ଶ୍ରୀଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଆବଣ୍ଟନ: ବିଭାଗୀୟ ଅଧିକାରୀଙ୍କ କାରସାଦି ପଦାରେ ପଡ଼ିଲା

ପୁରୁଣା ଭୁବନେଶ୍ୱର, ୨୭ା୧୦ (ଡି.ଏନ.ଏ.): ଦେବୋତ୍ତର ବିଭାଗ ଓ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ କିମ୍ବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କୌଣସି କ୍ଷେତ୍ରରେ ବିଶ୍ୱାସକୁ ନ ନେଇ ରବର ଷ୍ଟାମ୍ପ ଭାବେ ବ୍ୟବହାର ଯୋଗୁ ପ୍ରଶାସନ ଅନେକବାର ନିନ୍ଦିତ ହେଉଛି। ନିକଟରେ ଶ୍ରୀଲିଙ୍ଗରାଜଙ୍କ ଗୌତମନଗର ମୌଜାରେ ୩ ଏକର ୨୭୪ ଡିସିମିଲ ଜମି ନେଇ ବିକାଶ କରିବା ଓ ଠାକୁରଙ୍କ ଆୟ ବୃଦ୍ଧି ନିମନ୍ତେ ମାର୍କେଟ କମ୍ପ୍ଲେକ୍ସ ଓ ଯାତ୍ରୀନିବାସ ନିର୍ମାଣ କରିବାକୁ ପର୍ଯ୍ୟଟନ ବିଭାଗ ଦାୟିତ୍ୱ ନେଇଥିଲା। ମାତ୍ର ଯାତ୍ରୀ ନିବାସ ଓ ୫୮ଟି ଦୋକାନ ଘର ନିର୍ମାଣ ସରିବା ପରେ ଏଗୁଡ଼ିକୁ ମନ୍ଦିର ଟ୍ରଷ୍ଟ ବୋଡର୍ର୍ କିମ୍ବା ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରିବା କଥା। ଏହା ବଦଳରେ ପର୍ଯ୍ୟଟନ ବିଭାଗ ବଡ଼ ଭାଇପଣିଆ ଜାହିର କରିଥିଲା। ସମ୍ପୂର୍ଣ୍ଣ ଜମିର ମାଲିକାନା ଶ୍ରୀଲିଙ୍ଗରାଜଙ୍କ ନାମରେ ଥିବାବେଳେ ପର୍ଯ୍ୟଟନ ବିଭାଗ ଆଦେଶ ନଂ.୧୨୩୯୦/ ଟିଏସଏମରେ ଡିସେମ୍ବର ୨୦୧୮ରେ ୫୮ଟି ଦୋକାନ ଗୃହରୁ ମାତ୍ର ୬ ଗୋଟି ଆବଣ୍ଟନ ନିମନ୍ତେ ଦିଆଯିବ ବୋଲି ଜଣାଇଥିଲା। ଏସବୁ କିନ୍ତୁ ଶ୍ରଦ୍ଧାଳୁ ଓ ସେବାୟତ ଗ୍ରହଣ କରିପାରି ନ ଥିଲେ। ଏମାନଙ୍କ ମତରେ ଠାକୁରଙ୍କ ସମ୍ପତ୍ତି ଉପରେ ସରକାରୀ ବାବୁମାନେ ମାଲିକାନା ଓ ଭାଗ ବସିବା ଭଳି ନିୟମ କରିବାକୁ କିଏ। ବିଏମ୍‌ସି ଚିଠି ନଂ.-୨୫୯୫୯ ଜରିଆରେ ୧୮ା୯ା୨୦୧୯ରେ ଜନୈକ ବ୍ୟକ୍ତିଙ୍କୁ ୪୪, ୫୪୬ ଟଙ୍କା ସିକ୍ୟୁରିଟି ଡିପୋଜିଟ୍‌ ମାଧ୍ୟମରେ ଆବଣ୍ଟନ କରାଯିବା ନେଇ ବିଏମସି ଡେପୁଟି କମିଶନର ରାଜସ୍ବଙ୍କ ପକ୍ଷରୁ ଚିଠି କରାଯାଇଥିଲା। ଗଣମାଧ୍ୟମରେ ଏ ପ୍ରକାର ଆବଣ୍ଟନ ଅନିୟମିତତା ନେଇ ଖବର ପ୍ରକାଶ ପାଇବା ପରେ ଦେବୋତ୍ତର ବିଭାଗ କିମ୍ବା ବିଏମସି କେହି ମୁହଁ ଖୋଲିଲେ ନାହିଁ। ଏହି ଘଟଣା ପ୍ରଘଟ ହେବାରୁ ପୁରୁଣା ଲିଙ୍ଗରାଜ ମାର୍କେଟର କେତେଜଣ ଦୋକାନୀ ଓ ବିଭିନ୍ନ ସ୍ଥାନରୁ ଉଚ୍ଛେଦ କରାଯାଇଥିବା ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏତେ ସବୁ ଅନିୟମିତା ଅଭିଯୋଗ ପରେ ମଧ୍ୟ ଗୋଟିଏ ଗଣମାଧ୍ୟମରେ ଆସନ୍ତା ୨୯ ତାରିଖରେ ୭ ଗୋଟି ଦୋକାନ ଘର ନିମନ୍ତେ ୧୨ଜଣ ବ୍ୟବସାୟୀଙ୍କୁ ଲଟେରି ମାଧ୍ୟମରେ ଚୟନ କରାଯିବା ଓ ଅନ୍ୟ ଏକ ଗଣମାଧ୍ୟମରେ ୪୮ ଗୋଟି ଦୋକାନ ଘର ମଧ୍ୟରୁ ୩୯ ଜଣ ବ୍ୟବସାୟୀଙ୍କ ମଧ୍ୟରେ ଆସନ୍ତା ୩୦ ତାରିଖରେ ଲଟେରି ମାଧ୍ୟମରେ ହିତାଧିକାରୀ ଚୟନ କରାଯିବା ବିଏମସି ଡେପୁଟି କମିଶନର ରାଜସ୍ବଙ୍କ ପକ୍ଷରୁ ନୋଟିସ୍‌ ମାଧ୍ୟମରେ ପ୍ରକାଶିତ ହୋଇଛି। ଯେହେତୁ ବିଭିନ୍ନ ଗଣମାଧ୍ୟମରେ ହିତାଧିକାରୀ ଚୟନ ନିମନ୍ତେ ଭିନ୍ନ କଥା ଉଲ୍ଲେଖ ରହିଛି ଏହା ଦୋକାନ ଗୃହ ଆବଣ୍ଟନରେ ଅନିୟମିତତା ହେବା ପ୍ରମାଣିତ କରିଦେଉଛି। ଏ ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଏଡିଏମ ଅରୁଣ ବେହେରାଙ୍କୁ ପଚାରିବାରେ ପୂର୍ବପରି ଏସବୁ ଘଟଣା ମୁଁ ଜାଣିନାହିଁ। ବିଏମ୍‌ସି କାହାକୁ କିପରି ଲଟେରୀ କରି ଦେବ ମୁଁ କହି ପାରିବି ନାହିଁ। ବିଏମ୍‌ସି ଡେପୁଟି କମିଶନର ରାଜସ୍ବ ଶ୍ରୀମନ୍ତ ମିଶ୍ର ଜଣାଇଲେ ଆମକୁ ୫୦ ଗୋଟି ଦୋକାନ ଗୃହ ଦିଆଯାଇଛି। ତାହା ମଧ୍ୟରୁ ୩୯ଟି ହିତାଧିକାରୀ ଚୟନ ପୂର୍ବରୁ କରାଯାଇଛି। ୨ଜଣଙ୍କର ଉତ୍ତରାଧିକାରୀ ସାର୍ଟିଫିକେଟ ବିଳମ୍ବ ଯୋଗୁ ରହିଯାଇଛି ଗୋଟିଏ ଏଟିଏମ୍‌ ନିମନ୍ତେ ରଖାଯାଇଛି ଓ ଅନ୍ୟ ଏକ ଓଟିଡିସି ଟ୍ରାଭେଲ ଏଜେନ୍ସି କରାଯିବ। ଅନ୍ୟ ୭ଟି ଦୋକାନ ଘର ନିମନ୍ତେ ୧୨ଜଣଙ୍କ ମଧ୍ୟରେ ଲଟେରି କରାଯାଇ ଚୟନ କରାଯିବ। ଚତୁରତାର ସହ ଭିନ୍ନ ଭିନ୍ନ ଗଣମାଧ୍ୟମରେ ଭିନ୍ନ ପ୍ରକାର ନୋଟିସ୍‌ ଜରିଆରେ ଦୋକାନ ଘର ଆବଣ୍ଟନ ନେଇ ଶନିବାର ବିଜ୍ଞାପନ ଦିଆଯିବା ଓ ଏକକ ଲଟେରି ମାଧ୍ୟମରେ ଆବଣ୍ଟନ କରା ନ ଯିବା ନେଇ ପ୍ରଶ୍ନର ଉତ୍ତରରେ କିଛି କହିବାକୁ ମନା କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri