ସନ୍ଧ୍ୟା ୬ଟା ପରେ ବଜାର ବନ୍ଦ ହେଉ

ଭୁବନେଶ୍ୱର,୨୪ା୯(ବ୍ୟୁରୋ)/ କଟକ ଅଫିସ: ବର୍ତ୍ତମାନ ଦ୍ୱେତନଗରୀ କଟକ ଓ ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଧିକ ରହୁଛି। ଲୋକେ ନିୟମ ଉଲ୍ଲଂଘନ କରୁଥିବାରୁ ଏ ପରିସ୍ଥିତି ଉପୁଜୁଛି। କଟକଣା ଓ ନିୟମକୁ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ଅମାନିଆ ସାବାଡ୍‌ ହେଉନାହାନ୍ତି। ଠିକ୍‌ ଭାବେ ମାସ୍କ ପିନ୍ଧୁ ନ ଥିବାବେଳେ ସାମାଜିକ ଦୂରତ୍ୱ ରଖୁନାହାନ୍ତି। ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ନିର୍ଦ୍ଦେଶ ପରେ କମିଶନରେଟ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି। ହେଲେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବାରୁ କମିଶନରେଟ ପୋଲିସ ନୂଆ ପଦକ୍ଷେପ ଆପଣାଇଛି। ଗୁରୁବାର ଦୁଇ ସହରର ସମସ୍ତ ବ୍ୟବସାୟୀ ସଂଘ ସହ କମିଶନରେଟ ପୋଲିସ ପୃଥକ ଆଲୋଚନା କରି କିଛି ପ୍ରସ୍ତାବ ଗ୍ରହଣ କରିବା ସହ ନୂଆ ପ୍ରସ୍ତାବ ଦେଇଛି।
ପୋଲିସ ଯେଉଁଭଳି ଭାବେ ଜରିମାନା କାଟୁଛନ୍ତି ତାହାକୁ ବ୍ୟବସାୟୀ ସଂଘ ନାପସନ୍ଦ କରିଥିଲେ। ସଂଘ କର୍ମକର୍ତ୍ତାମାନେ କହିଥିଲେ, ସନ୍ଧ୍ୟାରେ ବଜାରରେ ଭିଡ଼ ହେଉଛି। ଏହି ସମୟରେ ଲୋକେ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି। ଲୋକଙ୍କୁ ବୁଝାଇବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଫଳରେ ଜରିମାନା ଦେବା ସହିତ ଦୋକାନଗୁଡ଼ିକୁ ସିଲ କରାଯାଉଛି। ଏଭଳି ସ୍ଥଳେ ସନ୍ଧ୍ୟା ୬ଟାରୁ ବଜାର ବନ୍ଦ କରାଯାଉ ବୋଲି ବଜାର କମିଟି ପକ୍ଷରୁ ପୋଲିସ କମିଶନରଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି।
ଅନ୍ୟପକ୍ଷରେ ବଜାର କମିଟିମାନେ ନିଜର ସୁରକ୍ଷା ପାଇଁ ଦୋକାନ ଆଗରେ ବ୍ୟକ୍ତିଗତ ସୁରକ୍ଷା କର୍ମୀ ନିୟୋଜିତ କରିପାରିବେ। ଏହାସହ କମିଟିମାନେ ମାଇକ ଲଗାଇ ଲୋକଙ୍କୁ ସାମାଜିକ ଦୂରତ୍ୱ ରଖିବା ପାଇଁ ସଚେତନ କରିପାରିବେ। ଯେଉଁଠି ଭିଡ଼ ଅଧିକ ହେଉଛି, ଗ୍ରାହକମାନେ କଥା ମାନୁନାହାନ୍ତି, ସେ କ୍ଷେତ୍ରରେ ଦୋକାନୀମାନେ ଟୋଲ୍‌ ଫ୍ରି ନଂ.୧୦୦କୁ ଫୋନ୍‌ କରି ପୋଲିସର ସାହାଯ୍ୟ ନେଇପାରିବେ। ପୋଲିସ ପହଞ୍ଚତ୍ ଗ୍ରାହକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ। ଆହୁରି ମଧ୍ୟ ଦୋକାନ ଆଗରେ ଭିଡ଼ ନିୟନ୍ତ୍ରଣ ପାଇଁ ଦୋକାନୀମାନେ ବ୍ୟାରିକେଡ଼ ବ୍ୟବସ୍ଥା ମଧ୍ୟ କରିପାରିବେ ବୋଲି କମିଶନରେଟ ପୋଲିସ ପକ୍ଷରୁ ସଂଘକୁ ପରାମର୍ଶ ଦିଆଯାଇଛି। ବ୍ୟବସାୟୀ ସଂଘ ଦୋକାନୀମାନଙ୍କୁ ଡାକି ଆଉଏକ ବୈଠକ କରି ବୈଠକରେ ହୋଇଥିବା ଏସବୁ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବେ। ଏହାପରେ ବି ଯଦି ଦୋକାନ ଆଗରେ ଗ୍ରାହକ ଭିଡ଼ କରିବେ ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସେ କହିଛନ୍ତି, ଆଲୋଚନା ଅତ୍ୟନ୍ତ ସକରାତ୍ମକ ରହିଛି। ଆମେ ବ୍ୟବସାୟୀ ସଂଘର ପ୍ରତିନିଧିଙ୍କୁ ଅନୁରୋଧ କରିଛୁ ଏହି ବ୍ୟବସ୍ଥା କରିବାକୁ। ଆମେ ଆଶା କରୁଛୁ ସେମାନେ ପୋଲିସକୁ ସହଯୋଗ କରିବେ। ବିଶେଷ କରି ସାମାଜିକ ଦୂରତ୍ୱ ଓ ମାସ୍କ ଉପରେ ଆମେ ଅଧିକ ଗୁରୁତ୍ୱ ଦେଇଛି। ଆଗକୁ ମଧ୍ୟ ପଦକ୍ଷେପ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।
ପ୍ରଥମେ ଭୁବନେଶ୍ୱରସ୍ଥିତ କମିଶନରେଟ ପୋଲିସ ମୁଖ୍ୟାଳୟରେ ବୈଠକ ବସିଥିଲା। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ଡିସିପି ଉମାଶଙ୍କର ଦାଶ, ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର ସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଓ ସମସ୍ତ ବ୍ୟବସାୟୀ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ। ପରେ କଟକରେ ବ୍ୟବସାୟୀ ସଂଘ ସହ ଆଲୋଚନା କରିଥିଲେ ପୋଲିସ କମିଶନର। କଟକ ଡିସିପି ପ୍ରତୀକ ସିଂ, ଏସିପି ସେଖ୍‌ ସରିଫୁଦ୍ଦିନ, ଟ୍ରାଫିକ ଏସିପି ଦିବ୍ୟଜ୍ୟୋତି ଦାଶ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

ସୋସିଆଲ ମିଡିଆରେ ବିବାଦୀୟ ଫଟୋ ପୋଷ୍ଟ କଲେ ଟ୍ରମ୍ପ, ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ଆସିଲେ ନଜର

ଓ୍ବାଶିଂଟନ,୧୩ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ପ୍ରତି ତାଙ୍କର ସମାଲୋଚନାକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି । ପୋପ୍ ଲିଓଙ୍କୁ ସମାଲୋଚନା କରିବାର କିଛି…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri