Posted inଖେଳ

ଶ୍ରୀଲଙ୍କା ସ୍ପିନର ଦନଞ୍ଜୟ ବାସନ୍ଦ

ଦୁବାଇ, ୨୦।୯(ପି.ଟି.)- ନିୟମ ବହିର୍ଭୁତ ବୋଲିଂ ଆକ୍ସନ ପାଇଁ ଶ୍ରୀଲଙ୍କା ଅଫ୍‌ ସ୍ପିନର ଆକିଲା ଦନଞ୍ଜୟଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୧୨ ମାସ ବାସନ୍ଦ କରିଛି। ତାଙ୍କ ବୋଲିଂ ଆକ୍ସନକୁ ଅନୁଧ୍ୟାନ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୧୪ରୁ ୧୮ ପର୍ଯ୍ୟନ୍ତ ଗାଲେଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ତାଙ୍କ ବୋଲିଂ ଆକ୍ସନର ବୈଧତାକୁ ନେଇ ପ୍ରଶ୍ନ ଉଠିଥିଲା। ଅଗଷ୍ଟ ୨୯ରେ ଚେନ୍ନାଇଠାରେ ବ୍ୟକ୍ତିଗତ ଭାବେ ତାଙ୍କ ବୋଲିଂ ଆକ୍ସନକୁ ଅନୁଧ୍ୟାନ କରାଯାଇଥିଲା। ଏଥିରେ ତାଙ୍କ ବୋଲିଂ ଆକ୍ସନ ଅବୈଧ ଥିବା ଜଣାପଡ଼ିଥିଲା। ଦନଞ୍ଜୟ ପ୍ରକୃତରେ ୨୦୧୮ ଡିସେମ୍ବରରେ ସସ୍‌ପେଣ୍ଡ ହୋଇଥିଲେ। ମାତ୍ର ପରେ ଏଥିରେ ପରିବର୍ତ୍ତନ ଆଣିବା ଲାଗି ପରାମର୍ଶ ଦିଆଯିବା ସହ ୨୦୧୯ ଫେବୃୟାରୀରେ ତାଙ୍କୁ ବୋଲିଂ କରିବାକୁ ଅନୁମତି ଦିଆଯାଇଥିଲା। ‘ଗତ ୨ ବର୍ଷ ମଧ୍ୟରେ ଦନଞ୍ଜୟଙ୍କ ବୋଲିଂ ଆକ୍ସନକୁ ନେଇ ୨ ଥର ରିପୋର୍ଟ ହୋଇଛି। ପ୍ରଥମେ ତାଙ୍କୁ ସାମୟିକ ବାସନ୍ଦ କରାଯାଇଥିବାବେଳେ ଏବେ ସ୍ବାଭାବିକ ଭାବେ ୧୨ ମାସ ପାଇଁ ସସ୍‌ପେଣ୍ଡ ହୋଇଛନ୍ତି“ ବୋଲି ଆଇସିସି ପକ୍ଷରୁ ପ୍ରକାଶ କରାଯାଇଛି। ଏକ ବର୍ଷ ବାସନ୍ଦ ପରେ ଦନଞ୍ଜୟ ତାଙ୍କ ବୋଲିଂ ଆକ୍ସନର ପୁନଃ ସମୀକ୍ଷା ପାଇଁ ଆଇସିସି ନିକଟରେ ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟ୍ରୋଲ ପରେ ଶାମିଙ୍କ ସପକ୍ଷରେ ପୂର୍ବତନ ଖେଳାଳି

ଦୁବାଇ,୨୫।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ୧୦ ଉଇକେଟରେ ପରାସ୍ତ ହେବା ପରେ ଭାରତୀୟ ଦଳର ଖେଳାଳିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲରେ କରାଯାଉଛି। ଏହି ମ୍ୟାଚ୍‌ରେ...

ଆଇପିଏଲ୍‌ ୨୦୨୨: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି କେଉଁ ଖେଳାଳି ଜାଣନ୍ତୁ

ପୁଣେ,୫।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାରିଥର ଚାମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୩ ରନ୍‌ରେ ପରାସ୍ତ କରିଛି। ଏହା ଆରସିବିର...

ଡୋପିଂ ମାମଲାରେ ଲାଇସେଙ୍କୋ ବାସନ୍ଦ

ମୋନାକୋ, ୬ା୭ (ଏପି)- କ୍ରୀଡ଼ାର ସର୍ବୋଚ୍ଚ ନ୍ୟାୟାଳୟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌)ର ରୁଲିଂ ସୋମବାର ପ୍ରକାଶ ପାଇଛି। ତଦନୁସାରେ ରୁଷିଆ ହାଇଜମ୍ପର...

ପଡିଆରେ ମ୍ୟାଚ୍‌ ଖେଳୁଥିବାବେଳେ ପ୍ରବଳ କାନ୍ଦିଲେ ଏହି ଖେଳାଳି

ହାମିଲଟନ,୪।୧୨: ନ୍ୟୁଜିଲ୍ୟାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଗୁରୁବାର ଠାରୁ ହାମିଲଟନରେ ଆରମ୍ଭ ହୋଇଛି। ମ୍ୟାଚ ପୂର୍ବରୁ ପଡ଼ିଆରେ ଭାବପ୍ରବଣ ମୁହୂର୍ତ୍ତ ରହିଥିଲା।...

ଆଇପିଏଲ-୨୦୨୦: ସ୍ପିନ ଚ୍ୟାଲେଞ୍ଜ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ର ୩ଟି ଷ୍ଟାଡିୟମ ଦୁବାଇ, ଆବୁଧାବି ଓ ଶାରଜାରେ ଅନୁଷ୍ଠିତ ହେବାକୁ ଯାଉଛି। ୟୁଏଇ ପରିବେଶରେ...

ଭାରତରେ ଚମକିବେ ଇଂଲଣ୍ଡର ଏହି ସ୍ପିନର, ବଲ୍‌କୁ ଖେଳି ପାରିବେନି ଭାରତୀୟ ଖେଳାଳି :ସ୍ବାନ୍‌

ଲଣ୍ଡନ,୨୪।୧: ଫେବୃୟାରୀ ୫ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌। ଏହାପୂର୍ବରୁ ଇଂଲଣ୍ଡର ପୂର୍ବ ଅଫ୍‌ ସ୍ପିନର ଗ୍ରିମ୍‌ ସ୍ବାନ ଦଳର ଜ୍ୟାକ୍‌...

ପିଲାଦିନେ କ୍ରିକେଟ ଖେଳି ଆଙ୍ଗୁଠି ଭାଙ୍ଗି ଫେରୁଥିଲେ ଘରକୁ: ଏବେ ମୋଦିଙ୍କଠାରୁ ସଚିନଙ୍କ ଯାଏ ପ୍ରଶଂସାରେ ଶତମୁଖ

ନୂଆଦିଲ୍ଲୀ,୧୧।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ହରଲିନ ଦେଓଲ ନିଜର ଏକ କ୍ୟାଚ୍‌କୁ ନେଇ ଚର୍ଚ୍ଚାରେ। ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି...

୪୭ ଟଙ୍କାରେ ଦେଖିପାରିବେ ଇଣ୍ଟରନ୍ୟାଶ୍‌ନାଲ କ୍ରିକେଟ ମ୍ୟାଚ୍‌

ଇସଲାମାବାଦ,୨୯।୧୧: ଦିନକୁ ଦିନ ପାକିସ୍ତାନର ଆର୍ଥିିକ ଅବସ୍ଥା ବିଗିଡିବାରେ ଲାଗିଛି। ଋଣ ବୋଝ ଯୋଗୁ ପାକିସ୍ତାନ ସରକାର ଏବେ ଚିନ୍ତାରେ ଅଛନ୍ତି। କେବଳ ପାକିସ୍ତାନ ସରକାର...

Advertisement
Archives

Model This Week