ଶ୍ରୀମନ୍ଦିର ବେଢ଼ାରେ ଗଜାନନ

ଶ୍ରୀମନ୍ଦିର  ପଶ୍ଚିମ ପାର୍ଶ୍ୱରେ ଥିବା ସାକ୍ଷୀଗୋପାଳ ମନ୍ଦିର ନିକଟରେ ରହିଛି କାଞ୍ଚତ୍ ଗଣେଶ ମନ୍ଦିର। କାଞ୍ଚତ୍ ଗଣେଶଙ୍କୁ ତନ୍ତ୍ର ଗଣେଶ ମଧ୍ୟ କୁହାଯାଏ। ଭିତରଛୁ ମହାପାତ୍ର ଏହି ଗଣେଶଙ୍କ ସେବା କରନ୍ତି। କୁହାଯାଏ, ଗଜପତି ପୁରୁଷୋତ୍ତମ ଦେବ କାଞ୍ଚତ୍ ବିଜୟ କରି ଫେରିବାବେଳେ ରାଜଜେମା ପଦ୍ମାବତୀଙ୍କ ସହ ଅମାପ ଧନରତ୍ନ ଓ ଅନେକ ବିରଳ ମୂର୍ତ୍ତି ଆଣିଥିଲେ। ରାଜଜେମାଙ୍କ ବ୍ୟତୀତ ଅନ୍ୟସବୁକୁ ସେ ମହାପ୍ରଭୁଙ୍କ ନିକଟରେ ସମର୍ପି ଦେଇଥିଲେ। ସେସବୁ ମଧ୍ୟରେ ରହିଥିଲେ କାଞ୍ଚତ୍ ଗଣେଶ। କାଞ୍ଚତ୍ ରାଜା ନିଜର ପରାଜୟ ସୁନିଶ୍ଚିତ ଜାଣି ଯୁଦ୍ଧଭୂମିରୁ ପଳାୟନ ସମୟରେ ନିଜର ଇଷ୍ଟ ଦେବତା ଗଣେଶଙ୍କୁ ସ୍ମରଣ କରିବାରୁ ସେ ଅର୍ଦ୍ଧରାତ୍ରରେ କାଞ୍ଚତ୍ ସେନାଙ୍କ ସହିତ ସାମିଲ ହୋଇ ଯୁଦ୍ଧ କଲେ। ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ରାଉତ ବେଶରେ ଯୁଦ୍ଧ କରୁଥିବା ତାଙ୍କୁ ଜଣା ନଥିଲା। ଶ୍ରୀଜଗନ୍ନାଥଙ୍କ ଶ୍ୱେତ ଅଶ୍ୱ ହଠାତ ବିରାଡ଼ି ରୂପ ଧାରଣ କରିବାରୁ ଗଣେଶଙ୍କ ମୂଷା ପଳାୟନ କରିଥିଲା। ଫଳରେ ଗଣେଶ କଚାଡ଼ି ହୋଇ ତଳେ ପଡ଼ିଯାଇଥିଲେ। ଗଣେଶ ଶ୍ରୀଜଗନ୍ନାଥଙ୍କ କୂଟ ଜାଣିପାରି କ୍ଷମା ମାଗିଲେ ଓ କାଞ୍ଚତ୍ ରାଜାଙ୍କୁ ଅଭୟ ଦେବା ବନ୍ଦ କଲେ। ଗଜପତି ବିଜୟ ଲାଭ କରିବା ପରେ ଗଣେଶଙ୍କୁ ସାଙ୍ଗରେ ନେଇ ଆସିଥିଲେ। ପରବର୍ତ୍ତୀ ସମୟରେ ଏହି ଗଣେଶ ଶ୍ରୀକ୍ଷେତ୍ରରେ ସ୍ଥାନ ପାଇଲେ। ଏହି ଗଣେଶଙ୍କୁ ବେଢ଼ାବୁଲା ଗଣେଶ କୁହାଯାଇଥାଏ। ଅରିଷ୍ଠ ସିଦ୍ଧି ନିମନ୍ତେ ତାଙ୍କୁ ଉପାସନା କରାଯାଏ।
ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ଦେଇ ଭିତର ଗୁମୁଟକୁ ପ୍ରବେଶ କଲା ପରେ ଦକ୍ଷିଣ ପାର୍ଶ୍ୱ କଳ୍ପବଟ ବୃକ୍ଷ ତଳେ ରହିଥିବା ଏକ ମନ୍ଦିରରେ କଳ୍ପବଟ ବା ବଟ ଗଣେଶ ଗଣେଶ ବିଦ୍ୟମାନ। ପ୍ରସ୍ତର ନିର୍ମିତ ଏହି ଗଣେଶ ମୂର୍ତ୍ତି ଦକ୍ଷିଣାଭିମୁଖୀ। ତାଙ୍କ ଦକ୍ଷିଣ ହସ୍ତ ଦ୍ୱୟରେ ରୁଦ୍ରାକ୍ଷ ମାଳ, ଲେନୀ ଓ ଗଜଦନ୍ତ ଶୋଭା ପାଉଛି। ବାମ ହସ୍ତ ଦ୍ୱୟରେ ପରଶୁ ଓ ଲଡ଼ୁ ଧାରଣ କରିଛନ୍ତି। ଗଣେଶଙ୍କ ସମ୍ମୁଖରେ ଏକ ମୂଷିକ ବାହନ ବିଦ୍ୟମାନ। ଏହି ମୂଷିକ ଉତ୍କଳୀୟ ଶିଳ୍ପ ପରମ୍ପରାର ଏକ ନିଦର୍ଶନ। ବଟ ଗଣେଶଙ୍କ ମନ୍ଦିର ପୂର୍ବ ଦିଗରେ ଥିବା ହରିସହଦେବଙ୍କ ମନ୍ଦିର ଦକ୍ଷିଣ ପାର୍ଶ୍ୱ ଦେବତା ହେଉଛନ୍ତି ଶ୍ରୀଗଣେଶ । ବଟ ଗଣେଶଙ୍କ ପଛପଟ ସର୍ବମଙ୍ଗଳାଙ୍କ ମନ୍ଦିର ଜଗମୋହନରେ ଏକ କ୍ଷୁଦ୍ର ଗଣେଶ ମୂର୍ତ୍ତି ମଧ୍ୟ ରହିଛି।
ଶ୍ରୀମନ୍ଦିର ଭିତର ବେଢ଼ାରେ ଜଳକ୍ରୀଡ଼ା ମଣ୍ଡପ ନିକଟରେ ନଟ ଗଣେଶଙ୍କ ମନ୍ଦିର ଅବସ୍ଥିତ। କଳା ମୁଗୁନି ପଥରରେ ନିର୍ମିତ ଏହି ଗଣେଶ ଦକ୍ଷିଣାଭିମୁଖୀ ଓ ଅଷ୍ଟଭୁଜ ବିଶିଷ୍ଟ। ଦଣ୍ଡାୟମାନ ଭଙ୍ଗୀରେ ରହିଥିବାବେଳେ ଉପର ଦୁଇ ହସ୍ତରେ ସର୍ପ ଧାରଣ କରିଛନ୍ତି। ଅନ୍ୟ ହସ୍ତଗୁଡ଼ିକରେ ରୁଦ୍ରାକ୍ଷମାଳ, ଗଜଦନ୍ତ, ଫାଶ, ଅଭୟ ମୁଦ୍ରା ରହିଛି। ମା’ ବିମଳାଙ୍କ ମନ୍ଦିର ପ୍ରବେଶ ଦ୍ୱାର ବାମପଟେ ଏକ ଠଣାରେ ନୃତ୍ୟଶୈଳୀରେ କ୍ଷୁଦ୍ର ଗଣେଶ ଦଣ୍ଡାୟମାନ। ଏହି ବିଗ୍ରହ ପୂର୍ବାଭିମୁଖୀ। ମନ୍ଦିର ଗମ୍ଭୀରାର ପ୍ରବେଶ ଦ୍ୱାରର ଦକ୍ଷିଣ ପାର୍ଶ୍ୱରେ ଏକ କ୍ଷୁଦ୍ର ଗଣେଶ ମୂର୍ତ୍ତି ଦକ୍ଷିଣାଭିମୁଖୀ ଭାବେ ଉପବିଶନ କରିଛନ୍ତି। ଭିତରବେଢ଼ା ମାର୍କଣ୍ଡେଶ୍ୱରଙ୍କ ମନ୍ଦିର ଭିତର କାନ୍ଥରେ ଏକ ପୂର୍ବାଭିମୁଖୀ କ୍ଷୁଦ୍ର ଗଣେଶ ପୂଜିତ ହେଉଥିବାବେଳେ ମନ୍ଦିର କାନ୍ଥରେ ଶ୍ରୀଗଣେଶଙ୍କ ଏକ ଚିତ୍ର ରହିଛି। ଇନ୍ଦ୍ରାଣୀଦେବୀ ମନ୍ଦିର ପ୍ରବେଶ ଦ୍ୱାର ବାମ ପାର୍ଶ୍ୱରେ ଏକ ଦକ୍ଷିଣାଭିମୁଖୀ ଗଣେଶ ମୂର୍ତ୍ତି ଓ ଉପରେ ଏକ ଗଣେଶ ଚିତ୍ର ମଧ୍ୟ ରହିଛି। ମୁକ୍ତି ମଣ୍ଡପ ଉପରେ ବିଭିନ୍ନ ଖମ୍ବରେ ୪ଟି ଓ ମଣ୍ଡପ ପଛରେ ଥିବା ସରଘରେ ଗଣେଶ ମୂର୍ତ୍ତି ବିଦ୍ୟମାନ। ଶ୍ରୀମନ୍ଦିର ଦକ୍ଷିଣ ଘର ବାରଣ୍ଡାର ଡାହାଣ ପଟ କାନ୍ଥରେ ପ୍ରସ୍ତର ନିର୍ମିତ ଏକ କ୍ଷୁଦ୍ର ଗଣେଶ ମୂର୍ତ୍ତି ଦକ୍ଷିଣାଭିମୁଖୀ ହୋଇ ରହିଥିବାବେଳେ ଏହି ଘରର ଉପର ପାର୍ଶ୍ୱରେ ମନ୍ଦିର ଗାତ୍ରରେ ଦୁଇଟି ଗଣେଶ ମୂର୍ତ୍ତି ରହିଛନ୍ତି।
ଭିତରବେଢ଼ା ପାଦୁକ କୁଣ୍ଡ ଉପରିସ୍ଥ ଏକ ଘରେ କଳା ମୁଗୁନି ପ୍ରସ୍ତରର ପୂର୍ବାଭିମୁଖୀ ଗଣେଶଙ୍କ ମୂର୍ତ୍ତି ରହିଛି। ମହାଲକ୍ଷ୍ମୀ ମନ୍ଦିର ଜଗମୋହନ ଉତ୍ତର ପଟ କାନ୍ଥରେ ଏକ ପଞ୍ଚମୁଖୀ ଗଣେଶ ଚିତ୍ରପ୍ରତିମା ସ୍ଥାନ ପାଇଛି। ଉକ୍ତ ମନ୍ଦିର ପଛ ପାର୍ଶ୍ୱରେ କୋଠଭୋଗ ଗୋଦାମ ଘର ଭିତରେ କଳା ମୁଗୁନି ପଥରର ଏକ ଦକ୍ଷିଣାଭିମୁଖୀ ଗଣେଶ ଓ ସୂର୍ଯ୍ୟମନ୍ଦିରର ଜଗମୋହନ ଉତ୍ତର ପାର୍ଶ୍ୱର ଏକ ଠଣାରେ ପ୍ରସ୍ତର ନିର୍ମିତ ଏକ କ୍ଷୁଦ୍ର ଗଣେଶ ମୂର୍ତ୍ତି ରହିଛି।
ସୂର୍ଯ୍ୟ ମନ୍ଦିର ନିକଟ ଦଧିବାମନ ମନ୍ଦିର ପଛପଟେ ସରଘର ଭିତର ଠଣାରେ ରହିଥିବା କ୍ଷୁଦ୍ର ଗଣେଶ ମୂର୍ତ୍ତିଙ୍କୁ ଅଠରବାଡ଼ ଗଣେଶ କୁହାଯାଏ। ଉକ୍ତ ଘରେ ଗଣେଶଙ୍କ ଏକ ଚିତ୍ର ପ୍ରତିମା ରହିଛି। ବଳି ପାତାଳ ମନ୍ଦିର ପଛ ପାର୍ଶ୍ୱ ସରଘରେ ଗଣେଶଙ୍କର ପୂର୍ବାଭିମୁଖୀ ଗଣେଶଙ୍କ ମୂର୍ତ୍ତି ଦେଖିବାକୁ ମିଳେ। ସେହିପରି ପ୍ରତିହାରୀ ନିଯୋଗ ମଧ୍ୟରେ ଥିବା ଚାରିଟି ଗଣେଶ ବିଗ୍ରହ ମଧ୍ୟରୁ ତିନୋଟି ଦକ୍ଷିଣାଭିମୁଖୀ ଓ ଗୋଟିଏ ପଶ୍ଚିମାଭିମୁଖୀ। ଭୋଗ ମଣ୍ଡପ ଉତ୍ତରରେ ରାଧାକୃଷ୍ଣ ମନ୍ଦିର ଭିତରେ ଷଡ଼ଭୁଜ ଗଣେଶ ମୂର୍ତ୍ତି ଓ ଭୋଗ ମଣ୍ଡପର ଗାତ୍ରରେ ମଧ୍ୟ ଗଣେଶଙ୍କ ମୂର୍ତ୍ତି ଦୃଶ୍ୟମାନ ହୋଇଥାଏ। ଏହି ମଣ୍ଡପର ଦକ୍ଷିଣ ପାର୍ଶ୍ୱ ଉପର ଅଂଶରେ ଗ୍ରାନାଇଟର ଅଷ୍ଟଭୁଜ ଗଣେଶର ଦକ୍ଷିଣାଭିମୁଖୀ ହୋଇ ବସିଛନ୍ତି। ଶ୍ରୀମନ୍ଦିର ମେରଦା ରୋଷ ଭିତରେ ଶ୍ରୀଗଣେଶଙ୍କ ଏକ ବୃହତ୍‌ ଚିତ୍ର ପ୍ରତିମା ରହିଛି।
ଶ୍ରୀମନ୍ଦିର ଜଗମୋହନ ଭିତରେ ମୁଦୁଲି ଦ୍ୱାର ପାଖ ପ୍ରଥମ ଖମ୍ବରେ ଚର୍ଚ୍ଚା ଗଣେଶଙ୍କ ଏକ ଚିତ୍ର ପ୍ରତିମା ରହିଛି। ଜଗମୋହନର ଅଷ୍ଟମ ଖମ୍ବ ଓ ତ୍ରୟୋଦଶ ଖମ୍ବରେ ଗଣେଶଙ୍କ ଚିତ୍ର ପ୍ରତିମା ରହିଛି। ଗରୁଡ଼ ସ୍ତମ୍ଭ ପଛପଟ କାନ୍ଥରେ ଥିବା ଶିବ ମୂର୍ତ୍ତିର ଦକ୍ଷିଣ ପାର୍ଶ୍ୱରେ ଏକ କ୍ଷୁଦ୍ର ଗଣେଶ ମୂର୍ତ୍ତି ବିଦ୍ୟମାନ। ନାଟମଣ୍ଡପରୁ ଭୋଗମଣ୍ଡପକୁ ଥିବା ପ୍ରବେଶ ପଥର ବାମପାର୍ଶ୍ୱ ଦ୍ୱାର ବନ୍ଧ କାନ୍ଥରେ କଳା ମୁଗୁନି ପଥରର ଏକ କ୍ଷୁଦ୍ର ଗଣେଶ ମୂର୍ତ୍ତି ଦକ୍ଷିଣାଭିମୁଖୀ ଭାବେ ବିଦ୍ୟମାନ ।
ମହାପ୍ରଭୁଙ୍କ ଦୋଳବେଦି ଚତୁଃପାର୍ଶ୍ୱ ପ୍ରାଚୀର କାନ୍ଥରେ ୪ଟି ଗଣେଶଙ୍କ ମୂର୍ତ୍ତି ରହିଛି। ସେଥିମଧ୍ୟରେ ଗୋଟିଏ ଗଣେଶ ମୂର୍ତ୍ତି ଶ୍ରୀମନ୍ଦିର ନଟ ଗଣେଶ ମୂର୍ତ୍ତି ଶୈଳୀରେ ନିର୍ମିତ। ଶ୍ରୀମନ୍ଦିରର ଭଗ୍ନ ମୂର୍ତ୍ତି ଗୁଡ଼ିକ ବାହାର କରି ଆଣି ଦୋଳବେଦିରେ ସ୍ଥାପନ କରାଯାଇଥିବା କୁହାଯାଉଛି।
ତୁଳସୀପୁର,କଟକ
ମୋ:୯୪୩୭୬୬୬୪୫୩


Enter your email to get our daily news in your inbox.

All Right Reserved By Dharitri.Com

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ବିଧାୟକଙ୍କ ସ୍ବୀକାର, ସରକାର ନିର୍ବିକାର: ବିକ୍ରି ହୋଇପାରିନି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ମାସକ ପରେ ରବିଧାନ ଅମଳ ହେବ। ଫଳରେ ରବି ଧାନବିକ୍ରି ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri