ସତା ହରଉଛେ ତିରଶୁଲ ବଁଧ୍‌

ବେଲପଡା, ୨୬ା୪(ଡି.ଏନ.ଏ.):  ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ସଦର ଗାଁ ବେଲପଡ଼ାରେ ରହିଛେ ପୁରାତନ ତିରଶୁଲ ବଁଧ୍‌। ୪୨ ନମ୍ବର ରାଜ୍ୟ ରାଜପଥ ତରାରେ ୬ ଏକର ଜାଗାରେ ଥିବାର ଇ ବଁଧ୍‌ ଏହେଦେ ଦେଖ୍‌ଭାଲ ଅଭାବୁ ତାର ସତା ହରାବାକେ ବସିଛେ। ଉନ୍‌ନତୀକରନ୍‌, ପଁକ୍‌ ଉଧାର ନାଇଁ ହେବାର ଲାଗି ବଁଧ୍‌ ଦିନୁ ଦିନ୍‌କେ ତୁପି ହେଇଯିବାର ସଂଗେ ଆଘର ଲେଖେଁ ପାଏନ୍‌ ବି ନାଇଁ ରହିବାର। ଦିନ୍‌ଥିଲା ବଁଧେ ବଛରକୁତା ପାଏନ୍‌ ଭରି ରହୁଥିଲା, ହେଲେ ଏହେଦେ ସେଟା ବଛର କେତେଟା ହେଲା ଶୁଖ୍‌ଲା ଅବସ୍‌ତାକେ ପଲେଇ ଆସୁଛେ। ଇଆଡ଼େ ଦେଖ୍‌ଭାଲ ଅଭାବୁ ବଁଧ୍‌ଟା ଅନାବନା ଗଛ୍‌ଲତାରେ ପୁରୀ ଅସ୍‌କୁରା ହେଇ ପଡ଼ିଛେ।
ଆଏଜ୍‌କେ ୭୦ ବଛର ତଲେ ବେଲପଡ଼ା ଗଁାବାସୀକର ଦରକାରକେ ନଜରରେ ରଖି କୀର୍ତ୍ତନ୍ୟ ମେହେର ନଁାରେ ଝନେ ସହୁରୁଦ ଲୋକ୍‌ ତିରଶୁଲ ବଁଧ୍‌ କୁଡ଼େଇ ଥିଲେ। ତାକର ନଁାରେ ଥିବାର ୧୧ ଏକର ଜମିର ଗୁଟେ ବଡ଼ଭାଗରେ ଇ ବଁଧ୍‌ଟା ସେ କୁଡ଼େଇଥିଲେ। ଇ ବଁଧର ପାଏନ୍‌ ଫଟିକ୍‌ ଆର କାଚ୍‌ ଲେଖେଁ ନିରମଲ ଦିଶୁଥିଲା। ଗଧାବୁଡ଼ା ବାହାରେ ଲୋକ୍‌ ଇ ବଁଧର ପାଏନ୍‌କେ ଖାଏବା ପିଇବାରେ ବେଭାର କରୁଥିଲେ। ଇତାର ବାହାରେ ବଁଧର ଚାରହିକୁତି ଥିବାର ଚାଷ୍‌ ଜମିରେ ପାଏନ୍‌ ଅଭାବ ହେଲେ ବଁଧର ପାଏନ୍‌କେ ଚାଷୀ କାମେ ଲଗଉଥିଲେ। ହେଲେ ଆଏଜ୍‌ ଇ ସବୁ କଥାନୀ ହେଇଗଲାନ। ଗଧାବୁଡ଼ା ତ ଦୂରର କଥା ଲୋକ୍‌ ଏହେଦେ ଇ ବଁଧର ପାଏନ୍‌ରେ ପାହା ପକାବାକେ ନାଇଁ ଚାହେଁବାର। ଗଁାବାସୀ ନାନା ମଏଲା ଜଗଡ଼ା ଆନି ଇ ବଁଧେ ପକଉଛନ୍‌। ଇ ସବୁ ପଚି ଅଂଚଲଟା ଗଁାଧେ ଫାଟି ପଡ଼ୁଛେ। ବଁଧ୍‌ଟା ଏନ୍‌ତା ଅବସ୍‌ତାରେ ଥିଲାବେଲେ ଲୋକ୍‌ ବଁଧର କେତେ ଜାଗା ଚାପି ଦେଲେନ। ଇ ଦିଗେ ପଁଚେତ୍‌ କତୁରପକ୍ଷ ଆର ରାଜସ୍ବ ବିଭାଗ ପଦକ୍ଷେପ ନେବାର ଜାଗାରେ ତୁମ୍‌ପଡ଼ି ଦେଖୁଛନ୍‌। ଥାନୀୟ ଲୁକ୍‌କର କହେବାର ହିସାବେ ଆଏଜ୍‌କେ ୩ ବଛର ତଲେ ପଁଚେତ୍‌ ତରଫୁ ବଁଧର ପଁକ୍‌ କାଢ଼ବାର ଲାଗି କାମ୍‌ ଆରମ୍‌ ହେଇଥିଲା। ହେଲେ ସେଟା କେହେନ୍‌ସି କାରନ୍‌ରୁ ବଁଦ୍‌ ହେଇଗଲା।  ତା’ପରେ ଆର କେହେନ୍‌ସି ପରକାର ପଦକ୍ଷେପ ନାଇଁ ନିଆଯାଇ। ଗଁାର ଭରତ ବୁଡ଼େକ କହିଛନ୍‌ ଯେ, ବହୁତ ବଛର ହେଲା ତିରଶୁଲ ବଁଧ୍‌ର ଉନ୍‌ନତୀକରନ୍‌ ନାଇଁ ହେଇ। ଉନ୍‌ନତୀକରନ୍‌ କରାଗଲେ ଗଁାବାସୀ ଉପ୍‌କାର ପାଏତେ ବଲି ସେ କହିଛନ୍‌। ଇ ବାବ୍‌ଦେ ବେଲପଡ଼ା ପୂରବର ସରପଁଚ୍‌ କ୍ଷୀର ମେହେରକୁଁ ପଚରାଲାରୁ ମୋର ସରପଁଚ୍‌ ସମିଆରେ ବଁଧର ମାଏଟ୍‌ କାମ୍‌ ଲାଗି ୪ ଲାଖ୍‌ ଟଁକା ଖରଚ୍‌ ଅଟକଲ କରାଯାଇଥିଲା। ଇଥିରଲାଗି ବଁଧର ପାଏନ୍‌ ଶୁଖା ଯାଇଥିଲା। ହେଲେ ପଛେ ଭିନେ ଭିନେ କାରନ୍‌ରୁ କାମ୍‌ ବଁଦ୍‌ ହେଇଗଲା। ସେନ୍‌ତା ଏହେଦ୍‌କାର ସରପଁଚ୍‌ ମହାଦେବ ମେହେରକୁଁ ପଚରାଲାରୁ ଚଲତି ବଛର ୩ ବଛର ଲାଗି ମାଛ୍‌ ଚାଷ୍‌ ଲାଗି ନିଲାମ କରାଯାଇଛେ। ବଁଧର ପୁନରଉଧାର ଲାଗି ପାଖାପାଖି ୫୦ ଲାଖ୍‌ ଟଁକାର ଦରକାର ରହିଛେ। ଇଥିରଲାଗି ପଁଚେତ୍‌ ସମିତି ମିଟିଂରେ ପରସ୍‌ତାବ ଦେଇଛେଁ। ତିରଶୁଲ ବଁଧର ଉପରେ ଥିବାର କଟାରେ ଚଲତି ବଛର ୧୦ ଲାଖ୍‌ ଟଁକାର ମାଏଟ୍‌ କାମ୍‌ ହେବାର ଥିର ହେଇଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ଏମ୍‌ବିବିଏସ୍‌ ପରୀକ୍ଷା ସ୍ଥଗିତ

ସମ୍ବଲପୁର ଅଫିସ୍‌,୧୪।୧: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସ୍କୁଲ, କଲେଜ୍‌ ବନ୍ଦ କରିଦେଇଛନ୍ତି। ସେହିପରି ଭିମ୍‌ସାରରେ...

କିନ୍ନରଙ୍କ ଗଳା କାଟିଦେଲେ

ସମ୍ବଲପୁର,୧୭ା୨(ବ୍ୟୁରୋ): ସମ୍ବଲପୁର ଜିଲାର ଜଣେ କିନ୍ନରଙ୍କୁ ଗଳାକାଟି ହତ୍ୟା କରାଯାଇଛି। ସେ ହେଲେ ଫିରୋଜ ଛତ୍ରିଆ(୨୧)। ବୁର୍ଲା ଥାନା ଗୋଡଭଗା କଲେଜ ଛକ ନିକଟ ୫୫ନମ୍ବର...

ରାସ୍ତା ଉପରେ କାଟିଦେଲେ ଦିନମଜୁରିଆଙ୍କ ତଣ୍ଟି

ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ବଙ୍ଗଳାପଡାର ଦ୍ୱାରିକା ରାତ୍ରେ(୨୬)।...

ବିଧାୟକଙ୍କ ଜେଇଙ୍କୁ ବସ୍‌ଉଠ୍‌ ଘଟଣା: ଓବିସି ମଞ୍ଚର ପାଟଣାଗଡ ଥାନା ଘେରାଉ, ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବି

ପାଟଣାଗଡ଼,୨୧।୬(ଡି.ଏନ୍‌.ଏ.): ଗତ ୫ ତାରିଖରେ ଗମ୍ଭାରୀ ଗ୍ରାମଠାରେ ନିମ୍ନମାନର ରାସ୍ତାକାମକୁ ନେଇ ପାଟଣାଗଡ଼ ବିଧାୟକ ସରୋଜ ମେହେର ପୂର୍ତ୍ତ ବିଭାଗ ଜେଇଙ୍କୁ ଉଠ୍‌ବସ୍‌ କରିଥିବା ଘଟଣାରେ...

ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ସାରା ରାଜ୍ୟରେ ପ୍ରବଳ ଖରା ଗରମ ହେଉଛି। ଅସହ୍ୟ ଗୁଳୁଗୁଳିରେ ଲୋକେ ଛଟପଟ ହେଉଛନ୍ତି। ତେବେ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ପାଣିପାଗରେ...

ଜିଏମ୍‌ୟୁ-ଭିମ୍‌ସାର ଏମ୍‌ଓୟୁ ସ୍ବାକ୍ଷର

ସମ୍ବଲପୁର,୨୪ା୯(ବ୍ୟୁରୋ): ଜେରିଆଟ୍ରିକ୍ସ ଓ ଜେରୋଣ୍ଟୋଲୋଜି କ୍ଷେତ୍ରରେ ଗବେଷଣା ଲାଗି ବୁର୍ଲା ଭିମ୍‌ସାର ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ) ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ଭିମ୍‌ସାର...

ସମବାୟ ନିର୍ବାଚନ: ୧୦୩ ନାମାଙ୍କନ ପତ୍ର ଦାଖଲ

ଜମନକିରା,୨୭ା୫(ଡି.ଏନ.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକରେ ଥିବା ୩ଟି ଲ୍ୟାମ୍ପ୍‌ସରେ ମୋଟ ୧୦୩ଜଣ ପ୍ରାର୍ଥୀ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନା ଅନୁସାରେ, ପ୍ରତ୍ୟେକ ଲାମ୍ପ୍‌ସକୁ...

ଅସୁରକ୍ଷିତ ସର୍କିଟ ହାଉସ

ସମ୍ବଲପୁର,୧୮ା୨(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ଅଧୀନରେ ରହିଛି ସରକାରଙ୍କ ସର୍କିଟ ହାଉସ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭିଭିଆଇପି, ବରିଷ୍ଠ ଅଧିକାରୀ,...

Advertisement
Archives

Model This Week