ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ: ୫୫ ଘରୋଇ ପ୍ଲଟର ସରିଛି ବିକ୍ରି କବଲା

ପୁରୀ ଅଫିସ, ୨୩ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ଚାଲିଛିି। ଏହି ଜୋନ ମଧ୍ୟରେ ସମୁଦାୟ ୩୬୬ ପ୍ଲଟ ମଧ୍ୟରୁ ୧୮୫ ଘରୋଇ ପ୍ଲଟ ରହିଛିି। ଏହି ଘରୋଇ ପ୍ଲଟ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫୫ ପ୍ଲଟ ସେଲ୍‌ଡିଡ୍‌ (ବିକ୍ରି କବଲା) ସରିଛିି। ତେବେ ସିଧାସଳଖ ଜମି ବିକ୍ରି କରୁଥିବା ପରିବାରକୁ ସ୍ବତନ୍ତ୍ର ପ୍ୟାକେଜ ସହିତ ୧୦ ପ୍ରତିଶତ ଅଧିକ ସହାୟତା ରାଶି ଦିଆଯିବାକୁ ସରକାର ଯେଉଁ ଘୋଷଣା କରିଥିଲେ ତାହା ଆସନ୍ତା ଡିସେମ୍ବର ୨ରେ ଶେଷ ହେଉଛିି। ଅନ୍ୟପକ୍ଷରେ ୧୦୦ ମିଟର ମାପଚୁପକୁ ନେଇ କେହି ଭୟଭୀତ ଏବଂ ଭ୍ରମରେ ନ ପଡନ୍ତୁ ବୋଲି ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛିି।
ଶ୍ରୀମନ୍ଦିର ସୁରକ୍ଷା ଜୋନର ସ୍ଥିତି ସମ୍ପର୍କରେ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ସୁରକ୍ଷା ଜୋନାରୁ ଜମି ଅଧିଗ୍ରହଣ ଏବଂ ସିଧାସଳଖ ଜମି କିଣିବା ଧାରା ଜାରି ରହିଛିି। ବାକି ପ୍ଲଟର କାଗଜପତ୍ର ଯାଞ୍ଚ କରାଯାଉଛିି। ଏଥିମଧ୍ୟରୁ କେତେକ ପ୍ଲଟ ଉପରେ କୋର୍ଟ ମାମଲା ଏବଂ ପାରିବାରିକ ସମସ୍ୟା ରହିଛିି। ସମ୍ପୃକ୍ତ ବ୍ୟକ୍ତି ନିଜସ୍ତରରେ ଏହାର ସମାଧାନ ଉଦ୍ୟମ କରୁଛନ୍ତିି। ତେବେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସିଧାସଳଖ ଜମି ହସ୍ତାନ୍ତରକାରୀଙ୍କୁ ସ୍ବତନ୍ତ୍ର ପ୍ୟାକେଜ ସହ ଅଧିକ ୧୦ ପ୍ରତିଶତ ଅର୍ଥ ଦିଆଯିବା ପାଇଁ ଘୋଷଣା ହୋଇଥିଲା। ଆସନ୍ତା ଡିସେମ୍ବର ୨ରେ ଏହାର ଅବଧି ଶେଷ ହେଉଛିି। ତେଣୁ ୨ ତାରିଖ ସନ୍ଧ୍ୟା ପୂର୍ବରୁ ସୁରକ୍ଷା ଜୋନରେ ଥିବା ସବୁ ଲୋକ ସିଧାସଳଖ ଜମି ହସ୍ତାନ୍ତର କରି ସ୍ବତନ୍ତ୍ର ପ୍ୟାକେଜ ସହିତ ଅଧିକ ୧୦ ପ୍ରତିଶତ ଟଙ୍କା ନେବା ପାଇଁ ଜିଲାପାଳ କହିଥିଲେ। ସେହିପରି ସୁରକ୍ଷା ଜୋନ ମଧ୍ୟରେ ଥିବା ସବୁ ଲୋକଙ୍କ ସହ ପ୍ରଶାସନ ଯୋଗାଯୋଗରେ ଅଛିି। ସମସ୍ତଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛିି। ପୂର୍ବରୁ ଭିତର ସେବାୟତ ନିଯୋଗ ଜମି ହସ୍ତାନ୍ତର କରିଥିବାବେଳେ ଆସନ୍ତା ୨୪ ତାରିଖରେ ପ୍ରତିହାରୀ ଭବନର ସାଧାରଣ ପରିଷଦ ବୈଠକ ରହିଛିି। ସେମାନେ ବି ମହାପ୍ରଭୁଙ୍କ ପାଇଁ ତ୍ୟାଗ କରିବେ ବୋଲି ଆଶା କରିଛୁ ବୋଲି ଜିଲାପାଳ କହିଥିଲେ। ପର୍ଯ୍ୟାୟକ୍ରମେ ଲଜ୍‌ମାଲିକଙ୍କ ସେଲ୍‌ଡିଡ ଚାଲିଛିି। ଅଧିକ ୧୦ ପ୍ରତିଶତ ସମୟ ଅବଧି ମଧ୍ୟରେ ସୁରକ୍ଷା ଜୋନର ସର୍ବାଧିକ ପ୍ଲଟର ବିକ୍ରି କବଲା ହୋଇସାରିଥିବ ବୋଲି ଆଶା ରଖିଥିବା ଜିଲାପାଳ ସୂଚନା ଦେଇଥିଲେ। ସୁରକ୍ଷା ଜୋନ ମଧ୍ୟରେ ଥିବା ମଠ ପ୍ରତି ସ୍ବତନ୍ତ୍ର ଗୁରୁତ୍ୱ ଦିଆଯାଉଛିି। ମଠ ଠାକୁରଙ୍କ ବିଜେସ୍ଥଳୀ, ପୂଜାଘରକୁ ଛାଡି ଅନ୍ୟ ସବୁ ନିର୍ମାଣ ଭଙ୍ଗାଯିବ। ମଠ ମହନ୍ତ, ବିଦ୍ୟାର୍ଥୀ, ପୂଜକଙ୍କ ପାଇଁ ରହିବା ବ୍ୟବସ୍ଥା କରାଯିବ। ଏଥିଲାଗି ମେଘନାଦ ପାଚେରୀଠାରୁ ୧୦୦ ମିଟର ପରେ ଥିବା ମନ୍ଦିର ଏବଂ ସରକାରୀ ଜମିର ମାପଚୁପ କରାଯାଇଛିି। କିନ୍ତୁ ଏହି ମାପକୁ ନେଇ ଯଦି କେହି ଗୁଜବ କରୁଥାନ୍ତି ତାଙ୍କ କଥାରେ ଭ୍ରମିତ ହେବାର ନାହିଁି। କେବଳ ମଠଗୁଡ଼ିକର ପୁନର୍ବିନ୍ୟାସ ପାଇଁ ଏହି ୧୦୦ ମିଟର ମାପଚୁପ ହୋଇଛିି। ଏଥିରେ କେହି ଭୟଭୀତ ନ ହେବାକୁ ଜିଲାପାଳ କହିଛନ୍ତିି। ଅନ୍ୟପକ୍ଷରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ମଠ ସମ୍ପତ୍ତି ହେଉଛି ମହାପ୍ରଭୁଙ୍କର। ତେଣୁ ମଠ ଜମି ବାବଦରେ ମନ୍ଦିରକୁ ଚିଠି କରାଯିବ ଏବଂ ଦେବୋତ୍ତର କମିଶନରଙ୍କୁ ଜଣାଇ ମଠର ବିକାଶ ହେବ। ସୁରକ୍ଷା ଜୋନର ବିକାଶ ଏବଂ ଦର୍ଶନାର୍ଥୀଙ୍କ ପାଇଁ କଣ କାମ ହେବ ତାହା ଓବିସିସି କରିବ ବୋଲି ଜିଲାପାଳ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri