ସଂଘର୍ଷର ସନ୍ତକ ଦେଲା ‘୧୯’

କଟକ ଅଫିସ, ୧-୧:ପିଲାଟି ବେଳୁ ସଂଘର୍ଷ କଲି। ସଂଘର୍ଷ ମୋ’ ପିଛା ଛାଡ଼ିନି କି କେବେ ସଂଘର୍ଷମୟ ଜୀବନ ବଞ୍ଚିବାକୁ ମୁଁ ଡରିନି। ବର୍ଷବର୍ଷ ଧରି ଗରିବ, ନିରାଶ୍ରୟ ଲୋକଙ୍କ ପାଇଁ କାମ କରିଥିଲି। ହେଲେ ଏଇ ୨୦୧୯ ହିଁ ମୋ ସଂଘର୍ଷର ସନ୍ତକ ମୋତେ ଦେଇ ଚାଲିଗଲା। ଅନ୍ୟ ପାଇଁ ଉତ୍ସର୍ଗୀକୃତ ଜୀବନ ଜିଇଁବାର ଫଳ ଏହି ବର୍ଷ ମୋତେ ମିଳିଲା। ଏହାଛଡ଼ା ମିଳିଥିଲା ଢ଼େର ସାରା ଭଲପାଇବା, ସମ୍ମାନ ଆଉ ପରିଚୟ। ଯେଉଁଥିପାଇଁ ଏହି ବର୍ଷକୁ ମୁଁ କେବେ ଭୁଲି ପାରିବି ନାହିଁ। ଗତ ଏପ୍ରିଲ ମାସରେ ପଦ୍ମଶ୍ରୀ ଉପାଧି ପାଇଥିବା ଡି. ପ୍ରକାଶ ରାଓ ଏ କଥା କହିଛନ୍ତି। ଏବେ ପ୍ରକାଶ ସାମାନ୍ୟ ଅସୁସ୍ଥ। ଅଧିକ ସମୟ ବିଶ୍ରାମ ନେବାରେ ତାଙ୍କର ସମୟ ଅତିବାହିତ ହେଉଛି। ୨୦୧୯ ତାଙ୍କ ପାଇଁ କେତେ ସ୍ବତନ୍ତ୍ର ଥିଲା ସେକଥା କହିବା ବେଳେ ତାଙ୍କ ଭାବପ୍ରବଣତା ବେଶ୍‌ ବାରି ହୋଇ ପଡ଼ୁଥିଲା।
ଗତ ଏପ୍ରିଲ ୧୪ ତାରିଖରେ ପ୍ରକାଶଙ୍କୁ ପଦ୍ମଶ୍ରୀ ଉପାଧି ମିଳିଥିଲା। କେବଳ ଚା’ ଦୋକାନୀର ପରିଚୟ ପାଇଥିବା ପ୍ରକାଶ କିଛି କ୍ଷଣ ଭିତରେ ସାରା ଦେଶରେ ଜଣାଶୁଣା ପାଲଟିଗଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଗସ୍ତ ସମୟରେ ପ୍ରକାଶଙ୍କୁ ମଧ୍ୟ ଗୋପନରେ ଭେଟିଥିଲେ। ଏହି ସଫଳତା ପଛରେ ଦିନଟିଏ ନୁହେଁ ବରଂ ପ୍ରକାଶଙ୍କ ଅନେକ ବର୍ଷର ପରିଶ୍ରମ ଓ ସଂଘର୍ଷ ଲୁଚି ରହିଛି। କଟକ ବକ୍ସିବଜାରସ୍ଥ ଏକ ଚାଳିଆ ଘରେ ରହୁଥିବା ପ୍ରକାଶଙ୍କର ବକ୍ସିବଜାର ଛକରେ ରହିଛି ଏକ ଚା’ ଦୋକାନ। ପିଲାଟି ବେଳୁ ଏଠାରେ ସେ ଚା’ ବିକି କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରିଆସୁଥିଲେ। ଏଭଳି ଦୁଃଖକଷ୍ଟ ଭିତରେ ବି ସେ ନିଜକୁ ସମାଜସେବାରେ ନିୟୋଜିତ କରିଥିଲେ। ଏପରି କି ରାଜ୍ୟର ଜଣେ ପ୍ରମୁଖ ରକ୍ତଦାତା ଭାବେ ତାଙ୍କର ନାଁ ରହିଛି। ନିଜର ସ୍ପଳ୍ପ ରୋଜଗାରର କିଛି ଅର୍ଥ ସେ ସେଠାକାର ଗରିବ ପିଲାଙ୍କୁ ପାଠ ପଢ଼ାଇବାରେ ବିନିଯୋଗ କରିଦିଅନ୍ତି। ପ୍ରକାଶଙ୍କ ଏଭଳି କାର୍ଯ୍ୟ ଦେଖି ତାଙ୍କ ଘର ନିକଟରେ ଜିଲା ପ୍ରଶାସନ ପକ୍ଷରୁ ଏକ ବିଦ୍ୟାଳୟ ଖୋଲାଯାଇଛି। ୨୦୧୯ରେ ପ୍ରକାଶଙ୍କର ଏକ ତିକ୍ତ ଅନୁଭୂତି ମଧ୍ୟ ରହିଛି। ବାତ୍ୟା ଫନୀ ପ୍ରଭାବରେ କଟକ ସହର କ୍ଷତିଗ୍ରସ୍ତ ହୋଇଥିଲା। ବେସାହାରା ହୋଇଥିଲେ ଅନେକ ବସ୍ତିବାସିନ୍ଦା। ରାସ୍ତାଘାଟ ବନ୍ଦ ହୋଇ ଯାଇଥିବାବେଳେ ୫ଦିନର ସଂଘର୍ଷମୟ ଜୀବନ ପରେ ବିଦ୍ୟୁତ ଓ ପାନୀୟଜଳ ସମସ୍ୟାର ସମାଧାନ ହୋଇଥିଲା। ଆଶ୍ୱସ୍ତ ହୋଇଥିଲେ କଟକବାସୀ। ହେଲେ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରୁ ପ୍ରାୟ ଏକ କିଲୋମିଟର ଦୂର ବକ୍ସିବଜାରରେ ରହୁଥିବା ପ୍ରକାଶଙ୍କ ଘର ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ସେଥିପ୍ରତି କାହାରି ଦୃଷ୍ଟି ପଡ଼ି ନ ଥିଲା। ବାତ୍ୟାର ୧୫ଦିନ ପରେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ କେବଳ ଏକ ପଲିଥିନ ଦିଆଯାଇଥିଲା। ଏ କଥା କହିବା ବେଳେ ପ୍ରକାଶଙ୍କ ମନରେ କୌଣସି ବିଶେଷ ଦୁଃଖ ନ ଥିବା ଭଳି ମନେ ହେଉଥିଲା। ସଂଘର୍ଷକୁ ଜୀବନର ମନ୍ତ୍ର ବୋଲି ମାନି ନେଇଥିବା ପ୍ରକାଶ ବୋଧହୁଏ ଏଭଳି ଦୁଃଖକୁ ଦେହସୁହା କରିନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri