Posted inଖେଳ

ଶ୍ରେଷ୍ଠ ପ୍ରଦର୍ଶନ କଲେ ବି ବିଜୟ ସହଜ ହେବନି: ସିମନ୍ସ

କଟକ, ୨୨।୧୨(କ୍ରୀଡ଼ା ପ୍ରତିନିଧି)- ଚଳିତ ଭାରତ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଓ୍ବେଷ୍ଟଇଣ୍ଡିଜ ଉତ୍ସାହୀ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛି। ଆଗାମୀ ମ୍ୟାଚରେ ସିରିଜ ନିର୍ଣ୍ଣୟ ହେଉଥିବାରୁ ଆମେ ନିଶ୍ଚିତଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ। ମାତ୍ର ଏହା ସତ୍ତ୍ୱେ ଭାରତକୁ ହରାଇବା ସହଜ ହେବନାହିଁ ବୋଲି ଶନିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କହିଛନ୍ତି ଓ୍ବେଷ୍ଟଇଣ୍ଡିଜ କୋଚ୍‌ ଫିଲ୍‌ ସିମନ୍ସ। ”ଚଳିତ ସିରିଜରେ ଆମ ଦଳର ଖେଳାଳିମାନେ ପ୍ରତିଶ୍ରୁତିବଦ୍ଧତା ଦେଖାଇଛନ୍ତି। ଭାରତକୁ ଆମେ କଡ଼ା ଟକ୍କର ଦେଇଛୁ। ପ୍ରଥମ ଦିନିକିଆ ଜିତିଛୁ। ମାତ୍ର ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରିବାରେ ସକ୍ଷମ ହୋଇଛି। ଆଗାମୀ ମ୍ୟାଚରେ କ’ଣ କରିବାକୁ ହେବ ଖେଳାଳିମାନେ ଜାଣିଛନ୍ତି। ତେବେ ଆମେ ଶ୍ରେଷ୍ଠ ପ୍ରଦର୍ଶନ କଲେ ମଧ୍ୟ ଭାରତ ବିପକ୍ଷରେ ବିଜୟ ସହଜ ହେବନାହିଁ“ ବୋଲି ଗତ ଅକ୍ଟୋବରରେ ଦଳର କୋଚ୍‌ ଦାୟିତ୍ୱ ଗ୍ରହଣ କରିଥିବା ସିମନ୍ସ ପ୍ରକାଶ କରିଛନ୍ତି।
ଗତ ଦଶନ୍ଧୀ ମଧ୍ୟରେ ଓ୍ବେଷ୍ଟଇଣ୍ଡିଜ ଆଶାନୁରୂପ ପ୍ରଦର୍ଶନ କରି ପାରିନାହିଁ। ଗତ ମାସରେ ଆଫଗାନିସ୍ତାନ ବିପକ୍ଷରେ ୩-୦ରେ ସିରିଜ ବିଜୟକୁ ଛାଡ଼ିଦେଲେ ୨୦୧୪ ଅଗଷ୍ଟ ପରଠାରୁ ଦଳ ୧୬ଟି ଦ୍ୱିପାକ୍ଷିକ ସିରିଜ ଖେଳିଥିଲେ ହେଁ ଗୋଟିଏ ହେଲେ ଜିତି ପାରିନାହିଁ। ”ଆମେ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ଶକ୍ତିଶାଳୀ ଦଳ ଗଠନ ପଥରେ ରହିଛୁ। ଆଗାମୀ ମ୍ୟାଚରେ ମଧ୍ୟ ଆମେ ଲକ୍ଷ୍ୟପଥରୁ ବିଚ୍ୟୁତ ହେବୁନାହୁଁ। ଓ୍ବେଷ୍ଟଇଣ୍ଡିଜ ଏବେ ସକାରାତ୍ମକ ଖେଳୁଛି। ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନମାନେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଶାଇ ହୋପ୍‌ ଏବଂ ଶିମରନ ହେଟ୍‌ମେର ବଢ଼ିଆ ଫର୍ମରେ ଅଛନ୍ତି। ତେଣୁ ଆଗାମୀ ମ୍ୟାଚରେ ଆମେ ଟକ୍କର ଦେବାକୁ ନିଶ୍ଚିତ ଉଦ୍ୟମ କରିବୁ ବୋଲି କହିଛନ୍ତି। ବାରବାଟୀ ପିଚ୍‌ରେ ୩୦୦ରୁ ୩୨୦ ରନ ଚେଜ୍‌ କରିହେବ ବୋଲି ଅନୁମାନ କରିଛନ୍ତି ଏହି ପୂର୍ବତନ ଖେଳାଳି। ଭାରତ ପରି ଦଳ ବିପକ୍ଷରେ ଖେଳିବାବେଳେ ପ୍ରଥମେ ବ୍ୟାଟିଂ ହେଉ କି ଦ୍ୱିତୀୟରେ ସବୁବେଳେ ୩୦୦ରୁ ୩୨୦ ପର୍ଯ୍ୟନ୍ତ ରନ କରିବାକୁ ମନରେ ରଖିବାକୁ ପଡ଼ିବ ବୋଲି କହିଛନ୍ତି। ଗତ ଟି୨୦ ଓ ଚଳିତ ଦିନିକିଆ ସିରିଜରେ ଉଭୟ ଦଳ ଖେଳାଳିଙ୍କ ମଧ୍ୟରେ ସମ୍ପର୍କ କିଛିଟା ତିକ୍ତ ହୋଇଥିବା ପରିଲକ୍ଷିତ ହୋଇଛି। ମାତ୍ର ସିମନ୍ସ ଏହାକୁ ସକାରାତ୍ମକ ଦୃଷ୍ଟିରେ ନେଇଛନ୍ତି। ଦୁଇ ଦଳ ମଧ୍ୟରେ ସେମିତି କିଛି ନାହିଁ ବୋଲି କହିଛନ୍ତି। ଆମେ ଗୋଟିଏ ହୋଟେଲରେ ରହୁଛୁ, ଗୋଟିଏ ସ୍ଥାନରେ ଖାଉଛୁ। ଉତ୍ତମ ସମ୍ପର୍କ ମଧ୍ୟରେ ସବୁକିଛି ଚାଲିଛି ବୋଲି ସେ କହିଛନ୍ତି। ଗତ ବିଶ୍ୱକପରେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ସର୍ବାଧିକ ୧୨ଟି ଉଇକେଟ ନେଇଥିବା ଶେଲଡନ କଟ୍ରେଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ପାଇଁ ୮.୫ କୋଟି ଟଙ୍କାରେ ନିଲାମ ହୋଇଛନ୍ତି। କିଙ୍ଗ୍ସ ଇଲେଭେନ ପଞ୍ଜାବ ତାଙ୍କୁ କ୍ରୟ କରିଛି। ଆଇପିଏଲ କ୍ରିକେଟ ଖେଳାଳିଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିଛି ବୋଲି ସ୍ବିକାର କରିଛନ୍ତି ସିମନ୍ସ। ମାତ୍ର ଏହା ତାଙ୍କ କ୍ୟାରିୟରରେ ବଡ଼ ପରିବର୍ତ୍ତନ ଆଣିବ ବୋଲି କଟ୍ରେଲ ଭାବିବା ଉଚିତ ନୁହେଁ। ଓ୍ବେଷ୍ଟଇଣ୍ଡିଜର ସେ ହେଉଛନ୍ତି ଜଣେ ପ୍ରମୁଖ ବୋଲର ଏବଂ ଦେଶ ପକ୍ଷରୁ ତାଙ୍କୁ ଅନେକ ଦି ଖେଳିବାର ଅଛି ବୋଲି ସେ ମନେ ରଖିବା ଉଚିତ ବୋଲି କହିଛନ୍ତି କୋଚ୍‌ ସିମନ୍ସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri