Posted inଫୁରସତ

ସଙ୍ଗୀତ ମାୟାରେ ଆରୋହୀ-ସ୍ବପ୍ନାରାଣୀ

ପ୍ରଗାଢ଼ ନିଷ୍ଠା ବଳରେ ଜଣେ ମହିଳା କିପରି ନିଜର ଲକ୍ଷ୍ୟ ହାସଲ କରିପାରେ ତାହାର ଅନେକ ନଜିର ରହିଛି। ତେବେ ଏହି ତାଲିକାରେ ନିଜ ନାମକୁ ସାମିଲ କରିଛନ୍ତି ଦୁଇ ଭଉଣୀ। କେବଳ ସେତିକି ନୁହେଁ, ନିଜର ଉଦ୍ୟମ ବଳରେ ସଙ୍ଗୀତ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଏହି ଦୁଇ ଜଣ ସାଜିଛନ୍ତି ପ୍ରେରଣାର ଉତ୍ସ। ଆଜି ଯେଉଁ ସ୍ଥାନରେ ପହଞ୍ଚତ୍ପାରିଛନ୍ତି ସେଥିପାଇଁ ନିଜ ପରିଶ୍ରମ ଏବଂ ପରିବାର ଲୋକଙ୍କ ପ୍ରେରଣା ଓ ଉତ୍ସାହକୁ ସର୍ବାଗ୍ରେ ସ୍ମରଣ କରନ୍ତି ମ୍ୟୁଜିକ୍‌ କମ୍ପୋଜର ଆଣ୍ଡ ଡାଇରେକ୍ଟର ଆରୋହୀ ଅଜିତା ସାହୁ ଏବଂ ସାନ ଭଉଣୀ ତଥା ଗୀତିକାର ସ୍ବପ୍ନାରାଣୀ ସାହୁ। ବିଶେଷକରି ଆରୋହୀ ସ୍ବର ସଂଯୋଜନାରେ ଅଧିକ ଗୁରୁତ୍ୱ ଦିଅନ୍ତି। ବେଳେବେଳେ ସେ ଶ୍ରୋତାଙ୍କୁ ପ୍ରଭାବିତ କରିବା ଭଳି କେତେକ ଗୀତ ପାଇଁ କଣ୍ଠଦାନ କରିଥାଆନ୍ତି। ୨୦୧୬ ଜୁଲାଇରେ ସଙ୍ଗୀତ ଜଗତକୁ ପ୍ରବେଶ କରନ୍ତି ଆରୋହୀ। ସଙ୍ଗୀତ ପ୍ରତି କାହିଁକି ଆକର୍ଷିତ ହେଲେ ପ୍ରଶ୍ନର ଉତ୍ତରରେ ସେ କହନ୍ତି, ”ପିଲାବେଳୁ ଏହି ଦିଗକୁ ଆସିବାକୁ ଇଚ୍ଛା ଥିଲା। ମୋର ଗୀତ ପ୍ରତି ଆଗ୍ରହ ଦେଖି ପରିବାର ଲୋକେ ପ୍ରାୟ ୫ ବର୍ଷ ବୟସରୁ ହିଁ ଗୁରୁଙ୍କଠାରୁ ଗୀତ ଶିଖିବାର ବ୍ୟବସ୍ଥା କରାଇଥିଲେ। ଏବେ ବି କୋଲକାତାରେ ଗୁରୁ ଉଜ୍ଜ୍ୱଳ ଦତ୍ତଙ୍କ ଠାରୁ ଗୀତ ଶିଖୁଛି। ମୋ ବାପା ରମେଶ ଚନ୍ଦ୍ର ସାହୁ ଜଣେ ବିଜ୍‌ନେସ୍‌ମ୍ୟାନ୍‌ ଓ ମାଆ ଯଶୋଦାରାଣୀ ଗୃହିଣୀ। ଯୁକ୍ତ ୨ ପରେ ପାଠ ପଢ଼ାରେ ପୂର୍ଣ୍ଣଚ୍ଛେଦ ପକାଇ ମ୍ୟୁଜିକ୍‌କୁ ହିଁ କ୍ୟାରିୟର କରିବାର ନିଷ୍ପତ୍ତି ନେଇଥିଲି। କେବଳ ଓଡ଼ିଆ ନୁହେଁ, ହିନ୍ଦୀ ଏବଂ ବଙ୍ଗଳା ଭାଷାରେ ମ୍ୟୁଜିକ କମ୍ପୋଜିଂରେ ମୁଁ ନିଜକୁ ଏବେ ବ୍ୟସ୍ତ ରଖିଛି। ଯେହେତୁ ମୁଁ ଜଣେ ଓଡ଼ିଆ, ଓଡ଼ିଆ ଶ୍ରୋତାଙ୍କ ପ୍ରତି ମୋର ଅଧିକ ଦୁର୍ବଳତା ରହିବା ସ୍ବାଭାବିକ। ହଁ, ଓଡ଼ିଆ ସଙ୍ଗୀତର ଉନ୍ନତି ସେତେବେଳେ ହେବ ଯେତେବେଳେ ଓଡ଼ିଆ ଭାଷାକୁ ଅଧିକ ପ୍ରୋତ୍ସାହନ ମିଳିବ। ମୋ ମତରେ କାହାକୁ କପି ନ କରି ସବୁବେଳେ ନିଜର କମ୍ପୋଜିଂ କିପରି ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ୟୁନିକ୍‌ ହେବ ସେ ନେଇ ସଚେତନ ରହିଲେ କିଛି ପରିବର୍ତ୍ତନ ଆସିପାରିବ।“ ଦୁଇଟି ଆଲ୍‌ବମ୍‌ ରିଲିଜ୍‌ ହେବା ପରେ ତାଙ୍କର ଜଣେ ସମ୍ପର୍କୀୟ ଭାଇ ଏ ଲାଇନ୍‌ରେ କ୍ୟାରିଅର କରିବା ପାଇଁ ତାଙ୍କୁ କହିଥିଲେ। ମ୍ୟୁଜିକ ଆଲ୍‌ବମ୍‌ ‘ଷ୍ଟୁପିଡ୍‌ ଲଭ୍‌’ ଏବଂ ‘ଏତେ ଭଲ ପାଆନି ମୋତେ ମୁଁ ମରିଯିବି’ ଗୀତଟି ତାଙ୍କ କ୍ୟାରିୟର ପାଇଁ ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ଓଡିଆ ଆଲ୍‌ବମ୍‌ ମ୍ୟୁଜିକ୍‌ ‘ଚୁପ୍‌ ଚୁପ୍‌’ର ଡିରେକ୍ସନ ଦେଇଛନ୍ତି ସେ। ବଲିଉଡ୍‌ ଆଲ୍‌ବମ୍‌ ମ୍ୟୁଜିକ୍‌ ‘ହମ୍‌ ରହେ ୟା ନ ରହେ’ର ଡିରେକ୍ସନ ଦେବା ସହ ନିଜେ ଗୀତ ଗାଇଛନ୍ତି ଆରୋହୀ। ଅବସର ସମୟରେ ଆରୋହୀ ଭଲ ଜାଗା ବୁଲି ଯିବାକୁ ପସନ୍ଦ କରିଥାଆନ୍ତି। ବିଶେଷଭାବରେ ନିରୋଳା ସ୍ଥାନରେ ବସି ମ୍ୟୁଜିକ କମ୍ପୋଜ କରିବାକୁ ପସନ୍ଦ କରିଥାନ୍ତି ସେ। ଅପରପକ୍ଷରେ ସ୍ବପ୍ନାରାଣୀ ଜଣେ ଗୀତିକାର ଭାବରେ ନିଜ କ୍ୟାରିୟରକୁ ଆଗେଇ ନେଉଛନ୍ତି। ପେସାରେ ସେ ଜଣେ ଶିକ୍ଷୟିତ୍ରୀ। ଏ ସମ୍ପର୍କରେ ସେ କହନ୍ତି, ”ମୋର ଗୀତ ଲେଖିବା ଦେଖି ମୋ ବଡ଼ ଭଉଣୀ ଆରୋହୀ ମୋତେ ଏହାକୁ କ୍ୟାରିୟର କରିବାକୁ ଉତ୍ସାହିତ କରିଥିଲେ। ମୋର ପ୍ରଥମ ଗୀତ ଥିଲା ‘ଯାଆନି ଯାଆନି ରେ’। ଆଉ ଏହି ଗୀତକୁ ଆରୋହୀ ହିଁ ଗାଇଥିଲେ। ଏହାକୁ ମେଲ୍‌ ଭର୍ସନରେ ଗାଇଥିଲେ ବିଷ୍ଣୁମୋହନ କବି।“ ପରେ ସହରକୁ ଆସି ଗାଁକୁ ଭୁଲିଯାଇଥିବା ଲୋକଙ୍କୁ ନେଇ ଏହି ଦୁଇ ଭଉଣୀ ମିଶି ଲେଖିଥିଲେ ‘ମୋ ଗାଁ’ ଗୀତଟି। ଓଡ଼ିଶାର ସଂସ୍କୃତିକୁ ଆଧାରକରି ଲେଖାଯାଇଥିବା ଏହି ଗୀତଟି ଶ୍ରୋତାମାନଙ୍କ ମନକୁ ବେଶ୍‌ ଛୁଇଁପାରିଥିଲା। ସ୍ବପ୍ନାରାଣୀଙ୍କର ‘ହାଏଲୋ ଛୋରି’ ଆଉ ‘ଅତୀତର ସେହି ସ୍ମୃତି’ ଗୀତ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଥିଲା। ସ୍କୁଲରୁ ଫେରିଲା ପରେ ରାତିରେ ଲାଗିପଡ଼ନ୍ତି ଗୀତ ଲେଖିବାରେ ସେ। ରାତି ୯ଟା ପରେ ଦୁଇ ଭଉଣୀ ମିଶି ଗୀତ କମ୍ପୋଜ ଆଉ ଡିରେକ୍ସନ ବିଷୟରେ ଆଲୋଚନା କରିଥାଆନ୍ତି। ଭବିଷ୍ୟତରେ ଆରୋହୀ ମ୍ୟୁଜିକ୍‌କୁ ହିଁ ନିଜର କ୍ୟାରିୟର କରିବେ ବୋଲି ନିଷ୍ପତ୍ତି ନେଇଥିବାବେଳେ ସ୍ବପ୍ନାରାଣୀ ଶିକ୍ଷକତା ସହ ଗୀତ ରଚନାକୁ ସମାନ ଗୁରୁତ୍ୱ ଦେବାକୁ ଯୋଜନା କରିଛନ୍ତି।
– ଦେବସ୍ମିତା ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଚକା ତଳେ ପଶିଗଲା ବାଛୁରୀ; ତାପରେ କ’ଣ ହେଲା ଦେଖନ୍ତୁ

ଭୋପାଳ, ୨୬।୮: ମଧ୍ୟପ୍ରଦେଶ ବାର୍‌ଓ୍ବାନୀ ଜିଲାରେ ଗୋଟିଏ କାର୍‌ ଆଗକୁ ହଠାତ୍‌ ଏକ ବାଛୁରୀ ଚାଲି ଆସିଥିଲା। ଫଳରେ ଦ୍ରୁତ ଗତିରେ ଥିବା କାରଟି ବାଛୁରୀ...

ଅକ୍ସିଜେନ ପାର୍ଲର

ନାସିକ: ଅଣନିଃଶ୍ୱାସୀ କରୁଛି ବାୟୁ ପ୍ରଦୂଷଣ। ବିଶେଷ କରି ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ଏହାର ମୁକାବିଲା କରିବା ଚ୍ୟାଲେଞ୍ଜ ପାଲଟିଛି। ଏଭଳି ସ୍ଥିତିରେ ଯାତ୍ରୀଙ୍କୁ...

ଭିକ ମାଗୁଥିବା ଝିଅ ପ୍ରେମରେ ପଡିଲେ ଖାଦ୍ୟ ବାଣ୍ଟୁଥିବା ଯୁବକ

କରୋନା ଯୋଗୁ ଏବେ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି କାରଣରୁ ଅନେକ ବିବାହ କାର୍ଯ୍ୟ ସ୍ଥଗିତ କରିବାକୁ ପଡିଛି। ଅନ୍ୟପକ୍ଷରେ, କାନପୁରର ବାସିନ୍ଦା ଅନିଲ...

ବାଇକ୍‌ ଭିତରେ ଥିଲା ଏମିତି ଜିନିଷ, ପୋଲିସ ଦେଖି ଉଡିଗଲା ହୋସ୍‌

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଜଣେ ବ୍ୟକ୍ତି ବାଇକ୍‌ ଭିତରେ ୨୦ଟି ମଦ ବୋତଲ ପୂରାଇ ନେଉଥିବାବେଳେ ପୋଲିସ ହାତରେ...

କୁକୁଡ଼ା ସକାଳୁ ବୋବାଇ ନିଦ ଭାଙ୍ଗୁଥିବାରୁ ପୋଲିସ ନିକଟରେ ଅଭିଯୋଗ କଲେ ମହିଳା: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଳେବେଳେ ଅଦ୍ଭୁତ ପ୍ରକାରର ମାମଲା ଥାନାରେ ପହଞ୍ଚେ, ଯାହାକି ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥାଏ। ସେହିପରି ଏକ ମାମଲା ଥାନାରେ ରୁଜୁ ହୋଇଛି, ଏହା...

ମେଷ ରାଶିରେ ସୂର୍ଯ୍ୟ

ଓଡ଼ିଆ ପରମ୍ପରାନୁଯାୟୀ ଆଜିଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ...

ଜଳର ମୂଲ୍ୟ ବୁଝିଛି: ନଷ୍ଟ ହେବାକୁ ଦେଉନି, ଭାଇରାଲ ଭିଡିଓ ଦେଖିଲେ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

କରୋନା ଭୟ: ସ୍ବତନ୍ତ୍ର ଜେଟ୍‌, ବଙ୍କର ବୁକ୍‌ କରୁଛନ୍ତି ଧନୀ ଶ୍ରେଣୀର ଲୋକେ

ନ୍ୟୁୟର୍କ,୧୩ା୩: କରୋନା ଭାଇରସ୍‌ ମହାମାରୀ ୧୨୦ ଦେଶରେ ଆତଙ୍କ ଖେଳାଇ ଚାଲିଛି। ଏହାର ପ୍ରଭାବ ସମଗ୍ର ବିଶ୍ୱବାସୀଙ୍କ ଉପରେ ପଡ଼ିଛି। ଏହି ସଂକଟଜନକ ସ୍ଥିତିରେ ଆମେରିକା,...

Advertisement


Archives

Model This Week