ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର (ବ୍ୟୁରୋ)/ପୁରୁଣା ଭୁବନେଶ୍ୱର (ଡି.ଏନ୍‌.ଏ):ଶ୍ରୀମନ୍ଦିର ଭଳି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ହଟିବ ଜବରଦଖଲ। ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଯାତାୟାତ ସହଜ ହେବ। ଏଥିପାଇଁ ସୋମବାରଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ଦିନ ଧରି ଚାଲିବାକୁ ଥିବା ଏହି ଉଚ୍ଛେଦର ପ୍ରଥମ ଦିନରେ ଲିଙ୍ଗରାଜ ମନ୍ଦିରର ସମ୍ମୁଖ ତଥା ପୂର୍ବପାର୍ଶ୍ୱରୁ ଜବରଦଖଲ ହଟାଯାଇଛି। ୧୮ କ୍ୟାବିନ୍‌, ୧୧ ଫାଷ୍ଟଫୁଡ ଦୋକାନ, ୧୮ ଉଠା ଦୋକାନ, ୪ ଅସ୍ଥାୟୀ ଘର, ୫ ଘରର ଆଜ୍‌ବେଷ୍ଟ, ୨ ପିଣ୍ଡି, ଭଜନ ମଣ୍ଡପକୁ ଲାଗି ରହିଥିବା ଛୋଟ ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ମିଳିତ ଉଚ୍ଛେଦ ଟିମ୍‌ରେ ବିଏମ୍‌ସି, ବିଡିଏ, ଜିଏ, ଆର୍‌ ଆଣ୍ଡ ବି ଓ କମିଶନରେଟ୍‌ ପୋଲିସ୍‌ ସାମିଲ୍‌ ରହିଛି। ମଙ୍ଗଳବାର ବିନ୍ଦୁସାଗରରୁ ବଢେଇବାଙ୍କ ଛକ ଯାଏ ଉଚ୍ଛେଦ କରାଯିବ। ମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ଚିଠି ନଂ.୧୪୩୫ ଅନୁସାରେ ମିଳିତ ଟିମ୍‌ ଏହି ଉଚ୍ଛେଦ କରୁଥିବା ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି।
ଉଚ୍ଛେଦ ସମୟରେ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବାବେଳେ ବିଏମ୍‌ସିର ୧, ୩, ୪ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସାମିଲ ଥିଲା। ବିଡିଏର ଆଡିଶନାଲ କମିଶନର ହରିଶଚନ୍ଦ୍ର ନାୟକ(ଏନ୍‌ଫୋର୍ସମେଣ୍ଟ), ଉଚ୍ଛେଦ ଅଧିକାରୀ-୨ ପ୍ରମୋଦକୁମାର ପାତ୍ର, ଜୋନ୍‌ ଏସିପି ସୁବାଷଚନ୍ଦ୍ର ପଣ୍ଡା, ଲିଙ୍ଗରାଜ ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର, ବିଡିଏ ଯୋଗସୂତ୍ର ଅଧିକାରୀ ଶୁଭ୍ରାଂଶୁଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ପାଣିରେ ପଡ଼ିବ କୋଟି କୋଟି ଟଙ୍କା
ଶ୍ରୀଲିଙ୍ଗରାଜ ମନ୍ଦିରକୁ ବିଶ୍ୱ ଐତିହ୍ୟ ମାନ୍ୟତା ପାଇଁ ଚାଲିଥିବା ପ୍ରକ୍ରିୟାରେ ଉଚ୍ଛେଦକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଉଚ୍ଛେଦ ପାଇଁ ପ୍ରଶାସନ ନୀଳ ନକ୍ସା ପ୍ରସ୍ତୁତ କରିଛି। ଟୁରିଷ୍ଟ ସେଡ୍‌, ବ୍ୟାଖ୍ୟାୟନ କେନ୍ଦ୍ର ଓ ଭଜନ ମଣ୍ଡପକୁ ଭଙ୍ଗାଯିବ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଟୁରିଷ୍ଟ ସେଡ୍‌ ଓ ଅନ୍ୟ କେତେକ ନିର୍ମାଣ ଚାଲିଥିଲା। ଦୂରଦୃଷ୍ଟି ଅଭାବରୁ ଏହି ବହୁମୂଲ୍ୟ ନିର୍ମାଣ ମାଟିରେ ମିଶିବ, ପାଣିରେ ପଡ଼ିବ କୋଟିକୋଟି ଟଙ୍କା। ଜନସାଧାରଣ ଜବରଦଖଲ କଲେ ତାହାକୁ ବେଆଇନ କୁହାଯିବା ସହ ସମାଲୋଚନା କରାଯାଉଛି। କିନ୍ତୁ ନିଜେ ପର୍ଯ୍ୟଟନ ବିଭାଗ କିଭଳି ଅଯଥାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ତାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି।
କଲ୍ୟାଣମଣ୍ଡପରେ ଥାନା, ହାଟ ଘରେ ମନ୍ଦିର କାର୍ଯ୍ୟାଳୟ
ବଡ଼ଧରଣର ଉଚ୍ଛେଦ ପୂର୍ବରୁ ନିର୍ଦ୍ଧାରିତ ପରିସୀମା ମଧ୍ୟରେ ଥିବା ସରକାରୀ କାର୍ଯ୍ୟାଳୟଗୁଡିକୁ ସ୍ଥାନାନ୍ତର କରାଯିବ। ଉଚ୍ଛେଦ ତାଲିକାରେ ମନ୍ଦିର ସମ୍ମୁଖରେ ଥିବା ଶ୍ରୀଲିଙ୍ଗରାଜ ଥାନା ଓ ମନ୍ଦିର କାର୍ଯ୍ୟାଳୟ ରହିଛି। ଏହାକୁ ସ୍ଥାନାନ୍ତର କରାଯିବା ପାଇଁ ସୋମବାର ବିଡିଏ ମୁଖ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନିଷ୍ପତ୍ତି ଅନୁସାରେ, ନିକଟରେ ଥିବା କଲ୍ୟାଣ ମଣ୍ଡପକୁ ଥାନା ଓ ହାଟଘରକୁ ମନ୍ଦିର କାର୍ଯ୍ୟାଳୟ ସ୍ଥାନାନ୍ତର କରାଯିବ। କିଛି ଦିନଯାଏ ଅସ୍ଥାୟୀ ଭାବେ ସେଠାରେ କାର୍ଯ୍ୟ ଚାଲିବ। ସ୍ଥାନାନ୍ତର ପାଇଁ କମିଶନରେଟ୍‌ ପୋଲିସର ବରିଷ୍ଠ ଅଧିକାରୀମାନେ ଥାନାକୁ ଗସ୍ତ କରି ଆଲୋଚନା କରିଛନ୍ତି। ବୈଠକରେ ଖୋର୍ଦ୍ଧା ଅତିରିକ୍ତ ଜିଲାପାଳ, ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଆଜି ବସିବ ସମୀକ୍ଷା ବୈଠକ
ମଙ୍ଗଳବାର ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ ଉଚ୍ଛେଦ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଆଡିଶନାଲ କମିଶନର, ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେବେ। ପ୍ରଥମ ଦିନର ଉଚ୍ଛେଦ କିପରି ହୋଇଛି, କେତେ ଜବରଦଖଲ ହଟିଛି ଓ ଆଗକୁ ରହିଥିବା ସମସ୍ୟାର ସମାଧାନ କରାଯାଇ ଉଚ୍ଛେଦ କାର୍ଯ୍ୟ ସୁଚାରୁରୂପେ କରାଯିବ ସେ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri