କେନ୍ଦୁଝର,୨୨ା୭(ଦୀପକ ମିଶ୍ର)-ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର କେନ୍ଦୁଝର ଜିଲା। ଶିଳ୍ପାୟନ ଓ ଖଣିଖନନ ପାଇଁ ଲକ୍ଷ ଲକ୍ଷ ବୃକ୍ଷରାଜି ନଷ୍ଟ ହେଉଛି। ସାମାଜିକ ବନୀକରଣ ଏଠାରେ ଆଶାନୁରୂପ ହୋଇପାରୁ ନ ଥିବା ଅଭିଯୋଗ ହେଉଥିବାବେଳେ ସବୁଜିମା ନିଶାରେ ମସଗୁଲ ହୋଇ ପଡ଼ିଛନ୍ତି ରମେଶ ଚନ୍ଦ୍ର ମିଶ୍ର। ବୃକ୍ଷମାନବ ଭାବେ ପରିଚିତ ଏହି ପ୍ରକୃତିପ୍ରେମୀ ଜଣକ ପରିବେଶ ସନ୍ତୁଳନ ପାଇଁ ନିଜ ପେନସନ ଅର୍ଥ ବ୍ୟୟ କରୁଛନ୍ତି। କେବଳ ନିଜେ ଗଛ ଲଗାଇବା କାମରେ ଅଟକି ଯାଇନାହାନ୍ତି ସେ । ଗାଁ ଗାଁ ବୁଲି ଚାରା ବାଣ୍ଟି ସବୁଜବନାନୀ ସୃଷ୍ଟି କରିବାରେ ଲାଗି ପଡ଼ିଛନ୍ତି। ବର୍ଷା ଦିନ ଆରମ୍ଭ ହେଲେ ସାଧାରଣ ଲୋକଙ୍କୁ ସେ ଚାରାରୋପଣ ପାଇଁ ପ୍ରବର୍ତ୍ତାଉଥିବା ବେଳେ ମାଗଣାରେ ଚାରା ମଧ୍ୟ ପ୍ରଦାନ କରୁଛନ୍ତି। ରମେଶ, ତାଙ୍କ ନିଜ ଗାଁ ଜଘିଂରାରେ ବୃକ୍ଷ ଗଙ୍ଗା ଅଭିଯାନ ଆରମ୍ଭ କରି ଅଦ୍ୟାବଧି ୫ଲକ୍ଷ ଚାରା ବାଣ୍ଟି ସାରିଲେଣି। ଏହାକୁ ଆହୁରି ବ୍ୟାପକ କରିବାକୁ ୬ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଅଭିଯାନ ଚଳାଇଛନ୍ତି।
ଶିକ୍ଷକତାରୁ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ରମେଶ ପରେ ବ୍ୟାଙ୍କ କର୍ମଚାରୀ ଭାବେ କାର୍ଯ୍ୟ କରିଥିଲେ ା ଅବସର ପରେ ବୃକ୍ଷ ପ୍ରତି ଥିବା ତାଙ୍କର ଭଲ ପାଇବା ଆହୁରି ଅଧିକ ପରିସ୍ଫୁଟ ହୋଇଥିଲା ା କାଜୁ, ଶାଗୁଆନ, ପିଆଶାଳ, ପିଜୁଳି, ଡାଳିମ୍ବ, ଅଁଳା ସହ ଔଷଧୀୟ ବୃକ୍ଷ ଭାବେ ପରିଗଣିତ ନିମ୍ବ, ଅଶୋକ, କରଞ୍ଜ, ହରିଡା, ବାହାଡା ଆଦି ଗଛର ଚାରା ସେ ବିଭିନ୍ନ ଗ୍ରାମର ଯୁବକମାନଙ୍କୁ ଦେଇ ସବୁଜିମା ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏହି ଚାରା ରୋପଣର ସଫଳତାକୁ ନେଇ ସେ ମୂଲ୍ୟାୟନ ଜାରି ରଖିଥିବାବେଳେ ଯେଉଁ ବ୍ୟକ୍ତି ଅଧିକ ଚାରା ଳଗାଇ ସୁରକ୍ଷିତ ଭାବେ ଗଛକୁ ବୃଦ୍ଧି କରିପାରିବେ ତାଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ କରିବାର ମଧ୍ୟ ସେ ବ୍ୟବସ୍ଥା କରିଛନ୍ତି। ରମେଶଙ୍କର ଏହି ନିଆରା ଗଛ ଲଗାଇବାର ନିଶା ସମଗ୍ର ରାଜ୍ୟବାସୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିବାେବେଳେ ଗଛ ଲଗାଇବା ପାଇଁ ଯୁବପିଢ଼ିଙ୍କୁ ସେ ଏଥିପାଇଁ ବିଶେଷ ନିୟୋଜିତ କରିବା ସହ ପ୍ରତ୍ୟେକ ବର୍ଷ ଚାରା ପ୍ରଦାନ ସମୟରେ ସେ ଏକ ସଂକଳ୍ପ ପତ୍ରରେ ଦସ୍ତଖତ କରାଉଛନ୍ତି।
‘ବୃକ୍ଷ ମାନବ’ ଭାବରେ ତାଙ୍କର ପରିଚୟ ଏବେ ଅନେକ ସାଧାରଣ ବ୍ୟକ୍ତିଙ୍କୁ ବନୀକରଣ ପାଇଁ ପ୍ରୋତ୍ସାହିତ କରିଛି ା ବୃକ୍ଷରୋପଣରେ ରମେଶଙ୍କର ସ୍ବତନ୍ତ୍ର ଆଗ୍ରହ କେବଳ ଯେ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ଅଭିପ୍ରେତ ତା ନୁହେଁ ଏକ ସାମାଜିକ ସୁବାର୍ତ୍ତା ଯୋଗାଇ କେନ୍ଦୁଝର ଜିଲାରେ ସବୁଜିମାର ନୂତନ ସ୍ବାକ୍ଷର ବହନ କରିପାରୁଛି ତାଙ୍କର ଏହି ନିରବିଚ୍ଛିନ୍ନ ପ୍ରୟାସ। ରମେଶ କହିଛନ୍ତି ଯେ, ଗତ ୬ ବର୍ଷ ମଧ୍ୟରେ ପାଖାପାଖି ୫ଲକ୍ଷ ଚାରା ପ୍ରଦାନ କରିବା ସହିତ ବୃକ୍ଷରୋପଣକୁ ଏକ ଆନ୍ଦୋଳନରେ ପରିଣତ କରିବା ସହ ଗାୟତ୍ରୀ ପରିବାର ଏଥିପାଇଁ ସମସ୍ତ ସହାୟତା ପ୍ରଦାନ କରିଛନ୍ତି ା ଭବିଷ୍ୟତରେ ଅଧିକରୁ ଅଧିକ ଚାରାରୋପଣ କରାଯିବା ସହିତ କେନ୍ଦୁଝର ପରି ଏକ ଜିଲାରେ ଅଧିକ ଗଛ ଲଗାଇଲେ କ୍ରମେ ବଢ଼ୁଥିବା ତାପମାତ୍ରା ହ୍ରାସ ପାଇବା ସହିତ ପରିବେଶ ସନ୍ତୁଳନ ରକ୍ଷା ହୋଇପାରିବ।
ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…
ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...
PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା
ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...
ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…
ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...
ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ
ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...
ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ
ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...
୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…
ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...
ବୈତରଣୀ ନଦୀ ପାର୍ ହୋଇଆସିଲା ହାତୀ: ଲୋକେ ଭୟଭୀତ
ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...
PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ
ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...
Archives


