ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ପୁଣି ଜମି ହସ୍ତାନ୍ତର କଲେ ୩ ପରିବାର

ପୁରୀ ଅଫିସ, ୧୯ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରୁ ଜମି ଅଧିଗ୍ରହଣ ଚାଲିଛି। ସ୍ବେଚ୍ଛାକୃତ ଭାବେ କେତେକ ପରିବାର ସେମାନଙ୍କ ଜମି ହସ୍ତାନ୍ତର କରୁଛନ୍ତି। ପୂର୍ବରୁ ୪୫ଟି ପ୍ଲଟ ସରକାର କିଣିସାରିଥିବା ବେଳେ ସୋମବାର ଆହୁରି ୩ ପରିବାର ଜମି ହସ୍ତାନ୍ତର କରିଛନ୍ତି। ବାସେଳିସାହିର ସମ୍ପୃକ୍ତ ପରିବାରଗୁଡ଼ିକୁ ସେମାନଙ୍କ ଜମି ଏବଂ କୋଠା ମୂଲ୍ୟ ବାବଦରେ କେତେ ଟଙ୍କା କ୍ଷତିପୂରଣ ସହାୟତା ଦିଆଯାଇଛି ତାହା ଜଣାପଡ଼ିନାହିଁ। ତେବେ ପ୍ୟାକେଜ ସହ ଶତକଡ଼ା ୧୦ ପ୍ରତିଶତ ଅଧିକ ଟଙ୍କା ବିସ୍ଥାପିତ ହେବାକୁ ଥିବା ଏହି ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ଜଣାପଡ଼ିିଛି। ଜିଲା ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ସୋମବାର ଏହି ସେଲ୍‌ଡିଡ୍‌ (ବିକ୍ରି କବଲା) କରାଯାଇଛି । ସହମତିରେ ପ୍ରଶାସନକୁ ଜମି ଦେବା ଲାଗି ହୋଇଥିବା ଆବେଦନର କାଗଜପତ୍ର ଯାଞ୍ଚ ଚାଲିଛି ବୋଲି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଜାରେ ଟଙ୍କା ପାଇଁ ଜିଆର୍‌ଏସ୍‌, ପିଇଓଙ୍କୁ ନିସ୍ତୁକ ମାଡ଼

ହାଟଡିହୀ,୩୦l୧୨(ଡ଼ି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ପଞ୍ଚାୟତ ଜିଆରଏସ୍‌ ଗୋଲଖ ନାଏକ ଏବଂ ପିଇଓ (କାର୍ଯ୍ୟ ର୍ନିବାହୀ ଅଧିକାରୀ)ଜିତେନ୍ଦ୍ର କୁମାର ଜେନାଙ୍କୁ ଆକ୍ରମଣ ହୋଇଥିବା...

ଖଣ୍ଡପଡ଼ା ବନାଞ୍ଚଳରେ ୪ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ

ଖଣ୍ଡପଡ଼ା,୬ା୧(ସ୍ବ.ପ୍ର.): ଚଳିତବର୍ଷ ଖଣ୍ଡପଡ଼ା ବନାଞ୍ଚଳ ପକ୍ଷରୁ ପକ୍ଷୀଗଣନା ଶେଷ ହୋଇଛି। ନୟାଗଡ଼ ବନଖଣ୍ଡ ସହକାରୀ ସଂରକ୍ଷକ ଆର.ବି. ମହାନ୍ତିଙ୍କ ନେତୃତ୍ୱରେ ୪ଟି ସ୍ଥାନରେ ପକ୍ଷୀଗଣନା କରାଯାଇଥିଲା।...

ପିଜି ବଳକା ସିଟ୍‌ ପାଇଁ ହେବ ସ୍ବତନ୍ତ୍ର ସ୍ପଟ୍‌ ନାମଲେଖା

ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ଖାଲି ପଡ଼ିଥିବା ପିଜି ସିଟ୍‌ରେ ନାମଲେଖା ପାଇଁ ସ୍ବତନ୍ତ୍ର ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ଏ ନେଇ ଶୁକ୍ରବାର ଉଚ୍ଚ...

ରାସ୍ତାରୁ ହଟୁନି ବିଦ୍ୟୁତ୍‌ ଖୁଣ୍ଟ, ଚାଲିଛି ନିର୍ମାଣ କାର୍ଯ୍ୟ

ନାଉଗଁା,୨୦ା୧(ସ୍ବ.ପ୍ର.):ନାଉଗଁା ବ୍ଲକ ଅନ୍ତର୍ଗତ ତେଲସରା-କୋକିଡିହ ପୂର୍ତ୍ତ ବିଭାଗ ରାସ୍ତାର ପୁନଃ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଉକ୍ତ ୧୧ କିମି ରାସ୍ତାର ନିର୍ମାଣ ଓ ସମ୍ପ୍ରସାରଣ...

ହତ୍ୟା ଉଦ୍ୟମ ମାମଲା, ୨ ଅଭିଯୁକ୍ତ ଜେଲ ଗଲେ

ବ୍ରହ୍ମପୁର ଅଫିସ,୧୭ା୧୨: ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ବଡବଜାର ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପ୍ରହଲ୍ଲାଦ ନଗର ୪ର୍ଥ...

ବିଦ୍ୟାଳୟର ଓ୍ବାଚ୍‌ମ୍ୟାନ, ସୁଇପର ପଦ ପାଇଁ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଦାୟିତ୍ୱ: ଧାରଣାରେ ବସିଲେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା

ପାଟଣା,୧୬ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ କୁଣ୍ଡଳା ପଞ୍ଚାୟତ କୁଣ୍ଡୁଳାସ୍ଥିତ ମିରିଗିଖୋଜି କୁଣ୍ଡୁଳା ହାଇସ୍କୁଲ ଫାଟକରେ ଗୁରୁବାର ୧୨ଟି ସ୍ବୟଂ ସାହାୟକ ଗୋଷ୍ଠୀର ଶତାଧିକ ମହିଳା...

ରାଜ୍ୟରେ ୪ ବିଦେଶୀ ଫେରନ୍ତା କରୋନା ପଜିଟିଭ୍‌

ଭୁବନେଶ୍ବର,୮।୧୨(ବ୍ୟୁରୋ):କୋଭିଡ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତା ବଢାଉଛି। ମଙ୍ଗଳବାର ସୁଦ୍ଧା ରାଜ୍ୟକୁ ଆଫ୍ରିକୀୟ ଦେଶରୁ ୯୮୨ ଜଣ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ...

ଏୟାରଷ୍ଟ୍ରିପ୍‌ ସମ୍ପ୍ରସାରଣ ତଦାରଖ କଲେ ଜିଲାପାଳ

ଗୋପାଳପୁର,୧୧ା୨(ଡି.ଏନ.ଏ.): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିକଟରେ ଥିବା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ବିମାନ ଚଳାଚଳ ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିଲା। ଏନେଇ ଶୁକ୍ରବାର ଗଞ୍ଜାମ ଜିଲାପାଳ...

Advertisement
Archives

Model This Week