ସଙ୍କଟରେ ଆଦିବାସୀଙ୍କ ପାରମ୍ପରିକ ଜୀବିକା -ଶାଳମଞ୍ଜିିର ଅଭାବୀ ବିକ୍ରି: ବେପାରୀ ମାଲାମାଲ

ତେଲକୋଇ, ୬।୬(ଡି.ଏନ.ଏ.)-ତ୍ରୁଟିପୂର୍ଣ୍ଣ ସରକାରୀ ନୀତି ଯୋଗୁ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ଶାଳମଞ୍ଜି, ମହୁଲ ଓ କେନ୍ଦୁପତ୍ର ଭଳି ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଆଗରୁ ଗରିବ ଆଦିବାସୀ ଜଙ୍ଗଲରୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଏହାକୁ ହାଟ ବଜାରରେ ବିକି ଚଳୁଥିଲେ। ଏବେ ବଜାର ସୁବିଧା ଅଭାବରୁ ଏହାକୁ କମ୍‌ ଦାମରେ ବିକି ସେମାନେ ଗୁଜୁରାଣ ମେଣ୍ଟାଇବାକୁ ଅସମର୍ଥ ହେଉଛନ୍ତି। ଅନେକେ ବନବାସୀ ପୁରୁଣା ବୃତ୍ତି ଛାଡି ଭିନ୍ନ ପନ୍ଥା ଖୋଜିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥିତିରେ ଜଙ୍ଗଲରେ ବର୍ତ୍ତମାନ ଟନ୍‌ ଟନ୍‌ ଶାଳମଞ୍ଜି ପଡି ରହି ନଷ୍ଟ ହେଉଥିବା ସୂଚନା ମିଳିଛି।
ଆଦିବାସୀ ବହୁଳ ତେଲକୋଇ ଅଞ୍ଚଳରେ ଏବେ ଶାଳ ମଞ୍ଜି ବନବାସୀଙ୍କ ଜୀବନ ରେଖା ପାଲିଟିଛି। ପ୍ରତିବର୍ଷ ଏପ୍ରିଲ ଓ ମେ ବେଳକୁ ଶାଳମଞ୍ଜି ପାଚି ଝଡି ପଡିଥାଏ ା ଏହି ସମୟରେ ଜଙ୍ଗଲ ନିକଟରେ ରହୁଥିବା ଆଦିବାସୀ ବଡିଭୋର ସମୟରୁ ଟୋକେଇ ଧରି ଜଙ୍ଗଲକୁ ଯାଇ ଗଛତଳେ ପଡିିଥିବା ମଞ୍ଜି ସଂଗ୍ରହ କରିଥାନ୍ତି। କେତେକ ପରିବାର ଖାଦ୍ୟପାନୀୟ ସାଥୀରେ ଧରି ଜଙ୍ଗଲକୁ ଯାଇ ଦିନତମାମ ମଞ୍ଜିି ସଂଗ୍ରହ କରନ୍ତି ା ସେମାନେ ଏହାକୁ ଘରକୁ ଆଣି ଖରାରେ ଶୁଖାଇ ପରିଷ୍କାର କରିଥାନ୍ତି। ପରେ ପଥର ସାହାଯ୍ୟରେ ଶାଳମଞ୍ଜିକୁ ରଗଡି ସେଥିରୁ ଚୋପା ବାହାର କରି ଏହାକୁ ବିକ୍ରି ଉପଯୋଗୀ କରିଥାନ୍ତି। ଶାଳମଞ୍ଜିକୁ ବିକ୍ରି ଯୋଗ୍ୟ କରିବା ଲାଗି ଆଦିବାସୀଙ୍କୁ ବହୁ ପରିଶ୍ରମ କରିବାକୁ ପଡିଥାଏ। ବର୍ତ୍ତମାନ ଆଧୁନିକ ଜ୍ଞାନକୌଶଳ ଜରିଆରେ ଶାଳମଞ୍ଜିରୁ ତେଲ, ସାବୁନ, ସାମ୍ପୁ, ପେଷ୍ଟ ସମେତ ବିଭିନ୍ନ ଔଷଧୀୟ ତୈଳ ପ୍ରସ୍ତୁତ କରାଯାଉଛି। କିନ୍ତୁ କେନ୍ଦୁଝର ଜିଲାରେ ଶାଳମଞ୍ଜି ଶିଳ୍ପ ପ୍ରତିଷ୍ଠା ଲାଗି କୌଣସି ପଦକ୍ଷେପ ନିଅଯାଉ ନାହିଁ ା ଅନ୍ୟପକ୍ଷେ ସରକାରୀ ଭାବେ ବନଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ କରାଯାଉ ନ ଥିବାରୁ ବେପାରୀ ଓ ଦଲାଲମାନେ ଏଥିରୁ ଫାଇଦା ଉଠାଇ ଆଦିବାସୀଙ୍କଠାରୁ ବର୍ତ୍ତମାନ ଶାଳମଞ୍ଜିକୁ ଅତି କମ୍‌ ମୂଲ୍ୟରେ କିଣି ନେଉଛନ୍ତି। ଏହି ମଞ୍ଜି କିଲୋ ଏବେ ମାତ୍ର ୧୦ରୁ ୧୨ ଟଙ୍କାରେ ବିକ୍ରି ହେଉଛି। ସଂଗ୍ରହକାରୀମାନେ ଏହାର ଉଚିତ ମୂଲ୍ୟ ପାଉ ନ ଥିବାରୁ ଏହି କାର୍ଯ୍ୟରୁ କ୍ରମେ ମୁହଁ ଫେରାଇ ନେଉଛନ୍ତି। ଜଙ୍ଗଲରେ ଅନେକ ବନଜାତ ଦ୍ରବ୍ୟ ପଡି ରହି ନଷ୍ଟ ହେଉଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ନାହିଁ । ଏହି ମଞ୍ଜିରୁ ତେଲ ,ଏକ ପ୍ରକାର ଖିଅ ତିଆରି ହେଉଥିବା ଯୋଗୁଁ ଏହି ଅଞ୍ଚଳରେ ଅନୁଗୋଳ, ସମ୍ବଲପୁର ଜିଲାରେ ବେପାର ଅଞ୍ଚଳରେ ଏଜେଣ୍ଟ ରଖି ଏହି କାରବାର କରିଥାନ୍ତି । ସରକାରୀ ସ୍ତରରେ ବନଜାତ ଦ୍ରବ୍ୟ ସଂଗ୍ରହ ଲାଗି କୌଣସି ପ୍ରୋତ୍ସାହନ ଦିଆ ନ ଯିବା ଏକ ବିଡ଼ମ୍ବନାର ବିଷୟ। ପ୍ରଶାସନ ଏନେଇ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛକୁ ପିଟିଲା ବରଯାତ୍ରୀ ବସ୍‌: ବର-କନ୍ୟା ସମେତ…

ସିମୁଳିଆ, ୧୫।୪(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ୧ କିମି. ଦୂର ୧୬ନଂ ଜାତୀୟ ରାଜପଥର କଣିଆରି ଛକ ନିକଟରେ ବରଯାତ୍ରୀ ମିନି ବସ…

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri