ସଙ୍କଟରେ ୫୦ବାଉଁଶ କାରିଗର ପରିବାରର ଜୀବନ ଜୀବିକା

ଲୋଇସିଂହା, ୭।୭(ଡି.ଏନ.ଏ.)  ପ୍ଲାଷ୍ଟିକର ବହୁଳ ବ୍ୟବହାରରେ ହଜି ଯାଉଛି ବାଉଁଶ ଶିଳ୍ପ। ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପଞ୍ଚାୟତ ମାହାରପାଲି ଗ୍ରାମର ମାହାରପଡାରେ ବାସ କରନ୍ତି ୫୦ ପରିବାର। ନିଜ କୌଳିକ ବୃତ୍ତିକୁ ଆଦରି ଦୀର୍ଘ ବର୍ଷ ହେଲା ବାଉଁଶରେ ଘରକରଣା ସାମଗ୍ର ତିଆରି କରି ସେମାନେ ବଜାରରେ ବିକ୍ରି କରିଥାନ୍ତି। ସେହି ରୋଜଗାରରେ ଘରର ଗୁଜୁରାଣ ମେଣ୍ଟେ। ତେବେ କିଛି ବର୍ଷ ହେଲା ଉକ୍ତ ପରିବାର ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ବାଉଁଶର ଅଭାବ, ଅନ୍ୟପକ୍ଷେ ସରକାରୀ ପ୍ରୋତ୍ସାହନ ନ ମିଳିବା ଉକ୍ତ ପରିବାରଗୁଡିକର ଜୀବନଜୀବିକାକୁ ସଙ୍କଟ ମଧ୍ୟକୁ ନେଇଯାଇଛି।
ଲୋଇସିଂହା ଅଞ୍ଚଳର ବିଭିନ୍ନ ଜଙ୍ଗଲରୁ ଦିନେ ବାଉଁଶ ମିଳିବା ମାହାରମାନଙ୍କ ପାଇଁ ସହଜ ଥିବାବେଳେ ଗତ କିିଛିବର୍ଷ ହେଲା ବାଉଁଶର ଘୋର ଅଭାବ ଦେଖାଦେଇଛି। ବର୍ତ୍ତମାନ ବହୁକଷ୍ଟରେ ବାଉଁଶ କିଣି ସେମାନେ ସାମଗ୍ରୀ ତିଆରି କରୁଛନ୍ତି। ପ୍ରଥମେ ବାଉଁଶକୁ ଚିରିି ପତା ତିଆରି କରିବା ପରେ ତାକୁ ଶୁଖାଇ ବିଭିନ୍ନ ପ୍ରକାର ଘରକରଣ ସାମଗ୍ରୀ ତିଆରି କରନ୍ତି। ପରେ ଆଖପାଖ ବଜାରରେ ସେଗୁଡିକୁ ବିକ୍ରି କରିଥାନ୍ତି। ପୁନଶ୍ଚ ଏବେ ଏହି ସବୁ ସାମଗ୍ରୀର ଚାହିଦା କମିଯାଇଥିବାରୁ ପୂର୍ବଭଳି ଲାଭ ମିଳୁ ନ ଥିବା ମାହାରପାଲି ଗ୍ରାମର ବାଉଁଶ କାରିଗର ସୁଦାମ ସାହାଣୀ କହିଛନ୍ତି। ତେବେ କମ୍‌ ଲାଭ ମିଳୁଥିଲେ ମଧ୍ୟ ଏହି କାରିଗର ପରିବାରର ସମସ୍ତ ସଦସ୍ୟ ବାଉଁଶ ସାମଗ୍ରୀ ତିଆରି କାମରେ ନିଜକୁ ସାମିଲ କରିଥାନ୍ତି। ଅନ୍ୟ ଜଣେ କାରିଗର ଶୁକ ମାହାର କହିଛନ୍ତି ଯେ, ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ମଧ୍ୟରେ ହଜିଯିବାରେ ଲାଗିଛି ବାଉଁଶ ନିର୍ମିତ ଘରକରଣା ସାମଗ୍ରୀ। ଆଜି ବି ବିବାହ, ବ୍ରତ ଭଳି ମାଙ୍ଗଳିକ କାମରେ ବାଉଁଶ ତିଆରି ସାମଗ୍ରୀର ଚାହିଦା ରହିଛି। ହେଲେ ସରକାରୀ ପ୍ରୋତ୍ସାହନ ନ ମିଳିବାରୁ ସେମାନଙ୍କୁ ହତାଶ ହେବାକୁ ପଡୁଛି। ଯୁବପିଢୀ ଏହି ବୃତ୍ତିକୁ ଆପଣାଇବାକୁ ପସନ୍ଦ କରୁ ନାହାନ୍ତି। ବାଉଁଶ ଜଙ୍ଗଲର ବୃଦ୍ଧି ସହିତ କାରିଗରମାନଙ୍କୁ ସ୍ବାବଲମ୍ବୀ କରିବା ଓ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଜଙ୍ଗଲ ବିଭାଗ ଅଧୀନରେ ଓଡିଶା ବାଉଁଶ ମିଶନ ଗଠିତ ହୋଇଛି। ତେବେ ମାହାରମାନଙ୍କ ଦୁର୍ଦ୍ଦଶାକୁ ନିରୀକ୍ଷଣ କଲେ ଓଡିଶା ବାଉଁଶ ମିଶନ ଫେଲ ମାରିଥିବା ସ୍ପଷ୍ଟ ବାରି ହେଉଛି। ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଏବଂ ନୂଆପଡାକୁ ନେଇ ଗଠିତ ଭବାନୀପାଟଣା ଡିଭିଜନ ପକ୍ଷରୁ କାଁଭାଁ କେଉଁଠି ବାଉଁଶ କାରିଗରମାନଙ୍କୁ ତାଲିମ ପ୍ରଦାନ କରାଯାଉଛି।  ଅତ୍ୟାଧୁନିକ ସାମଗ୍ରୀ ପାଇଁ କାରୀଗରଙ୍କୁ ତାଲିମ ଦେବା ସହ ସ୍ବତନ୍ତ୍ର ଭତ୍ତା ଯୋଜନାରେ ସାମିଲ କରିବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଷ୍ଟ୍ରେଟ ଆକ୍ରମଣକୁ ନେଇ କଡ଼ା ଚେତାବନୀ ଦେଲାଣି ଭାରତ! କହିଲା ବେକାର ଯିବନାହିଁ ନିର୍ଦ୍ଦୋଶ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୩: ଯୁକ୍ତରାଜ୍ୟରେ ଭାରତର ହାଇକମିଶନର ବିକ୍ରମ ଡୋରାଇସ୍ବାମୀ, ହର୍ମୁଜ ଷ୍ଟ୍ରେଟରେ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ବିକ୍ରମ ଡୋରାଇସ୍ବାମୀ ସମସ୍ତ ନାବିକଙ୍କ ସୁରକ୍ଷା, ନୌଚାଳନା…

ଆଶଙ୍କାରେ ପେନ୍‌ସନ୍‌ଭୋଗୀଙ୍କ ଭବିଷ୍ୟତ, ସମସ୍ତେ ଏକାଠି ହୋଇ…

କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ବୈଠକ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଭବନ କେନ୍ଦୁଝରଠାରେ…

ଶ୍ୱଶୁରଙ୍କୁ ନେଇ ଏମିତି କହିଦେଲେ ଧୋନୀଙ୍କ ସ୍ତ୍ରୀ: ଚାରିଆଡ଼େ ହେଉଛି ଚର୍ଚ୍ଚା

ରାଞ୍ଚି,୨୦।୩: ଭରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ପରିବାର ସମ୍ପର୍କରେ ଏକ ଭାବପ୍ରବଣ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ…

ଇରାନକୁ ଆଉ ଏକ ବଡ଼ ଝଟକା, ଇସ୍ରାଏଲୀ ଆକ୍ରମଣରେ IRGC ମୁଖପାତ୍ର ଅଲି ମହମ୍ମଦଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦ା୩: ଇସ୍ରାଏଲ ଏବଂ ଆମେରିକା ସହିତ ଇରାନର ବିବାଦ ଜାରି ରହିଛି । ଏହି ବିବାଦ ମଧ୍ୟରେ ଇରାନକୁ ଆଉ ଏକ ବଡ଼ ଧକ୍କା ଲାଗିଛି ।…

ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା’ କନକ ଦୁର୍ଗା

ଦେବଗଡ,୨୦।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ଦ୍ୱିତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶୁକ୍ରବାର ମା’ କନକ…

ଲିଭ୍‌ ଇନ୍‌ରେ ରହୁଥିଲେ; ବାହାରେ ଜଗିଥିଲା ପୋଲିସ, ଭିତରେ ଘଟିଲା…

ପୁରୁଣା ଭୁବନେଶ୍ୱର/ପିପିଲି, ୨୦ା୩ (ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର):ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ କରିବା ପାଇଁ ଘର ବାହାରେ ପୋଲିସ ଜଗିଥିଲା, ହେଲେ…

ମାଓବାଦୀ ନେତା ଶୁକ୍ରୁ ବିପଦରେ

ଭୁବନେଶ୍ୱର,୨୦।୩: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି…

ଇରାନ ବିବାଦ: ଟ୍ରମ୍ପଙ୍କ ନାଁ ନନେଇ ଏମିତି କହିଦେଲେ ମୋହନ ଭାଗବତ, ବିଶ୍ବକୁ ଦେଲେ ଶାନ୍ତିର ମନ୍ତ୍ର

ନୂଆଦିଲ୍ଲୀ,୨୦।୩: ଇରାନ-ଆମେରିକା ବିବାଦ ଭିତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri