ସଚିବଙ୍କ ନିର୍ଦ୍ଦେଶ ପରେ ବିଭାଗୀୟ ତତ୍ପରତା

ଯାଜପୁର ଅଫିସ,୧।୨: ଯାଜପୁର ଜିଲା ସୁକିନ୍ଦା ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣରେ ହୋଇଥିବା ଅନିୟମିତତା ସଂକ୍ରାନ୍ତରେ ବିଭାଗୀୟ ତତ୍ପରତା ଦେଖିବାକୁ ମିଳିଛି। ଓଡ଼ିଶା ସରକାର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅଧସ୍ଥନ ସଚିବ ଏସ୍‌.ଆର୍‌. ପଟ୍ଟନାୟକ ତାଙ୍କ ପତ୍ରସଂଖ୍ୟା ୨୩୪୬୪/୧୩ା୧୨ା୨୦୧୯ରେ ନିର୍ଦ୍ଦେଶ ପରେ ଏବେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ର ଇଞ୍ଜିନିୟର-ଇନ୍‌-ଚିଫ୍‌ ତାଙ୍କ ପତ୍ରସଂଖ୍ୟା ୭୬୮/୩୧ା୧ା୨୦୨୦ରେ କଟକ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇଛନ୍ତି। ଗତ ଜୁଲାଇ ମାସରେ ଯନ୍ତ୍ରୀ ପ୍ରାଧିକରଣ ପକ୍ଷରୁ ସୁକିନ୍ଦା ମେଗା ପାଇପ ଜଳଯୋଗାଣ ପ୍ରକଳ୍ପର ନୀରିକ୍ଷଣ କରାଯାଇଥିଲା। ନୀରିକ୍ଷଣ ରିପୋର୍ଟ ଉପରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ତେବେ ଉକ୍ତ ଖବରକୁ ଆଧାର କରି ଗତ ଡିସେମ୍ବର ୩ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ଅଭିଯୋଗ କରାଯାଇଥିଲା। ଅଭିଯୋଗରେ ଡିଏମ୍‌ଏଫ୍‌ ପାଣ୍ଠିରୁ ୭୯.୫୬ କୋଟି ଟଙ୍କା ମୂଲ୍ୟରେ ଠିକାସଂସ୍ଥା ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀ(ଏନ୍‌ସିସି) ଦ୍ୱାରା ନିର୍ମାଣ ହେଉଥିବା ସୁକିନ୍ଦା ମେଗା ଜଳଯୋଗାଣ ପ୍ରକଳ୍ପ ଇଞ୍ଜିନିୟର୍ସ ଅଟରିଟ ଦ୍ୱାରା ନିରୀକ୍ଷଣ କରାଯାଇଥିଲା। ନୀରିକ୍ଷଣରେ ଗୋଟିଏ ଖାତ(ଟ୍ରେଂଞ୍ଚ)ରେ ଆବଶ୍ୟକଠାରୁ କମ୍‌ ଖାତ ଖୋଳି ପାଇପ ବିଛା, ନିକଟସ୍ଥ ପାଟଣାଠାରେ ନିର୍ମାଣାଧୀନ ଇଏସ୍‌ଆରସ୍ତରରେ ସିଧା(ଭର୍ଟିକାଲ) ଭାବେ ନିର୍ମାଣ ନ ହେବା ଆଦି ଅନିୟମିତତା ଦେଖିବାକୁ ମିଳିଥିଲା। ଏହାପରେ ଇଞ୍ଜିନିୟର୍ସ ଅଟରିଟି ରିପୋର୍ଟକୁ ଭିତ୍ତି କରି ବିଭାଗୀୟ ଇଞ୍ଜିନିୟର୍ସ-ଇନ୍‌-ଚିଫ୍‌ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାବାଦ ପ୍ରକଳ୍ପର ବିଭିନ୍ନ କଂକ୍ରିଟ ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର ହେବାକୁ ଥିବା ଷ୍ଟିଲ୍‌ ସାମଗ୍ରୀର ଗୁଣବତ୍ତା ଉପରେ ଏମ୍‌ଏସ୍‌ଭି ଇଣ୍ଟରନ୍ୟାଶନାଲ ପକ୍ଷରୁ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ଷ୍ଟିଲ୍‌ ସାମଗ୍ରୀ ବ୍ୟବହାର ଅନୁପଯୋଗୀ ବୋଲି ଅଥରିଟି ଅନୁଭବ କରିବା ପରେ ବିଭାଗକୁ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟ ଆଧାରରେ ଶ୍ୟାମ ଷ୍ଟିଲରୁ କିଣାଯାଇଥିବା ସମସ୍ତ ଷ୍ଟିଲ ସାମଗ୍ରୀକୁ ହଟାଇ ଦେବାକୁ ଠକା ସଂସ୍ଥା ଏନ୍‌ସିସିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ କେତେକ ବିଭାଗୀୟ ଅଧିକାରୀଙ୍କୁ ହାତ କରି କିଣାଯାଇଥିବା ଷ୍ଟିଲ ସାମଗ୍ରୀକୁ ଦ୍ୱିତୀୟ ଥର ପାଇଁ କଟକ ସେଣ୍ଟ୍ରାଲ ଲାବୋରୋଟୋରୀ(ଆରଆଣ୍ଡବି) ଏବଂ ଭୁବନେଶ୍ୱର ଆଇଏମ୍‌ଏମ୍‌ଟି ଲାବେରୋଟୋରୀରେ ପରୀକ୍ଷା କରାଯାଇଥିଲା। ଯାହାର ରିପୋର୍ଟରେ ସେହି ଷ୍ଟିଲ ସାମଗ୍ରୀର ଗୁଣବତ୍ତା ସନ୍ତୋଷଜନକ ଓ ବ୍ୟବହାର ଉପଯୋଗୀ ବୋଲି ଦର୍ଶାଯାଇଥିଲା। ଉକ୍ତ ରିପୋର୍ଟକୁ ଆଧାର କରି ଆରଡବ୍ଲ୍ୟୁଏସ୍‌ଏସ୍‌ର ଚିଫ୍‌ ଇଞ୍ଜିନିୟର ତାଙ୍କ ପତ୍ରସଂଖ୍ୟା ୭୮୪୨/୧୦ା୯ା୨୦୧୯ରେ ଠିକାସଂସ୍ଥା ଏନ୍‌ସିସିର ସହକାରୀ ଜେନେରାଲ ମ୍ୟାନେଜରଙ୍କୁ ଷ୍ଟିଲ୍‌ ସାମଗ୍ରୀ ପୁଣି ବ୍ୟବହାର ହୋଇପାରିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ତେବେ ଦ୍ୱିତୀୟବାର ପରୀକ୍ଷା କରାଯିବା ନେଇ କୌଣସି ସନ୍ତୋଷଜନକ ଉତ୍ତର ବିଭାଗ ପାଖରେ ନାହିଁ ବୋଲି ଇ-ଅଭିଯୋଗରେ ଦର୍ଶାଯାଇଥିଲା। ଏହାସହ ବ୍ୟବହାର ହୋଇଥିବା ଷ୍ଟିଲ୍‌ ସାମଗ୍ରୀରମାନ ନେଇ ଆଉଥରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗରେ ଦାବି ହୋଇଛି। ଏନେଇ ଯାଜପୁର ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ଅମିୟ କୁମାର ପରିଜାଙ୍କୁ ପଚାରିବାରେ ଆବଶ୍ୟକ ପରୀକ୍ଷା କରିବା ପରେ ଷ୍ଟିଲ ସାମଗ୍ରୀର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଏଥିରେ କୌଣସି ପ୍ରକାର ଅନିୟମିତତା କରାଯାଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜଧାନୀରେ ଶାନ୍ତିଶୃଙ୍ଖଳାର ସହ ପୌର ନିର୍ବାଚନ ସମ୍ପନ୍ନ ନିମନ୍ତେ ମଡେଲ କୋଡ୍‌ ଅଫ କଣ୍ଡକ୍ଟ ଲାଗୁ ହେବା ପରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲା...

ମାଲକାନଗିରିରେ ଅନେକ କୋଲ୍‌କାତା ଫେରନ୍ତା: ବିଭିନ୍ନ ସ୍ଥାନରେ ଚଢ଼ାଉ

ମାଲକାନଗିରି,୧ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଏଯାବତ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ତେବେ କୋଲ୍‌କାତା ଫେରନ୍ତାଙ୍କୁ ନେଇ ଏବେ ଜିଲାବାସୀଙ୍କୁ ଭୟ ଘାରିଛି। ସେଠାରୁ ଆସିଥିବା ଅନେକ...

ଡୋର ଷ୍ଟେପ୍‌ରେ ଟିକା

ଭୁବନେଶ୍ୱର, ୧୬।୫ – ୬୦ରୁ ଉର୍ଦ୍ଧ୍ୱ ବୟସ୍କ ବରିଷ୍ଠ ନାଗରିକଙ୍କ ପାଇଁ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ଘରକୁ ଘର ଟିକାକରଣ ଓ କୋଭିଡ୍‌ ଟେଷ୍ଟ...

ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ନୂଆପଡ଼ା ଅଫିସ,୮।୭: ନୂଆପଡ଼ା ଜିଲା ସୁନାବେଡ଼ା ଅଭୟାରଣ୍ୟରେ ଶୁକ୍ରବାର ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ନୂଆପଡ଼ା ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଜିଲା ଆମାମୋରା...

ଜଳିଗଲା ୧୫ ବଖରା

ବେଗୁନିଆପଡ଼ା,୧୧ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତର ଗୁଡ଼ିଆଳିରେ ଶନିବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ବେଳେ ଚାହୁଁଚାହୁଁ ୧୫ ବଖରା ଜଳିପୋଡ଼ି...

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମୃତ

ବାହାନଗା,୨୭ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ପୋଲିସର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରୁଣ୍ଡୁ ମଳିକ(ଅଲିୟାସ ଲକ୍ଷ୍ମୀଧର)ଙ୍କ ମୃତ୍ୟୁ ଘଟିଛି। ତାଙ୍କ...

କାନ୍ଥ ନିର୍ମାଣ ନେଇ ପଡ଼ୋଶୀଙ୍କ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୩ ଗୁରୁତର: ୫ ଗିରଫ

ଆସିକା,୨।୨(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ସୁମନ୍ତପଲ୍ଲୀ ଗ୍ରାମରେ ଶନିବାର ବିଳମ୍ବତ ରାତିରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଏଥିରେ ଉକ୍ତ ଗ୍ରାମର ଗୋଟିଏ ପରିବାରର...

ପାନ ଦୋକାନୀ ହତ୍ୟା ଘଟଣା: ଜଣେ ଯୁବତୀଙ୍କ ସମେତ ୨ ଗିରଫ

ରେମୁଣା, ୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ନୂଆଗଁାସ୍ଥିତ ସାଆନ୍ତା ଛକରେ ପାନ ଦୋକାନୀ ହତ୍ୟା ଘଟଣାର ୧୦ଦିନ ପରେ ପୋଲିସ ଜଣେ ଯୁବତୀଙ୍କ ସମେତ ୨ଜଣଙ୍କୁ...

Advertisement
Archives

Model This Week