ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର: ଐଶାନ୍ୟ କୋଣରେ ନିର୍ମାଣ ହେବ ରୋଷଘର

ପୁରୁଣା ଭୁବନେଶ୍ୱର, ୨୦ା୭ (ଡି.ଏନ୍‌.ଏ.): ଐତିହ୍ୟ ଅନନ୍ତ ବାସୁଦେବ ମନ୍ଦିରର ରୂପରେଖ ବଦଳିବ। ବର୍ଷ ବର୍ଷ ଧରି ମନ୍ଦିର ପରିସରରେ ଥିବା ରୋଷଘର ମନ୍ଦିରର କାରୁକାର୍ଯ୍ୟ ନଷ୍ଟ କରୁଛି। ଏପରିକି ଏହି ରୋଷଘରରେ ଅବଡ଼ା ପ୍ରସାଦ ପ୍ରସ୍ତୁତ ହେଲାବଳେ ଅନେକଥର ନିଅଁାଲାଗି ରୋଷଘରଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇଥାଏ। ଘର ପୋଡ଼ିରେ ପ୍ରବଳ ଧୂଅଁା ନିର୍ଗତ ହେବାରୁ ମନ୍ଦିରଟିର ପରିପାଟି ନଷ୍ଟ ହୋଇଯାଏ। ତେଣୁ ଏଭଳି ସମସ୍ୟା ବହୁ ବର୍ଷ ପୂର୍ବରୁ ଦେଖାଦେଇଥିଲେ ହେଁ ପ୍ରତିକାର ସ୍ବରୂପ ନଁା ମନ୍ଦିର ପ୍ରଶାସନ ନା ଏଏସଆଇ କୌଣସି ବାଟ ଖୋଜିପାଇପାରୁ ନ ଥିଲେ। ଏହି ମନ୍ଦିରକୁ ଅଧିକ ଆକର୍ଷଣୀୟ କରିବାପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତବର୍ଷ ୮କୋଟି ବ୍ୟୟ ହୋଇଛି। ଖୁବ୍‌ଶୀଘ୍ର ଏହି କାର୍ଯ୍ୟର ଶୁଭାରମ୍ଭ ହେବ। ସୂଚନା ଥାଉକି ମନ୍ଦିର ଐଶାନ୍ୟ କୋଣରେ ଏକ ରୋଷଘର ନିର୍ମାଣ କରାଯିବ। ଏଥିପାଇଁ ବାସ୍ତୁଅନୁସାରେ ଜାଗା ଚିହ୍ନଟ କରାଯାଇଛି। ୧୫ବର୍ଷ ତଳୁ ବିଏମସି ଦ୍ୱାରା ପ୍ରାୟ ୧୦୦ଟି ରୋଷଗୃହ ଅର୍ଦ୍ଧର୍ନିମିତ ଅବସ୍ଥାରେ ପଡ଼ି ରହିଛି। ଏହା ଦ୍ୱାରା ମନ୍ଦିରକୁ ଧୂଅଁ। ଆବରଣରୁ ରକ୍ଷା କରାଯିବା ସହ ମନ୍ଦିର ବେଢା ପରିକ୍ରମାରେ ଶ୍ରଦ୍ଧାଳୁମାନଙ୍କୁ ସହଜ ଓ ସୁବିଧା ହେବ। ସେହିଭଳି ରୋଷଘରଠାରୁ ଲିଙ୍ଗରାଜ ମନ୍ଦିର କୋଟତୀର୍ଥ ରୋଡ଼କୁ ନୂତନ ରାସ୍ତା ସଂଲଗ୍ନ ହେବ । ଫଳରେ ଅବଡ଼ା ପ୍ରସାଦକୁ ଶ୍ରଦ୍ଧାଳୁମାନେ ପୁରୁଣା ବିନ୍ଦୁସାଗର ରୋଡ଼ ପରିବର୍ତ୍ତେ ଏଠାରୁ ସହଜରେ ନେଇପାରିବେ। ଏଥିପାଇଁ ପ୍ରସାଦ ବୋହିବା ପାଇଁ ମଧ୍ୟ ସ୍ବତନ୍ତ୍ର ଯାନର ବ୍ୟବସ୍ଥା କରାଯିବ। ମନ୍ଦିର ଭିତରେ ଥିବା ସମସ୍ତ ରୋଷଘର ଏବଂ ପିଣ୍ଡିଗୁଡ଼ିକୁ ଉଚ୍ଛେଦ କରାଯିବା ସହ ବେଢାକୁ ପ୍ରସତିକରଣ କରାଯିବ। ଏଭଳି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିବାବେଳେ ଗୁରୁବାର ଏଏସଆଇର ଗାଇଡ଼ ଲାଇନ ବିରୋଧରେ ଯାଇ କେତେକ ବ୍ୟକ୍ତି ବାଲି ସିମେଣ୍ଟରେ ପିଣ୍ଡିଟି ନର୍ମାଣ କରିବା ଚର୍ଚ୍ଚାର ବିଷୟ ହୋଇଛି । ଘଟଣା ନେଇ ଏଏସ୍‌ଆଇ ପକ୍ଷରୁ ବିରୋଧ କରାଯାଇଥିଲା। ମାତ୍ର ସମ୍ପୃକ୍ତ ବ୍ୟକ୍ତିମାନେ ଏଥିପ୍ରତି ଭ୍ରୂକ୍ଷେପ ନ କରି ସେମାନଙ୍କର କାର୍ଯ୍ୟଧାରା ଜାରି ରଖିବା ନେଇ ପ୍ରଶାସନର କେଉଁ ଅଧିକାରୀ ପଚ୍ଛଦପଟରେ ରହିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ଅପରାହ୍ନ ସୁଦ୍ଧା ନିର୍ମାଣକାର୍ଯ୍ୟ ଜୋରସୋର ଜାରି ରହିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି । ଏ ନେଇ ଏଏସଆଇର ସଂରକ୍ଷଣ ଅଧୀକ୍ଷକ ତୈଲୋକ ନାଥ ବେହେରା କୁହନ୍ତି, ଆମ୍ଭର ବିରୋଧ ସତ୍ତ୍ୱେ ମନ୍ଦିର ନିଷିଦ୍ଧାଞ୍ଚଳରେ ବେଆଇନ ନିର୍ମାଣ କାର୍ଯ୍ୟ ଜୋର ଜବରଦସ୍ତ ଚଲାଇଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରଥମ କାରଣ ଦର୍ଶାଅ ନୋଟିସ୍‌ ପଠାଇବୁ ପରେ ଏଥିରେ ବ୍ୟତିକ୍ରମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri