ଷ୍ଟେଶନରୁ ୧୨୦ କଇଁଛ ଉଦ୍ଧାର

ରୂପ୍‌ସା,୧୩।୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ଆରପିଏଫ୍‌ ଥାନା ପୋଲିସ ଚଢ଼ାଉ କରି ବୁଧବାର ରାତିରେ ଜଳେଶ୍ୱର ଷ୍ଟେଶନରୁ ୧୨୦ଟି ଦେଶୀ କଇଁଛ ଉଦ୍ଧାର କରିଛନ୍ତି। ଏଏସ୍‌ଆଇ ଏସ୍‌. ପାତ୍ର, ଏଏସ୍‌ଆଇ କେ. ଏସ ପଣ୍ଡା, କନଷ୍ଟେବଳ ପ୍ରଭାକର ସ୍ବାଇଁ ଓ ଏଲ୍‌. ଏନ୍‌ ମୁର୍ମୁ ପ୍ରମୁଖ ଷ୍ଟେଶନ ପରିସରରେ ଥିବା ୪ଟି ପ୍ଲାଷ୍ଟିକ ବ୍ୟାଗ୍‌ ଭିତରେ ୧୨୦ଟି କଇଁଛ ଥିବା ଜାଣିପାରିଥିଲେ। ଜଗନ୍ନାଥ ଏକ୍ସପ୍ରେସ ଟ୍ରେନ୍‌ରେ ଏହି କଇଁଛ ଚାଲାଣ କରିବା ପାଇଁ ଜଣେ ବ୍ୟବସାୟୀ ପ୍ରସ୍ତୁତ ହେଉଥିବାବେଳେ ଆରପିଏଫ ଥାନା ପୋଲିସ ହାତରେ ଧରାପଡ଼ିଥିଲେ। ହେଲେ ବ୍ୟବସାୟୀ ଜଣକ କୌଶଳକ୍ରମେ ଖସି ପଳାଇବାରେ ସମର୍ଥ ହୋଇଥିଲେ। ଉଦ୍ଧାର କଇଁଛ ସବୁକୁ ଗୁରୁବାର ରୂପ୍‌ସା ଆରପିଏଫ ଆଉଟପୋଷ୍ଟରୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି। ସଦର ବନବିଭାଗ ଅଧିକାରୀ ବିବେକାନନ୍ଦ ଜେନା, କର୍ମଚାରୀ ଶଶାଙ୍କ ଶେଖର ଜେନା ଓ ଶଶୀଧର ମହାନ୍ତି ପ୍ରମୁଖ ପହଞ୍ଚତ୍ ଉଦ୍ଧାର କଇଁଛକୁ ନେଇ ବୁଢ଼ାବଳଙ୍ଗ ନଦୀ ମୁହାଣରେ ଛାଡ଼ି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟାରେ ସିମୁଳିଆ ଉପଡାକ କାର୍ଯ୍ୟାଳୟ :୭ ଦିନ ମଧ୍ୟରେ ପ୍ରତିକାର ପାଇଁ ପ୍ରତିଶ୍ରୁତି

ସିମୁଳିଆ, ୨୨।୬(ଡି.ଏନ.ଏ.)-ସରକାର ଡାକସେବା ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ା ତେବେ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ଷ୍ଟେଶନ ବଜାରରେ ଥିବା ମୁଖ୍ୟ...

ଗଡ଼ିଲା ବାଲେଶ୍ୱର-ଭୁବନେଶ୍ୱର ମେମୁ ଟ୍ରେନ୍‌

ବାଲେଶ୍ୱର ଅଫିସ/ସଜନାଗଡ/ ବସ୍ତା/ଜଳେଶ୍ୱର, ୮।୧(ଡି.ଏନ.ଏ.): ବାଲେଶ୍ୱରୁ ଭୁବନେଶ୍ୱରକୁ ଗଡିଛି ମେମୁ ଟ୍ରେନ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିଛନ୍ତି। ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ...

ବସ୍ତାରୁ ମଣିଷ ଖପୁରି, ହାଡ଼ ମିଳିବା ଘଟଣା: ତଦନ୍ତ କଲା ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌

ବାହାନଗା/ରେମୁଣା, ୧୯।୭(ଡି.ଏନ.ଏ.)-ରେମୁଣା ବ୍ଲକ ଗାଞ୍ଜିଆ ମଙ୍ଗଳା ଛକ ନିକଟରେ ଗତ ଗୁରୁବାର ଅପରାହ୍ନରେ ଏକ ପରିତ୍ୟକ୍ତ ଅମରିବୁଦା ସ୍ଥାନରୁ ଏକ ଛିଣ୍ଡା ବସ୍ତାରୁ ମଣିଷର ଖପୁରୀ...

କଳାବଜାର ରୋକିବାକୁ ଗୋଦାମରେ ଚଢ଼ାଉ

ବାଲେଶ୍ୱର ଅଫିସ, ୮।୫: ବାଲେଶ୍ୱର ଜିଲାରେ ବାତ୍ୟା ଆଶଙ୍କାକୁ ନେଇ ଖାଦ୍ୟ ସାମଗ୍ରୀରେ କଳାବଜାରି ଆରମ୍ଭ ହୋଇଛି। ଶନିବାର ଜିଲା ଯୋଗାଣ ବିଭାଗ ପକ୍ଷରୁ ସହରର...

ଭୟଭୀତ ନ ହେବାକୁ ପରାମର୍ଶ

ବାଲେଶ୍ୱର ଅଫିସ, ୭ା୫ ଓଡ଼ିଶାର ପ୍ରମୁଖ ଉପକୂଳବର୍ତ୍ତୀ ଜିଲା ମଧ୍ୟରୁ ବାଲେଶ୍ୱରବାସୀ ଅନେକ ପ୍ରାକୃତିକ ଦୈବ ଦୁର୍ବିପାକକୁ ସାମ୍ନା କରିଛନ୍ତି। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ...

ଏମଏନଆରଇଜିଏସ୍‌ କାମ ବେଳେ ଗଣ୍ଡଗୋଳ : ଠିକାଦାରଙ୍କୁ ଘେରିଲେ ଶ୍ରମିକ

ବାହାନଗା, ୨୮ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତରେ ଏମ୍‌ଜିଏନଆରଇଜିଏସ୍‌ (ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ରେ ନିର୍ମାଣ ହେଉଥିବା ରାସ୍ତା କାମ ବେଳେ...

ଭୋକ ଓପାସରେ ବାହାର ରାଜ୍ୟର ୯ ଶ୍ରମିକ

ଖଇରା, ୬।୪(ଡି.ଏନ.ଏ.): ବାହାର ରାଜ୍ୟର ୯ଜଣ ଶ୍ରମିକ ୨ଦିନ ହେଲା ଭୋକଓପାସରେ ରହିଛନ୍ତି। ସେମାନେ ବାଲେଶ୍ୱର ଜିଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଅଧୀନ ସିଂହିପୁର...

ଡାକ୍ତର ଅଭାବ, ହେଉନି ଭିତ୍ତିଭୂମି ବିକାଶ

କେନ୍ଦୁଝର,୧୭।୬(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଆଦିବାସୀବହୁଳ ବାଂଶପାଳ ବ୍ଲକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବହେଳିତ ହୋଇ ରହିଛି। ସରକାର ସ୍ବାସ୍ଥ୍ୟସେବା ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ବ୍ଲକରେ...

Advertisement
Archives

Model This Week