ସଡ଼କ ଦୁର୍ଘଟଣା ରୋକିବାକୁ ନୂଆ ବ୍ୟବସ୍ଥା: ପ୍ରଥମ ୪୮ଘଣ୍ଟା ପାଇଁ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର, ୨୭ା୧୦(ବ୍ୟୁରୋ): ଓଡ଼ିଶାରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୁପ୍ରିମକୋର୍ଟଙ୍କ ତାଗିଦ୍‌ ସତ୍ତ୍ୱେ ସଡ଼କ ସୁରକ୍ଷା କ୍ଷେତ୍ରରେ ସେତେଟା ଉନ୍ନତି ଆଣିବାରେ ପରିବହନ ବିଭାଗ ବାରମ୍ବାର ଫେଲ୍‌ ମାରିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୧୬ରେ ରାଜ୍ୟରେ ୧୦,୫୩୨ ଦୁର୍ଘଟଣା ଘଟିଥିବା ବେଳେ ୪,୪୬୩ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୭ରେ ୧୦,୮୫୫ ଦୁର୍ଘଟଣାରେ ୪,୭୯୦ଜଣ ମୃତ୍ୟୁବରଣ କରିଛନ୍ତି। ସେହିପରି ୨୦୧୮ରେ ମୋଟ ୧୧,୨୬୨ଟି ଦୁର୍ଘଟଣା ଘଟିଥିବା ବେଳେ ୫,୩୧୫ଜଣ ମୃତ୍ୟୁବରଣ କରିଛନ୍ତି। ୨୦୧୯ ଜୁନ୍‌ ସୁଦ୍ଧା ୫,୮୦୨ଟି ଦୁର୍ଘଟଣାରେ ୩୦୧୩ଜଣଙ୍କ ମୃତ୍ୟୁ ହୋଇଛି। ଏହି ସଂଖ୍ୟା ଦେଖିଲେ ସ୍ପଷ୍ଟ ପ୍ରମାଣିତ ହେଉଛି ପ୍ରତ୍ୟେକ ବର୍ଷ ସଡ଼କ ଦୁର୍ଘଟଣା ସଂଖ୍ୟା ବଢିବା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଶତଚେଷ୍ଟା ସତ୍ତ୍ୱେ ଏହାକୁ ରୋକିବାରେ ରାଜ୍ୟ ସରକାର ବିଫଳ ହେଉଛନ୍ତି। ତେବେ ସଡକ ଦୁର୍ଘଟଣା ପରେ ମୃତ୍ୟୁ ସଂଖ୍ୟାକୁ କିପରି କମାଯାଇପାରିବ ସେନେଇ ପରିବହନ ବିଭାଗ ଏବେ ନୂଆ ବ୍ୟବସ୍ଥା ଆରମ୍ଭ କରିଛି। ଆଉ ଏଥିପାଇଁ ଏକ ସଫ୍ଟଓ୍ବେର ତିଆରି କରିବା ପାଇଁ ନ୍ୟାଶନାଲ ଇନଫରମେଟିଭ ସେଣ୍ଟର(ଏନ୍‌ଆଇସି)କୁ ଦାୟିତ୍ୱ ଦିଆଯାଇଛି। ଏହି ସଫ୍ଟଓ୍ବେର କାର୍ଯ୍ୟକାରୀ ହେଲେ ଦୁର୍ଘଟଣାଗସ୍ତ ଲୋକଙ୍କୁ ଖୁବଶୀଘ୍ର ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଯାଇପାରିବ। ଏହାସହ ଦୁର୍ଘଟଣାର କାରଣ ଏବଂ ନିରାକରଣ ସହଜରେ କରାଯାଇପାରିବ। ଏହି ବ୍ୟବସ୍ଥା ଅନୁଯାୟୀ ଏକ ଟୋଲ୍‌ ଫି ସେଣ୍ଟର କାର୍ଯ୍ୟକାରୀ ହେବ। ଦୁର୍ଘଟଣା ସମ୍ବନ୍ଧୀୟ ତଥ୍ୟ ମିଳିବା ମାତ୍ରେ କଲ୍‌ ସେଣ୍ଟରରେ ଥିବା କର୍ମଚାରୀମାନେ ପ୍ରଥମେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାର ବ୍ୟବସ୍ଥା କରିବେ। ଏହାପରେ ପୂର୍ତ୍ତ ବିଭାଗକୁ ଫୋନ୍‌ କରି ଘଟଣାସ୍ଥଳକୁ ଯିବା ପାଇଁ କହିବେ। ପୂର୍ତ୍ତ ବିଭାଗର ଭୁଲ୍‌ ପାଇଁ ଯଦି ଦୁର୍ଘଟଣା ହୋଇଥିବ ତେବେ ସଙ୍ଗେସଙ୍ଗେ ତ୍ରୁଟି ସୁଧରାଯିବ। ଏହାପରେ ପୋଲିସ ଏବଂ ପରିବହନ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯିବ। ପ୍ରତ୍ୟେକ ଦୁର୍ଘଟଣାର କାରଣକୁ ଭଲରେ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ ହେବ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।

ଏହାସହ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ସମସ୍ତ ଘରୋଇ ଆମ୍ବୁଲାନ୍ସଗୁଡିକୁ ଏବେଠାରୁ ୧୦୮ ଆମ୍ବୁଲାନ୍ସ ପରିସରଭୁକ୍ତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ପରିବହନ ବିଭାଗ ଅନୁରୋଧ କରିଛି। ଖୁବ୍‌ଶୀଘ୍ର ସ୍ବାସ୍ଥ୍ୟ ବିଭାଗ ଏନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର(ଏସ୍‌ଓପି) ବାହାର କରିବା ଲାଗି କାମ ଆରମ୍ଭ କରିଛନ୍ତି। ଏସ୍‌ଓପି ପ୍ରସ୍ତୁତି ପାଇଁ ବମ୍ବେର ଏକ ଏନ୍‌ଜିଓ(ରାଢି ଫାଉଣ୍ଡେଶନ) ସହ ସ୍ବାସ୍ଥ୍ୟ ବିଭାଗ ଚୁକ୍ତି ସ୍ବାକ୍ଷର କରିଥିବା ଜଣାପଡିଛି। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଥିବା ବେଳେ ବର୍ତ୍ତମାନ ଏହି ସୁବିଧା ଘରୋଇ ହସ୍ପିଟାଲରେ ଦେବା ପାଇଁ ମଧ୍ୟ ନିଷ୍ପତ୍ତି ସରିଛି। ହଠାତ୍‌ ଜଣେ ଦୁର୍ଘଟଣାରେ ଶିକାର ହେଲେ ପ୍ରଥମ ୪୮ଘଣ୍ଟା ପାଇଁ ସେମାନଙ୍କୁ ଘରୋଇ ଡାକ୍ତରଖାନାରେ ମାଗଣାରେ ସେବା ଯୋଗାଇ ଦିଆଯିବ। ଏହାକୁ ଗୋଲ୍‌ଡେନ୍‌ ଆଓ୍ବାର ଟ୍ରିଟ୍‌ମେଣ୍ଟ ବୋଲି ନାମକରଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ସୁବିଧା ଭୁବନେଶ୍ୱର ଓ କଟକରେ ଏହା ଲାଗୁ କରାଯିବ। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୩ଟି ଘରୋଇ ଡାକ୍ତରଖାନା ଆପୋଲୋ, ଆମ୍ରି ଏବଂ କଟକର ଅଶ୍ୱିନୀ ହସ୍ପିଟାଲ ସହ ଚୁକ୍ତି ସରିଥିବା ଜଣାପଡିଛି। ଆଗକୁ ଏହା ଅନ୍ୟ ସହରଗୁଡିକରେ ମଧ୍ୟ ଲାଗୁ କରିବା ପାଇଁ ଅନ୍ୟ ଘରୋଇ ଡାକ୍ତରଖାନା ସହ ଚୁକ୍ତି ହେବ। ପ୍ରାଥମିକସ୍ତରରେ ଏହି ବାବଦ ଖର୍ଚ୍ଚ ଲାଗି ସ୍ବାସ୍ଥ୍ୟ ବିଭାଗକୁ ପରିବହନ ବିଭାଗ ପକ୍ଷରୁ ୪କୋଟି ଟଙ୍କା ପ୍ରଦାନ କରାଯାଇଥିବା ମଧ୍ୟ ଜଣାପଡିଛି। ଏଥିରୁ ବର୍ତ୍ତମାନ ସୁଦ୍ଧା ସ୍ବାସ୍ଥ୍ୟ ବିଭାଗ ପାଖପାଖି ୨୮ଲକ୍ଷ ଖର୍ଚ୍ଚ କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri