ସପ୍ତାହରେ ୪ଦିନ କାମ: ପରିଣାମ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମାଲିକ

ସରକାରୀ ହେଉ କି ବେସରକାରୀ କମ୍ପାନୀଗୁଡିକରେ କାମ କରୁଥିବା କର୍ମଚାରୀଙ୍କୁ ସପ୍ତାହରେ ଗୋଟିଏ ଦିନ ସାପ୍ତାହିକ ଛୁଟି ମିଳିଥାଏ। ଆଜିକାଲି ବେସରକାରୀ କମ୍ପାନୀଗୁଡିକରେ କାର୍ଯ୍ୟ ଏତେ ବଢ଼ିଯାଇଛି ଯେ, ଅଧିକାଂଶ କମ୍ପାନୀ ୨୪ଘଣ୍ଟା ପାଇଁ କାମ କରୁଛି। ଏତେ କାର୍ଯ୍ୟବ୍ୟସ୍ତତା ଭିତରେ କର୍ମଚାରୀମାନେ ସାପ୍ତାହିକ ଛୁଟିକୁ ଅନାଇ ବସିଥାନ୍ତି। ଛୁଟି ହେଲେ କର୍ମଚାରୀଙ୍କ ଖୁସି କହିଲେ ନ ସରେ। ତେବେ କିଛି ସଫ୍ଟଓ୍ବେୟାର କମ୍ପାନୀଗୁଡ଼ିକରେ କର୍ମଚାରୀଙ୍କୁ ସପ୍ତାହରେ ୨ ଦିନ ଛୁଟି ଦିଆଯାଇଥାଏ। ହେଲେ ଜାପାନରେ ଏଭଳି ଏକ ମାଇକ୍ରୋସଫ୍ଟ କମ୍ପାନୀ ଅଛି, ଯିଏ କର୍ମଚାରୀଙ୍କୁ ୪ଦିନ କାମ କରାଇବା ସହ ୩ଦିନ ଛୁଟି ଦେଇଥାଏ। କଥାଟି ବିଶ୍ୱାସ ହେଉ ନ ଥିଲେ ବି ସତ। ଜାପାନର ଏକ କମ୍ପାନୀ ଅଗଷ୍ଟରେ ନିଜ କର୍ମଚାରୀଙ୍କୁ ପରୀକ୍ଷାମୂଳକ ଭାବେ ଓ୍ବାର୍କ ଲାଇଫ୍‌ ଚଏସ୍‌ ଚ୍ୟାଲେଞ୍ଜ ୨୦୧୯ର ଏକ ପ୍ରୋଜେକ୍ଟ ଉପରେ କାମ କରିଥିଲା। ଯେଉଁଥିରେ ଏକ ମାସରେ କର୍ମଚାରୀମାନେ ୪ ଦିନ କାମ କରିବା ସହ ୩ଦିନ ଛୁଟି ନେଇଥିଲେ। ହେଲେ ମାସେ ପରେ ଏହାର ପରିଣାମକୁ ଦେଖି କମ୍ପାନୀ କର୍ତ୍ତୃପକ୍ଷ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରୀକ୍ଷାମୂଳକ ଭାବେ କରାଯାଇଥିବା ପ୍ରୋଜେକ୍ଟର ରିପୋର୍ଟ ଅନୁସାରେ, ଏହି କାର୍ଯ୍ୟଶୈଳୀ ଦ୍ୱାରା କର୍ମଚାରୀଙ୍କ କାର୍ଯ୍ୟକରିବାର କ୍ଷମତା ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୪୦ପ୍ରତିଶତ ଅଧିକ ବୃଦ୍ଧି ପାଇଛି। ତେବେ କମ୍‌ ଦିନ କାମ କରିବା ପରେ ଯେଉଁ ପରିଣାମ ଆସିଛି ତାକୁ ନେଇ ସମସ୍ତେ ଚକିତ ହୋଇପଡ଼ିଥିଲେ। କାରଣ କମ୍ପାନୀ ନିଜ କର୍ମଚାରୀଙ୍କୁ ସପ୍ତାହରେ ଶୁକ୍ରବାର, ଶନିବାର ଓ ରବିବାର ଛୁଟି ଦେଇଥିଲା। ଆଉ କର୍ମଚାରୀଙ୍କୁ ସପ୍ତାହରେ ୫ କି ୬ ଦିନ ନୁହେଁ ବରଂ ୪ଦିନ କାମ କରିବାକୁ ପଡ଼ିଥିଲା। ଏଥିଯୋଗୁ କାର୍ଯ୍ୟାଳୟରେ ୫୯ ପ୍ରତିଶତ କାଗଜର ବ୍ୟବହାର କରାଯାଇଥିବା ବେଳେ ବିଦ୍ୟୁତ୍‌ ଖର୍ଚ୍ଚ ମଧ୍ୟ ୨୯ ପ୍ରତିଶତ କମ୍‌ ହୋଇଥିଲା।

Japanese office

କେବଳ ସେତିକି ନୁହେଁ କୌଣସି ବୈଠକ ୩୦ ମିନିଟ୍‌ରୁ ଅଧିକ ଚାଲି ନ ଥିଲା। ଏଥିସହ ସବୁ ଇମେଲ୍‌ର ଜବାବ ସଙ୍ଗେ ସଙ୍ଗେ ଦିଆଯାଇଥିବା ବେଳେ କମ୍ପାନୀ ସପକ୍ଷରେ ଯାଉଥିବା ସମସ୍ତ ନିଷ୍ପତ୍ତିକୁ ତୁରନ୍ତ ନିଆଯାଇଥିଲା। ଏହି ନିୟମ ଯୋଗୁ କର୍ମଚାରୀ ମଧ୍ୟ ବେଶ୍‌ ଖୁସି ଅନୁଭବ କରିଥିଲେ। ଫଳରେ କର୍ମଚାରୀଙ୍କ କାର୍ଯ୍ୟକରିବାର କ୍ଷମତା ୪୦ ପ୍ରତିଶତ ଅଧିକ ବୃଦ୍ଧି ପାଇଥିଲା। ସୂଚନାମୁତବକ ଜାପାନ ଏଭଳି ଏକ ଦେଶ ଯେଉଁଠାରେ କର୍ମଚାରୀଙ୍କଠାରୁ ଅତ୍ୟଧିକ ମାତ୍ରାରେ କାମ କରାଯାଇଥାଏ। ଏଭଳି ଉପାୟ ଯୋଗୁ ୯୪ ପ୍ରତିଶତ କର୍ମଚାରୀ ଖୁସି ହେବା ସହ କମ୍ପାନୀ ମଧ୍ୟ ଲାଭବାନ ହୋଇଥିଲା। ଫଳରେ ଉକ୍ତ କମ୍ପାନୀ ପୁଣି ଥରେ ଏହି ପ୍ରୋଜେକ୍ଟ ଉପରେ କାମ କରିବାକୁ ଇଛା ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri