ଶ୍ରୀମନ୍ଦିର ହେରିଟେଜ କରିଡ଼ର: ସରିଲା ପ୍ରସ୍ତାବ ଗ୍ରହଣ ଅବଧି

ପୁରୀ ଅଫିସ,୧୬ା୧: ପୁରୀ ଶ୍ରୀମନ୍ଦିର ହେରିଟେଜ କରିଡ଼ର। ଏହାର ଚିଠା ଡିଜାଇନ ଗତ ମାସ ୩୦ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ। ଏହି ନକ୍ସାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ନବକଳେବର ରୂପ ଦେଖିବାକୁ ମିଳିଥିଲା। ଏଥିରେ ଥିଲା ଆଖି ଝଲସାଇ ଦେବା ଭଳି ସୌନ୍ଦର୍ଯ୍ୟକରଣର ଚିତ୍ର। ତେବେ ଏହି ନକ୍ସା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ିଥିଲେ । ଯେଉଁମାନେ ଚାହିଁବେ ସେମାନେ ତାଙ୍କ ପ୍ରସ୍ତାବ ଜାନୁୟାରୀ ୧୫ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ଜନସାଧାରଣଙ୍କ ପ୍ରସ୍ତାବକୁ ତର୍ଜମା କରାଯାଇ ଫେବୃୟାରୀରେ ଏହାର ଚୂଡ଼ାନ୍ତ ଡିଜାଇନ ପ୍ରସ୍ତୁତ କରାଯିବା ଲାଗି ସ୍ଥିର କରାଯାଇଥିବାବେଳେ ମଙ୍ଗଳବାର ଏହାର ଅବଧି ଶେଷ ହୋଇଛି। ଅନ୍ତିମ ଦିବସରେ ପୁରୀର ଶ୍ରୀଜଗନ୍ନାଥ ସେନା ୩୩ଟି ପ୍ରସଙ୍ଗ ନେଇ ଏକ ସମ୍ବଳିତ ପ୍ରସ୍ତାବପତ୍ର ପ୍ରଦାନ କରିଛି। ଶ୍ରୀମନ୍ଦିରର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ସଂକ୍ରାନ୍ତରେ ଅନେକ ଜଗନ୍ନାଥପ୍ରେମୀ ଭକ୍ତ ସେମାନଙ୍କ ମତାମତ ଦେଇଛନ୍ତି । କେବଳ ପୁରୀ କି ଓଡ଼ିଶା ନୁହେଁ ଦେଶ ବାହାରେ ରହୁଥିବା ଲୋକେ ବି ସେମାନଙ୍କ ପ୍ରସ୍ତାବ ରଖିଛନ୍ତି । ବିଶେଷକରି ମଠ, ମନ୍ଦିର ଐତିହ୍ୟର ସୁରକ୍ଷା ନେଇ ଅଧିକ ପ୍ରସ୍ତାବ ଆସିଛି । ତେବେ କେତେସଂଖ୍ୟକ ପ୍ରସ୍ତାବ ସେ ସମ୍ପର୍କରେ ଖୁବ୍‌ଶୀଘ୍ର ସ୍ପଷ୍ଟ କରାଯିବ ବୋଲି ଏହାର ନୋଡାଲ ଅଫିସର ସୁବ୍ରତ କୁମାର ବେହେରା କହିଛନ୍ତି। ବୁଧବାର ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କୁ ତାଙ୍କ ପ୍ରସ୍ତାବପତ୍ର ଦେଇଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ପୁରୀକୁ ବିଶ୍ୱସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସକୁ ଧନ୍ୟବାଦ। ପୁରୀର ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ରାସ୍ତାଘାଟ, ରେଳ ଷ୍ଟେଶନ, ବସ୍‌ଷ୍ଟାଣ୍ଡ, ଗୋଶାଳା, ସ୍ବର୍ଗଦ୍ୱାର, ପାର୍କିଂ, ହୋଟେଲ ଓ ଭୋଜନାଳୟ, ରାତ୍ର ଆଶ୍ରୟସ୍ଥଳୀ, ସଂଗ୍ରହାଳୟ, ଷ୍ଟାଡିୟମ୍‌, ରଙ୍ଗମଞ୍ଚ, ଲାଇବ୍ରେରି, ବେଳାଭୂମି ଆଦିକୁ ମଧ୍ୟ ବିଶ୍ୱସ୍ତରୀୟ କରାଯିବା ଦରକାର। ଏହିଭଳି ୩୩ଟି ପ୍ରସଙ୍ଗ ଉଲ୍ଲେଖ କରି ଏ ସବୁକୁ ବିଶ୍ୱସ୍ତରୀୟ କରାଗଲେ ପୁରୀ ସାମଗ୍ରିକ ଭାବେ ବିଶ୍ୱସ୍ତରୀୟ ହୋଇପାରିବ ବୋଲି ସେନା ପ୍ରସ୍ତାବ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri