ଶ୍ରୀଲଙ୍କାରେ ଫସିଥିବା ୧୧ ଓଡ଼ିଆ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଶ୍ରୀଲଙ୍କାରେ ଫସିଥିବା ୧୧ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହି ଶ୍ରମିକମାନେ କାମ ଆଶାରେ ଠିକା ସଂସ୍ଥା ଦ୍ୱାରା ଶ୍ରୀଲଙ୍କା ଯାଇଥିଲେ। ସେଠାରେ ଦୈନିକ ୧୪ରୁ ୧୫ ଘଣ୍ଟା କାମ କରିବା ସହ ନିମ୍ନମାନର ଖାଦ୍ୟ ଗ୍ରହଣ କରୁଥିଲେ। ସ୍ବାସ୍ଥ୍ୟହାନି ହେଲେ କେହି ଶୁଣିବାକୁ ନ ଥିଲେ। ଜନ୍ମମାଟିରୁ ଦୂରରେ ଥିବା ଏହି ଶ୍ରମିକମାନେ ସାମାଜିକ ଗଣମାଧ୍ୟମର ସହଯୋଗ ନେଇ ରାଜ୍ୟ ପ୍ରଶାସନକୁ ଯୋଗାଯୋଗ କରିଥିଲେ। ସେମାନେ ଫସିଥିବା ଜାଣି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିଥିଲେ। ଏହାପରେ ସିଏମ୍‌ଓ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟର ସହଯୋଗ ନିଆଯାଇ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।
ଏହି ଶ୍ରମିକମାନେ ସୁରକ୍ଷିତଭାବେ ଉଦ୍ଧାର ହେବା ପରେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟ ସଭା ଏମ୍‌ପି ତଥା ପାର୍ଲାମେଣ୍ଟ ବୈଦେଶିକ ମନ୍ତ୍ରଣାଳୟ ପରାମର୍ଶଦାତା କମିଟି ସଦସ୍ୟ ସସ୍ମିତ ପାତ୍ର ଏହି ଶ୍ରମିକମାନଙ୍କୁ ସୁରକ୍ଷିତଭାବେ ଫେରାଇ ଆଣିବା ପାଇଁ ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସ ସହ ପ୍ରତ୍ୟକ୍ଷ ମନିଟରିଂ କରିଥିଲେ। ଶ୍ରମିକମାନଙ୍କୁ ଉଦ୍ଧାର କରିସାରିବା ପରେ ଗଣମାଧ୍ୟମକୁ ସସ୍ମିତ କହିଛନ୍ତି ଯେ, ଯେଉଁ ଠିକାସଂସ୍ଥା ଅଥବା ବ୍ୟକ୍ତିବିଶେଷ ଶ୍ରମିକମାନଙ୍କୁ ନେଇ ଖଟାଉଛନ୍ତି, ଉପଯୁକ୍ତ ପାରିଶ୍ରମିକ, ସ୍ବାସ୍ଥ୍ୟ ସୁବିଧା ଯୋଗାଉ ନାହାନ୍ତି ସେ ସମ୍ପର୍କରେ ଯାଞ୍ଚ କରାଯିବ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ଏହି ଶ୍ରମିକଙ୍କ ଆର୍ଥିକ ଏବଂ ସାମାଜିକ ଉନ୍ନତି ଆଣିବ ବୋଲି ସସ୍ମିତ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ସଂଗଠନ ‘ଓଡ଼ିଶା-ମୋ ପରିବାର’ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରିଥିଲା। ଯୁବ ବିଜେଡି ସଙ୍ଗଠକ ଆଶିଷ ମିଶ୍ର ମଧ୍ୟ ଶ୍ରମିକମାନଙ୍କୁ ଉଦ୍ଧାର ସମ୍ପର୍କିତ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ। ପ୍ରଥମେ ଗତ ୧୧ ତାରିଖ ଦିନ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଶ୍ରମିକମାନେ ହେଉଛନ୍ତି- ଆଶିଷ କୁମାର ମହାରଣା, ପଙ୍କଜ ପ୍ରଧାନ, ବଳରାମ ରାଉତ, ଦେବରାଜ ନାୟକ, ସୁବାସ ପ୍ରଧାନ, ଆନନ୍ଦ ବେହେରା, କବି ଦାସ, ଲକ୍ଷ୍ମୀ ବେହେରା, ଲକ୍ଷ୍ମୀକାନ୍ତ ସାହୁ, ଶିବ ପ୍ରଧାନ ଏବଂ କିଶୋର ତରାଇ। ଏହି ଶ୍ରମିକମାନେ ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବାଣପୁର ଏବଂ ହରିଚନ୍ଦନପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଜନ୍ମମାଟିକୁ ଫେରିବା ପରେ ଶ୍ରମିକମାନେ କହିଛନ୍ତି ଯେ, କେତେକ ଠିକାଦାର ମାସିକ ୬୦,୦୦୦ ଟଙ୍କା ଦରମା ମିଳିବ ବୋଲି କହି ନେଇଥିଲେ। ହେଲେ ସେଠାରେ ୮ ଘଣ୍ଟା ବଦଳରେ ୧୫ରୁ ୧୬ ଘଣ୍ଟା କାମ କରିବାକୁ କୁହାଗଲା ଏବଂ କୁହାଯାଇଥିବା ପାରିଶ୍ରମିକଠାରୁ ଯଥେଷ୍ଟ କମ୍‌ ପାରିଶ୍ରମିକ ଦିଆଗଲା। ରାତିରେ ସମସ୍ତଙ୍କୁ ଗୋଟିଏ କୋଠରିରେ ବନ୍ଦ କରିଦିଆଯାଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ସେମାନେ ଭୋଗୁଥିବା ସମସ୍ୟା ସମ୍ପର୍କିତ ଭିଡିଓ ଭାଇରାଲ ହେବା ଘଟଣା ହିଁ ସେମାନଙ୍କ ମୁକ୍ତିର ବାଟ ଫିଟାଇଥିଲା। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ୧୧ ଜଣ ଓଡ଼ିଆ ଶ୍ରୀଲଙ୍କାର କୁରିନିଆୱାତା ନିକଟସ୍ଥ ଏକ ସ୍ଥାନରେ ଫସିଥିଲେ। ଦୀପକ ସାମନ୍ତରାୟ ଏବଂ ପ୍ରକାଶ ସାମନ୍ତରାୟ ଏହି ଶ୍ରମିକମାନଙ୍କୁ ଶ୍ରୀଲଙ୍କା ଚାଲାଣରେ ମଧ୍ୟସ୍ଥତା କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri