ଶ୍ରୀଲିଙ୍ଗରାଜ ମନ୍ଦିରର କୀର୍ତ୍ତିରାଜି ସତ୍ତା ହରାଇବାକୁ ମସୁଧା: ପୁଣି ସ୍ଥାପନ କରାଗଲାନି ବୃଷଭ

ପୁରୁଣା ଭୁବନେଶ୍ୱର,୧୮।୮(ଡି.ଏନ.ଏ.): ଏକାମ୍ର କ୍ଷେତ୍ରର ଅନେକ ପ୍ରାଚୀନ ମନ୍ଦିରର କୀର୍ତ୍ତିରାଜି ବିଭିନ୍ନ କାରଣରୁ ସତ୍ତା ହରାଉଛି। ଏହି ପରିପ୍ରେକ୍ଷୀରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଏକ ବ୍ୟତିକ୍ରମରୁ ମନ୍ଦିରର ସୂକ୍ଷ୍ମ କୀର୍ତ୍ତିରାଜିଗୁଡିକୁ ଅବ୍ୟବସ୍ଥିତ କରିବାକୁ ମଧ୍ୟ ପ୍ରଚ୍ଛଦ ପଟରେ ମସୁଧା ଚାଲିଥିବା ଗର୍ଭଗୃହର ଏକ ବୃଷଭ ପ୍ରତିମୂର୍ତ୍ତି ପୁନଃ ସ୍ଥାପନରୁ ଜଣାଯାଏ। ସପ୍ତାହକ ତଳେ ଆଡ କାଠ ନିକଟରେ ଥିବା ପ୍ରାଚୀନ ବୃଷଭ ପ୍ରତିମୂର୍ତ୍ତିକୁ କେହି ବାହାରେ ଫିଙ୍ଗି ଦେଇଥିଲେ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ବିଚାରବିମର୍ଶ ପରେ ଅଗଷ୍ଟ ୧୪ରେ ବୃଷଭ ପ୍ରତିମୂର୍ତ୍ତିକୁ ସ୍ଥାପନ ପାଇଁ ଦିନ ସ୍ଥିର ହୋଇଥିଲା। ନିର୍ଦ୍ଧାରିତ ସମୟ ଅନୁଯାୟୀ ଏଏସ୍‌ଆଇ ଆଡମିନିଷ୍ଟ୍ରଟିଭ ଅଫିସର ବିଜୟ କୁମାର ଦାସ, ଏଏସଆଇର ସଂରକ୍ଷଣ ଅଧୀକ୍ଷକ ତୈଲୋକ୍ୟନାଥ ବେହେରା ପୂରା ଟିମ୍‌ ପୋଲିସ ସହ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ମାତ୍ର ବୃଷଭଟି ଜଣେ ସେବାୟତଙ୍କ ହାତରୁ ଖସି ପଡି ଗୋଡ ଫାଟି ରକ୍ତସ୍ରାବ ହୋଇଥିଲା ବୋଲି ଜଣେ ସେବାୟତ କହିଥିଲେ। ଏଥିପାଇଁ ଶୁଦ୍ଧି ହେବା ଜରୁରୀ ବୋଲି କହିଥିଲେ। ସେବାୟତଙ୍କ କହିବା ଅନୁଯାୟୀ, ଶୁଦ୍ଧି ପାଇଁ ପ୍ରକ୍ରିୟା ଚାଲିଥିଲେ ହେଁ ଏଏସ୍‌ଆଇ ଅଧିକାରୀ ଓ ମନ୍ଦିର ପ୍ରଶାସନିକ ଅଧିକାରୀ ନ ଥିଲେ। ବାଧ୍ୟ ହୋଇ ଏଏସ୍‌ଆଇ ଟିମ୍‌ ଫେରି ଯାଇଥିଲେ। ଆସନ୍ତା ୧୯ ତାରିଖ ପରେ ସମସ୍ତ ନିଯୋଗଙ୍କୁ ନେଇ ମିଟିଂ ପରେ ବୃଷଭ ପୁନଃ ସ୍ଥାପନ ହେବ ବୋଲି ଏଏସ୍‌ଆଇର ସଂରକ୍ଷଣ ଅଧୀକ୍ଷକ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ବଲାଙ୍ଗୀର ତହସିଲ୍ ଅଫିସ ପରିସରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

ମାନସ ରଞ୍ଜନ ମଙ୍ଗରାଜ,ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩।୪: ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାନସଙ୍କୁ ବିଜେଡି ସଂସଦୀୟ ଦଳ ନେତା…

ଗାଁରେ ନଛାଡି ବାଟରେ ମୃତଦେହ ଓହ୍ଲାଇଦେଲା ଆମ୍ବୁଲାନ୍ସ, ରାସ୍ତା ନ ଥିବାରୁ କାନ୍ଧରେ ବୋହିଲେ ଗ୍ରାମବାସୀ

ଗୁଡାରି,୧୩ା୪( ପ୍ରମୋଦ କୁମାର ପତି ): ଡାକ୍ତରଖାନାରୁ ମୃତଦେହ ଗ୍ରାମକୁ ନେଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯାଇହେବନି କହି ମୃତଦେହ ଓହ୍ଲାଇ ଦେଲା ଗ୍ରାମଠାରୁ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri