ସନ୍ୟାସୀ ହେବେ ବିନୋଦଙ୍କ ପୁଅ

ମୁମ୍ବାଇ: ୭୦ଦଶକର ସୁପରଷ୍ଟାର ବିନୋଦ ଖାନ୍ନା ଏବେ ବି ଲୋକଙ୍କ ହୃଦୟରେ ରହିଛନ୍ତି। ଏହି ଆଗଧାଡିର ଅଭିନେତା ଯେତେବେଳେ ନିଜ କ୍ୟାରିୟରର ସବୁଠୁ ଶୀର୍ଷରେ ରହିଥିଲେ ସେହି ସମୟରେ ସେ ଆଧ୍ୟାତ୍ମିକ ଗୁରୁ ଓଶୋଙ୍କ ଶରଣ ନେଇ ପରିବାର ଲୋକଙ୍କୁ ଓ ପ୍ରଶଂସକଙ୍କୁ ଚକିତ କରିଦେଇଥିଲେ। ସନ୍ୟାସ ନେବା ପରେ ବିନୋଦଙ୍କର ଭାରତକୁ ଆସିବା କମ୍‌ ହୋଇଯାଇଥିଲା। ଆଉ ଦୀର୍ଘ ଦିନ ଧରି ଲାଇମ୍‌ଲାଇଟରୁ ଦୂରେଇ ରହିଥିଲେ ଏହି ଅଭିନେତା। ପରେ ୧୯୮୭ରେ ଫିଲ୍ମ ଇନ୍‌ସାଫ ଜରିଆରେ ପୁଣି ଥରେ ବଲିଉଡ୍‌ରେ କମ୍‌ବ୍ୟାକ୍‌ କରିଥିଲେ। ହେଲେ ପୂର୍ବଭଳି ତାଙ୍କୁ ସଫଳତା ମିଳି ନ ଥିଲା। ଏବେ କୁହାଯାଉଛି ବିନୋଦଙ୍କ ପୁଅ ସାକ୍ଷୀ ଖାନ୍ନା ମଧ୍ୟ ବାପାଙ୍କ ଚଲାପଥକୁ ଅନୁସରଣ କରୁଛନ୍ତି। ସାକ୍ଷୀ ଆଧ୍ୟାତ୍ମିକ ରାସ୍ତାକୁ ଚୟନ କରିବା ସହ ଓଶୋ ଇଣ୍ଟରନ୍ୟାଶନାଲରେ ଯୋଗଦେଇଛନ୍ତି ବୋଲି ଶୁଣିବାକୁ ମିଳିଛି। ସାକ୍ଷୀ ହେଉଛନ୍ତି ବିନୋଦଙ୍କ ଦ୍ୱିତୀୟ ସ୍ତ୍ରୀ କବିତାଙ୍କ ପୁଅ। ୪ବର୍ଷ ପୂର୍ବରୁ ସାକ୍ଷୀ ବଲିଉଡ୍‌ର ମିଲନ ଲୁଥରିଆଙ୍କ ଫିଲ୍ମ ଜରିଆରେ ବଡ଼ ପରଦାରେ ଡେବ୍ୟୁ କରିବେ ବୋଲି କୁହାଯାଉଥିଲା। ହେଲେ ନା ସେ ବଲିଉଡ୍‌ରେ ଡେବ୍ୟୁ କରିଲେ ନା ଏହା ପଛର କାରଣ ଜଣାପଡ଼ିଲା। ଅନ୍ୟପଟେ ବିନୋଦଙ୍କ ବଡ଼ ପୁଅ ଅକ୍ଷୟ ଖାନ୍ନା ଏବେ ବି ବଲିଉଡ୍‌ରେ ସକ୍ରିୟ ରହିଛନ୍ତି। ତେବେ ବିନୋଦଙ୍କ ପର୍ସନାଲ ଲାଇଫ ବିଷୟରେ କହିବାକୁ ଗଲେ ସେ ୨ଜଣଙ୍କୁ ବିବାହ କରିଥିଲେ। ପରିବାର ଓ କ୍ୟାରିୟର ମଧ୍ୟରେ ସନ୍ତୁଳନ ରକ୍ଷା ନ କରିପାରିବାରୁ ସେ ସନ୍ୟାସ ଗ୍ରହଣ କରିଥିଲେ ବୋଲି ଆଜି ବି ଚର୍ଚ୍ଚା ହୁଏ। ତେବେ ସନ୍ୟାସରୁ ଫେରିବା ପରେ ପ୍ରଥମ ସ୍ତ୍ରୀ ଗୀତାଞ୍ଜଳୀଙ୍କ ସହ ତାଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା। ଏହାପରେ ସେ କବିତାକୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚିଲୁଚି ବାହା ହୋଇଥିଲେ ଏହି ଯୋଡ଼ି

ବଲିଉଡ୍‌ର ଅନେକ ଯୋଡ଼ି ଲୁଚି ଲୁଚି ବାହା ହୋଇଛନ୍ତି। ଏମିତି ଏକ ଯୋଡ଼ି ହେଉଛନ୍ତି ଊର୍ମିଳା ମାତେଣ୍ଡକର ଏବଂ ମହସିନ୍‌ ଅଖତର୍‌। ୨୦୧୬ରେ ଊର୍ମିଳା ତାଙ୍କ...

ଏଲିଟ୍‌ କ୍ଲବ୍‌ରେ ଶାହିଦ୍‌ କପୁର

ମୁମ୍ବାଇ: ଆମିର, ସଲମାନ୍‌ ଓ ଶାହରୁଖଙ୍କ ଭଳି ଶାହିଦ୍‌ କପୁର ଏବେ ଏଲିଟ୍‌ କ୍ଲବ୍‌ରେ ସ୍ଥାନ ପାଇଛନ୍ତି। ବିଶେଷକରି ‘କବିର ସିଂ’ ଫିଲ୍ମର ସଫଳତା ତାଙ୍କୁ...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କମଲ ହାସନ

ଚେନ୍ନାଇ,୧୯।୨: ଅଭିନେତା-ରାଜନେତା କମଲ ହାସନ ତାମିଲନାଡୁର ଏରୋଡ ଇଷ୍ଟ ଆସନ ଉପନିର୍ବାଚନରେ ଶାସକ ଡିଏମକେ ନେତୃତ୍ୱରେ ସିକ୍ୟୁଲାର ପ୍ରଗତିଶୀଳ ମିଳିତ ମେଣ୍ଟ ପାଇଁ ପ୍ରଚାର କରିବେ।...

୮୦ ହଜାର ଟଙ୍କାର ଶାଢି ପିନ୍ଧି ଚର୍ଚ୍ଚାରେ କାଜଲ

ମୁମ୍ବାଇ: ବଲିଉଡ୍‌ରେ ଦୁର୍ଗାପୂଜା ଖୁବ୍ ଧୁମଧାମରେ ପାଳନ କରାଯାଇଥାଏ । ଚଳିତ ବର୍ଷ କରୋନା ମହାମାରୀ ପାଇଁ ଏହା ସାମାନ୍ୟ ଫିକା ପଡିଯାଇଛି । ହେଲେ...

ନିଜଠାରୁ ୨୪ ବର୍ଷ ବଡ଼ ଅଭିନେତାଙ୍କ ସହ ଲିପ୍‌ଲକ୍‌କୁ ନେଇ ଚର୍ଚ୍ଚାକୁ ଆସିଥିଲେ ବାହୁବଲୀ ଫେମ୍‌ ‘ରାମ୍ୟା: ଶାହାରୁଖ-ଅନିଲ କପୁରଙ୍କ ସହ ମଧ୍ୟ କରିଛନ୍ତି ରୋମାନ୍ସ

ବମ୍ବେ: ଚଳଚ୍ଚିତ୍ର ‘ବାହୁବଲୀ’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ରାମ୍ୟା। ଏଥିରେ ଚରିତ୍ର ‘ଶିବଗାମୀ’ ତାଙ୍କୁ ଲୋକପ୍ରିୟତା ଆଣି ଦେଇଥିଲା। ତେବେ କେବଳ ଯେ...

ସ୍ତ୍ରୀଙ୍କ ସହ ମଦ ପିଇବା ପୂର୍ବରୁ ମା’ଙ୍କ ଅନୁମତି ନେଇଥିଲେ ଗୋବିନ୍ଦା, ଶୁଣିବାକୁ ମିଳିଥିଲା ଏମିତି

ବଲିଉଡ ଅଭିନେତା ଗୋବିନ୍ଦା ଏକ ବଡ଼ ଖୁଲାସା କରିଛନ୍ତି। ସେ ସିମି ଗାରେୱାଲଙ୍କ ଚାଟ ଶୋ’ରେ ବଡ଼ ସୂଚନା ଦେଇଥିଲେ। ବହୁ ବର୍ଷ ପୂର୍ବେ ଗୋବିନ୍ଦା...

ଜନ୍ମଦିନରେ ମାନୁଷିଙ୍କ ପାଇଁ ବିଶେଷ ଉପହାର ପଠାଇଲେ ପୃଥ୍ୱିରାଜର ନିର୍ମାତା-ନିର୍ଦ୍ଦେଶକ

ମୁମ୍ବାଇ: ୟଶରାଜ ଫିଲ୍ମସର ଆଗାମୀ ଫିଲ୍ମ ‘ପୃଥ୍ୱିରାଜ’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ସଂୟୋଗିତା ଭୂମିକାରେ ନଜର ଆସିବେ ପୂର୍ବତନ ବିଶ୍ୱ...

ଓୟେ ଗୀଟାର

ଗୀତ ଗାଇ ସୁନାମ ଅର୍ଜନ କରିବାକୁ ଅନେକେ ନିଜ ମନରେ ଆଶା ରଖିଥାଆନ୍ତି। ନିଜ ଆଶାକୁ ପୂରଣ କରିବା ପାଇଁ ସେମାନେ ଯେତେ ବାଧାବିଘ୍ନ ଆସିଲେ...

Advertisement
Archives

Model This Week