ସପ୍ତରଙ୍ଗୀ ଇନ୍ଦ୍ରଧନୁ ଓ ଗ୍ୟାସ୍‌ର ନୀଳଶିଖା

ଋଙ୍ଗିନ ଆଲୁଅ ଓ ଛାଇର ସମାହାର ହେଉଛି ଇନ୍ଦ୍ରଧନୁ । ସକାଳେ କିମ୍ବା ଉପରଓଳି ଝିପିଝିପି ବର୍ଷା ହେଉଥିବା ସମୟରେ ଖରା ପଡ଼ିଲେ ନାଲି-ନେଳି-ସବୁଜ ରଙ୍ଗର ଏହି ଇନ୍ଦ୍ରଧନୁ ଫୁଲହାର ପରି ଆକାଶରୁ ଭୂଇଁକୁ ଲମ୍ବିଥାଏ । କିନ୍ତୁ ସୂର୍ଯ୍ୟ ମୁଣ୍ଡ ଉପରେ ଥିଲେ ଆମକୁ ଇନ୍ଦ୍ରଧନୁ ଦେଖାଯାଏ ନାହିଁ । ଏହାକୁ ବୃଷ୍ଟିଦେବତା ଇନ୍ଦ୍ରଙ୍କର ‘ଧନୁ’ ବୋଲି ଆମେ କହୁ। ଆକାର ଧନୁ ପରି ହୋଇଥିବାରୁ ଏହାର ନାମ ଇନ୍ଦ୍ରଧନୁ । କିନ୍ତୁ ପ୍ରକୃତ ଆକାର ଧନୁ ପରି ନୁହେଁ । ଆମେ ଭୂଇଁ ଉପରେ ଛିଡ଼ାହୋଇ ଦେଖୁ ବୋଲି ତାହା ଆମକୁ ଧନୁ ପରି ଦେଖାଯାଏ । ଯଦି ଜଣେ ଉଡ଼ାଜାହାଜରେ ଯାଇ ଉପରୁ ଦେଖିବ, ତା’ ହେଲେ ଇନ୍ଦ୍ରଧନୁ ଗୋଲ ଦେଖାଯିବ ।
ତେଣୁ ଇନ୍ଦ୍ରଧନୁର ପ୍ରକୃତ ଆକାର ଚୂଡ଼ି ପରି ଗୋଲ। ଇନ୍ଦ୍ରଧନୁରେ ସାତଟି ରଙ୍ଗର ଆଲୋକ ଆମେ ଦେଖୁ । ସେହି ସାତଟି ରଙ୍ଗକୁ ଆମେ ସଂକ୍ଷେପରେ କହୁ ‘ବା-ଘ-ନୀ-ସ-ହ-ନା-ଲା’ । ଏହାର ପୂରା ଅର୍ଥ ବାଇଗଣି-ଘନନୀଳ-ନୀଳ-ସବୁଜ-ହଳଦିଆ-ନାରଙ୍ଗୀ-ଲାଲ । ଏଇ ସାତଟି ରଙ୍ଗ ତଳୁ ଉପରକୁ ସଜା ହୋଇ ରହିଥାଏ ।
ତଳେ ବାଇଗଣି ଓ ଉପରେ ଲାଲ୍‌ ଥାଏ ।
କିନ୍ତୁ ଲାଲ ରଙ୍ଗ ତଳକୁ ଥିବା ନାରଙ୍ଗୀ ରଙ୍ଗଟା ଠିକ୍‌ ଜଣାପଡ଼େନି । ସେହିପରି ବାଇଗଣି ଉପରକୁ ଥିବା ଘନନୀଳ ରଙ୍ଗ ଠିକ୍‌ ଜଣାପଡ଼େନି । ଆମେ ଦେଖୁଥିବା ଇନ୍ଦ୍ରଧନୁ ଉପରକୁ ଆଉ ଗୋଟେ ମଳିନ ଇନ୍ଦ୍ରଧନୁ ଥାଏ । ତାହା ଉଜ୍ୱଳ ନ ଥାଏ, ତେଣୁ ଜଣାପଡେ ନାହିଁ । ଉଜ୍ୱଳ ଇନ୍ଦ୍ରଧନୁକୁ ‘ପ୍ରାଥମିକ ଇନ୍ଦ୍ରଧନୁ’ କୁହାଯାଏ ଏବଂ ମଳିନ ଇନ୍ଦ୍ରଧନୁକୁ ‘ଦ୍ୱିତୀୟକ ଇନ୍ଦ୍ରଧନୁ’ କୁହାଯାଏ । ପ୍ରାଥମିକ ଇନ୍ଦ୍ରଧନୁରେ ସବା ଉପରେ ନାଲି ରଙ୍ଗ ଥାଏ, କିନ୍ତୁ ଦ୍ୱିତୀୟକ ଇନ୍ଦ୍ରଧନୁରେ ସବା ତଳେ ନାଲି ରଙ୍ଗ ଥାଏ ।
ତେଣୁ ସେମାନଙ୍କର ରଙ୍ଗସଜ୍ଜା ପରସ୍ପର ଓଲଟା ରହିଥାଏ ।
ଧଳା କିରଣ ଭିତରେ ୭ଟି ରଙ୍ଗର ଆଲୋକ ଥାଏ। ସମସ୍ତ ରଙ୍ଗ ମିଶି ଗୋଟିଏ ପଥରେ ଗତି କରୁଥାଆନ୍ତି । ତେଣୁ କିରଣ ଧଳା ଦିଶେ। କିନ୍ତୁ ଝିପିଝିପି ବର୍ଷା ବେଳେ ସେହି କିରଣ କ୍ଷୁଦ୍ର ଜଳକଣା ଭିତରେ ପଶି ବାହାରକୁ ଆସିବା ସମୟରେ ୭ଟି ରଙ୍ଗର ଆଲୋକ ୭ଟି ଅଲଗା ଅଲଗା ପଥରେ ଗତି କରନ୍ତି। ତେଣୁ ଆମେ ୭ଟି ରଙ୍ଗକୁ ଇନ୍ଦ୍ରଧନୁ ଭିତରେ ଅଲଗା ଅଲଗା ଦେଖିପାରୁ। ଆଲୋକର ଶକ୍ତି ଅଛି। ରଙ୍ଗ ଉପରେ ଶକ୍ତି ନିର୍ଭରକରେ। ଇନ୍ଦ୍ରଧନୁରେ ୭ଟି ରଙ୍ଗର ଆଲୋକ ଅଛି। ସବୁ ରଙ୍ଗ ଆଲୋକର ଶକ୍ତି ସମାନ ନୁହେଁ । ‘ବା-ଘ-ନୀ-ସ-ହ-ନା-ଲା’ ବର୍ଗରେ ବାଇଗଣି ଆଲୋକର ଶକ୍ତି ସବୁଠାରୁ ଅଧିକ। ତାହା ତଳକୁ ଘନନୀଳ, ନୀଳ ଇତ୍ୟାଦି ରଙ୍ଗର ଆଲୋକ ରହିବ। ଲାଲ ଆଲୋକର ଶକ୍ତି ସବୁଠାରୁ କମ୍‌।
ରଙ୍ଗ ଓ ଶକ୍ତିର ସମ୍ପର୍କ ବିଷୟରେ ପଦାର୍ଥ ବିଜ୍ଞାନରେ ବିଶେଷ ଆଲୋଚନା କରାଯାଇଛି। ସତ କହିଲେ, ଆମର ଦୈନନ୍ଦିନ ଜୀବନକୁ ସରସ ସୁନ୍ଦର କରିବାରେ ପଦାର୍ଥ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ବିଶ୍ୱ ବ୍ରହ୍ମାଣ୍ଡରେ ଘଟୁଥିବା ଅଗଣିତ ଘଟଣା ପଛରେ ପଦାର୍ଥ ବିଜ୍ଞାନ ରହିଛି । ଆମେ ଆଲୋକର ରଙ୍ଗ ସହ ଏହାର ଶକ୍ତିର ସମ୍ପର୍କ ବିଷୟରେ ଆଲୋଚନା କରିବା ସମୟରେ ରୋଷେଇଘରର ରନ୍ଧନଗ୍ୟାସ୍‌ କଥା ମନେ ପଡ଼େ। ଗ୍ୟାସ୍‌ ବର୍ନର ଉପରେ ଜଳୁଥିବା ନୀଳଶିଖାର କଥା ମନେପଡ଼େ। ରୋଷେଇ ପାଇଁ ଘରେ ରନ୍ଧନଗ୍ୟାସ୍‌ (ଏଲ୍‌ପିଜି) ବ୍ୟବହାର କରାଯାଏ। ଏଲ୍‌ପିଜିର ପୂରା ଅର୍ଥ ଲିକ୍ୟୁଫାଏଡ୍‌ ପେଟ୍ରୋଲିୟମ୍‌ ଗ୍ୟାସ୍‌ । ଲାଲ ଟାଙ୍କି ଭିତରେ ଏହି ଗ୍ୟାସ୍‌ ପ୍ରାୟତଃ ତରଳ ଅବସ୍ଥାରେ ରହିଥାଏ। କାହିଁକି ନା ଟାଙ୍କି ଭିତରର ଅଧିକ ଚାପ ଏହାକୁ ତରଳ ଅବସ୍ଥାରେ ରଖିଥାଏ। କିନ୍ତୁ ଜଳିବା ସମୟରେ ଏହା ଟାଙ୍କି ଭିତରୁ ବାହାରି ବର୍ନର ପାଖକୁ ଆସିଲେ ଚାପ କମିଯାଇଥାଏ। ତେଣୁ ତରଳ ଅବସ୍ଥାରେ ରହିଥିବା ଏଲ୍‌ପିଜି ନିଜର ଗ୍ୟାସୀୟ ଅବସ୍ଥା ଫେରିପାଏ ଓ ଜଳେ ା ଜଳିଲେ ତାପ ଓ ଆଲୋକ ବାହାରେ।
ଗ୍ୟାସ୍‌ ବାହାରି ଜଳିବା ସମୟରେ ଅଗ୍ନିଶିଖାର ରଙ୍ଗ ଗୁରୁତ୍ୱପୂର୍ଣ୍ଣ।
ରନ୍ଧନଗ୍ୟାସ୍‌ ନୀଳ ଜଳିଲେ ଠିକ୍‌ ଅଛି ଏବଂ ଠିକ୍‌ ତାପ ଦେଉଛି ବୋଲି ଆମେ ଜାଣିଛୁ। କିନ୍ତୁୁ ଲାଲ ଜଳିଲେ ଠିକ୍‌ ନାହିଁ ବୋଲି କୁହାଯାଏ। ଏହା ପଛରେ ରହିଥିବା କାରଣକୁ ପଦାର୍ଥ ବିଜ୍ଞାନ ବୁଝେଇପାରିବ।
ପଦାର୍ଥ ବିଜ୍ଞାନ ଅନୁସାରେ ୭ଟି ରଙ୍ଗର ଆଲୋକ ବା-ଘ-ନୀ-ସ-ହ-ନା-ଲା ମଧ୍ୟରୁ ବାଇଗଣି ଆଲୋକର ଶକ୍ତି ସବୁଠାରୁ ଅଧିକ ଓ ଲାଲ୍‌ ଆଲୋକର ଶକ୍ତି ସବୁଠାରୁ କମ୍‌। ତେଣୁ ଲାଲ୍‌ ଓ ନୀଳ ଶିଖା ମଧ୍ୟରେ ତୁଳନା କଲେ, ନୀଳ ଶିଖାର ତାପଶକ୍ତି ଅଧିକ ଓ ଲାଲ ଶିଖାର ତାପଶକ୍ତି କମ୍‌। ବର୍ନର ଠିକ୍‌ ଥିଲେ ଓ ବର୍ନର ଭିତରେ ମଇଳା ଜମି ନ ଥିଲେ ଗ୍ୟାସ୍‌ ଠିକ୍‌ ଭାବରେ ଆସିପାରେ ଓ ନୀଳଶିଖା ଜଳେ। କିନ୍ତୁ ବର୍ନର ଭିତରେ ମଇଳା ଜମିଗଲେ ନୀଳଶିଖା ଆସେ ନାହିଁ।
ଶିଖାର ତାପମାତ୍ରା ବି କମିଯାଏ। ବର୍ନର ଉପରେ ବସିଥିବା କଡ଼େଇ ତଳେ କଳା ସୃଷ୍ଟି ହୁଏ।
ଭିତରେ ରହିଥିବା ଗ୍ୟାସ୍‌ର ପରିମାଣ ଉପରେ ମଧ୍ୟ ଶିଖାର ରଙ୍ଗ ନିର୍ଭରକରେ। ଟାଙ୍କି ଭିତରେ ଯଥେଷ୍ଟ ପରିମାଣ ଗ୍ୟାସ୍‌ ରହିଥିଲେ ବର୍ନର ନିକଟରେ ଆବଶ୍ୟକ ପରିମାଣ ଗ୍ୟାସ୍‌ ପହଞ୍ଚତ୍ପାରେ ଓ ନୀଳଶିଖା ଜଳେ। ତାପମାତ୍ରା ବି ଅଧିକ ଥାଏ।
କିନ୍ତୁ ଟାଙ୍କି ଭିତରେ ଗ୍ୟାସ୍‌ ଶେଷ ହେବା ସମୟ ହୋଇଗଲେ ଆବଶ୍ୟକ ପରିମାଣର ଗ୍ୟାସ୍‌ ବର୍ନର ପାଖକୁ ଆସିପାରେ ନାହିଁ।
ତେଣୁ ଶିଖାର ତାପମାତ୍ରା କମିଯାଏ। ଗ୍ୟାସ୍‌ ସରି ଆସିଲେ ଶିଖା ଲାଲ ଦିଶେ। ଘରେ ମାଆ ଜାଣିପାରନ୍ତି ଗ୍ୟାସ୍‌ ସରିବାକୁ ଯାଉଛି ବୋଲି। ସଙ୍ଗେ ସଙ୍ଗେ ଆମେ ଗ୍ୟାସ୍‌ ଏଜେନ୍ସିକୁ ଫୋନ୍‌ କରୁ ନୂଆ ଟାଙ୍କି ଆଣିଦେବା ପାଇଁ।
-ଓଇଏସ୍‌(ଏ), କ୍ୱାର୍ଟର୍ସ ନଂ. ୧୭, କଲେଜ କ୍ୟାମ୍ପସ,
ଭଦ୍ରକ ଅଟୋନୋମସ କଲେଜ, ଭଦ୍ରକ
ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri