ସପନ ହେଇଛେ ଭତା, ଆବାସ ଘର: ଭିଖ୍‌ ମାଗି ଚଲୁଛନ୍‌ ବୁରୁଧ୍‌ ଦମ୍ପତି

ଲୋଇସିଂହା,୨୧।୧ (ଡି.ଏନ୍‌.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଘୁଷୁରାମୁଣ୍ଡା ଗଁାର ବଜରୁ ସୁନା(୬୫)। ବଏସ୍‌ ଅଧ୍‌କା ହେବାର ଲାଗି ସେ କାମ୍‌ବୁତା କରି ନାଇଁପାରବାର। ଭୋଟର କାର୍ଡରେ ଭୁଲ୍‌ଭଟ୍‌କା ଲାଗି ସେ ଭତାରୁ ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌। ଏନ୍‌ତାଥି ସେ ଭିଖ୍‌ମାଗି ନିଜର କୁଟୁମ୍‌ ପୁଷୁଛନ୍‌।
ସୂଚନା ହିସାବେ ବୁଢ଼ୀପଦର ପଁଚେତ୍‌ ଅଧୀନ ଘୁଷୁରାମୁଣ୍ଡା ଗଁାର ହରିଜନ ପଡ଼ାର ବଜରୁ ସୁନା(୬୫)। ପରିବାର କହେଲେ ମାଏକିନା ଘଏସାନ(୬୧) ଆର ୫ ଝି’କୁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ବଲି କିଛି ନାଇଁ। ବଜରୁ ଦୁଖ୍‌ସୁଖ୍‌ କରି ୫ ଝି’କୁ ବିହାଚୁରା କରି ସାରିଛନ୍‌। ଏହେଦେ ଘରେ ଅସାହା ଅବସ୍‌ତାରେ ବୁରୁଧ୍‌ ଦମ୍ପତି ରହୁଛନ୍‌। ଆଏଜ୍‌କେ ୪ ବଛର ହେଲା ବଜରୁ ବଏସ୍‌ ଅଧ୍‌କା ଲାଗି କାମ୍‌ବୁତା କରି ନାଇଁପାରବାର। ଏନ୍‌ତାଥି ବୁରୁଧ୍‌ ଦମ୍ପତି ସରକାରକଁର ଭତା ଆର ଆବାସ ଯୋଜନାରୁ ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌। ସରକାରୀ ସାହାଯ୍‌ କହେଲେ ଦମ୍ପତି ମାସିକ ପାଉଥିବାର ୨୫ କେ.ଜି. ଚାଉଲ ନ ସାହାଭରସା। ହେଲେ ଇ ଚାଉଲରେ ମାସେ ଚଲବାରଟା ବୁରୁଧ୍‌ ଦମ୍ପତିକର ପକ୍ଷେ ସମ୍‌ଭବ ନାଇଁ ହେବାର। ତେଲ୍‌ନୁନ୍‌, କପଡ଼ାଲତା, ଉଷୋକଷା ଲାଗି ବୁରୁଧ୍‌ ଦମ୍ପତି ଉପେ ଶୂଇନ୍‌ ହେଇ ଆସର ପାସର ଗଁାମାନ୍‌କେ ଭିଖ୍‌ ମାଗୁଛନ୍‌। ବଜରୁକଁର କହେବାର ହେଲା ସେ ଅନେକଥର ଭତାର ଲାଗି ପଁଚେତ୍‌ରୁ ବ୍ଳକ ତକ୍‌ କାଗଜପତର ଦେଇଛନ୍‌। ହେଲେ ଭୋଟର କାର୍ଡରେ ତାକର ବଏସ୍‌ ବହୁତ୍‌ କମ୍‌ ଲେଖା ହେଇଛେ। ଯେନ୍‌ଥିରଲାଗି ସେ ଭତାରୁ ବଁଚିତ୍‌ ଥିବାର କହିଛନ୍‌। ସେନ୍‌ତା ଅନେକ ବଛର ତଲେ ୧୪ ହଜାର ଟଁକା ଥିଲାବେଲେ ସେ ଗୁଟେ ଇନ୍ଦିରା କଲୋନୀ ଘର ପାଇଥିଲେ। ହେଲେ ସେଟା ଏହେଦେ ଭଂଗା ଦଦ୍‌ରା ହେଇଗଲାନ ବଲି କହିଛନ୍‌। ଇ ଦିଗେ ବ୍ଲକ ଆର ଜିଲା ପରଶାସନ ଦୁରୁଷ୍‌ଟି ଦେଇ ବୁରୁଧ୍‌ ଦମ୍ପତିକୁଁ ଭତା ଆର ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ରାସ୍ତା ଆଢୁଆଳରେ ନଳକୂପ: ପିଇବା ପାଣି ପାଇଁ ହଟହଟା

ଲୋଇସିଂହା,୧୩।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟାରୁ ବାଦିବାହାଲ ଆରଡି ରାସ୍ତା ପ୍ରଶସ୍ତ ଓ ଉନ୍ନତୀକରଣ କାମ ଚାଲିଛି ା ଏହାଦ୍ୱାର ରାସ୍ତା ପାର୍ଶ୍ୱରେ ଥିବା…

ଆଜି ବିଧାୟକ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଫାଇନାଲ: ବାଦିବାହାଲ-ନଅଗାଁ(ଖ) ମଧ୍ୟରେ ମୁକାବିଲା

ଲୋଇସିଂହା,୧୪।୨(ସୁଶାନ୍ତ ବାରିକ):ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ଉଦ୍ୟମ କ୍ରମେ ଲୋଇସିଂହା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଧାୟକ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ଶୁକ୍ରବାର ବଲାଙ୍ଗୀର ଜିଲା ଲୋଇସିଂହା ଷ୍ଟାଡିୟମରେ…

ସାଇବର ଠକଙ୍କ କବ୍‌ଜାରେ ବଲାଙ୍ଗୀରର ୯୯୨ ଆକାଉଣ୍ଟ

ବଲାଙ୍ଗୀର,୧୪ା୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ ଏକ ଆନ୍ତଃରାଜ୍ୟ ସାଇବର ଠକେଇ ରାକେଟର ପର୍ଦ୍ଦାଫାଶ କରିଛି। ବଲାଙ୍ଗୀର ଏସ୍‌ପି ଅଭିଳାଷ ଜି ଶୁକ୍ରବାର ସ୍ଥାନୀୟ…

ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ଅଭିନବ ଉପାୟରେ କରୁଥିଲେ ଠକେଇ, ୨ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ବଲାଙ୍ଗୀର, ୧୩।୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ କୋଟି କୋଟି ଟଙ୍କାର ସାଇବର ଠକେଇର ପର୍ଦ୍ଦାଫାଶ କରିଛି। ଏ ସଂକ୍ରାନ୍ତରେ ପୋଲିସ ଦୁଇ…

ଡକାୟତି ଘଟଣାରେ ୧୦ ଗିରଫ: କାର୍‌, ବାଇକ ସହ ଜବତ ହେଲା…

ବଲାଙ୍ଗୀର, ୧୨।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚୂଡାପାଲିସ୍ଥିତ ଏକ ଅଳଙ୍କାର ଦୋକାନରୁ ଲୁଟ୍‌ ଏବଂ ଡକାୟତି ଘଟଣାରେ ବଲାଙ୍ଗୀର ପୋଲିସ ୧୦…

ଲୋଇସିଂହା ବିଧାୟକ କପ ଫୁଟବଲ: ସରିଲା ଲିଗ ପର୍ଯ୍ୟାୟ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ) ସାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଲୋଇସିଂହା ବିଧାୟକ କପ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ନିର୍ବାଚନ ମଣ୍ଡଳୀ ଅଧୀନ ୩ ବ୍ଲକରେ ଚାଲିଥିବା ଲିଗ…

ବଲାଙ୍ଗୀର ବନ୍ଦ ସଫଳ କରିବାକୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗୀର,୧୨ା୨(ସୁନିଲ କୁମାର ମହାନ୍ତି): ଏଆଇଟିୟୁସିର ପକ୍ଷରୁ ଭାରତ ବନ୍ଦ ପରିପ୍ରେକ୍ଷୀରେ ବଲାଙ୍ଗୀରରେ କୋଶଳ କଳା ମଣ୍ଡଳ ପଡ଼ିଆରୁ ଗୁରୁବାର ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri