Posted inଖେଳ

ସତର୍କ ରହିବା ଜରୁରୀ

ଡିଏଗୋ ମାରାଡୋନା ଯାହା କରି ଦେଖାଇଥିଲେ ତାହା ଲିଓନେଲ ମେସି ଯଦି କରି ଦେଖାଇଦିଅନ୍ତି ତେବେ ଆର୍ଜେଣ୍ଟିନା ତୃତୀୟଥର ବିଶ୍ୱକପ୍‌ ହାସଲ କରିପାରିବ। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଆଗକୁ ଦୁଇଟି ମ୍ୟାଚ୍‌ ଜିତିବାକୁ ହେବ। ପ୍ରଥମେ ଟୁର୍ନାମେଣ୍ଟରେ ସ୍ଥିର ପ୍ରଦର୍ଶନ କରିଆସୁଥିବା କ୍ରୋଏସିଆକୁ ଅତିକ୍ରମ କରିବାକୁ ପଡ଼ିବ। ମୋ ମତରେ ଯଦି ରୋନାଲ୍‌ଡୋ ସହିତ ପର୍ତ୍ତୁଗାଲ, ଏମ୍‌ବାପେଙ୍କ ସହ ଫ୍ରାନ୍ସ, ନେମାରଙ୍କ ସହ ବ୍ରାଜିଲ ଏବଂ ମେସିଙ୍କ ସହ ଆର୍ଜେଣ୍ଟିନାକୁ ସେମିଫାଇନାଲ ଲାଇନ୍‌-ଅପ୍‌ରେ ଦେଖିବାକୁ ମିଳିଥାନ୍ତା ତେବେ ବିଶ୍ୱର ଶ୍ରେଷ୍ଠ ୪ ଖେଳାଳିଙ୍କ ଉପସ୍ଥିତିରେ ଖେଳ ବେଶ୍‌ ରୋମାଞ୍ଚକ ହୋଇଥାନ୍ତା। କିନ୍ତୁ ଏହା କାହା ହାତର କଥା ନୁହେଁ। ଦୁର୍ଭାଗ୍ୟର ବିଷୟ, ପର୍ତ୍ତୁଗାଲ ଓ ବ୍ରାଜିଲ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିଲେ ନାହିଁ। କହିବାକୁ ଗଲେ ଫୁଟ୍‌ବଲରେ ପ୍ରଦର୍ଶନ ଭଲ ନ କଲେ ଅପେକ୍ଷାକୃତ ଶକ୍ତିଶାଳୀ ବିବେଚନା କରାଯାଉଥିବା ଦଳକୁ ପରାଜୟ ବରଣ କରିବାକୁ ପଡ଼ିଥାଏ। ସାଉଦି ଆରବ ବିପକ୍ଷ ଓପ୍‌ନିଂ ମ୍ୟାଚ୍‌ରେ ପରାଜୟ ପରଠାରୁ ଆର୍ଜେଣ୍ଟିନା ଭଲ ପ୍ରଦର୍ଶନ କରିଆସୁଛି। ଦଳ ସେମିଫାଇନାଲରେ ମଧ୍ୟ ପ୍ରବେଶ କରିଛି। ନେଦରଲାଣ୍ଡ୍ସ ବିପକ୍ଷ କ୍ୱାର୍ଟର ଫାଇନାଲରେ କୋଚ୍‌ ଲିଓ ସ୍କାଲୋନି ୩-୫-୨ କମ୍ବିନେଶନକୁ ନେଇ ରଣନୀତି ପ୍ରସ୍ତୁତ କରିଥିଲେ। ଦଳ ଭଲ ପ୍ରଦର୍ଶନ ମଧ୍ୟ କରିଥିଲା। ଦଳ ଯେତେବେଳେ ୨-୦ ଗୋଲ୍‌ରେ ଅଗ୍ରଣୀ ଲାଭ କରିଥିଲା ମ୍ୟାଚ୍‌ ଜିତିବା ନିଶ୍ଚିତ ମନେହେଉଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ୨ଟି ଗୋଲ ବରଣ କରିବା ପରେ ଦଳ ନର୍ଭସ ହୋଇପଡ଼ିଥିଲା। ପରେ ଅତିରିକ୍ତ ସମୟ ଖେଳ ଅମୀମାଂସିତ ଭାବେ ଶେଷ ହେବାରୁ ଦଳ ପେନାଲ୍ଟି ଶୁଟ୍‌ ଆଉଟ୍‌ରେ ବିଜୟଲାଭ କରିଥିଲା। ଏଭଳି ପରିସ୍ଥିତି ଉପୁଜିଲେ ବିଚଳିତ ନ ହେବା ଲାଗି ମୁଁ ଆର୍ଜେଣ୍ଟିନା ଦଳକୁ ପରାମର୍ଶ ଦେବି। ମନେରଖିବାକୁ ହେବ, କ୍ରୋଏସିଆ ଏକ ଅଭିଜ୍ଞ ଓ ପରିପକ୍ୱ ଦଳ। କେବଳ ସେତିକି ନୁହେଁ, ରୁଷିଆରେ ଅନୁଷ୍ଠିତ ଗତ ବିଶ୍ୱକପ୍‌ର ଫାଇନାଲିଷ୍ଟ ମଧ୍ୟ। ଗତ ବିଶ୍ୱକପ୍‌ର ୬ରୁ ୭ ଖେଳାଳି ଏହାର ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଛନ୍ତି। ଲୁକା ମୋଡ୍ରିକ୍‌ଙ୍କ ଉପସ୍ଥିତିରେ ଏହି ଦଳର ମିଡ୍‌ ଫିଲ୍‌ଡ ଖୁବ୍‌ ସୁଦୃଢ଼। ମୋଡ୍ରିକ୍‌ ଜଣେ ମାଷ୍ଟର ପ୍ଲେମେକର ଏବଂ ସମ୍ମାନଜନକ ମାଲନ ଡି’ଅର ପୁରସ୍କାର ବିଜେତା। ହେୟଜ୍ଞାନ ନ କରି ଏହି ଦଳ ବିପକ୍ଷରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆର୍ଜେଣ୍ଟିନା ଓ କ୍ରୋଏସିଆ ମଧ୍ୟରେ ଏକ ଭଲ ମ୍ୟାଚ୍‌ ହେବ, ଏଥିରେ କୌଣସି ସନ୍ଦେହ ନାହିଁ।
-(ଚିଭାକ ସ୍ପୋଟର୍‌ସ)


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri