ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଗି ନାମ ଘୋଷଣା ପରେ ଅଙ୍କିତାଙ୍କୁ ଆଲିଙ୍ଗନ କରିଥିଲେ ସୁଶାନ୍ତ

ମୁମ୍ବାଇ : ଏକତା କପୁର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ସିରିୟଲ ‘ପବିତ୍ର ରିସ୍ତା’ପାଇଁ ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା। ୧୦ମ ଇଣ୍ଡିଆନ୍‌ ଟେଲିଭିଜନ ପକ୍ଷରୁ ୧୦ମ ଏକାଡେମୀ ଆଓ୍ବାର୍ଡରେ ସୁଶାନ୍ତ ଏହି ପୁରସ୍କାର ପାଇଥିଲେ। ଛୋଟପରଦାରୁ କ୍ୟାରିୟର ଆରମ୍ଭ କରିଥିଲେ ସୁଶାନ୍ତ। ‘ପବିତ୍ର ରିସ୍ତା’ତାଙ୍କୁ ଘରେ ଘରେ ପରିଚୟ କରାଇଥିଲା। ଏହି ସିରିୟଲରେ ସେ ମାନବ ଚରିତ୍ରରେ ଅଭିନୟ କରିଥିଲେ। କ୍ୟାରିୟରରେ ପ୍ରଥମ ଥର ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ।
ଏକତା ପୋଷ୍ଟ କରିଥିବା ଭିଡିଓରେ ଯେତେବେଳେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ସୁଶାନ୍ତଙ୍କ ନାମ ଘୋଷଣା କରାଯାଉଛି, ସେତେବେଳେ ସୁଶାନ୍ତଙ୍କ ନିକଟରେ ବସିଥିବା ଅଙ୍କିତା ଲୋଖଣ୍ଡେଙ୍କୁ ଆଲିଙ୍ଗନ କରୁଥିବା ନଜର ଆସିଛି। ସୁଶାନ୍ତଙ୍କ ନାଁ ଘୋଷଣା ପରେ ଅଙ୍କିତା ଖୁବ୍‌ ଉତ୍ସାସିତ ଜଣାପଡୁଥିଲେ। ଏହି ପୁରସ୍କାର ସୁଶାନ୍ତ ତାଙ୍କ ମା’ଙ୍କୁ ଉତ୍ସର୍ଗ କରିଥିଲେ। ସୁଶାନ୍ତ ବାଲାଜୀ ଟେଲିଫିଲ୍ମ ଏବଂ ଏକତା କପୁରଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ। ଏଥିରେ ସୁଶାନ୍ତ ଏବଂ ଅଙ୍କିତାଙ୍କ ଯୋଡ଼ିକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ। କିନ୍ତୁ ସୁଶାନ୍ତ ଅଧାରୁ ଏହି ସିରିୟଲ ଛାଡ଼ି ଦେଇଥିଲେ। ପରେ ଫିଲ୍ମରେ କ୍ୟାରିୟର ଆରମ୍ଭ କରିଥିଲେ। ସେ ଫିଲ୍ମ ‘କାଇ ପୋ ଚେ’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏହି ଫିଲ୍ମ ହିଟ୍‌ ହୋଇଥିଲା। ଏହା ପରେ ସୁଶାନ୍ତ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଚାଲିଥିଲେ। କିନ୍ତୁ ଏବେ ତାଙ୍କ ମୃତ୍ୟୁ ଖବର ଯେମିତି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ତାଙ୍କ ଆତ୍ମହତ୍ୟାର କାରଣ ଖୋଜି ପାଉନାହାନ୍ତି ପ୍ରଶଂସକ। ପୋଲିସ ଏହି ଘଟଣାର ମଧ୍ୟ ଖୋଳତାଡ଼ ଜାରି ରଖିଛି। ଦେଖାଯାଉ କେବେ ହଟୁଛି ଏହା ଉପରୁ ପରଦା।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଜୁନ ରାମପାଲଙ୍କ ଘରେ ଏନ୍‌ସିବି ଟିମ୍‌

ମୁମ୍ବାଇ,୯ ।୧୧: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁର ଯାଞ୍ଚ ସମୟରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ମାମଲାରେ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କ ନାମ...

ଅଙ୍କିତା ଶେୟାର କଲେ ନିଜ ଆକାଉଣ୍ଟ ଡିଟେଲ୍ସ: ସୁଶାନ୍ତଙ୍କ ଭଉଣୀ ରଖିଲେ ଏଭଳି ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ ଅଭନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ପ୍ରତିଦିନ ନୂଆ ନୂଆ ଚାଞ୍ଚଲ୍ୟକର ଖୁଲାସା ହେଉଛି। ନିକଟରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ...

ବଲିଉଡ୍‌ର କେଉଁ ଅଭିନେତ୍ରୀଙ୍କ ଡାକ ନାମ କ’ଣ ଜାଣନ୍ତି…

ବଲିଉଡ୍‌ର ଅଭିନେତ୍ରୀମାନଙ୍କ ପ୍ରକୃତ ନାମ ଜାଣିଛନ୍ତି। ମାତ୍ର ସେମାନଙ୍କର ପରଦା ପଛର ବି ବେଶ୍‌ କୌତୁକିଆ ନାଁ ରହିଛି। ଜାଣନ୍ତୁ କେଉଁ ଅଭିନେତ୍ରୀଙ୍କୁ ତାଙ୍କ ଘରେ...

୫୩ ବର୍ଷରେ ବାପା ହେବାକୁ ଇଚ୍ଛା: ହେଲେ ସ୍ତ୍ରୀ ଚାହୁଁ ନାହାନ୍ତି ସଲମାନ୍‌

ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ସରୋଗେସୀ ମାଧ୍ୟମରେ ବାପା ହେବାକୁ ଚାହୁଁଛନ୍ତି। ଗତ କିଛି ଦିନ ହେବ ଏହି ଖବର ଖୁବ୍‌ ଚର୍ଚ୍ଚାରେ ରହିଛି। ୫୩...

ଏକଦା ସଲମାନଙ୍କ ସହ ଫିଲ୍ମ କରିଥିଲେ ଏସବୁ ଅଭିନେତ୍ରୀ: ଆଜି ମିଳୁନି ଖୋଜ ଖବର

ବଲିଉଡର ‘ଦବଙ୍ଗ’ ଅଭିନେତା ସଲମାନ ଖାଁ ସହ କିଏ କାମ କରିବାକୁ ନ ଚାହିଁବ। ପ୍ରତ୍ୟେକ ଅଭିନେତ୍ରୀ ତାଙ୍କ ସହିତ ଫିଲ୍ମରେ କାମ କରିବାକୁ ଇଚ୍ଛା...

ଫିଟୁଛି ଗୁମର: ୨୦୨୦ରେ ହଲିଉଡ୍‌ରେ କାମ କରିବାକୁ ଚାହୁଁଥିଲେ ସୁଶାନ୍ତ ସିଂ ରାଜପୁତ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୨ ମାସ ବିତିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟର ପରଦା ଫିଟୁ...

କବି ପ୍ରଦୀପ

ଦେଶାତ୍ମବୋଧ ସଙ୍ଗୀତ କଥା ଉଠିଲେ ମନକୁମନ ଯେଉଁ ଗୀତଟି କାନ ପାଖରେ ଗୁଣୁଗୁଣୁ ହେଇଯାଏ, ତାହା ହେଉଛି କୋକିଳକଣ୍ଠୀ ଲତା ମଙ୍ଗେସ୍‌କର ଗାଇଥିବା ‘ଏ ମେରେ...

ସତ୍ତେ ପେ ସତ୍ତାର ରିମେକ୍‌: ଅମିତାଭଙ୍କ ଭୂମିକାରେ ନଜର ଆସିବେ ଋତିକ

ମୁମ୍ବାଇ,୭।୬: ୧୯୮୨ର ଆଇ ରାଜ ଏନ୍‌ ସିପ୍ପିଙ୍କ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ ହେବାକୁ ଯାଉଛି। ଏହି ନୂଆ ପ୍ରୋଜେକ୍ଟ ପାଇଁ ଫରାହ ଖାଁ...


Coronavirus Update

Archives

Model This Week

Why Dharitri