି। ପରେ ଜେନେଭାର କଲେଜ ଡୁ ଲେମ୍ୟାନ ଓ ଇଂଲଣ୍ଡର ଡୋଭର କଲେଜରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି। ୧୯୮୧ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ସେ ଜଣେ ଗବେଷକ ହେବା ବଦଳରେ ବ୍ୟାଙ୍କର ଭାବେ କ୍ୟାରିୟର ଆରମ୍ଭ କରିବାକୁ ସ୍ଥିର କରିଥିଲେ। ତାଙ୍କ ବାପା ଜଣେ ଆଇପିଏସ୍‌ ଅଫିସର ଥିଲେ। ‘ଭଲ କାମରୁ ସୁନାମ ମିଳେ’ ବୋଲି ସେ ସବୁବେଳେ କହୁଥିଲେ। ବାପାଙ୍କ ଏହି ଚିନ୍ତାଧାରାରେ ସେ ଚାଲିଛନ୍ତି ଓ ଆଜି ଟାଇଲର୍‌ ପୁରସ୍କାର ପାଇବା ଲାଗି ଯୋଗ୍ୟ ହୋଇପାରିଛନ୍ତି ବୋଲିି କୁହନ୍ତି ପବନ। ‘କଠିନ ପରିଶ୍ରମ କରି ପଢ଼ ଓ ଭଲ କର’ ମା’ଙ୍କ ଏହି କଥା ତାଙ୍କୁ ଅନେକ ବାଟ ନେଇଆସିଛି । ପିଲାବେଳେ ପରିବାର ସହ ପ୍ରତି ଖରାଦିନେ ସେ ଶିମ୍‌ଲା, ମସୌରୀ ଓ ନୈନିତାଲକୁ ବୁଲିଯାଉଥିଲେ। ଏହା ତାଙ୍କୁ ପରିବେଶ ପ୍ରେମୀ କରାଇବାରେ ବହୁ ସାହାଯ୍ୟ କରିଛି। ୧୯୮୬ରେ ସେ ବିନତିଙ୍କୁ ବିବାହ କରିଥିଲେ। ସ୍ତ୍ରୀଙ୍କ ସହ ବହୁସମୟରେ କାଜିରଙ୍ଗା ବୁଲିବାକୁ ଯାଇଥାଆନ୍ତି। ତେବେ ଫାଇନାନ୍ସିଆଲ ମାର୍କେଟ ଭିତରେ ରହି ପରିବେଶ କଥା ବି ଚିନ୍ତା କରିପାରିନଥିଲେ। କିନ୍ତୁ ତାଙ୍କ ବଡ ଝିଅ ମହିମା ପୁଣି ପରିବେଶ ଆଡକୁ ଫେରିବାକୁ ବାଧ୍ୟ କରିଥିଲା। ପରିବେଶର ପ୍ରଭାବ ଥରେ ଜୀବନକୁ ଛୁଇଁଲେ ତାହା ପୂରା ଜୀବନକୁ ବଦଳାଇଦିଏ , ଯାହା ତାଙ୍କ କ୍ଷେତ୍ରରେ ଘଟିଛି ବୋଲି କୁହନ୍ତି ପବନ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri