ସବୁଜିମା ଫେରିବା ନେଇ ଆଶଙ୍କା: ଚାରା ନେବାକୁ ଆଗ୍ରହ ଦେଖାଉନାହାନ୍ତି ସହରୀ ଲୋକ

ପୁରୀ ଅଫିସ, ୮ା୭: ପୁରୀ ଜିଲାକୁ ଏକପ୍ରକାର ଗଛ ଶୂନ୍ୟ କରିଦେଇଛି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ଫନୀ। ବାତ୍ୟାରେ ଜିଲାରେ ଲକ୍ଷ ଲକ୍ଷ ଗଛ ଭାଙ୍ଗିଯିବାରୁ ସବୁଜିମା ନଷ୍ଟ ହୋଇଛି। ବନ ବିଭାଗ ପୁଣି ସବୁଜିମା ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି। ଲୋକଙ୍କୁ ସଚେତନ କରିବା ସହ ମାଗଣା ଚାରା ବାଣ୍ଟିବା ଆରମ୍ଭ କରିଛି। ଗ୍ରାମଞ୍ଚଳରେ ଲୋକମାନେ ଚାରା ନେବାକୁ ଆଗ୍ରହ ପ୍ରକାଶ କରୁଥିବାବେଳେ ସହରୀ ମଣିଷ ବାଡ଼ିବଗିଚାରେ ଗଛଟିଏ ଲଗାଇବାକୁ ସେତେଟା ଆଗ୍ରହ ଦେଖାଉ ନାହାନ୍ତି। ଜିଲାର ବିଭିନ୍ନ ସ୍ଥାନରେ ଗତ ୧ ତାରିଖଠାରୁ ଚାରା ବିତରଣ କେନ୍ଦ୍ର ଖୋଲିଥିବା ବେଳେ କାଗଜପତ୍ରରୁ ଏହି ତଥ୍ୟ ଜଣାପଡ଼ିଛି। ପୁଣି ଲୋକଙ୍କ ଚାହିଦା ମୁତାବକ ଚାରା (ଆମ୍ବ, ପଣସ, ନଡ଼ିଆ ଆଦି ଫଳଚାରା)ବି ବିତରଣ କେନ୍ଦ୍ରରେ ଉପଲବ୍ଧ ହେଉ ନାହିଁ। ତେବେ ବନ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ଚାରା ଅଣାଯାଇ ଭିଆଇପି ରୋଡ଼ ବନାନୀ ପରିସରରେ ଗଛିତ ରଖାଯାଇଥିଲେ ମଧ୍ୟ ବଣ୍ଟନ ଏତେଟା ଉତ୍ସାହଜନକ ହେଉନାହିଁ। ଫଳରେ ସବୁଜିମା ଫେରିବା ନେଇ ଆଶଙ୍କା ଦେଖାଦେଇଛି।
ବାତ୍ୟାରେ ଲକ୍ଷ ଲକ୍ଷ ଗଛ ଭାଙ୍ଗିଯବାରୁ ଶ୍ରୀହୀନ ଦେଖାଯାଉଥିଲା ପୁରୀ। ବିଶେଷକରି ପୁରୀ-କୋଣାର୍କ ରାସ୍ତା ପାର୍ଶ୍ୱସ୍ଥ ୮୭ ବର୍ଗକିମି ପରିବ୍ୟାପ୍ତ ବାଲୁଖଣ୍ଡ ଅଭୟାରଣ୍ୟ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଥିଲା। ପ୍ରାୟ ୫ ହଜାର ହେକ୍ଟର ଅଞ୍ଚଳର ଲକ୍ଷାଧିକ ଗଛ ଧରାଶାୟୀ ହୋଇପଡିଥିଲା। ସେହିପରି ଜିଲାରେ ବ୍ୟାପକ ମାତ୍ରାରେ କାଜୁ ବଗିଚା ଓ ନଡ଼ିଆ ବଗିଚା ଛାରଖାର ହୋଇଯାଇଥିଲା। ତେଣୁ ଜିଲାରରେ ସବୁଜିମା ଫେରାଇ ଆଣିବା ଲାଗି ପୁରୀ ବନଖଣ୍ଡ ପକ୍ଷରୁ ଲୋକଙ୍କୁ ମାଗଣାରେ ଚାରା ବିତରଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ପୁରୀ ବନମଣ୍ଡଳ ଅଧୀନସ୍ଥ କୋଣାର୍କ, ସାକ୍ଷୀଗୋପାଳ, ବ୍ରହ୍ମଗିରି, ଅସ୍ତରଙ୍ଗ, ଗୋପ ଏବଂ ପୁରୀ ସହରରେ ଚାରା ବିତରଣ କେନ୍ଦ୍ର ଖୋଲାଯାଇଛି। ପୁରୀ ସହରର ବଳଗଣ୍ଡି ଛକ ଏବଂ ଭିଆଇପି ରୋଡ (ବନ ବିଭାଗ ବନାନୀ ନିକଟ)ରେ ଖୋଲିଛି ୨ଟି କେନ୍ଦ୍ରରେ ଝାଉଁ, ପାଟୋଳି, ନିମ୍ବ, ଚାକୁଣ୍ଡା, କୁକୁମ, କୁତ୍ରଞ୍ଜିବା, ଅର୍ଜୁନ, ଜାମୁ, କଦମ୍ବ, ଶିଶୁ ପ୍ରଭୃତି ଜଙ୍ଗଲୀ ଚାରା ଉପଲବ୍ଧ ହେଉଛି। ଗ୍ରାମାଞ୍ଚଳ ଲୋକଙ୍କୁ ୧୦ଟି ଏବଂ ସହରାଞ୍ଚଳ ଲୋକଙ୍କୁ ୫ଟି ଚାରା ଦେବାକୁ ନିଷ୍ପତ୍ତି ହୋଇଛି। ଠିକଣା ଦେଇ ଜଣେ ବ୍ୟକ୍ତି ଚରା ନେଇପାରିବ ବୋଲି ବିଭାଗ ପକ୍ଷରୁ ଗାଇଡ୍‌ଲାଇନ ରଖାଯାଇଛି। ତେବେ ୭ ତାରିଖ ସୁଦ୍ଧା ଭିଆଇପି ରୋଡ କେନ୍ଦ୍ରକୁ ମାତ୍ର ୨୮୫ ଜଣ ଲୋକ ଚାରା ନେବାକୁ ଆସିଛନ୍ତି। ଏହି ୭ ଦିନରେ ମୋଟ ୨,୪୯୯ଟି ଚାରା ବଣ୍ଟନ କରାଯାଇଛି। ତେଣୁ ଏହି ସଂଖ୍ୟା ହିଁ ଲୋକଙ୍କ ମଧ୍ୟରେ ବୃକ୍ଷରୋପଣ କରିବାର ମାନସିକତା କମ୍‌ ଥିବା ସ୍ପଷ୍ଟ କରୁଛି। ମାଗଣାରେ ମିଳୁଥିଲେ ବି ବିଶେଷକରି ସହରୀ ମଣିଷ ଏଥିପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ଗ୍ରାମାଞ୍ଚଳ ଲୋକେ ସେମିତି ଏତେଟା ବାଛବିଚାର କରୁନାହାନ୍ତି। ବାଡିରୁ ଗଛ ଶୂନ୍ୟ ହୋଇଯାଇଥିବାରୁ ଯେ କୌଣସି ଗଛ ଲଗାଇବାକୁ ପାଇଁ ଚାରା ନେଉଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଲୋକେ ବିଶେଷ ଭାବେ ଫଳ ଚାରା ପ୍ରତି ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଆମ୍ବ, ପଣସ, ନଡ଼ିଆ ଚାରା ଖୋଜୁଛନ୍ତି। କିନ୍ତୁ ଏ ସବୁ ଚାରା ବିତରଣ କେନ୍ଦ୍ରରେ ଉପଲବ୍ଧ ହେଉନାହିଁ। ଯେ ହେତୁ ବନ ବିଭାଗ ପକ୍ଷରୁ ଏହି କେନ୍ଦ୍ର ଖୋଲାଯାଇଛି ତେଣୁ ଏହିସବୁ ଫଳ ଚାରା ନ ମିଳିବା ସ୍ବାଭାବିକ। ଉଦ୍ୟାନ କୃଷି ବିଭାଗ ଯଦି ଲୋକଙ୍କ ଚାହିଦା ମୁତାବକ ଫଳ ଚାରା ଯୋଗାଇ ଦିଅନ୍ତା ତେବେ ବନ ବିଭାଗର ଏହି ଉଦ୍ଦେଶ୍ୟ ଫଳପ୍ରଦ ହୋଇପାରନ୍ତା ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସୋମବାର ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ୨ଟି ଟ୍ରକ୍‌ ଯୋଗେ ବିଭିନ୍ନ ପ୍ରକାର ଚାରା ଆସି ପହଞ୍ଚତ୍ଛି। ବନାନୀ ପରିସରରେ ଏସବୁ ଚାରା ରଖାଯାଇଛି। ଆନ୍ଧ୍ରପ୍ରଦେଶରୁ ୯୫୧ ଏବଂ ପଶ୍ଚିମବଙ୍ଗରୁ ୫୫୭ଟି ଚାରା ଆସିଛି। ଏଥିରେ ବର, ଅଶ୍ୱସ୍ତ, ବଉଳ, ଜାମୁ, ମେହନାଦ, ପିପଳ, କରଞ୍ଜ, ନିମ୍ବ, ପାଟୋଳି ପ୍ରଭୃତି ଚାରା ଆସିଥିବା ଜଣାପଡିଛି। ସେହିପରି ବନ ବିଭାଗର ଖୋର୍ଦ୍ଧା ଡିଭିଜନରୁ ଶିଶୁ, ଅର୍ଜୁନ, କରଞ୍ଜ ଏବଂ ରାୟପୁରରୁ ଝାଉଁ ଚାରା ଆସିଛି। ଏଗୁଡ଼ିକୁ ଲୋକେ ନେଇ ନିଜ ବାଡ଼ିବଗିଚାରେ ଲଗାଇ ଉପଯୁକ୍ତ ଯତ୍ନ ନେବାକୁ ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଆଳୁ ସଙ୍କଟ, ଓଡ଼ିଶାରେ ହାହାକାର

ଭୁବନେଶ୍ୱର,୨୭।୭: ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢୁଛି । କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା...

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri