‘ଷ୍ଟାର୍ଟଅପ୍‌ କରୁଥିବା ବ୍ୟକ୍ତି ହୋଇ ପାରିବେ ଧୀରୁଭାଇ ଅମ୍ବାନୀ’

ନୂଆଦିଲ୍ଲୀ, ୨୫-୨: ଛୋଟ ଛୋଟ ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷ ଦିନରେ ବହୁତ ବଡ ହେବାର ସମ୍ଭାବନା ରହିଛି। ଦେଶରେ ଷ୍ଟାର୍ଟ ଅପ୍‌ କରୁଥିବା ବ୍ୟକ୍ତି ଦିନେ ଧିରୁ ଭାଇ ଅମ୍ବାନୀ ହୋଇ ପାରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୋମବାର କହିଛନ୍ତି। ଏହି ଭଳି କାରଣ ଯୋଗୁ ଭାରତ ଅନ୍ୟ ଦେଶଠାରୁ ଭିନ୍ନ ହୋଇ ପାରିଛି। ୪୦ ବର୍ଷ ପୂର୍ବେ ଏକ ଟେବୁଲରୁ ରିଲାଏନ୍ସର ଯାତ୍ରା ଆରମ୍ଭ ହୋଇଥିଲା ହେଲେ ଏହା ବର୍ତ୍ତମାନ ବହୁତ ବଡ କମ୍ପାନୀ ହୋଇ ସାରିଥିବା ମୁକେଶ କହିଛନ୍ତି। ପ୍ରବାସୀ ଭାରତୀୟ ସତ୍ୟ ନାଡେଲା ମଧ୍ୟ ସୋମବାରଠାରୁ ଭାରତ ଗସ୍ତରେ ଅଛନ୍ତି। ମୁମ୍ବାଇରେ ଅନୁଷ୍ଠିତ ଡିକୋଡ ସିଇଓ ୨୦୨୦ କାର୍ଯ୍ୟକ୍ରମରେ ମୁକେଶ ଅମ୍ବାନୀ ଏବଂ ସତ୍ୟ ନାଡେଲା ଏକ କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରେ ଦେଖା ଯାଇଥିଲେ। ଟ୍ରମ୍ପଙ୍କ ଗସ୍ତକୁ ନେଇ ମୁକେଶ କହିଛନ୍ତି ଯେ, ଆମେରିକାର ଅନ୍ୟ ରାଷ୍ଟ୍ରପତିଙ୍କ ଗସ୍ତଠାରୁ ଏହା ଭିନ୍ନ। ମାଇକ୍ରୋସଫ୍ଟ ଏବଂ ରିଲାଏନ୍ସର ସହଭାଗିତା ଆଜିର ସମୟ ଲାଗି ଅନେକ ଗୁରୁତ୍ୱ ବହନ କରୁଥିବା ମୁକେଶ କହିଛନ୍ତି।
ଅଗଷ୍ଟ ୨୦୧୯ରେ ଦୁଇ କମ୍ପାନୀ ମିଳିତ ହୋଇ କ୍ଲାଉଡ ଇନଫ୍ରାଷ୍ଟକଚର ଆଜୁରେ ନେଇ ଚୁକ୍ତିରେ ସାମିଲ ହୋଇଥିଲେ। ଷ୍ଟାର୍ଟଅପ କମ୍ପାନୀଗୁଡିକୁ ମାଗଣାରେ ସଂଯୋଗ ଏବଂ କ୍ଲାଉଡ ସେବା ଯୋଗାଣ ଦିଗରେ ଏହି ଚୁକ୍ତି ସହାୟକ ହେବ। ୨୦୨୧ ଜାନୁୟାରୀ ପହିଲାରୀ ଏହା କାର୍ଯ୍ୟକାରି ହେବ। ଜିଓ ଯୋଗୁ ଡାଟା ବହୁତ ଶସ୍ତା ହୋଇଥିବା ଏହି ଅବସରରେ ମୁକେଶ ମତ ରଖିଛନ୍ତି। ଦେଶ ମଧ୍ୟରେ ଉନ୍ନତ ମୋବାଇଲ ଡିଜିଟାଲ ନେଟଓ୍ବର୍କ ରହିଥିବା ଯୋଗୁ ଭାରତ ସାରା ବିଶ୍ୱରେ ଏକ ପ୍ରମୁଖ ଡିଜିଟାଲ ସୋସାଇଟି ହେବାର କ୍ଷମତା ରଖୁଛି। ଆଗାମୀ ଦଶନ୍ଧିରେ ଭାରତ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥନୀତି ହେବ ବୋଲି ସେ ଆଶା ପ୍ରକଟ କରିଛି। ସବୁ ବର୍ଗକୁ ଲାଭ ଦେଲା ଭଳି ଟେକ୍ନୋଲୋଜି ସମାଧାନ ପ୍ରଦାନ ଦିଗରେ ଭାରତୀୟ ସିଇଓ ମାକେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ଏଥିରେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri