ଶ୍ରୀଲିଙ୍ଗରାଜଙ୍କ ନାମଫଳକ ଫିଙ୍ଗି ନିର୍ମାଣ କଲେ ଘର

ପୁରୁଣା ଭୁବନେଶ୍ୱର,୨୬ା୮(ଡି.ଏନ.ଏ.) : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାଲିକାନା ଲିଖିତ ଫଳକ ଫିଙ୍ଗି ଦେଇ ସେହି ସ୍ଥାନରେ ବେଆଇନ ଭାବେ ଗୃହ ନିର୍ମାଣ କାମ ଜୋରସୋର ଚାଲିଛି। ଏଥିରେ ଭୋଗ ଦଖଲ ନ ଥିବା ଜବରଦଖଲକାରୀମାନେ ମନ୍ଦିର ପ୍ରଶାସନକୁ ଚକମା ଦେଇ କେତେଜଣ ଅଧିକାରୀଙ୍କୁ ହାତବାରିଶ କରି ଠାକୁରଙ୍କର ଜମି ହଡପରେ ଲାଗି ପଡିଛନ୍ତି। ବିଶେଷ ଭାବେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏହି ପ୍ରତିଯୋଗିତା ଚାଲିଛି। ସାମନ୍ତରାପୁର ଗ୍ୟାରେଜ ଛକ ରାସ୍ତାରେ ମହାବୀର ମନ୍ଦିର ପାର୍ଶ୍ୱକୁ ଲାଗି ରହିଛି ଠାକୁରଙ୍କ ପ୍ରାୟ ଏ୦.୮୦ ଡିସିମିଲ ଜମି ରହିଛି। ତେବେ ଠାକୁରଙ୍କ ଏହି ଜାଗାରେ ମନ୍ଦିର ପ୍ରଶାସନ ପକ୍ଷରୁ ମକଦମା ପରେ ଏଠାରେ ଫଳକ ଲଗାଯାଇଥିଲା। ଘଟଣା ମନରୁ ଲିଭିଯିବା ପରେ ଠାକୁରଙ୍କ ଏହି ଜାଗାରେ ନିର୍ମାଣ କାର୍ଯ୍ୟ ଜୋରସୋର ଆଗେଇ ଚାଲିଛି। ଜବରଦଖଲକାରୀମାନେ ଚାଲାକି ସହ ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତି ବୋର୍ଡଟି ଫିଙ୍ଗି ଦେଇ ସେଠାରେ ବାଲିଗୋଡି ପକାଇ କାମ ଆରମ୍ଭ କରିଛନ୍ତି। ସେହିଭଳି ମହତାବ ରୋଡ ନାରାୟଣ କ୍ଲବ ଆଖପାଖରେ ୫ ଏକରରୁ ଊର୍ଦ୍ଧ୍ୱ ଠାକୁରଙ୍କ ଜମି ରହିଛି। ଏଠାରେ ମଧ୍ୟ ଅନୁରୂପ ଅବସ୍ଥା। ଠାକୁରଙ୍କ ନାମରେ ଥିବା ଫଳକ ଫିଙ୍ଗି ଦେଇ ଜବରଦଖଲକାରୀ ନିଜର ସ୍ଥାବର ଜମି ଭଳି ଏଠାରେ ଗୃହ ନିର୍ମାଣ କରିବା ସମସ୍ତଙ୍କୁ ଚକିତ କରିଛି। ତେଣୁ ଏସବୁ ବେଆଇନ ନିର୍ମାଣ ପାଇଁ ରାଜନେତାମାନେ ମୁଖ୍ୟ ପୃଷ୍ଠପୋଷକ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି। କେବଳ ଏତିକି ନୁହେଁ ଠାକୁରଙ୍କ କୋଟି କୋଟି ଟଙ୍କାର ଜମି ଲୁଟପାଟ କରିବାକୁ ଜବରଦଖଲକାରୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ଫଳରେ ଠାକୁରଙ୍କର ମୂଲ୍ୟବାନ ସମ୍ପତ୍ତି ଉଦ୍ଧାର କାର୍ଯ୍ୟ ସଙ୍କଟରେ ପଡ଼ିଛି। ଜମି ହଡପ ତାଲିକାରେ ରାଜନେତା, ପ୍ରଭାବଶାଳୀ ବ୍ୟକ୍ତି, ପୂର୍ବତନ କର୍ପୋରେଟରମାନଙ୍କ ନାମ ଆଗଧାଡିରେ ରହିଛି। ଅନେକ ସେବା ନ ଥିବା ବ୍ୟକ୍ତିବିଶେଷଙ୍କୁ ବାରମ୍ବାର ନୋଟିସ୍‌ ଦିଆଯିବା ପରେ ମଧ୍ୟ ନୀରବ ରହିବା ଏମାନଙ୍କର ମନ୍ଦ ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହୋଇପଡୁଛି। ଏ ସମ୍ପର୍କରେ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରେ କେବେ ବି କୌଣସି ପ୍ରକାରେ ଶାଗ ମାଛ ଦରରେ ଠାକୁରଙ୍କ ମୂଲ୍ୟବାନ ସମ୍ପତ୍ତି ଜବରଦଖଲକାରୀଙ୍କ ହାତକୁ ଟେକି ଦିଆଯିବନାହିଁ। ବରଂ ଜବରଦଖଲକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ୟବସ୍ଥା ଚାଲିଛି। ପର୍ଯ୍ୟାୟକ୍ରମେ ଠାକୁରଙ୍କ ଜମି ଜବରଦଖଲ ମୁକ୍ତ କାମ ଚାଲିଛି। ଦୁଇଟି ଜାଗା ଉପରେ ମକଦ୍ଦମା ରହିଛି। ତେବେ ଠାକୁରଙ୍କ କୌଣସି ସମ୍ପତ୍ତି ଜବରଦଖଲ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri