ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର: ଐଶାନ୍ୟ କୋଣରେ ନିର୍ମାଣ ହେବ ରୋଷଘର

ପୁରୁଣା ଭୁବନେଶ୍ୱର, ୨୦ା୭ (ଡି.ଏନ୍‌.ଏ.): ଐତିହ୍ୟ ଅନନ୍ତ ବାସୁଦେବ ମନ୍ଦିରର ରୂପରେଖ ବଦଳିବ। ବର୍ଷ ବର୍ଷ ଧରି ମନ୍ଦିର ପରିସରରେ ଥିବା ରୋଷଘର ମନ୍ଦିରର କାରୁକାର୍ଯ୍ୟ ନଷ୍ଟ କରୁଛି। ଏପରିକି ଏହି ରୋଷଘରରେ ଅବଡ଼ା ପ୍ରସାଦ ପ୍ରସ୍ତୁତ ହେଲାବଳେ ଅନେକଥର ନିଅଁାଲାଗି ରୋଷଘରଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇଥାଏ। ଘର ପୋଡ଼ିରେ ପ୍ରବଳ ଧୂଅଁା ନିର୍ଗତ ହେବାରୁ ମନ୍ଦିରଟିର ପରିପାଟି ନଷ୍ଟ ହୋଇଯାଏ। ତେଣୁ ଏଭଳି ସମସ୍ୟା ବହୁ ବର୍ଷ ପୂର୍ବରୁ ଦେଖାଦେଇଥିଲେ ହେଁ ପ୍ରତିକାର ସ୍ବରୂପ ନଁା ମନ୍ଦିର ପ୍ରଶାସନ ନା ଏଏସଆଇ କୌଣସି ବାଟ ଖୋଜିପାଇପାରୁ ନ ଥିଲେ। ଏହି ମନ୍ଦିରକୁ ଅଧିକ ଆକର୍ଷଣୀୟ କରିବାପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତବର୍ଷ ୮କୋଟି ବ୍ୟୟ ହୋଇଛି। ଖୁବ୍‌ଶୀଘ୍ର ଏହି କାର୍ଯ୍ୟର ଶୁଭାରମ୍ଭ ହେବ। ସୂଚନା ଥାଉକି ମନ୍ଦିର ଐଶାନ୍ୟ କୋଣରେ ଏକ ରୋଷଘର ନିର୍ମାଣ କରାଯିବ। ଏଥିପାଇଁ ବାସ୍ତୁଅନୁସାରେ ଜାଗା ଚିହ୍ନଟ କରାଯାଇଛି। ୧୫ବର୍ଷ ତଳୁ ବିଏମସି ଦ୍ୱାରା ପ୍ରାୟ ୧୦୦ଟି ରୋଷଗୃହ ଅର୍ଦ୍ଧର୍ନିମିତ ଅବସ୍ଥାରେ ପଡ଼ି ରହିଛି। ଏହା ଦ୍ୱାରା ମନ୍ଦିରକୁ ଧୂଅଁ। ଆବରଣରୁ ରକ୍ଷା କରାଯିବା ସହ ମନ୍ଦିର ବେଢା ପରିକ୍ରମାରେ ଶ୍ରଦ୍ଧାଳୁମାନଙ୍କୁ ସହଜ ଓ ସୁବିଧା ହେବ। ସେହିଭଳି ରୋଷଘରଠାରୁ ଲିଙ୍ଗରାଜ ମନ୍ଦିର କୋଟତୀର୍ଥ ରୋଡ଼କୁ ନୂତନ ରାସ୍ତା ସଂଲଗ୍ନ ହେବ । ଫଳରେ ଅବଡ଼ା ପ୍ରସାଦକୁ ଶ୍ରଦ୍ଧାଳୁମାନେ ପୁରୁଣା ବିନ୍ଦୁସାଗର ରୋଡ଼ ପରିବର୍ତ୍ତେ ଏଠାରୁ ସହଜରେ ନେଇପାରିବେ। ଏଥିପାଇଁ ପ୍ରସାଦ ବୋହିବା ପାଇଁ ମଧ୍ୟ ସ୍ବତନ୍ତ୍ର ଯାନର ବ୍ୟବସ୍ଥା କରାଯିବ। ମନ୍ଦିର ଭିତରେ ଥିବା ସମସ୍ତ ରୋଷଘର ଏବଂ ପିଣ୍ଡିଗୁଡ଼ିକୁ ଉଚ୍ଛେଦ କରାଯିବା ସହ ବେଢାକୁ ପ୍ରସତିକରଣ କରାଯିବ। ଏଭଳି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିବାବେଳେ ଗୁରୁବାର ଏଏସଆଇର ଗାଇଡ଼ ଲାଇନ ବିରୋଧରେ ଯାଇ କେତେକ ବ୍ୟକ୍ତି ବାଲି ସିମେଣ୍ଟରେ ପିଣ୍ଡିଟି ନର୍ମାଣ କରିବା ଚର୍ଚ୍ଚାର ବିଷୟ ହୋଇଛି । ଘଟଣା ନେଇ ଏଏସ୍‌ଆଇ ପକ୍ଷରୁ ବିରୋଧ କରାଯାଇଥିଲା। ମାତ୍ର ସମ୍ପୃକ୍ତ ବ୍ୟକ୍ତିମାନେ ଏଥିପ୍ରତି ଭ୍ରୂକ୍ଷେପ ନ କରି ସେମାନଙ୍କର କାର୍ଯ୍ୟଧାରା ଜାରି ରଖିବା ନେଇ ପ୍ରଶାସନର କେଉଁ ଅଧିକାରୀ ପଚ୍ଛଦପଟରେ ରହିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ଅପରାହ୍ନ ସୁଦ୍ଧା ନିର୍ମାଣକାର୍ଯ୍ୟ ଜୋରସୋର ଜାରି ରହିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି । ଏ ନେଇ ଏଏସଆଇର ସଂରକ୍ଷଣ ଅଧୀକ୍ଷକ ତୈଲୋକ ନାଥ ବେହେରା କୁହନ୍ତି, ଆମ୍ଭର ବିରୋଧ ସତ୍ତ୍ୱେ ମନ୍ଦିର ନିଷିଦ୍ଧାଞ୍ଚଳରେ ବେଆଇନ ନିର୍ମାଣ କାର୍ଯ୍ୟ ଜୋର ଜବରଦସ୍ତ ଚଲାଇଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରଥମ କାରଣ ଦର୍ଶାଅ ନୋଟିସ୍‌ ପଠାଇବୁ ପରେ ଏଥିରେ ବ୍ୟତିକ୍ରମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତ ନେଲା ୭ ଜୀବନ

ନବରଙ୍ଗପୁର,୧୩।୬(ବି.ପ୍ର.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡା ପଞ୍ଚାୟତରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ପାତ୍ରୀମାଲ ଠାରେ ବଜ୍ରାଘାତ ଘଟି ୩...

ସୁଯୋଗ ମିଳିଲେ ଗୋପାଳ ଭଳି ଗୁଳି କରିଦେବି

ସମ୍ବଲପୁର,୨୧ା୨(ବ୍ୟୁରୋ): ଜାନୁୟାରୀ ୨୯ରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଝାରସୁଗୁଡା ଜିଲା ଗାନ୍ଧୀ ଛକ ଫାଣ୍ଡିରେ କାର୍ଯ୍ୟରତ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସ ଅତି ନିକଟରୁ...

ମାଟ୍ରିକ୍‌ ପରୀକ୍ଷା ଫି’ ଛାଡ୍‌

ଭୁବନେଶ୍ବର,୧୨।୧: ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ଛାଡ କରିବା ପାଇଁ...

ରାଜଧାନୀରେ ଆଜି ଚିହ୍ନଟ ହେଲେ ୬୯ ନୂଆ ଆକ୍ରାନ୍ତ: ୫୩ ଲୋକାଲ କେସ୍‌

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ୬୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୬ କ୍ୱାରାଣ୍ଟାଇନ୍‌ ମାମଲା ଥିବା ବେଳେ ୫୩...

କଟ୍‌ ଅଫ୍‌ ମାର୍କରେ ରେଭେନ୍ସା ଆଗରେ

ଭୁବନେଶ୍ୱର, ୨୭।୯(ବ୍ୟୁରୋ): ଯୁକ୍ତ୨ରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ସୋମବାର ପ୍ରକାଶ ପାଇଛି। ଏଥିରେ ମୋଟ ୫୪,୬୩୩ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ସେମାନଙ୍କ...

ହାତୀ କରିଡରରେ ଖଣି ଅନୁମତି ପୂର୍ବରୁ ବନ୍ୟପ୍ରାଣୀ ଯୋଜନା କାର୍ଯ୍ୟକାରୀ କର

ନୂଆଦିଲ୍ଲୀ,୩।୩(ପି.ଟି.): ସିମିଳିପାଳ-ହଦଗଡ଼-କୁଲଡିହା ହାତୀ କରିଡରର ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ଖଣି ଖନନ ଲାଗି ଅନୁମତି ଦେବା ପୂର୍ବରୁ ବିସ୍ତୃତ ବନ୍ୟପ୍ରାଣୀ ପରିଚାଳନା ଯୋଜନା କାର୍ଯ୍ୟକାରୀ କରିବାକୁ...

CORONAVIRUS UPDATE: ରାଜ୍ୟରେ ୨୬୭୩ ନୂଆ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧା ଆଗରେ ଥିଲେ ବି କମିଛି ସଂଖ୍ୟା

ଭୁବନେଶ୍ୱର,୬।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୬୭୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୦୦୩କୁ ବୃଦ୍ଧି ପାଇଥିବା ରାଜ୍ୟ...

ଫଳକ ଲଗା କାନ୍ଥ ଭୁଶୁଡ଼ିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମୃତ

ପୁରୁଷୋତ୍ତମପୁର, ୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଙ୍ଗୁ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଇଟା କାନ୍ଥ ଭୁଶୁଡ଼ି ପଡ଼ିବାରୁ...

Advertisement
Archives

Model This Week