ଶ୍ରୀଲିଙ୍ଗରାଜଙ୍କ ଜମିରେ ୧୪୪ ଧାରା ଲାଗିବା ଘଟଣା:ନିର୍ମାଣ କାମକୁ ନେଇ ଠାକୁରଙ୍କ ନୀତି ବନ୍ଦ

ପୁରୁଣା ଭୁବନେଶ୍ୱର,୪ା୯(ଡି.ଏନ.ଏ.):ଶ୍ରୀଲିଙ୍ଗରାଜଙ୍କ ଜମି ଉପରେ ନିର୍ମାଣାଧୀନ ଗୃହକୁ ନେଇ ୧୪୪ ଧାରା ଜାରି ସତ୍ତ୍ୱେ ସେଠାରେ କାମ ବନ୍ଦ ହେଉନାହିଁ। ଏହାକୁ ବିରୋଧ କରି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ମଙ୍ଗଳବାର ସକାଳୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ କରି ଦେଇଛନ୍ତି। ସକାଳ ୬ଟାରେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତି ଆଳତି ଓ ଅବକାଶ ପରେ କୋଠ ରୋଷ ହୋମ ହୋଇଥିଲା। ସେତେବେଳକୁ ସକାଳ ସାଢେ ୭ଟା ହୋଇଥିଲା। ଏହାପରଠାରୁ ଠାକୁରଙ୍କ ସମସ୍ତ ନୀତିକାନ୍ତି ରାତି ୧୨ ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ଖବର ମୁତାବକ, ଶ୍ରୀଲିଙ୍ଗରାଜଙ୍କ ମାଲିକାନାରେ ଗଙ୍ଗୁଆ ବ୍ରିଜ୍‌ ନିକଟ ନୂଆଗଁା ମୌଜାରେ ଠାକୁରଙ୍କ ୨ ଏକର ଜମି ରହିଛି। ଏହା ଉପରେ ବଡୁ ନିଯୋଗର ଜଣେ ସେବାୟତ କୋଠାଘର ନିର୍ମାଣ କରୁଥିଲେ। ମନ୍ଦିର ପ୍ରଶାସନ କୋର୍ଟଙ୍କ ଆଶ୍ରୟ ନେବା ପରେ ଉକ୍ତ ଜାଗା ଉପରେ ୧୪୪ ଧାରା ଲାଗୁ ହୋଇଥିଲା। ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ଥିବାବେଳେ ଶନିବାର ସମ୍ପୃକ୍ତ ସେବାୟତ ୧୪୪ ଧାରା ଭଙ୍ଗ କରି ସେଠାରେ ନିର୍ମାଣ କାମ ଆରମ୍ଭ କରିଥିଲେ। ଏହାକୁ ବିରୋଧ କରି ମଙ୍ଗଳବାର ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ପକ୍ଷରୁ ନୀତିକାନ୍ତିରେ ଅସହଯୋଗ ପୂର୍ବକ ନୀତି ବନ୍ଦ କରାଯାଇଥିଲା। ଖବର ଲେଖା ହେଲା ବେଳକୁ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଅନୁରୋଧ ପତ୍ର ଉଭୟ ନିଯୋଗକୁ ପ୍ରଦାନ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିପାରିନାହିଁ। ପୂର୍ବବତ୍‌ ସେମାନେ ଜିଦ୍‌ରେ ଅଟଳ ରହିଥିଲେ। ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କୁହନ୍ତି, ଜାଗାଟି ସମ୍ପୂର୍ଣ୍ଣ ଶ୍ରୀଲିଙ୍ଗରାଜଙ୍କର। ତାହା ଉପରେ ଚଞ୍ଚକତା ପୂର୍ବକ ୬୦ ଦିନ ପରିବର୍ତ୍ତେ ଅଧା ଦିନରେ ୧୪୪ ଧାରା ହଟାଇ ସମ୍ପୃକ୍ତ ବ୍ୟକ୍ତି ଗୃହ ନିର୍ମାଣ ଆରମ୍ଭ କରିଛନ୍ତି। ଯଦିଓ ୧୪୪ ଧାରା ଉଠାଯାଇଛି ତେଣୁ ମାମଲା ସିଭିଲ୍‌ କୋର୍ଟ ଯିବାକୁ ଅର୍ଡର ମଧ୍ୟ ରହିଛି। ମାମଲା ବିଚାରାଧୀନ ଥିବାବେଳେ ଏହି ନିର୍ମାଣ କାର୍ଯ୍ୟକୁ ଆମ୍ଭେ ବିରୋଧ କରୁଛୁ। ତେଣୁ ନିର୍ମାଣ କାର୍ଯ୍ୟ ବନ୍ଦ ହେବା ନ ଯାଏ ନୀତିରେ ନିଯୋଗ ପକ୍ଷରୁ ଅସହଯୋଗ ଜାରି ରହିବ। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚତ୍ ନାରାୟଣ ପତି କୁହନ୍ତି, ଠାକୁରଙ୍କ ଜମି ଠାକୁରଙ୍କ ତହବିଲକୁ ଫେରିଆସୁ। ବେଆଇନ ଜାଗାରେ ନିର୍ମାଣ କାର୍ଯ୍ୟକୁ ଭଙ୍ଗାଯାଇ ପୂର୍ବ ଅବସ୍ଥା ରହୁ। ଏହାପରେ ଆମେ ନୀତିରେ ସହଯୋଗ କରିବୁ। ଏ ନେଇ ବଡୁ ନିଯୋଗ ସମ୍ପାଦକ ଗୃହ ନିର୍ମାଣ କାର୍ଯ୍ୟ କରୁଥିବା ସେବାୟତ କମଳାକାନ୍ତ ବଡୁ କୁହନ୍ତି, କେସ୍‌ ଡ୍ରପ ହେଲା ଅର୍ଥାତ୍‌ ଆମ ସପକ୍ଷରେ ଗଲା। କୋର୍ଟ ଜାଗା ଉପରେ ମନ୍ଦିର ପ୍ରଶାସନକୁ ସିଭିଲ୍‌ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଉପର କୋର୍ଟକୁ ଯିବାକୁ। ତେଣୁ ଆଇନକୁ ସମ୍ମାନ ଦେଇ ବିନା ଅଙ୍କୁଶ ନ ଥାଇ କାର୍ଯ୍ୟ ଆରମ୍ଭ କରିଛୁ। ଏବେ ବି ଉପର କୋର୍ଟରେ ସମ୍ମାନ ଦେଇ ମକଦ୍ଦମାରେ ଯାହାର ବିଜୟ ହେବ ସେହି ହିଁ ଜମିର ମାଲିକ ହେବ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କୁହନ୍ତି, ବାହାରେ ଅଛି, ନୀତି ବନ୍ଦ କଥା ଜାଣିନାହଁ। ଯଦି ହୋଇଥାଏ ମୁଁ ସେ ସପକ୍ଷରେ ନାହିଁ। ଆଇନ ଉଲ୍ଲଂଘନ ହୋଇଥିଲେ ପ୍ରଶାସନ ତାହା ଉପରେ ପଦକ୍ଷେପ ନେବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri