ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କ ପାଇଁ ବ୍ୟବସ୍ଥା: ଘରୋଇ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ। ଏ ନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି। ଗୁରୁତର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କୁ ମେଡିକାଲ/ ସର୍ଜିକାଲ ଏବଂ ଗୁରୁତର ସ୍ବାସ୍ଥ୍ୟ ସେବା ଘରୋଇ ହସ୍ପିଟାଲରେ ମାଗଣାରେ ଯୋଗାଇ ଦିଆଯିବ। ଏହି ଖର୍ଚ୍ଚ ରାଜ୍ୟ ସରକାରଙ୍କ ମାଗଣା ଚିକିତ୍ସା ଟ୍ରମା ପାଣ୍ଠି(ଏଫ୍‌ଟିଟିଏଫ୍‌)ରୁ ଯୋଗାଇ ଦିଆଯିବ। ସରକାରୀ ଡାକ୍ତରଖାନା ଛଡା କଟକ ଓ ଭୁବନେଶ୍ୱରରେ ଥିବା ଘରୋଇ ହସ୍ପିଟାଲରେ ମଧ୍ୟ ଦୁର୍ଘଟଣା ଘଟିବାର ୪୮ ଘଣ୍ଟା ମଧ୍ୟରେ ମାଗଣା ଚିକିତ୍ସା ସୁବିଧା ମିଳିପାରିବ। ପ୍ରଥମ ପର୍ଯ୍ୟାୟରେ କଟକଠାରେ ଥିବା ଅଶ୍ୱିନୀ, ଭୁବନେଶ୍ୱରରେ ଥିବା ଆମ୍ରି ଓ ଆପୋଲୋ ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ହେବ। ଆସନ୍ତା ୬ ମାସ ମଧ୍ୟରେ ଏହି ହସ୍ପିଟାଲଗୁଡ଼ିକରେ ଚିକିତ୍ସିତ ହୋଇଥିବା ବ୍ୟକ୍ତିମାନଙ୍କର ଖର୍ଚ୍ଚ ସମ୍ପର୍କରେ ସମୀକ୍ଷା କରାଯିବ। ଏହା ପରେ ରାଜ୍ୟର ଅନ୍ୟାନ୍ୟ ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ କରିବା ନେଇ ନିଷ୍ପତ୍ତି ନିଆଯିବ।
ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ପହଞ୍ଚିବା ମାତ୍ରେ ଘରୋଇ ହସ୍ପିଟାଲ ସମସ୍ତ ଜରୁରୀ ଚିକିତ୍ସା ଯୋଗାଇ ଦେବେ। ଏଥିସହିତ ମେଡିକାଲ ଶିକ୍ଷା ନିର୍ଦ୍ଦେଶକ(ଡିଏମଇଟି)ଙ୍କୁ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଓ କି ପ୍ରକାର କ୍ଷତି ହୋଇଛି ସେ ନେଇ ୪୮ ଘଣ୍ଟା ମଧ୍ୟରେ ସୂଚନା ଦେବେ। ଯଦି ୪୮ ଘଣ୍ଟା ମଧ୍ୟରେ ଅନ୍ୟ ହସ୍ପିଟାଲକୁ ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ ପଡେ ତେବେ ପ୍ରଥମେ ଆସିଥିବା ହସ୍ପିଟାଲର ବିଲ୍‌ ସହିତ ତାହାକୁ ହିସାବକୁ ନିଆଯିବ। ଯଦି ୪୮ ଘଣ୍ଟା ପରେ ଟ୍ରମା କେୟାର ଆରମ୍ଭ ହେବ ତେବେ ସେହି ଆହତ ବ୍ୟକ୍ତି ଏଫ୍‌ଟିଟିଏଫ୍‌ରୁ ସହାୟତା ପାଇଁବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ସେଭଳି କ୍ଷେତ୍ରରେ ସ୍ବାସ୍ଥ୍ୟ ବିଭାଗର ବୈଷୟିକ କମିଟିକୁ ଜଣାଇବାକୁ ହେବ। ଏଭଳି କ୍ଷେତ୍ରରେ ରୋଗୀ ଯଦି ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି(ଓଏସ୍‌ଟିଏଫ୍‌)ରୁ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ ତାଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ପାରିବ। ଯଦି କୌଣସି ସମସ୍ୟା ହେବ ତେବେ ଡିଏମ୍‌ଇଟି ଅନିଲ କୁମାର ସାହୁ (୯୪୩୭୦୫୪୯୩୦), ମଣିଲାଲ ଗୁପ୍ତା(୯୪୩୯୯୯୮୧୫୩) ଏବଂ ଦିଲ୍ଲୀପ କୁମାର ନନ୍ଦ(୯୩୪୮୬୭୭୧୩୩)ଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଚିକିତ୍ସାର ୪୮ ଘଣ୍ଟା ପରେ ସମ୍ପୃକ୍ତ ଘରୋଇ ହସ୍ପିଟାଲ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ସମସ୍ତ ଖର୍ଚ୍ଚ ପ୍ରମାଣ ପତ୍ର ସହ ଆବେଦନ କରିବାକୁ ହେବ। ଡିଏମଇଟି ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ସେହି ହସ୍ପିଟାଲକୁ ଚିକିତ୍ସାର ସମସ୍ତ ଖର୍ଚ୍ଚ ପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri