ସଂକ୍ରମଣ ରୋକିବ ଲକ୍‌ଡାଉନ୍‌

ଭୁବନେଶ୍ୱର,୨୩।୩(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ରବିବାର ସମଗ୍ର ଦେଶରେ ଜନତା କର୍ଫ୍ୟୁ ଉତ୍ସାହର ସହ ପାଳନ ହୋଇଛି। ଲୋକେ ସ୍ବତଃସ୍ଫୁର୍ତ୍ତ ଭାବେ କରୋନା ସଂକ୍ରମଣର ମୁକାବିଲା କରିବାକୁ ୧୪ ଘଣ୍ଟା ଘରେ ରହି କର୍ଫ୍ୟୁକୁ ସମର୍ଥନ କରିଥିଲେ। କୋଭିଡ୍‌-୧୯ ବା କରୋନା ଭୂତାଣୁର ଜୀବନକାଳ ୧୨ ଘଣ୍ଟା ହୋଇଥିବାରୁ ୧୪ ଘଣ୍ଟା ଘରେ ରହିଲେ ଭୂତାଣୁ ସଂକ୍ରମଣରେ ରୋକ ଲାଗିବ ବୋଲି ଅନେକ ସୋସିଆଲ ମିଡ଼ିଆରେ ଶେୟାର କରିଥିଲେ। ସେହିଭଳି ଘଣ୍ଟ ବାଡ଼େଇ କମ୍ପନ ସୃଷ୍ଟି କରିବା ଦ୍ୱାରା ଭୂତାଣୁଗୁଡ଼ିକ ଆପେ ଆପେ ମରିଯିବା କଥା ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ତେବେ ବିଶେଷଜ୍ଞମାନେ ଏହାକୁ ଖଣ୍ଡନ କରିବା ସହ ଗୋଟିଏ ଚଟାଣରେ ଥିବା ଭୂତାଣୁ ୨ ରୁ ୩ଦିନ ପର୍ଯ୍ୟନ୍ତ ବଞ୍ଚତ୍ ରହିପାରିବ ବୋଲି କହିବା ସହ ଜଣେ ସଂକ୍ରମିତ ବ୍ୟକ୍ତି ୨ ସପ୍ତାହ ପର୍ଯ୍ୟନ୍ତ ଅନ୍ୟକୁ ସଂକ୍ରମିିତ କରିପାରେ ବୋଲି ମତ ଦେଇଛନ୍ତି। ଏଭଳିସ୍ଥଳେ ସୋସିଆଲ ଲକ୍‌ଡାଉନ୍‌ ଏହି ଭୂତାଣୁକୁ ରୋକିବାକୁ ଏକ ଭଲ ମାଧ୍ୟମ ବୋଲି କୁହାଯାଇଛି। ନୂଆ ସଂକ୍ରମଣ ରୋକିବାକୁ ସୋସିଆଲ ଲକ୍‌ଡାଉନ୍‌ ପାଇଁ ଡାକ୍ତର ଏବଂ ବିଶେଷଜ୍ଞମାନେ ପରାମର୍ଶ ଦେଇଥିବାବେଳେ ଓଡ଼ିଶାର ୫ ଜିଲା ଏବଂ ୮ ସହରକୁ ଲକ୍‌ଡାଉନ୍‌ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଜିଲାଗୁଡ଼ିକରେ ଅଧିକାଂଶ ବିଦେଶ ଫେରନ୍ତା ରହିଥିବାରୁ ଏକ ସପ୍ତାହ ଲାଗି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଲକ୍‌ଡାଉନ୍‌ ଦ୍ୱାରା ସମସ୍ତ ସ୍ଥାନରେ ସଂକ୍ରମଣ ବ୍ୟାପିବାକୁ କେତେକାଂଶରେ ରୋକାଯାଇପାରେ। ଅତ୍ୟାବଶ୍ୟକ ସାମଗ୍ରୀର ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।
ସେହିପରି କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ପାସେଞ୍ଜର ଟ୍ରେନ୍‌କୁ ବାତିଲ କରାଯାଇଥିବା ବେଳେ ରାଜ୍ୟ ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ତଃରାଜ୍ୟ ବସ୍‌ସେବା ବନ୍ଦ କରିଛନ୍ତି।
ପଡ଼ିପାରେ ଓଲଟା ପ୍ରଭାବ
ପୂର୍ବରୁ ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ହାଟ ବଜାରକୁ ସନ୍ଧ୍ୟା ୬ଟା ପରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ଅନେକ ପାଳନ କରିଥିବାବେଳେ ରାସ୍ତାକଡ଼ ଦୋକାନ ବଜାର ଖୋଲା ରହିଥିଲା। ଏପରିକି ଗଳିକନ୍ଦିରେ ଥିବା ଦୋକାନ ମଧ୍ୟ ଖୋଲା ରହିଥିଲା। ସେଠାରେ କିଣାକିଣି ପାଇଁ ଲୋକେ ଭିଡ଼ ଜମାଇଥିଲେ। ଫଳରେ କରୋନା ସଂକ୍ରମଣ ଭୟ ସୃଷ୍ଟି ହୋଇଥିଲା। ଶନିବାର ଏଭଳି ପରିସ୍ଥିତି ହୋଇଥିଲା ଯେ, ଗ୍ରସେରି ଓ ପନିପରିବା ଭଳି ଜରୁରୀ ସାମଗ୍ରୀ ନ ପାଇ ଲୋକେ ଘରକୁ ଫେରିଥିଲେ। ଏଭଳି ପରିସ୍ଥିତି ଜାରି ରହିଲେ ୫ ଜିଲା ଏବଂ ୮ ସହରରେ ହେବାକୁ ଥିବା ଲକ୍‌ଡାଉନ୍‌ ନକାରାତ୍ମକ ପ୍ରଭାବ ପକାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ପରିସ୍ଥିତି ଖରାପ ହେବା ପୂର୍ବରୁ ସଚେତନ ଜରୁରୀ
କୋଭିଡ୍‌-୧୯ ପ୍ଲାଷ୍ଟିକ୍‌ ଏବଂ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ସର୍‌ଫେସ୍‌ରେ ସର୍ବାଧିକ ୨ରୁ ୩ଦିନ ପର୍ଯ୍ୟନ୍ତ ରହିପାରେ। କପର୍‌ ସର୍‌ଫେସ୍‌ରେ ସବୁଠାରୁ କମ୍‌ ସମୟ ପର୍ଯ୍ୟନ୍ତ ବଞ୍ଚେ। ହେଲେ ଏହାପରେ ମଧ୍ୟ ତାପମାତ୍ରା ଓ ଆର୍ଦ୍ରତାର ପ୍ରଭାବ ରହିଛି। ଲକ୍‌ଡାଉନ୍‌ ଏକମାତ୍ର ବାଟ, ଯାହାଦ୍ୱାରା ଆମେ ସାମାଜିକ ଦୂରତା ରକ୍ଷା କରିପାରିବା। ଏହାର ଉପଯୁକ୍ତ ଚିକିତ୍ସା ଏପର୍ଯ୍ୟନ୍ତ ଆସି ନ ଥିବାରୁ ଟ୍ରାନ୍ସମିଶନ ରେଟ୍‌କୁ କମ୍‌ କଲେ ହିଁ ସଂକ୍ରମଣ ରୋକାଯାଇପାରିବ। ହଠାତ୍‌ ହେଲ୍‌ଥକେୟାର ସେକ୍ଟର ଉପରେ ଏକ ବୋଝ ପଡ଼ିବନି ଏବଂ ପ୍ରତ୍ୟେକ ରୋଗୀର ଚିକିତ୍ସା କରାଯାଇପାରିବ। ଓଡ଼ିଶାରେ ୩ ହଜାରରୁ ଅଧିକ ଲୋକ ଦେଶ ବାହାରୁ ଫେରିଛନ୍ତି। ସମସ୍ତଙ୍କର ପରୀକ୍ଷା ହୋଇନି। ଏହାଛଡ଼ା ଅଜଣା ପଜିଟିଭ୍‌ ମଧ୍ୟ ଥାଇପାରନ୍ତି, ଯାହାଙ୍କଠାରେ ରୋଗ ରହିଛି କିନ୍ତୁ ଲକ୍ଷଣ ଆସିନି। ଏହି ଲକ୍‌ଡାଉନ୍‌ ଦ୍ୱାରା ସେମାନଙ୍କଠାରୁ ସଂକ୍ରମଣକୁ ରୋକାଯାଇପାରିବ। ଓଡ଼ିଶା ପ୍ରାରମ୍ଭିକ ଷ୍ଟେଜ୍‌ରେ ଏହି ପଦକ୍ଷେପ ନେବା ସ୍ବାଗତଯୋଗ୍ୟ। ପରିସ୍ଥିତି ଖରାପ ହେବା ପୂର୍ବରୁ ଲୋକେ ଏହାକୁ ମାନିବା ଆବଶ୍ୟକ।
– ଡ. ସୁଦୀପ୍ତ ରଞ୍ଜନ ସିଂ, ଆସୋସିଏଟ୍‌ ପ୍ରଫେସର, ଏଫ୍‌ଏମ୍‌ଟି ବିଭାଗ, ଏମ୍‌ସ ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri