ସଁକଟ୍‌ରେ ହସ୍ତତନ୍ତ ଶିଳ୍ପ, କାରିଗର: ପୋରଛାହନ୍‌, ସୂତା ଅଭାବ ମୁଖିଆ ସମସିଆ

ଭବାନୀପାଟଣା,୨୦।୩ (ଡି.ଏନ୍‌.ଏ.)-
ସରକାରୀ ପୋରଛାହନ୍‌ ଆର ସୂତା ଅଭାବ ଲାଗି ହସ୍ତତନ୍ତ ଶିଳ୍ପ ସଁକଟରେ ରହିଛେ। ଇଥ୍‌ରେ ଖାଲି ଶିଳ୍ପ ନୁହେ କାରିଗରମାନକର ଜିବ୍‌କା ବି ବୁଡୁଛେ। କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗଁ। ରେ ଇତାର ପରଭାବ୍‌ ଦେଖ୍‌ବାକେ ମିଲିଛେ। ସୂଚନା ଅନ୍‌ସାରେ ଜୟନ୍ତପୁର ଗଁ। ରେ ମେହେର ସମାଜର ଶତାଧିକ୍‌ କାରିଗର ପରିବାର ବାସ କରୁଛନ୍‌। ଇ କାରିଗର ପରିବାରମାନ୍‌କୁ ଜିବ୍‌କା ଦେବାକେ ୧୯୮୫ ସାଲେ ଥାପ୍‌ନା ହେଇଥିଲା ମହିମା ହସ୍ତତନ୍ତ ବୟନ ଶିଳ୍ପ କେନ୍ଦ୍ର। କପ୍‌ଟା ବୁନ୍‌ବାର ଲାଗି କାରିଗରମାନକୁ ୧୭ଟା ହସ୍ତତନ୍ତ ମେଶିନ ଯୁଗେଇ ଦିଆଯାଇଥିଲା। ଦିନ୍‌ଥିଲା ଇଠାନେ ତିଆର ହେଉଥିବାର ଗାମ୍‌ଛା, ଲୁଂଗି, ପେଁଟ୍‌ସାର୍ଟ କପଡ଼ା, ପାଟ୍‌ ଶାଢ଼ୀ ଲେଖେଁ ହସ୍ତତନ୍ତ ଜିନିଷ୍‌ ଦେଶ ବିଦେଶରେ ନଁା କରିଥିଲା। ହେଲେ ସୂତା ଅଭାବଟା ଇ ଶିଳ୍ପ ଉପରେ ପରଭାବ ପକେଇଛେ। ଏନ୍‌ତାଥି ହସ୍ତତନ୍ତ ଶିଳ୍ପ ବଁଦ୍‌ ହେବାର ଉପରେ ରହିଛେ। ଏହେଦେ ଓଡ଼ିଶାରେ ସୂତା ନାଇଁ ମିଲବାର ଲାଗି କାରିଗରମାନେ ଛତିଶଗଡ଼ ଉପରେ ନିରଭର କରୁଛନ୍‌। କାରିଗରମାନେ ଛତିଶଗଡ଼ରୁ ସୂତା ଆନି ମିଟର ପିଛା ଲୁଗାବୁନା ବାବ୍‌ଦେ ୨୦ ଟଁକା ହିସାବେ ପାଉନା ପାଉଛନ୍‌। ପରିଶ୍‌ରମ ହିସାବେ ଲାଭ ନାଇଁ ହେଉଥିଲେ ବି କାରିଗରମାନେ ପୁରଖାପାତିକଁର ଇ ପରମ୍ପରାକେ ଆଏଜ୍‌ ବି ବଁଚେଇ ରଖିଛନ୍‌। ଇଠାନେ ଲୋକ୍‌ମାନେ ମେଶିନରେ ଲୁଗା ବୁନୁଥିଲାବେଲେ ମହିଲାମାନେ ଅରଟରେ ସୂତା କାଟି ଦୁଇପଏସା ରୁଜଗାର କରୁଛନ୍‌। ହେଲେ ସରକାରୀ ପୋରଛାହନ୍‌, ସୂତା ଅଭାବ୍‌କେ ବିଦ୍ୟୁତ୍‌ ସଂଯୋଗ ସମସିଆଟା କାରିଗରମାନକର ମୁଡ଼ଦୁଖାର କାରନ୍‌ ସାଜିଛେ। ଯେନ୍‌ଥିରଲାଗି କାରିଗରମାନେ ଲୁଗାବୁନା କାମ୍‌ ଠିକ୍‌ ହିସାବେ କରି ନାଇଁପାରବାର। ଇ ସମସିଆର ସମାଧାନ ଲାଗି ସେମାନେ ଅନେକଥର ଥାନୀଅ ରାଜନେତାମାନକୁ ଭେଟି ନିରାଶ ହେଇଥିବାର କହିଛନ୍‌। ରାଜ୍ୟ ହସ୍ତ ଓ ବୟନ ଶିଳ୍ପ ବିଭାଗ ଇ ଦିଗେ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri