ସଂକ୍ରମଣ ଭୟ ନ କରି କାମରେ ବ୍ୟସ୍ତ ପୌର କର୍ମଚାରୀ

ଖୋର୍ଦ୍ଧା ଅଫିସ,୫ା୪ : ସାରା ବିଶ୍ୱ ଏବେ କରୋନା ଆତଙ୍କରେ କବଳିତ। କୋଭିଡ-୧୯ ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକଡାଉନ ବଳବତ୍ତର ରହିଛି। ରାଜ୍ୟରେ ସଂକ୍ରମିତ ସଂଖ୍ୟା ବଢ଼ୁଥିବା ଦେଖି ସରକାରଙ୍କ ପକ୍ଷରୁ ସତର୍କତମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଇ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ସକାଳ ପରିବା ବଜାର ଗହଳିକୁ ବାଦ ଦେଲେ ଅନ୍ୟ ସମୟରେ ରାସ୍ତାଘାଟ ସମ୍ପୂର୍ଣ୍ଣ ଖଁା ଖାଁ। ସଂକ୍ରମଣକୁ ନେଇ ଚାରିଆଡ଼େ ଲୋକଙ୍କ ମନରେ ଭୟର ବାତାବରଣ ରହିଛି। ଏହି ସମୟରେ ପୌର ପରିଷଦ ଅଧୀନ ସଫେଇ କର୍ମଚାରୀମାନେ ନିଜ କର୍ତ୍ତବ୍ୟରେ ଟିକେ ବି ଅବହେଳା ନ କରି ଦିନରାତି ନିଜ କାର୍ଯ୍ୟ କରିଚାଲିଛନ୍ତି। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ କୁହନ୍ତି, କରୋନା ମୁକାବିଲା ଲାଗି ୧୭୪ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ସକାଳ ସମୟରେ ସାହି ଗଳିକନ୍ଦି ଅଳିଆ ଉଠାଇବା, ଜନଗହଳି ସ୍ଥାନରେ ବ୍ଳିଚିଂ, ଅସ୍ଥାୟୀ ପରିବା ହାଟରେ ପରିମଳ, ସହରର ସ୍ବଚ୍ଛତା, ଅସହାୟ, ଗରିବ, ନିରାଶ୍ରୟଙ୍କୁ ଖାଦ୍ୟ ପ୍ରଦାନ, ସହରକୁ ସାନିଟାଇଜର, ସନ୍ଧ୍ୟାରେ ମେଶିନ ଦ୍ୱାରା ଧୂଆଁ ସ୍ପ୍ରେ ଆଦି କାର୍ଯ୍ୟରେ ଲାଗିଛନ୍ତି। କରୋନା ଭୂତାଣୁ ନେଇ ସାରା ବିଶ୍ୱରେ ଏକ ଘଡ଼ି ସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି। କୌଣସି କାମ ନ ଥିଲେ ଘରେ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି। ଜନସାଧାରଣ ଘରେ ପରିବାର ସହ ସମୟ ବିତାଉଥିବାବେଳେ ଅନ୍ୟପଟେ ପୌର କର୍ମଚାରୀମାନେ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ଏ ନେଇ ଜଣେ ମହିଳା କର୍ମଚାରୀ କୁହନ୍ତି ବର୍ତ୍ତମାନ ସାରା ବିଶ୍ୱ କୋଭିଡ-୧୯ ଭୂତାଣୁ ଆତଙ୍କରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏଣୁ ଆମକୁ କାମ କରିବାକୁ ପଡ଼ିବ। ପୂର୍ବରୁ ଫାଇଲିନରେ କାମ କରୁଥିଲୁ। ଏବେ ଏହି କାମରେ ଲାଗିଥିବାରୁ ମୁ ନିଜକୁ ଗର୍ବ ଅନୁଭବ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ଜଟଣୀ ଦେଖିବ ପୁଣି ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

ଜଟଣୀ,୨୧ା୪(ରବୀନ୍ଦ୍ରନାଥ ମହାକୁଡ଼)ଭୁବନେଶ୍ୱର ସଂସଦୀୟ ନିର୍ବାଚନମଣ୍ଡଳୀର ୭ଟି ବିଧାନସଭା ଆସନ ମଧ୍ୟରୁ ଜଟଣୀ ବିଧାନସଭା କ୍ଷେତ୍ର ଅନ୍ୟତମ। ନିକଟରେ କଂଗ୍ରେସ ସନ୍ତୋଷ ଜେନାଙ୍କୁ ଏଠାରୁ ଟିକେଟ ଦେବା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri