ସତା ହରଉଛେ ତିରଶୁଲ ବଁଧ୍‌

ବେଲପଡା, ୨୬ା୪(ଡି.ଏନ.ଏ.):  ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ସଦର ଗାଁ ବେଲପଡ଼ାରେ ରହିଛେ ପୁରାତନ ତିରଶୁଲ ବଁଧ୍‌। ୪୨ ନମ୍ବର ରାଜ୍ୟ ରାଜପଥ ତରାରେ ୬ ଏକର ଜାଗାରେ ଥିବାର ଇ ବଁଧ୍‌ ଏହେଦେ ଦେଖ୍‌ଭାଲ ଅଭାବୁ ତାର ସତା ହରାବାକେ ବସିଛେ। ଉନ୍‌ନତୀକରନ୍‌, ପଁକ୍‌ ଉଧାର ନାଇଁ ହେବାର ଲାଗି ବଁଧ୍‌ ଦିନୁ ଦିନ୍‌କେ ତୁପି ହେଇଯିବାର ସଂଗେ ଆଘର ଲେଖେଁ ପାଏନ୍‌ ବି ନାଇଁ ରହିବାର। ଦିନ୍‌ଥିଲା ବଁଧେ ବଛରକୁତା ପାଏନ୍‌ ଭରି ରହୁଥିଲା, ହେଲେ ଏହେଦେ ସେଟା ବଛର କେତେଟା ହେଲା ଶୁଖ୍‌ଲା ଅବସ୍‌ତାକେ ପଲେଇ ଆସୁଛେ। ଇଆଡ଼େ ଦେଖ୍‌ଭାଲ ଅଭାବୁ ବଁଧ୍‌ଟା ଅନାବନା ଗଛ୍‌ଲତାରେ ପୁରୀ ଅସ୍‌କୁରା ହେଇ ପଡ଼ିଛେ।
ଆଏଜ୍‌କେ ୭୦ ବଛର ତଲେ ବେଲପଡ଼ା ଗଁାବାସୀକର ଦରକାରକେ ନଜରରେ ରଖି କୀର୍ତ୍ତନ୍ୟ ମେହେର ନଁାରେ ଝନେ ସହୁରୁଦ ଲୋକ୍‌ ତିରଶୁଲ ବଁଧ୍‌ କୁଡ଼େଇ ଥିଲେ। ତାକର ନଁାରେ ଥିବାର ୧୧ ଏକର ଜମିର ଗୁଟେ ବଡ଼ଭାଗରେ ଇ ବଁଧ୍‌ଟା ସେ କୁଡ଼େଇଥିଲେ। ଇ ବଁଧର ପାଏନ୍‌ ଫଟିକ୍‌ ଆର କାଚ୍‌ ଲେଖେଁ ନିରମଲ ଦିଶୁଥିଲା। ଗଧାବୁଡ଼ା ବାହାରେ ଲୋକ୍‌ ଇ ବଁଧର ପାଏନ୍‌କେ ଖାଏବା ପିଇବାରେ ବେଭାର କରୁଥିଲେ। ଇତାର ବାହାରେ ବଁଧର ଚାରହିକୁତି ଥିବାର ଚାଷ୍‌ ଜମିରେ ପାଏନ୍‌ ଅଭାବ ହେଲେ ବଁଧର ପାଏନ୍‌କେ ଚାଷୀ କାମେ ଲଗଉଥିଲେ। ହେଲେ ଆଏଜ୍‌ ଇ ସବୁ କଥାନୀ ହେଇଗଲାନ। ଗଧାବୁଡ଼ା ତ ଦୂରର କଥା ଲୋକ୍‌ ଏହେଦେ ଇ ବଁଧର ପାଏନ୍‌ରେ ପାହା ପକାବାକେ ନାଇଁ ଚାହେଁବାର। ଗଁାବାସୀ ନାନା ମଏଲା ଜଗଡ଼ା ଆନି ଇ ବଁଧେ ପକଉଛନ୍‌। ଇ ସବୁ ପଚି ଅଂଚଲଟା ଗଁାଧେ ଫାଟି ପଡ଼ୁଛେ। ବଁଧ୍‌ଟା ଏନ୍‌ତା ଅବସ୍‌ତାରେ ଥିଲାବେଲେ ଲୋକ୍‌ ବଁଧର କେତେ ଜାଗା ଚାପି ଦେଲେନ। ଇ ଦିଗେ ପଁଚେତ୍‌ କତୁରପକ୍ଷ ଆର ରାଜସ୍ବ ବିଭାଗ ପଦକ୍ଷେପ ନେବାର ଜାଗାରେ ତୁମ୍‌ପଡ଼ି ଦେଖୁଛନ୍‌। ଥାନୀୟ ଲୁକ୍‌କର କହେବାର ହିସାବେ ଆଏଜ୍‌କେ ୩ ବଛର ତଲେ ପଁଚେତ୍‌ ତରଫୁ ବଁଧର ପଁକ୍‌ କାଢ଼ବାର ଲାଗି କାମ୍‌ ଆରମ୍‌ ହେଇଥିଲା। ହେଲେ ସେଟା କେହେନ୍‌ସି କାରନ୍‌ରୁ ବଁଦ୍‌ ହେଇଗଲା।  ତା’ପରେ ଆର କେହେନ୍‌ସି ପରକାର ପଦକ୍ଷେପ ନାଇଁ ନିଆଯାଇ। ଗଁାର ଭରତ ବୁଡ଼େକ କହିଛନ୍‌ ଯେ, ବହୁତ ବଛର ହେଲା ତିରଶୁଲ ବଁଧ୍‌ର ଉନ୍‌ନତୀକରନ୍‌ ନାଇଁ ହେଇ। ଉନ୍‌ନତୀକରନ୍‌ କରାଗଲେ ଗଁାବାସୀ ଉପ୍‌କାର ପାଏତେ ବଲି ସେ କହିଛନ୍‌। ଇ ବାବ୍‌ଦେ ବେଲପଡ଼ା ପୂରବର ସରପଁଚ୍‌ କ୍ଷୀର ମେହେରକୁଁ ପଚରାଲାରୁ ମୋର ସରପଁଚ୍‌ ସମିଆରେ ବଁଧର ମାଏଟ୍‌ କାମ୍‌ ଲାଗି ୪ ଲାଖ୍‌ ଟଁକା ଖରଚ୍‌ ଅଟକଲ କରାଯାଇଥିଲା। ଇଥିରଲାଗି ବଁଧର ପାଏନ୍‌ ଶୁଖା ଯାଇଥିଲା। ହେଲେ ପଛେ ଭିନେ ଭିନେ କାରନ୍‌ରୁ କାମ୍‌ ବଁଦ୍‌ ହେଇଗଲା। ସେନ୍‌ତା ଏହେଦ୍‌କାର ସରପଁଚ୍‌ ମହାଦେବ ମେହେରକୁଁ ପଚରାଲାରୁ ଚଲତି ବଛର ୩ ବଛର ଲାଗି ମାଛ୍‌ ଚାଷ୍‌ ଲାଗି ନିଲାମ କରାଯାଇଛେ। ବଁଧର ପୁନରଉଧାର ଲାଗି ପାଖାପାଖି ୫୦ ଲାଖ୍‌ ଟଁକାର ଦରକାର ରହିଛେ। ଇଥିରଲାଗି ପଁଚେତ୍‌ ସମିତି ମିଟିଂରେ ପରସ୍‌ତାବ ଦେଇଛେଁ। ତିରଶୁଲ ବଁଧର ଉପରେ ଥିବାର କଟାରେ ଚଲତି ବଛର ୧୦ ଲାଖ୍‌ ଟଁକାର ମାଏଟ୍‌ କାମ୍‌ ହେବାର ଥିର ହେଇଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri