ଶ୍ରୀଲୋକନାଥ ମନ୍ଦିର: ବେଢ଼ାରେ ଜମିଛି ପାଣି, ଭକ୍ତଙ୍କ ଦର୍ଶନରେ ବାଧା

ପୁରୀ ଅଫିସ, ୯ା୮: ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ପାଣି ଜମିଛିି। ପ୍ରାୟ ଫୁଟେ ଉଚ୍ଚର ପାଣି ଭିତର ବେଢ଼ାରେ ଜମି ଥିବାରୁ ଭକ୍ତଙ୍କ ଦର୍ଶନରେ ବାଧା ଉପୁଜିଛି। ବର୍ଷା ପାଣି ଜମି ରହିଥିବାରୁ ଏଣେତେଣେ ଅଳିଆ ଆବର୍ଜନା ଭାସି ପରିମଳ ବ୍ୟବସ୍ଥାକୁ ବିଗାଡ଼ି ଦେଇଛିି। ଏହାକୁ ନେଇ ଲୋକନାଥ ମନ୍ଦିରର ସେବାୟତମାନେ କ୍ଷୋଭ ପ୍ରକାଶ କରିଛନ୍ତିି। ଆସନ୍ତା ସୋମବାର ଶ୍ରାବଣ ମାସର ଶେଷ ସୋମବାର। ହଜାର ହଜାର କାଉଡ଼ିଆ ଭକ୍ତ ଜଳ ଲାଗି ପାଇଁ ଆସିବେ। ତେଣୁ ତା ପୂର୍ବରୁ ବେଢ଼ା ପରିସରରୁ ପ୍ରଶାସନ ଜଳ ନିଷ୍କାସନ କରିବା ଦରକାର ବୋଲି ସେବାୟତ କହିଛନ୍ତିି।
ଅସରାଏ ବର୍ଷା ହେଲେ ଲୋକନାଥ ମନ୍ଦିରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛିି। ନିଷ୍କାସନ ସୁବିଧା ନ ଥିବାରୁ ଦୀର୍ଘଦିନ ପର୍ଯ୍ୟନ୍ତ ପାଣି ଜମି ରହୁଛିି। ତୁରନ୍ତ ଜଳ ନିଷ୍କାସନ ଲାଗି କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଭକ୍ତ ଓ ସେବାୟତ ଅସୁବିଧା ଭୋଗୁଛନ୍ତିି। ନିକଟରେ ହୋଇଥିବା ବର୍ଷା ଯୋଗୁ ମନ୍ଦିରରେ ଏହିପରି ଅଚଳାବସ୍ଥା ସୃଷ୍ଟି ହୋଇଛିି। ଏଥିଯୋଗୁ ଠାକୁରଙ୍କ ସେବାପୂଜା କରିବାରେ ସେବାୟତମାନେ ଅସୁବିଧା ଭୋଗିଥିବାବେଳେ ଭକ୍ତମାନେ ମଧ୍ୟ ଯା ଆସ କରିବାରେ ସମସ୍ୟାରେ ପଡିଛନ୍ତିି। ପାଣି ଦେଖି କିଛି ଶ୍ରଦ୍ଧାଳୁ ଫେରି ଯାଉଥିବା ବେଳେ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ପଛ ଗେଟ୍‌ ଭକ୍ତଙ୍କ ଲାଗି ଖୋଲା ରଖାଯାଇଛିି। କିନ୍ତୁ ଅନେକ ଶ୍ରଦ୍ଧାଳୁ ଏହା ଜାଣି ନ ପାରି ଫେରିଯାଉଥିବା ଜଣାପଡିଛିି। ଏହାକୁ ନେଇ ସେବାୟତ ଅସନ୍ତୋଷ ବ୍ୟକ୍ତ କରିଛନ୍ତିି। ସେବାୟତ ସନ୍ତୋଷ କୁମାର ପଣ୍ଡା କହିଛନ୍ତି ଯେ, ବର୍ତ୍ତମାନ ବେଢା ପରିସରରେ ପ୍ରାୟ ୧ ଫୁଟ ଉଚ୍ଚର ପାଣି ଜମିଛିି। ଫଳରେ ଭକ୍ତମାନେ ପାଣି ଦେଖି ଫେରି ଯାଉଛନ୍ତିି। ଆଗକୁ ଶ୍ରାବଣ ସୋମବାର। ତେଣୁ ପ୍ରଶାସନ ତୁରନ୍ତ ଜଳ ନିଷ୍କାସନ ଲାଗି ବ୍ୟବସ୍ଥା କରିବା ଦରକାର। ଏ ସମ୍ପର୍କରେ ଲୋକନାଥ ମନ୍ଦିର ମ୍ୟାନେଜର ଅପଚ୍ଛ ପରିଡ଼ା କହିଛନ୍ତି, ଶ୍ରୀଲୋକନାଥ ମନ୍ଦିର ଖାଲୁଆ ଅଞ୍ଚଳରେ ରହିଛିି। ମନ୍ଦିର ପରିସରରେ ଜଳ ନିଷ୍କାସନ ଲାଗି କୌଣସି ସ୍ଥାୟୀ ବ୍ୟବସ୍ଥା ନାହିଁି। ତେଣୁ ବର୍ଷା ହେଲେ ପାର୍ବତୀ ସାଗରର ଜଳ ପତ୍ତନ ଯାହା ରହୁଛି ମନ୍ଦିର ବେଢାରେ ସେହି ଉଚ୍ଚତାର ପାଣି ଜମୁଛିି। ବର୍ତ୍ତମାନ ବେଢାରେ ଯେଉଁ ପାଣି ଜମିଛି ତାହାକୁ ରବିବାର ମୋଟର ଲଗାଇ ନିଷ୍କାସନ କରାଯିବ। ସୋମବାର ବୋଲ୍‌ବମ ଭକ୍ତମାନେ ଯେପରି ଜଳ ଲାଗି ପାଇଁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହେବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛିି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri