ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଗତ ନିର୍ବାଚନକୁ ଆଖି ଆଗରେ ରଖି ଓ ଆଇନ ସୁରକ୍ଷାକୁ ନଜର କରି ରାଜ୍ୟ ସରକାର କେତେକ ପୋଲିସ ଅଧିକାରଙ୍କୁ ଅଚାନକ ବଦଳି କରି ଦେଇଥିଲେ। ନିର୍ବାଚନ ଶେଷ ହେବା ପରେ ବଦଳିଥିବା ଅଧିକାରୀମାନେ ପୁଣି ସେହି ଅଞ୍ଚଳକୁ ଆସିବା ପାଇଁ ଲବି କରିଥିବାର ଜଣାପଡିଥିଲା। ଏହା ଜଣାପଡିବା ପରେ ଗତ ମେ ୨୭ରେ ବଦଳି ଅଫିସର ରାଜଧାନୀ ଫେରିବେ ବୋଲି ଧରିତ୍ରୀରେ ଏକ ଖବର ପ୍ରକାଶ ପାଇଥିଲା। ନିର୍ବାଚନର ୪ମାସ ପରେ ପୁଣି ବଦଳି ହୋଇଯାଇଛି। ଫଳରେ ବଦଳି ହୋଇ କଟକରେ ଆଇୟୁସିଏଡବ୍ଲ୍ୟୁରେ ଥିବା ଡିଏସ୍ପି ଅନୁପ କାନୁନଗୋଙ୍କୁ ରାଜଧାନୀକୁ ଏସିପି ଭାବେ ବଦଳି କରାଯାଇଛି। ସେ ରାଜଧାନୀରେ ୧୦ବର୍ଷ ରହିସାରିଥିଲେ ମଧ୍ୟ କିଭଳି ପୁଣି ରାଜଧାନୀକୁ ଅଣାଗଲା ତାହାକୁ ନେଇ ପୋଲିସ ବିଭାଗ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ପାଉଛି। ତାଙ୍କୁ ରାଜଧାନୀରେ କୌଣସି ଜୋନ୍ ଯଦି ଦିଆଯାଏ ତେବେ କଟକରୁ ଆସି ରହିଥିବା ଅନ୍ୟ ପୋଲିସ ଅଫିସରଙ୍କ ମଧ୍ୟରେ ବିଦ୍ରୋହ ଦେଖାଦେଉଛି। ତେଣୁ ତାଙ୍କର ରାଜଧାନୀକୁ ଆସିବାକୁ ନେଇ ପୁଣି ପୋଲିସ ମୁଖ୍ୟାଳୟ ଚିନ୍ତା କରନ୍ତୁ ବୋଲି ଅନେକ ପୋଲିସ ଅଫିସର ନିଜ ନାମ ଗୋପନ ରଖି କହିଛନ୍ତି।
ସେହିପରି କେନ୍ଦୁଝର ଜିଲାରେ ଥିବା ଇନ୍ସପେକ୍ଟର ମନୋଜ କୁମାର ରାଉତଙ୍କୁ ବାଲେଶ୍ୱରକୁ ଡିଏସ୍ପି ଇନ୍ଚାର୍ଜ ଭାବେ ବଦଳି କରାଯାଇଛି। ରାଉରକେଲା ବିସିଆର ସେଲରେ ଥିବା ଓପିଏସ୍ ରମାକାନ୍ତ ସାହୁଙ୍କୁ ଝାରସୁଗୁଡା ଏସ୍ଆରପିଓକୁ ବଦଳି କରାଯାଇଛି। ସେହିଭଳି ଯାଜପୁର ଜିଲା ମୁଖ୍ୟାଳୟରେ ଥିବା ଡିଏସ୍ପି ବିଜୟ କୁମାର ମଲ୍ଲିକଙ୍କୁ ଭୁବନେଶ୍ୱର ଏସ୍ଟିଏଫ୍ ଡିଏସ୍ପି ଭାବେ ବଦଳି କରାଯାଇଛି। କନ୍ଧମାଳ ହେଡ୍କ୍ୱାର୍ଟର୍ସରେ ଥିବା ଡିଏସ୍ପି ଅଜୟ କୁମାର ମିଶ୍ରଙ୍କୁ ଗଞ୍ଜାମ ଡିଏସ୍ପି ଭାବେ ବଦଳି କରାଯାଇଛି। ମୟୁରଭଞ୍ଜ ଜିଲା ଆଇୟୁସିଏଡବ୍ଲ୍ୟୁରେ ଥିବା ଲଳିତ କୁମାର ପଟ୍ଟନାୟକଙ୍କୁ ବେତନଟିକୁ ଏସ୍ଡିପିଓ ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ରାଜଧାନୀରୁ କଟକ ଯାଇଥିବା ଏସିପି ଓ ଇନ୍ସପେକ୍ଟରଙ୍କୁ ଆଉ କିଛିଦିନ ପରେ ରାଜଧାନୀକୁ ବଦଳି କରାଯିବ ବୋଲି ଆଶଙ୍କା କରାଯାଉଛି। ଏପରିକି କେଉଁ ଅଫିସର କେଉଁ ଥାନାକୁ ଆସିବେ ସେନେଇ ସ୍ଥିର ହୋଇ ସାରିଥିବା କୁହାଯାଉଛି। କେବଳ ନୋଟିଫିକେଶନ୍ ବାହାରିବା ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି। ଏଠାରେ ପ୍ରଶ୍ନ ଉଠୁଛି ରାଜଧାନୀରୁ ବିଦା ହୋଇଥିବା ଅଫିସରମାନଙ୍କୁ ପୁଣି ଏଠାକୁ ଆଣିବାର ରହସ୍ୟ କଣ ରହିଛି। ବର୍ତ୍ତମାନ ରାଜଧାନୀରେ ଥିବା ଅଫିସରଙ୍କ କଣ ଅପରାଧ ନିୟନ୍ତ୍ରଣ କରିବାର ଦକ୍ଷତା ନାହିଁ। ଯଦି ନାହିଁ ତେବେ ସେମାନଙ୍କୁ କ’ଣ ୪ମାସ ପାଇଁ ନିର୍ବାଚନ ପୂର୍ବରୁ ଭଡାରେ ରାଜଧାନୀକୁ ଅଣାଯାଇଥିଲା। ତାହାକୁ ନେଇ ଅନେକ ଲୋକେ ପ୍ରଶ୍ନ କରିଛନ୍ତି।
ସତ ହେଲା ଧରିତ୍ରୀ ଆଶଙ୍କା: ୬ ଡିଏସ୍ପିଙ୍କ ବଦଳି, ଭୁବନେଶ୍ୱର ଫେରିଲେ ଅନୁପ
Posted inଆମ ଜିଲା ଖବର, ମେଟ୍ରୋ, ରାଜ୍ୟ View All
୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...
ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍; ମିଳିନି ପରିଚୟ…
ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...
SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍ଟି ଲେଭଲ୍ ପାର୍କିଂ
ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...
ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...
ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...
ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ…
ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...
ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...
ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି
ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...
Archives


