ଶ୍ରୀଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଆବଣ୍ଟନ: ବିଭାଗୀୟ ଅଧିକାରୀଙ୍କ କାରସାଦି ପଦାରେ ପଡ଼ିଲା

ପୁରୁଣା ଭୁବନେଶ୍ୱର, ୨୭ା୧୦ (ଡି.ଏନ.ଏ.): ଦେବୋତ୍ତର ବିଭାଗ ଓ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ କିମ୍ବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କୌଣସି କ୍ଷେତ୍ରରେ ବିଶ୍ୱାସକୁ ନ ନେଇ ରବର ଷ୍ଟାମ୍ପ ଭାବେ ବ୍ୟବହାର ଯୋଗୁ ପ୍ରଶାସନ ଅନେକବାର ନିନ୍ଦିତ ହେଉଛି। ନିକଟରେ ଶ୍ରୀଲିଙ୍ଗରାଜଙ୍କ ଗୌତମନଗର ମୌଜାରେ ୩ ଏକର ୨୭୪ ଡିସିମିଲ ଜମି ନେଇ ବିକାଶ କରିବା ଓ ଠାକୁରଙ୍କ ଆୟ ବୃଦ୍ଧି ନିମନ୍ତେ ମାର୍କେଟ କମ୍ପ୍ଲେକ୍ସ ଓ ଯାତ୍ରୀନିବାସ ନିର୍ମାଣ କରିବାକୁ ପର୍ଯ୍ୟଟନ ବିଭାଗ ଦାୟିତ୍ୱ ନେଇଥିଲା। ମାତ୍ର ଯାତ୍ରୀ ନିବାସ ଓ ୫୮ଟି ଦୋକାନ ଘର ନିର୍ମାଣ ସରିବା ପରେ ଏଗୁଡ଼ିକୁ ମନ୍ଦିର ଟ୍ରଷ୍ଟ ବୋଡର୍ର୍ କିମ୍ବା ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରିବା କଥା। ଏହା ବଦଳରେ ପର୍ଯ୍ୟଟନ ବିଭାଗ ବଡ଼ ଭାଇପଣିଆ ଜାହିର କରିଥିଲା। ସମ୍ପୂର୍ଣ୍ଣ ଜମିର ମାଲିକାନା ଶ୍ରୀଲିଙ୍ଗରାଜଙ୍କ ନାମରେ ଥିବାବେଳେ ପର୍ଯ୍ୟଟନ ବିଭାଗ ଆଦେଶ ନଂ.୧୨୩୯୦/ ଟିଏସଏମରେ ଡିସେମ୍ବର ୨୦୧୮ରେ ୫୮ଟି ଦୋକାନ ଗୃହରୁ ମାତ୍ର ୬ ଗୋଟି ଆବଣ୍ଟନ ନିମନ୍ତେ ଦିଆଯିବ ବୋଲି ଜଣାଇଥିଲା। ଏସବୁ କିନ୍ତୁ ଶ୍ରଦ୍ଧାଳୁ ଓ ସେବାୟତ ଗ୍ରହଣ କରିପାରି ନ ଥିଲେ। ଏମାନଙ୍କ ମତରେ ଠାକୁରଙ୍କ ସମ୍ପତ୍ତି ଉପରେ ସରକାରୀ ବାବୁମାନେ ମାଲିକାନା ଓ ଭାଗ ବସିବା ଭଳି ନିୟମ କରିବାକୁ କିଏ। ବିଏମ୍‌ସି ଚିଠି ନଂ.-୨୫୯୫୯ ଜରିଆରେ ୧୮ା୯ା୨୦୧୯ରେ ଜନୈକ ବ୍ୟକ୍ତିଙ୍କୁ ୪୪, ୫୪୬ ଟଙ୍କା ସିକ୍ୟୁରିଟି ଡିପୋଜିଟ୍‌ ମାଧ୍ୟମରେ ଆବଣ୍ଟନ କରାଯିବା ନେଇ ବିଏମସି ଡେପୁଟି କମିଶନର ରାଜସ୍ବଙ୍କ ପକ୍ଷରୁ ଚିଠି କରାଯାଇଥିଲା। ଗଣମାଧ୍ୟମରେ ଏ ପ୍ରକାର ଆବଣ୍ଟନ ଅନିୟମିତତା ନେଇ ଖବର ପ୍ରକାଶ ପାଇବା ପରେ ଦେବୋତ୍ତର ବିଭାଗ କିମ୍ବା ବିଏମସି କେହି ମୁହଁ ଖୋଲିଲେ ନାହିଁ। ଏହି ଘଟଣା ପ୍ରଘଟ ହେବାରୁ ପୁରୁଣା ଲିଙ୍ଗରାଜ ମାର୍କେଟର କେତେଜଣ ଦୋକାନୀ ଓ ବିଭିନ୍ନ ସ୍ଥାନରୁ ଉଚ୍ଛେଦ କରାଯାଇଥିବା ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏତେ ସବୁ ଅନିୟମିତା ଅଭିଯୋଗ ପରେ ମଧ୍ୟ ଗୋଟିଏ ଗଣମାଧ୍ୟମରେ ଆସନ୍ତା ୨୯ ତାରିଖରେ ୭ ଗୋଟି ଦୋକାନ ଘର ନିମନ୍ତେ ୧୨ଜଣ ବ୍ୟବସାୟୀଙ୍କୁ ଲଟେରି ମାଧ୍ୟମରେ ଚୟନ କରାଯିବା ଓ ଅନ୍ୟ ଏକ ଗଣମାଧ୍ୟମରେ ୪୮ ଗୋଟି ଦୋକାନ ଘର ମଧ୍ୟରୁ ୩୯ ଜଣ ବ୍ୟବସାୟୀଙ୍କ ମଧ୍ୟରେ ଆସନ୍ତା ୩୦ ତାରିଖରେ ଲଟେରି ମାଧ୍ୟମରେ ହିତାଧିକାରୀ ଚୟନ କରାଯିବା ବିଏମସି ଡେପୁଟି କମିଶନର ରାଜସ୍ବଙ୍କ ପକ୍ଷରୁ ନୋଟିସ୍‌ ମାଧ୍ୟମରେ ପ୍ରକାଶିତ ହୋଇଛି। ଯେହେତୁ ବିଭିନ୍ନ ଗଣମାଧ୍ୟମରେ ହିତାଧିକାରୀ ଚୟନ ନିମନ୍ତେ ଭିନ୍ନ କଥା ଉଲ୍ଲେଖ ରହିଛି ଏହା ଦୋକାନ ଗୃହ ଆବଣ୍ଟନରେ ଅନିୟମିତତା ହେବା ପ୍ରମାଣିତ କରିଦେଉଛି। ଏ ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଏଡିଏମ ଅରୁଣ ବେହେରାଙ୍କୁ ପଚାରିବାରେ ପୂର୍ବପରି ଏସବୁ ଘଟଣା ମୁଁ ଜାଣିନାହିଁ। ବିଏମ୍‌ସି କାହାକୁ କିପରି ଲଟେରୀ କରି ଦେବ ମୁଁ କହି ପାରିବି ନାହିଁ। ବିଏମ୍‌ସି ଡେପୁଟି କମିଶନର ରାଜସ୍ବ ଶ୍ରୀମନ୍ତ ମିଶ୍ର ଜଣାଇଲେ ଆମକୁ ୫୦ ଗୋଟି ଦୋକାନ ଗୃହ ଦିଆଯାଇଛି। ତାହା ମଧ୍ୟରୁ ୩୯ଟି ହିତାଧିକାରୀ ଚୟନ ପୂର୍ବରୁ କରାଯାଇଛି। ୨ଜଣଙ୍କର ଉତ୍ତରାଧିକାରୀ ସାର୍ଟିଫିକେଟ ବିଳମ୍ବ ଯୋଗୁ ରହିଯାଇଛି ଗୋଟିଏ ଏଟିଏମ୍‌ ନିମନ୍ତେ ରଖାଯାଇଛି ଓ ଅନ୍ୟ ଏକ ଓଟିଡିସି ଟ୍ରାଭେଲ ଏଜେନ୍ସି କରାଯିବ। ଅନ୍ୟ ୭ଟି ଦୋକାନ ଘର ନିମନ୍ତେ ୧୨ଜଣଙ୍କ ମଧ୍ୟରେ ଲଟେରି କରାଯାଇ ଚୟନ କରାଯିବ। ଚତୁରତାର ସହ ଭିନ୍ନ ଭିନ୍ନ ଗଣମାଧ୍ୟମରେ ଭିନ୍ନ ପ୍ରକାର ନୋଟିସ୍‌ ଜରିଆରେ ଦୋକାନ ଘର ଆବଣ୍ଟନ ନେଇ ଶନିବାର ବିଜ୍ଞାପନ ଦିଆଯିବା ଓ ଏକକ ଲଟେରି ମାଧ୍ୟମରେ ଆବଣ୍ଟନ କରା ନ ଯିବା ନେଇ ପ୍ରଶ୍ନର ଉତ୍ତରରେ କିଛି କହିବାକୁ ମନା କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri