ସଫଳ ଶିକ୍ଷକ ଭିତରେ ଛାତ୍ରର ପ୍ରତ୍ୟାଶା ରହିଥାଏ

ବଲାଙ୍ଗୀର ଅଫିସ, ୬ା୯ – ବଲାଙ୍ଗୀର ରୋଟାରୀ କ୍ଳବ ଅଫ୍‌ ଇଲିଟ୍‌ ପକ୍ଷରୁ ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ଗୁରୁଦିବସ ପାଳନ କରାଯାଇଛି ା କ୍ଳବ ପକ୍ଷରୁ ସରକାରୀ ସ୍କୁଲର ଛାତ୍ରୀମାନଙ୍କ ପାଇଁ ଚାଲିଥିବା ଅଭିନବ ଶିକ୍ଷା କାର୍ଯ୍ୟକ୍ରମ ଉଡାନ୍‌ର କୃତୀ ଶିକ୍ଷକମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ା କ୍ଳବ ସଭାପତି ପ୍ରଶାନ୍ତ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପ୍ରଫେସର ମଧୁସୂଦନ ପତି, ଜିଲା ବିଜ୍ଞାନ ନିରୀକ୍ଷକ ନୀଳମଣି ପଟେଲ, ଉଡାନ୍‌ର ଉପଦେଷ୍ଟା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନବୀନ ନାୟକ ମଞ୍ଚାସୀନ ଥିଲେ ା କାର୍ଯ୍ୟକ୍ରମକୁ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ ସଂଯୋଜନା କରିଥିଲେ ା ସରକାରୀ ସ୍କୁଲର ମେଧାବୀ ଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ କରିବା ଲକ୍ଷ୍ୟ ନେଇ ୨୦୧୬ମସିହାରୁ ରୋଟାରୀ କ୍ଳବ ଅଫ୍‌ ଇଲିଟ୍‌ ପକ୍ଷରୁ ଉଡାନ୍‌ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ା ଏହି କାର୍ଯ୍ୟକ୍ରମରେ କେତେକ ଅବସରପ୍ରାପ୍ତ ଓ ବୃତ୍ତିଧାରୀ ଶିକ୍ଷୟିତ୍ରୀ ଓ ଶିକ୍ଷକ ସ୍ବେଚ୍ଛାକୃତ ଭାବେ ପ୍ରତିବର୍ଷ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଟାଉନ୍‌ ଉଚ୍ଚ ବିଦ୍ୟାଳୟର ପ୍ରାୟ ୪୦ ଜଣ ଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି ା ଏଠାରେ ଛାତ୍ରୀମାନଙ୍କ ପାଠପଢ଼ା ସହ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ା ଆଜିର କାର୍ଯ୍ୟକ୍ରମରେ ବର୍ତ୍ତମାନ୍‌ ପାଠ ପଢ଼ୁଥିତ୍ବା ଛାତ୍ରୀ ବିଜ୍ଞେଶୀ ବାରିକ, ନୁପୁର ବାରିକ ଓ ରୋସନ୍‌ୀରେଖା ସାହୁ ସେମାନଙ୍କ ଅନୁଭୂତି ସମ୍ପର୍କରେ କହିଥିଲେ ା ଉଡାନ୍‌ କାର୍ଯ୍ୟକ୍ରମରେ ପାଠ ପଢ଼ି ସଫଳତା ପାଇଥିବା ଛାତ୍ରୀ ସ୍ମୃତିଶ୍ରୀୟା ମିଶ୍ର, ସୋନାଲି ସାହୁ, ପ୍ରତୀକ୍ଷା କର, ଅର୍ଚ୍ଚନା ବେଜ୍‌ ଓ ରଶ୍ମିତା ବେହେରା ମଧ୍ୟ ସେମାନଙ୍କ ଉପଲବ୍ଧତ୍ ବର୍ଣ୍ଣନା କରିଥିଲେ ା ଏହି ଅବସରରେ ଉଡାନ୍‌ର ସ୍ବେଚ୍ଛାକୃତ ଶିକ୍ଷକ ନବୀନ ନାୟକ, ଦିଗାମ୍ବର ତ୍ରିପାଠୀ, ପୀତବାସ ପଣ୍ଡା, ବୃଷକେତୁ ସାହୁ, ନରେନ୍ଦ୍ର ମିଶ୍ର, ସିନୁ ସୁନ୍ଦର ପାଢ଼ୀ, ଅଭିପ୍‌ସା ସାହୁ, କ୍ଷମାନିଧି ଝାଙ୍କର, ଅଶୋକ କୁମାର ଖଟୁଆ, ଯାଜ୍ଞସେନୀ ମହାପାତ୍ର, ଅଂଶୁ ସାହାଣୀ, ଶାନ୍ତା ବିଶ୍ୱାଳ, କୃଷ୍ଣଚନ୍ଦ୍ର ବାଗ, ବିକାଶ ରଞ୍ଜନ ସାହୁ, ସରୋଜ କୁମାର ନାୟକ, ବିଭୁଦତ୍ତ ମିଶ୍ର, ନୂତନ ନାୟକଙ୍କୁ ଅତିଥି ବିଧାୟକ ମିଶ୍ର ଉପାୟନ ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ ା ଶିକ୍ଷକ ଦିଗାମ୍ବର ତ୍ରିପାଠୀ, ସରୋଜ ନାୟକ ଓ ଶିକ୍ଷୟିତ୍ରୀ ନୂତନ ନାୟକ ବକ୍ତବ୍ୟ ରଖିଥିଲେ ା ଅତିଥି ପ୍ରଫେସର ପତି ଶିକ୍ଷକ ଜୀବନର ମହତ୍ୱ ଓ ଉପଲବ୍ଧତ୍ ସମ୍ପର୍କରେ କହି ପ୍ରଖ୍ୟାତ୍‌ ଶିକ୍ଷକ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ ା ଗୁରୁ ଓ ଶିକ୍ଷକ ଭିତରେ ରହିଥିତ୍ବା ପାର୍ଥକ୍ୟ ଉପରେ କହିଥିଲେ ା ସଫଳ ଶିକ୍ଷକ ଭିତରେ ସବୁବେଳେ ଏକ ଛାତ୍ରର ପ୍ରତ୍ୟାଶା ରହିଥାଏ ଓ ଏହି ପ୍ରତ୍ୟାଶୀ ଶିକ୍ଷକ ହିଁ ସଫଳ ଛାତ୍ର ଓ ମଣିଷ ସୃଷ୍ଟି କରିପାରେ ବୋଲି କହିଥିଲେ ା ଅତିଥି ବିଧାୟକ ମିଶ୍ର ସରକାରୀ ସ୍କୁଲର ଗରିବ ମେଧାବୀ ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଉଡାନ୍‌ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରି ଗଭୀର ନିଷ୍ଠା ବଳରେ ସେମାନେ ଶିଖରକୁ ଛୁଇଁ ପାରିବେ ବୋଲି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri