ମାଲକାନଗିରି, ୩୧।୧୦(ଡି.ଏନ୍.ଏ): ମାଲକାନଗିରି ଜିଲାରେ ବିଭିନ୍ନ ସମୟରେ ରୋଗୀ, ଗର୍ଭବତୀ ଓ ମୃତଦେହ ଭାରରେ ବୁହାହେବା ଘଟଣା ଘଟୁଥିବା ଦେଖିବାକୁ ମିଳିଥାଏ। ହେଲେ ସଚେତନତା ଅଭାବରୁ ଜଣେ ମହିଳାଙ୍କୁ ଗୁଣିଆ ପାଖରେ ଚିକିତ୍ସା କରାଇବା ଏବଂ ତାଙ୍କର ମୃତ୍ୟୁ ଘଟିବା ପରେ ମୃତଦେହକୁ ଭାରରେ ବୁହାହେବା ପରି ଘଟଣା ନଜରକୁ ଆସିଛି।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲା ମାଥିଲି ବ୍ଲକ ଟେମୁରୁପାଲ୍ଲୀ ଗ୍ରାମର ମୁଡେ କାଲମାରି(୩୦)ଙ୍କୁ ଜ୍ୱର ହେବା ସହ ହାତ ଗୋଡ଼ ବିନ୍ଧା ହେଉଥିଲା । ପରିବାରଲୋକେ ତାଙ୍କୁ ଚିକିତ୍ସା ପାଇଁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଏଠାରେ ଚିିକିତ୍ସା ହେବ ନାହିଁ, ତେଣୁ ତାଙ୍କୁ ଘରକୁ ନେଇଯାଅ ବୋଲି ଡାକ୍ତର କହିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଏହାପରେ ସେମାନେ ବାଧ୍ୟ ହୋଇ ମାଥିଲିଠାରୁ ପ୍ରାୟ ୪ କିଲୋମିଟର ଦୂର ଗୁରୁଗୁଡ଼ା ଗ୍ରାମର ଜଣେ ଗୁଣିଆ ପାଖରେ ୨ ଦିନ ଚିକିତ୍ସା କରାଇବା ପରେ ବୁଧବାର ରାତିରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ତେବେ ମୃତଦେହକୁ ନିଜ ଗ୍ରାମକୁ ଗାଡ଼ି ଭଡ଼ାକରି ନେବାକୁ ଟଙ୍କା ନ ଥିବାରୁ ପରିବାରବର୍ଗ ଓ ସମ୍ପର୍କୀୟ ମିଶି ପ୍ରାୟ ୩୦ କିଲୋମିଟର ଖଟିଆରେ ବୋହି ନେଇଥିବା ଦେଖାଯାଇଛି । ଏବେବି ଜିଲାର ଲୋକେ ଅନ୍ଧବିଶ୍ୱାର ବଶବର୍ତ୍ତି ହୋଇ ଗୁଣି ଗାରେଡ଼ି ଉପରେ ନିର୍ଭର କରୁଛନ୍ତି । ଫଳରେ ଏଭଳି ଘଟଣାର ପୂନରାବୃତି ଘଟୁଛି । ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
Posted inଆମ ଜିଲା ଖବର, ମାଲକାନଗିରି, ରାଜ୍ୟ View All

ବଳାତ୍କାରୀଙ୍କୁ ୩୫ ବର୍ଷ ଜେଲ
ଜୟପୁର,୨୩ା୯(ନି.ପ୍ର.): ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଜୟପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ ପକ୍ସୋ କୋର୍ଟ ବିଚାରପତି ପ୍ରଦୀପ କୁମାର...

କଣ୍ଟେନମେଣ୍ଟ ଜୋନ୍ ବିନା ସବୁଠି ଖୋଲିପାରିବ ଅଫିସ, ଗ୍ରୀନ ଜୋନ୍ରେ କୌଣସି କଟକଣା ନାହିଁ
ଭୁବନେଶ୍ୱର,୮।୫(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ଓଡ଼ିଶାକୁ ୪ଟି ଜୋନରେ ବିଭକ୍ତ କରାଯାଇଛି। କଣ୍ଟେନ୍ମେଣ୍ଟ ଜୋନ, ରେଡ, ଅରେଞ୍ଜ, ଗ୍ରୀନ ଜୋନ କରାଯିବା ପରେ ସେଥିରେ କିଛି...

ରାଜ୍ୟରେ ସୁସ୍ଥ ହେଲେ ୧୧୦୧ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୨୦।୧୧(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୧୧୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୯୬, କଟକରୁ ୮୯,...

ବନ୍ତରେ ଜବରଦଖଲ ଉଚ୍ଛେଦ
ବନ୍ତ,୩ା୧୨(ଡି.ଏନ୍.ଏ.)- ମଙ୍ଗଳବାର ଭଦ୍ରକ-ଆନନ୍ଦପୁର ୫୩ନଂ. ରାଜ୍ୟ ରାଜପଥ ଅଧୀନ ବନ୍ତ ବଜାରର ଉନ୍ନତୀକରଣ କାର୍ଯ୍ୟ ଲାଗି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି...

ବୁଗୁଡ଼ା ଉପକୋଷାଗାରର ନୂତନ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ନୂତନ
ବୁଗୁଡ଼ା,୭।୮(ଡି.ଏନ୍.ଏ): ଗଞ୍ଜାମ ଜିଲା ବୁଗଡ଼ାରେ ଥିବା ଉପକୋଷାଗାରର ନୂତନ ଅଧିକାରୀ ଭାବେ ଶୁକ୍ରବାର ନୂତନ ମଲ୍ଲିକ୍ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଉପକୋଷାଗାରର ସେ ପ୍ରଥମ...

ବୁଡ଼ି ଯାଉଛି ପୁରୁଣା ବୃତ୍ତି
ବନ୍ତ,୨୩।୫(ଡି.ଏନ୍.ଏ.) – ପରିଶ୍ରମ ତୁଳନାରେ ପାରିଶ୍ରମିକ ମିଳୁ ନ ଥିଲେ ବି ଅନେକ ଗ୍ରାମୀଣ କଳାକାର ପୁରୁଣା ବୃତ୍ତିକୁ ନେଇ ଜିଇବା ଲାଗି ସଂଘର୍ଷ ଜାରି...

ଅଙ୍ଗନଓ୍ବାଡିକର୍ମୀଙ୍କୁ ମାସ୍କ, ସାନିଟାଇଜର୍ ବଣ୍ଟନ
ଭଦ୍ରକ ଅଫିସ,୫।୫: ଭଦ୍ରକ ଜିଲାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଅଙ୍ଗନୱାଡିକର୍ମୀଙ୍କୁ ମାସ୍କ ଓ ସାନିଟାଇଜର୍ ବଣ୍ଟନ କରାଯାଇଛି। ଭଦ୍ରକ ଏମ୍ପି ମଞ୍ଜୁଲତା ମଣ୍ଡଳଙ୍କ ଆଞ୍ଚଳିକ ଅନୁଦାନ...

ଫେରିଯିବ ମୌସୁମୀ
ଭୁବନେଶ୍ୱର,୨୮।୯(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ସୋମବାର ଉତ୍ତର ଭାରତର ରାଜସ୍ଥାନଠାରୁ ଅପସାରଣ ଆରମ୍ଭ କରିବ। ଅକ୍ଟୋବର ପ୍ରଥମ ସପ୍ତାହର ଶେଷ ଭାଗରେ ମୌସୁମୀ ଓଡ଼ିଶାରୁ ବିଦାୟ ନେବ।...