ଶ୍ରେଣୀଗୃହ ବିପଦସଙ୍କୁଳ, ଭୟଭୀତ ଅବସ୍ଥାରେ ଛାତ୍ରୀଛାତ୍ର

ଜମନକିରା,୩୧।୭(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ କଟଙ୍ଗପାଣି ପଞ୍ଚାୟତ ସରେଇ ଗାଁସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶେଣୀଗୃହ ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବାବେଳେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ ହେଉଛି। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ, ସରପଞ୍ଚ, ପରିଚାଳନା କମିଟି ଏବଂ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିବାବେଳେ କୌଣସି ସୁଫଳ ମିଳୁନାହିଁ।
ସୂଚନାଯୋଗ୍ୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ଦୀର୍ଘବର୍ଷରୁ ନିର୍ମିତ ହୋଇଛି। କିଛିବର୍ଷ ପୂର୍ବରୁ କୋଠରୀଟିର ଗୋଟିଏ ପଟ ଦବି ଯାଇ କାନ୍ଥରେ ଫାଟ ସୃଷ୍ଟି ହୋଇଥିଲା। ବିଦ୍ୟାଳୟରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ପଢ଼ୁଥିବା ବେଳେ ଶ୍ରେଣୀଗୃହର ଏଭଳି ଅବସ୍ଥା ଉଭୟ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଏହି ବିଦ୍ୟାଳୟରେ ମୋଟ ୪ଟି କୋଠରୀ ଥିବାବେଳେ ପ୍ରତ୍ୟେକ କୋଠରୀରେ ୨ଟି ଶ୍ରେଣୀର ପିଲାମାନେ ଶିକ୍ଷା ଗ୍ରହଣ କରୁଛନ୍ତି। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ପରିଚାଳନା କମିଟି ଜରିଆରେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମ ପଞ୍ଚାୟତକୁ ଲିଖିତ ଭାବେ ଜଣାଇଥିବା ବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ଅଧିକ ଅନୁଦାନ ନ ହେଲେ ଶ୍ରେଣୀଗୃହ ନିର୍ମାଣ ସମ୍ଭବପର ନୁହେଁ ବୋଲି କହିଛନ୍ତି। ତେଣୁ ସରପଞ୍ଚ ଚନ୍ଦ୍ରକାନ୍ତ ପଧାନଙ୍କ ନେତୃତ୍ୱରେ ପରିଚାଳନା କମିଟିର କର୍ମକର୍ତ୍ତା ଓ ଗ୍ରାମବାସୀ ବୁଧବାର ଏନେଇ ସ୍ଥାନୀୟ ବିଡିଓ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଲ୍ୟ ସମ୍ମାନ ସମାରୋହ: ରାଇମୋହନଙ୍କୁ ଲାଇଫ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ

ପୁରୀ ଅଫିସ, ୨ା୧୧: ନିର୍ମାଲ୍ୟ ସଙ୍ଗଠନ ଆନୁକୂଲ୍ୟରେ ଶୁକ୍ରବାର ପୁରୀ ମୁକ୍ତାକାଶ ରଙ୍ଗମଞ୍ଚରେ ନିର୍ମାଲ୍ୟ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ଚଳଚ୍ଚିତ୍ର ଓ...

ପୁରୁଷୋତ୍ତମପୁର ସହର ଜନଶୂନ୍ୟ

ପୁରୁଷୋତ୍ତମପୁର,୨୪।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ସପ୍ତାହାନ୍ତ ଶଟ୍‌ଡାଉନ୍‌ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏହା କଡ଼ାକଡ଼ି...

ବାଇକ୍‌କୁ ଧକ୍କା ଦେଲା ଟ୍ରକ: ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଜୀବନଗଲା

ଡେରାବିଶ, ୮ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଅଗ୍ନିଶମ ବିଭାଗର ଜଣେ କର୍ମଚାରୀଙ୍କର ଶୁକ୍ରବାର ସକାଳେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ ସହଦେବ ବିଶ୍ୱାଳ (୩୪)। ସୂଚନା...

ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବାମପନ୍ଥୀ ଦଳର ବିକ୍ଷୋଭ

ଭଦ୍ରକ ଅଫିସ, ୮।୮ – ବାମପନ୍ଥୀ ଦଳର କର୍ମକର୍ତ୍ତା ଓ ସମର୍ଥକମାନେ ଗୁରୁବାର ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜମ୍ମୁ କଶ୍ମୀରକୁ...

ରୋଗପୋକ ଉପଦ୍ରବରେ ଉଜୁଡ଼ିଲା ଧାନଫସଲ, ଚିନ୍ତାରେ ବରଗଡ଼ ଜିଲାର ଚାଷୀ

ବରଗଡ଼ ଅଫିସ,୨୪।୯- ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲା ଚାଷୀଙ୍କ ପିଛା ଛାଡୁ ନାହିଁ ସମସ୍ୟା। ଏବେ ଧାନ ଫସଲରେ ନାନା ରୋଗପୋକର ଉପଦ୍ରବ ଜିଲାର...

୫ ବର୍ଷ ଧରି ଶୁଣୁନି ଜିଲା ପ୍ରଶାସନ: ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ଦେବରାଜ

ଗୋପ, ୧୫।୯(ଡି.ଏନ୍‌.ଏ.): ଗୋପ ବ୍ଲକ୍‌ ଅଧୀନ ଜଙ୍ଗଲବୋରି ପଞ୍ଚାୟତସ୍ଥିତ ମଧୁବନ ଗ୍ରାମର ଦିବ୍ୟାଙ୍ଗ ଦେବରାଜ ସାହୁ ୫ବର୍ଷ ଧରି ମୋଟରଚାଳିତ ଟ୍ରାଇସାଇକେଲ ପାଇଁ ଆବେଦନ କରି...

ଜାତୀୟସ୍ତରରେ ବ୍ରହ୍ମପୁରର ତବଲା ବାଦକ ଦୀପ୍ତ ପୁରସ୍କୃତ

ବ୍ରହ୍ମପୁର ଅଫିସ,୬ା୨-ବୟସ ମାତ୍ର ୧୪ ବର୍ଷ । କିନ୍ତୁ ଏହି ବୟସରେ ତାଙ୍କର ତବଲା ବାଦନ ଆଗରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତିି । ନିଜର ପ୍ରତିଭା...

ବାଉଁଶ ବାଡ଼ ପାଇଁ ସରପଞ୍ଚଙ୍କୁ ଧମକ

ହିଞ୍ଜିଳିକାଟୁ,୧୯ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଜିଳିକାଟୁ ବ୍ଲକ ବେଲଗାଁ ସରପଞ୍ଚ ତ୍ରିନାଥ ପାଣିଗ୍ରାହୀଙ୍କୁ ଗ୍ରାମରେ କରୋନା ସଂକ୍ରମଣ ରୋକିବା ପାଇଁ ରାସ୍ତାରେ ବାଉଁଶ ବାଡ଼ କରିବା ନେଇ...

Advertisement
Archives

Model This Week