ସନ୍ଧ୍ୟା ହେଲେ ମାତୁଛନ୍ତି ହାତୀ, ଘଉଡ଼ାଇବାରେ ବିଫଳ ବନ ବିଭାଗ

ଚୌଦ୍ୱାର, ୨୯ା୧୨(ଡି.ଏନ୍‌.ଏ.): ମଙ୍ଗଳପୁର କାଜୁ ଜଙ୍ଗଲରେ ରହିଥିବା ହାତୀ ପଲ ସନ୍ଧ୍ୟା ହେଲେ ଚୌଦ୍ୱାର ପୌରପାଳିକା ଓ ଏହାର ଆଖପାଖ ଗ୍ରାମାଞ୍ଚଳ ମୁହାଁଉଛନ୍ତି। ବ୍ୟାପକ ଫସଲ ନଷ୍ଟକରୁଥିବା ବେଳେ ଲୋକମାନେ ଭୟରେ ରହୁଛନ୍ତି। ହାତୀ ଘଉଡ଼ାଇ ଧନ ଜୀବନ ସୁରକ୍ଷା ଦିଗରେ ପଦକ୍ଷେପ ନେବା ବଦଳରେ ବନ ବିଭାଗ ନୀରବଦ୍ରଷ୍ଟା ସାଜିଛି। ସୂଚନା ଅନୁଯାୟୀ, ଗତ ବୁଧବାର ୨ଟି ହାତୀ ଚୌଦ୍ୱାର ସହରରେ ପଶିଥିବା ବେଳେ ଶୁକ୍ରବାର ରାତିରେ ଆଗ୍ରାହାଟ ଗ୍ରାମରେ ବଣୁଆ ହାତୀଙ୍କ ଏକ ପଲ ପଶିଯାଇଥିଲା। ବିଦ୍ୟୁତ୍‌ ସଂଯୋଗ କଟାଯିବା ପରେ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀଙ୍କ ଉଦ୍ୟମରେ ହାତୀ ପଲଙ୍କୁ ଘଉଡ଼େଇବାର ସଫଳ ହୋଇଥିଲେ। ହାତୀଗୁଡ଼ିକ ଗ୍ରାମରେ ପଶିବା ସହିତ ଧାନ ଫସଲ ନଷ୍ଟ ଦେଇଛନ୍ତି। ହାତୀ ପଲ ଏବେ ମଙ୍ଗଳପୁର କାଜୁ ଜଙ୍ଗଲରେ ରହିବା ସହିତ ରାତି ହେଲେ ଗ୍ରାମ ମୁହାଁ ହେଉଥିବାରୁ ଶଙ୍କରପୁର, ମଙ୍ଗଳପୁର, ଆଗ୍ରାହାଟ, ଜେମାଦେଈପୁର, ବରହମପୁର, ବାଣୀପଦା, ବନ୍ଦାଳ, ବାଲିଚତୁରୀ ଚାଙ୍ଗୁଡ଼ିଆ ଗ୍ରାମର ଲୋକେ ଭୟରେ ରାତ୍ରିଯାପନ କରୁଛନ୍ତି। ଏହି ଅଞ୍ଚଳରେ ୧୮ରୁ ଅଧକ ହାତୀ ଆତଙ୍କ ସୃଷ୍ଟି କରୁଥିବା ବେଳେ ହାତୀପଲକୁ ଘଉଡ଼େଇବାରେ ସ୍ଥାନୀୟ ବନ ବିଭାଗ ବିଫଳ ହୋଇଛ। ହାତୀଙ୍କ ଉପରେ ନଜର ରଖାଯାଇଛି ବୋଲି ବନପାଳ ବାରମ୍ବାର ସଫେଇ ଦେଉଛନ୍ତି। ଅନ୍ୟପକ୍ଷରେ ହାତୀପଲଙ୍କୁ ଜଙ୍ଗଲାଭିମୁଖୀ କରିବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯିବ ବୋଲି ବନପାଳ ଜ୍ୟୋତିରଞ୍ଜନ ମହାପାତ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri