ସଙ୍କୁଚିତ ହେଉଛି ପୁରୁଣାକଟକ-ସମ୍ବଲପୁର ରାସ୍ତା: ବଢୁଛି ଦୁର୍ଘଟଣା

ଭାପୁର, ୨୮।୮(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲାର ଅନ୍ୟତମ ବ୍ୟସ୍ତବହୁଳ ପୁରୁଣା କଟକ-ସମ୍ବଲପୁର ରାସ୍ତା ଦିନକୁ ଦିନ ସଙ୍କୁଚିତ ହୋଇପଡୁଛି। ରାସ୍ତାର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଫଳରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି।
ସଦର ବ୍ଲକ ଏବଂ ଓଡ଼ାପଡ଼ା ବ୍ଲକ ଅଧୀନ ଛଦେଶ ଅଞ୍ଚଳ ଦେଇ ଏହି ରାସ୍ତା ଯାଇଛି। ମଙ୍ଗୁଳିଠାରୁ ରାସ୍ତା ଦୋହରୀକରଣ କାର୍ଯ୍ୟ ଆରମ୍ଭ ହେବାପରଠାରୁ ଦୈନିକ ହଜାର ହଜାର ଯାନବାହନ ଚଳାଚଳ କରୁଛି। ରାସ୍ତାଟି ଗ୍ରାମାଞ୍ଚଳ ଦେଇ ଯାଇଥିବାରୁ ଉଭୟ ପାର୍ଶ୍ୱରେ ଜବରଦଖଲ ବୃଦ୍ଧି ପାଇଛି। କେତେକ ସ୍ଥାନରେ ଅନାବନା ଗଛ ରାସ୍ତା ଉପରକୁ ମାଡ଼ି ଆସିଛି। ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ଅଧାରାସ୍ତା ବର୍ଷାପାଣିରେ ବୁଡ଼ି ରହୁଛି। ଭାପୁର ମେଡିକାଲ ଛକ, ଗାନ୍ଧୀ ଛକରେ ଏହି ସମସ୍ୟା ଏବେ ଜଟିଳ ରୂପ ଧାରଣ କରିଛି। ଅପରପକ୍ଷେ ଲୋକମାନେ ସଚେତନତା ଅଭାବରୁ ଘର ନିର୍ମାଣ ସାମଗ୍ରୀ ଗଦାକରି ରଖୁଛନ୍ତି। ଏହାକୁ ନେଇ ଯାତାୟାତରେ ସମସ୍ୟା ସୃଷ୍ଟି ହେବାରୁ ଗତ ଫେବୃୟାରୀରେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏଯାଏ ଏହାର କୌଣସି ସମାଧାନ କରାଯାଇନାହିଁ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଏ ନେଇ ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ କୁହନ୍ତି, ବର୍ଷା ଛାଡ଼ିବା ପରେ ଆର୍‌ଆଇଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯିବ। ଜବରଦଖଲକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, ଡ୍ରେନ୍‌ ପୋତି ହୋଇଯାଇଥିବାରୁ ରାସ୍ତା ପାର୍ଶ୍ୱରେ ପାଣି ଜମୁଛି। ଜବରଦଖଲ ଯୋଗୁ ସମସ୍ୟା ଉପୁଜୁଛି। ତୁରନ୍ତ ବର୍ଷାଜଳ ନିଷ୍କାସନ ସହ ରାସ୍ତାପାର୍ଶ୍ୱ ବୁଦା ସଫା କରାଯିବ। ସ୍ଥାନୀୟ ଲୋକେ ସହଯୋଗ କଲେ ସମସ୍ୟାର ସମାଧାନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଜି ୨୫୪୬ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ରବିବାର ମୋଟ୍‌ ୩୦ ଜିଲାରୁ ୨୫୪୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୨,୨୩୯ରେ ପହଞ୍ଚିଥିବା ରାଜ୍ୟ...

କୃଷି ଯନ୍ତ୍ରପାତି ଉଦ୍ଭାବକ କୁନି ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

ରୂପ୍‌ସା, ୫।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକର ୭ମ ଶ୍ରେଣୀ ଅଧ୍ୟୟନରତ କୁନି ବୈଜ୍ଞାନିକ ବିପ୍ଳବ କୁମାର ଘୋଷଙ୍କୁ ବେଣାପୁରା ‘ଜୀବନ ସାଥି’ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ...

ଗଞ୍ଜେଇ ଜବତ, ୨ ଗିରଫ

ଫିରିଙ୍ଗିଆ,୧୬ା୧୧: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଲିସ ପଲାବ୍ରୁଡି ପଞ୍ଚାୟତ ମୁସେଲିପାଂଗା ରାସ୍ତା ମାଝିପଡା ଗ୍ରାମରେ ଚଢ଼ାଉ କରି ଏକ ପିକ୍‌ଅପ ଭ୍ୟାନରୁ ୧୦୩ କେଜି...

ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ପଦବୀରେ ଓଡ଼ିଆ

ଭୁବନେଶ୍ୱର,୯।୩(ବ୍ୟୁରୋ): ଓଡ଼ିଶାରେ ଜନ୍ମିତ ବହୁ ପ୍ରଶାସନିକ ଅଧିକାରୀ ବର୍ତ୍ତମାନ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରୁଛନ୍ତି। ସ୍ବାଧୀନତା ପରବର୍ତ୍ତୀ ସମୟଠାରୁ ଅନୁଧ୍ୟାନ କଲେ ବର୍ତ୍ତମାନ ସମୟରେ...

ଗ୍ରାମ୍ୟ ରାସ୍ତା ନିର୍ମାଣ ନେଇ ବିବାଦ

ଝୁମ୍ପୁରା, ୨୫ା୪(ଡି.ଏନ.ଏ.)- ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତର ଟାଙ୍ଗରାଣୀ ମୌଜାରେ ଗ୍ରାମ୍ୟରାସ୍ତା ନିର୍ମାଣ ଆଳରେ ଅନୁସୂଚିତ ଜନଜାତି ପ୍ରଜାଙ୍କ ପଟ୍ଟାଭୁକ୍ତ ଜମିରେ ବହୁ ପରିମାଣରେ...

କରୋନା ପାଇଁ ରାଜଧାନୀ ହାଟ ଉପରେ କଟକଣା: ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଖୋଲିବ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଭିଡ଼ରୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ରାଜଧାନୀରେ ଚାଲୁଥିବା ସମସ୍ତ ହାଟ ପାଇଁ...

ଅଚଳ ଖାତାକୁ କାର୍ଯ୍ୟକ୍ଷମ କରାଯାଉ: କଂଗ୍ରେସ

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ):  ଫନୀ ବାତ୍ୟାକୁ ଦେଢ଼ ବର୍ଷ ବିତି ଗଲାଣି। ମାତ୍ର ଏ ପର୍ଯ୍ୟନ୍ତ ପିପିଲି, ଡେଲାଙ୍ଗ ଅଞ୍ଚଳରେ କୌଣସି ବାସହରାଙ୍କୁ ଗୃହ ଯୋଗାଇ ଦିଆଯାଇ...

ଏମ୍‌ବିଏ ନାମଲେଖା ପାଇଁ ଅନୁମତି

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ରାଜ୍ୟରେ ଥିବା ଏମ୍‌ବିଏ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଛାତ୍ରୀଛାତ୍ରମାନେ ୟୁଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନେ...

Advertisement
Archives

Model This Week