‘ସବୁଜିମା ତାଙ୍କ ସ୍ବପ୍ନ ଓ ଲକ୍ଷ୍ୟ’

କେନ୍ଦୁଝର, ୨୬।୧୧(ସ୍ବ.ପ୍ର.)-‘ଗଛ ବଞ୍ଚିଲେ ଆମେ ବଞ୍ଚିବା’ ଏଭଳି ବାର୍ତ୍ତା ଦେଇ ଗାଁ ସମେତ ଆଖପାଖ ଅଞ୍ଚଳରେ ଗଛ ଲଗାଇବା କାମରେ ସେ ଲାଗିପଡ଼ିଛନ୍ତି। ଗତ ୫ ବର୍ଷରେ ୪ ଲକ୍ଷରୁ ଅଧିକ ବୃକ୍ଷ ରୋପଣ କରିଛନ୍ତି। ଏଥିସହ ବିଭିନ୍ନ ଗ୍ରାମ ଓ ଶିକ୍ଷାନୁଷ୍ଠାନକୁ ଯାଇ ସେ ବୃକ୍ଷରୋପଣ ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। ଉଜୁଡ଼ା ପରିବେଶକୁ ସଜାଡ଼ିବା ପାଇଁ ଯୋଜନା କରି ୧୦୮ ଗ୍ରାମରେ ସବୁଜିମା ଫେରାଇ ଆଣିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ପରିବେଶ ସୁରକ୍ଷା ଦିଗରେ ତାଙ୍କର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହ ତାଙ୍କୁ ବୃକ୍ଷ- ମଣିଷ ବୋଲି କହିବାକୁ ପଛାଉ ନାହାନ୍ତି।
ବୃକ୍ଷରୋପଣ କରି ସବୁଜବଳୟ ସୃଷ୍ଟି କରିବା ଲକ୍ଷ୍ୟରେ ନିଜକୁ ଉତ୍ସର୍ଗ କରି କାର୍ଯ୍ୟ କରୁଥିବା ଏହି ବ୍ୟକ୍ତି ହେଲେ ରମେଶ ଚନ୍ଦ୍ର ମିଶ୍ର (୬୪)। ସାଢେ ଛଅ ବର୍ଷ ଶିକ୍ଷକତା ଓ ପରେ ବ୍ୟାଙ୍କ ଚାକିରି କରି ୨୦୧୫ରେ ଅବସର ଗ୍ରହଣ କରି ଏବେ ପରିବେଶ ସୁରକ୍ଷା ସାଙ୍ଗକୁ ସମାଜସେବାରେ ଲାଗିପଡ଼ିଛନ୍ତି। ଗାୟତ୍ରୀ ପରିବାର ସହ ସମ୍ପର୍କ ରଖି ସେ ସଚେତନତା ସୃଷ୍ଟି କରିବାସହ ଲକ୍ଷ୍ୟପଥରେ ଆଗେଇ ନେଉଛନ୍ତି।
ରମେଶ କହନ୍ତି, ଏକଦା ବଣପାହାଡ଼ ଘେରା କେନ୍ଦୁଝର ଜିଲା ଥିଲା ସବୁଜିମାମୟ। ଏବେକାର ସ୍ଥିତି ଭିନ୍ନ। ଉଜୁଡ଼ା ଜଙ୍ଗଲ ଓ ପରିବେଶ ତାଙ୍କ ମନରେ ଗଭୀର ରେଖାପାତ କରିଛି। ହାତରେ ବିଶେଷ ସମ୍ବଳ ନ ଥିଲେ ବି ନିଜ ପେନସନ୍‌ ଟଙ୍କାରେ ସେ ବୃକ୍ଷରୋପଣ କାର୍ଯ୍ୟ କରିଆସୁଛନ୍ତି।ଁ ସେ ନିଜ ଉଦ୍ୟମରେ ଗତ ୫ ବର୍ଷରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଚାରା ସୃଷ୍ଟି କରି ମାଗଣାରେ ବାଣ୍ଟିଛନ୍ତି ା ଗଛ ଲଗାଇବା ସହ ଯତ୍ନ ନେଇ ଗଛ ବଢାଇବା ଓ ସୁରକ୍ଷା କରିବା ପାଇଁ ଉଦ୍ୟମ କରିଥାନ୍ତି ା ସ୍ଥାନୀୟ ଛାତ୍ରୀଛାତ୍ର ତଥା ପରିବେଶବିତମାନଙ୍କ ସହଯୋଗ ନେଇ ନିଜ ଗାଁ ମୁଣ୍ଡରେ ବଟେଶ୍ୱର ମନ୍ଦିର ପରିସରରେ ଏକ ନର୍ସରୀ କରି ଚାରା ସୃଷ୍ଟି କରୁଛନ୍ତି। ଯେଉଁଠି ଚାଷୀଙ୍କ ଜମି ବର୍ଷ ବର୍ଷ ଧରି ପଡିଆ ପଡିଥିଲା ସେଠାରେ ଲୋକଙ୍କୁ ବୁଝାଇ ଏବେ ବୃକ୍ଷ ରୋପଣ କରୁଥିବାରୁ ନୂତନ ଜଙ୍ଗଲ ସୃଷ୍ଟି ହୋଇ ପାରିଛି। ଗଛ ନ କାଟିବା ଏବଂ ଅଧିକ ବୃକ୍ଷ ରୋପଣ କରିବାକୁ ସବୁବେଳେ ସେ ପରାମର୍ଶ ଦେଇ ଆସୁଛନ୍ତି। ଯେଉଁମାନେ ଗଛ ଲଗାଇ ପରିବେଶ ସୁରକ୍ଷା କରୁଛନ୍ତି ସେଭଳି ବ୍ୟକ୍ତିବିଶେଷ ବା ସଂସ୍ଥାକୁ ସେ ପ୍ରକୃତି ସଖା ଓ ‘ପ୍ରକୃତି ସାଥୀ ପୁରସ୍କାର ଦେଉଛନ୍ତି ା
ରମେଶ ଆହୁରି କହିଛନ୍ତି, ପରିବେଶ ସୁରକ୍ଷା ଦିଗରେ ଲୋକଙ୍କ ସହଯୋଗ ତାଙ୍କୁ ଉତ୍ସାହିତ କରିଛି। ପ୍ରଥମ ୩ ବର୍ଷ ବାହାରୁ ଚାରା କିଣି ଗଛ ଲଗାଇଥିଲେ। ସେ ନର୍ସରୀ ଖୋଲିବା ପରଠାରୁ ବନ ବିଭାଗ ତାଙ୍କ ଠାରୁ ଚାର ନେଉଛି। ବର୍ତ୍ତମାନ ତାଙ୍କ ନର୍ସରୀରେ ୩୦ ପ୍ରକାରର ଗଛ ରହିଛି। ସେଥିମଧ୍ୟରେ ଶାଗୁଆନ, ଗମ୍ଭାରୀ, ଶାଳ, ପିଆଶାଳ, ଅଁଳା, ନିମ, ପିଜୁଳି, ବେଲ, ମହାନିମ, ଅଶୋକ, ଜାମୁ, ପଣସ, ହରିଡା, ବାହାଡା, ଲେମ୍ବୁ, ଅଶ୍ୱତଥ, ଦେଶୀ ଆମ୍ବ ଓ କାଜୁ ଅନ୍ୟତମ। ପ୍ରତ୍ୟେକ ପରିବାର ଯେଭଳି ୫ଟି ଲେଖାଏ ଗଛ ଲଗାଇବେ ସେଥିପାଇଁ ୨ ଗ୍ରାମକୁ ପ୍ରଥମେ ହାତକୁ ନେଇ ସବୁଜିମା ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି। ଆସନ୍ତା ମାସ ୧୦୮ ଗ୍ରାମରେ ଏଭଳି କାର୍ଯ୍ୟକ୍ରମ ସେ କରିବେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri